STORYMIRROR

Nayana Kumar Mohanta

Others

3  

Nayana Kumar Mohanta

Others

ଧୂଳି'ସ୍ନାନ ଠାରୁ-ସୂର୍ଯ୍ୟୋଦୟ

ଧୂଳି'ସ୍ନାନ ଠାରୁ-ସୂର୍ଯ୍ୟୋଦୟ

1 min
306

ଧୂଳି-ସ୍ନାନ ଠୁ ସୂର୍ଯୋଦୟ ପର୍ଯଂତ

-----------------------------------------------

ଏଇ ଯେ ଧୂଳି:-

ଦିନେ ହୁଏତ ସେ

ପଥର-ପରି ବିଶାଳ ଓ

ତପସ୍ୱି ପରି ଗୁରୁ-ଗଂଭୀର

ଅଟଳ ଓ ସ୍ଥିତପ୍ରଜ୍ଞ ଥିଲା..

ପ୍ରଚଂଡ ଘୂର୍ନିବାତରେ ଅବିଚଳିତ

ନିର୍ବିକାର.....

ଦୂର-ପଥ ଅତିକ୍ରମି

ଉଡି ଆସୁଥିବା ଚଢେଇଟିର

ଥକ୍କା ମେଂଟାଇବାର ଆଶ୍ରା ବି ଥିଲା,

ମାଇଲ ଖୁଂଟ ପରି...

ଥିଲା ତ ଥିଲା

ଏବେ ସେ ଧୂଳି,

ପ୍ରକୃତିର କ୍ରୁର ଅଭିଶାପେ....

ଖଂଡିଆ-ଭୂତ ଇତଃସ୍ତତ ଉଡାଏ-

ବିହଂଗ ପକ୍ଷ-ମାଜେ

ଭୂ-ଲୁଂଠିତ ରେଣୁ......

କେତେ ଦୂରେ

       ସୂର୍ଯୋଦୟର ନ଼ଅର....??

ନା...ନା ଆକାଶର ପରିସୀମା

ମାପି ହେଉ ନାହିଁ

ଏ ଧୂଳିରୁ....;;

ମନ'ର ଆତ୍ମ'ବିଶ୍ୱାସ ଟିକକ

ଏ ଧୂଳିରେ ଅଛି-

       ନା

ଆକାଶରେ.....??

ବିହଂଗର

ପୁଣି ଧୂଳି-ସ୍ନାନ:-

ପୁଣି-ପୁଣି-ପୁଣି.....

ଅବୋଧ ପକ୍ଷୀଟିର

ଏ ବୃଥା ମୁହୁର୍ମୁହୁ ସ୍ନାନ

ମୋ ହୃଦୟରେ ଏକ

ଅବରୁଦ୍ଧ ଯଂତ୍ରଣା କହିବାକୁ

ବାଧ୍ୟ କରେ-----

""ରେ ଅବୋଧ ପକ୍ଷୀ

ସୂର୍ଯୋଦୟ'ର ଠିକଣା:-

ଏ ଧୂଳିରେ ଅଛି:-

    ନା-

ନବ-ଦିଗଂତରେ......???

            ନୟନ


Rate this content
Log in