Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Banali Dash

Others

3  

Banali Dash

Others

ଧନ

ଧନ

1 min
6.8K


ତୁମେ ମୋ' ଜୀବନର ଶ୍ରେଷ୍ଠ ସାଇତା "ଧନ",

ଯାହା ପାଇଁ ପୂରି ଉଠେ ମୋ'ମନ ଗହନ।

ଜୀବନରେ ତୁମକୁ ପାଇଛି ତ ;

ସବୁ କିଛି ପାଇଛି,

ଆଉ ନାହିଁ କିଛି ଭାବନା କି ସ୍ୱପ୍ନ।

ତୁମ ବିନା ଏ ଜୀବନ ଧୂ ଧୂ ମରୁ ବାଲି;

କଣ୍ଟକାକୀର୍ଣ୍ଣ ଦ୍ରୁମ ଜାଲ,

ସମ୍ଭବ ନୁହେଁ ସେଠି ଜୀବନ।

ସାଇତି ରଖିବି ତୁମକୁ ଜୀବନ ସାରା

ମୋ'ର ଏଇ ଛୋଟ ମନ ଭିତରେ,

ଟିକେ ମୋ' ଭଲ ପାଇବା କମିବନି

ଆସୁ ଯେତେ ବାଧା ବିପତ୍ତି,

ଝଡ଼ ଝଞ୍ଜା ଅବା ତୋଫାନ।

ଲୁଚେଇ ରଖିବି ତୁମକୁ ,

ମୋ' ମନର ନିଭୃତତମ କୋଠରୀରେ;

ଯେମିତି କେହି ବି ନ ପାଆନ୍ତି ତା'ର ସନ୍ଧାନ।

ତୁମକୁ ପାଇଲା ଦିନୁ ନିଜକୁ ଭୁଲିଛି,

ତୁମ ଲାଗି ଖାଲି ସ୍ୱପ୍ନ ଦେଖୁଛି ;

ଭୁଲି ରାତି ଦିନ।

ମୋ' ଜୀବନର ତୁମେ ହିଁ ସର୍ବୋତ୍ତମ ଆଶା ଓ କାମନା

ତୁମ ଲାଗି ଅପେକ୍ଷା କରିବି,

ଦିନ ରାତି ମାସ ବର୍ଷ ଜନମ ଜନମ;

ଆସୁ ଯେତେ ବିରୋଧଭାବ କରିବି ତା'ର ସାମ୍ନା।

ସଭିଙ୍କ ସମ୍ମତିରେ ଦିନେ ତୁମ ଲାଗି

ସିନ୍ଦୂର ପିନ୍ଧିବି,

ସୁନାନାକୀ ବୋହୂ ସାଜିବି,

ସଭିଁଙ୍କୁ ଦେଖେଇ ଶାଶୁଘର ଚାଲିଯିବି।


Rate this content
Log in