ବାଟୋଇ ରେ (୨)
ବାଟୋଇ ରେ (୨)
ବାଟୋଇ ରେ (୨)
ଆଭାକାନ୍ତ ମହାନ୍ତି
ବାଟୋଇ ରେ...
କହ କଣ୍ଟ କେତେ ଆଉ
ଆଗ ମୋଡ଼ ପାର ଘୋଟିବ ଅନ୍ଧାର
ଆକାଶ ହେଲାଣି ଢାଉ । ୦ ।
ଧରମଶାଳାରେ ପହଞ୍ଚିଲୁ ଆସି
ଥକ୍କା ମେଣ୍ଟାଇବୁ ବୋଲି
କେତେ ଥିଲେ, କେତେ ଯୁଟିଲେ, କେତେ ଯେ
ବାଟ ଭାଙ୍ଗି ଗଲେ ଚାଲି
କିଆଁ ଚିନ୍ତୁନାହୁଁ ତୋ ବିଶ୍ରାମେ ଆଉ
ବେଳ ବଞ୍ଚିନାହିଁ ବହୁ । ୧ ।
ତୁ ଯିବା ପୂରୁବୁ ରଖିଯାଆ କିଛି
ତୋର ଆସିବାର ଚିହ୍ନ
ପରେ ଯେ ଆସିବେ ଜାଣିବେ ଅନ୍ତତଃ
ଆସିଥିଲୁ ଏକଦିନ
ନୋହିଲେ କେବଳ ଆସିବା ବିଫଳ
ଶ୍ରେଷ୍ଠ କାହିଁକି ବୋଲାଉ ? । ୨ ।
ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪
ଫୋନ୍-୯୦୪୦୦୦୩୧୦୧
*****