Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Inspirational

5.0  

BISWESWAR MAJHI

Inspirational

ସତ୍ୟ ଯୁଗ ଆସୁଛି

ସତ୍ୟ ଯୁଗ ଆସୁଛି

1 min
7.2K


ସତ୍ୟର ଅସୁର ହିରଣାକ୍ଷ ଯହିଁ ଭଗବାନ ନରସିଂହ

ତ୍ରେତୟା ଯୁଗର ରାକ୍ଷସ ରାବଣ ଠାକୁର ତହିଁ ଶ୍ରୀରାମ ।

ଦ୍ୱାପର ଯୁଗର ରାକ୍ଷସଟି କଂସ ରକ୍ଷାକର୍ତା ହେଲେ କୃଷ୍ନ

କଳିର ଅସୁର ସାଜିଛି ଯେ 'ମୁଁ' ତ୍ରାଣକର୍ତା 'ଓଁ' ସ୍ୱନ ।

ଅସୁର ହୋଇଲେ ଚାରି ଅକ୍ଷରିଆ ଚାରି ଅକ୍ଷରି ବି ସୁର

ସେହି କ୍ରମେ ଚାଲେ ତଳକୁ ତଳକୁ ସୁରାସୁରାକ୍ଷର ସାର ।

'ମୁଁ' ଅସୁରଟି ପ୍ରବଳ ହେଲାଣି କଳି ହୋଇବକି ଶେଷ

ଘରେ ଘରେ ଯଦି ଅସୁର ରହିବେ ଦେବତା ପିଇବେ ବିଷ !

ସତ୍ୟର ଶଂଖ ନିନାଦିତ ହେଉ ପ୍ରହଲ୍ଲାଦ ଜପୁ ହରି

ହରିଓଁ ହରିଓଁ ଜପ କରିକରି 'ମୁଁ'ତ୍ୱ ଯାଉ ନିସ୍ତରି ।

କଳିର ପ୍ରଭାବ ଗୌଣ ହୋଇଲାଣି କହୁଛନ୍ତି ଗୁଣୀ ଜନ

ସତ୍ୟପ୍ରତି ଧୀରେ ଆଗ୍ରହ ବଢୁଛି ପାପୀ ହେଲେଣି ମଉନ ।

ଆପଣା ଭାଗର ସତ୍ୟ ଯୋଗ କରି କରିବା ତା ଆବାହନ

ନିଜେ ବଦଳିଲେ ଯୁଗ ବଦଳିବ ଉଣା କରିବାନି ମନ ।

ଅଉକେହି ଭଲ ନହେଲେବି ଆପେ ଭଲହୋଇ ଦେଖାଇବା

ବିନା ରକ୍ତପାତେ ସତ୍ୟ ଆସିବ ସରଗେ ପାଦ ଥାପିବା ।


Rate this content
Log in