ଆମ ବାରମାସ
ଆମ ବାରମାସ
ଚୈତ୍ର ହୋଇ ମୈତ୍ର ଦେଉଥାଏ ଖରା
ଜଳିଯାଏ ଦେହ ଧରା
ବଇଶାଖ ପାଖ ଆହୁରି ଆରୁଖ
ହାହାକାର ଲାଗେ ସାରା
ଆଷାଢ ଜ୍ୟେଷ୍ଠରେ ଚଷାଭାଇ କୂଳ
ଯୋଚୁଥାନ୍ତି ନିଜ ହଳ
ଅବନୀ ବକ୍ଷକୁ ଚିରି ବିଦାରିବେ
ଆଣିବେ ଶସ୍ୟ ଶ୍ୟାମଳ
ଧିରେ ଧିରେ କରେ ଭାଦ୍ରବ ପ୍ରବେଶ
ସୁନିର୍ମଳ ଦିଶେ ଦିଶ
ଦେଇ ପୁଷ୍ପ ରାଜି ସୁବାସେ ସରଜି
ଦେଉଥାନ୍ତି ମନେ ହସ
ଆଶ୍ଵିନ ଆସନ୍ତେ କିରଣ ଝଲକେ
ଝଲକାଏ ଶଶୀ ମନ
ଶସ୍ୟମୟ ଦେଖି କୃଷକେ ହ୍ଳାଦକୀ
ଆନନ୍ଦରେ ଗାଏ ଗାନ
କାର୍ତ୍ତିକ ମାସରେ କଁଅଳେ ପତର
ଯେତେ ପୂଣ୍ୟ କାର୍ଯ୍ୟ ହୁଏ
ଜଗତେ ଜାଣନ୍ତି ସଂକୀର୍ତ୍ତନ ଧ୍ୟାନେ
ଭକ୍ତି ରସେ ଭାବ ବହେ
ମାସ ମଧ୍ୟେ ମାସ ମାର୍ଗଶୀର ମାସ
ଲକ୍ଷ୍ମୀ ନାରାୟଣେ ଧ୍ୟାନ
ଶୀତଳ ପବନ କାହା ପାଇଁ ଯମ
କାହା ପାଇଁ ଜୀବଦାନ
ପୌଷ ମାଘ ଶୀତ କଷ୍ଟ ଅପ୍ରମିତ
ହସୁଥାଏ କିନ୍ତୁ କ୍ଷେତ
ଥଣ୍ଡା ବିରାଜିଲେ କୃଷକ ହସିଲେ
ପରିବା ମିଳେ ବହୁତ
ଫଗୁ ଫଗୁଣରେ ଖେଳୁଥାନ୍ତି ଘରେ
ପଞ୍ଚୁ ଦୋଳି ବିମାନରେ
ପାଉଥାନ୍ତି ଭୋଗ ସବୁଠି ଠାକୁରେ
ବର୍ଷାରମ୍ଭ ହେବ ଚୈତ୍ରେ