ଧୂଳି'ସ୍ନାନ ଠାରୁ-ସୂର୍ଯ୍ୟୋଦୟ
ଧୂଳି'ସ୍ନାନ ଠାରୁ-ସୂର୍ଯ୍ୟୋଦୟ
ଧୂଳି-ସ୍ନାନ ଠୁ ସୂର୍ଯୋଦୟ ପର୍ଯଂତ
-----------------------------------------------
ଏଇ ଯେ ଧୂଳି:-
ଦିନେ ହୁଏତ ସେ
ପଥର-ପରି ବିଶାଳ ଓ
ତପସ୍ୱି ପରି ଗୁରୁ-ଗଂଭୀର
ଅଟଳ ଓ ସ୍ଥିତପ୍ରଜ୍ଞ ଥିଲା..
ପ୍ରଚଂଡ ଘୂର୍ନିବାତରେ ଅବିଚଳିତ
ନିର୍ବିକାର.....
ଦୂର-ପଥ ଅତିକ୍ରମି
ଉଡି ଆସୁଥିବା ଚଢେଇଟିର
ଥକ୍କା ମେଂଟାଇବାର ଆଶ୍ରା ବି ଥିଲା,
ମାଇଲ ଖୁଂଟ ପରି...
ଥିଲା ତ ଥିଲା
ଏବେ ସେ ଧୂଳି,
ପ୍ରକୃତିର କ୍ରୁର ଅଭିଶାପେ....
ଖଂଡିଆ-ଭୂତ ଇତଃସ୍ତତ ଉଡାଏ-
ବିହଂଗ ପକ୍ଷ-ମାଜେ
ଭୂ-ଲୁଂଠିତ ରେଣୁ......
କେତେ ଦୂରେ
ସୂର୍ଯୋଦୟର ନ଼ଅର....??
ନା...ନା ଆକାଶର ପରିସୀମା
ମାପି ହେଉ ନାହିଁ
ଏ ଧୂଳିରୁ....;;
ମନ'ର ଆତ୍ମ'ବିଶ୍ୱାସ ଟିକକ
ଏ ଧୂଳିରେ ଅଛି-
ନା
ଆକାଶରେ.....??
ବିହଂଗର
ପୁଣି ଧୂଳି-ସ୍ନାନ:-
ପୁଣି-ପୁଣି-ପୁଣି.....
ଅବୋଧ ପକ୍ଷୀଟିର
ଏ ବୃଥା ମୁହୁର୍ମୁହୁ ସ୍ନାନ
ମୋ ହୃଦୟରେ ଏକ
ଅବରୁଦ୍ଧ ଯଂତ୍ରଣା କହିବାକୁ
ବାଧ୍ୟ କରେ-----
""ରେ ଅବୋଧ ପକ୍ଷୀ
ସୂର୍ଯୋଦୟ'ର ଠିକଣା:-
ଏ ଧୂଳିରେ ଅଛି:-
ନା-
ନବ-ଦିଗଂତରେ......???
ନୟନ
