Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Children Stories Inspirational

5.0  

ଉମା ଶଙ୍କର ମାଝୀ

Children Stories Inspirational

ବାଘ ବାହାଘର

ବାଘ ବାହାଘର

2 mins
409



ସୁନ୍ଦର କଥା ଟି କହିବି ଶୁଣ

ଶୁଣି ଖୁସି ହେବ ତୁମରି ମନ l 


ବାଘ ମାମୁଁ ବାହାଘର ହେଉଛି 

ଜଙ୍ଗଲ ସାରା ଗହଳି ଲାଗିଛି l 


ଯେତେ ପଶୁ ପକ୍ଷୀ ବଣ ରାଇଜ

କରୁଛନ୍ତି ସର୍ବେ ମିଶି ମଉଜ l 


ବାଘ ର ନିର୍ଦ୍ଧେଶ ବିବାହ ଯାଏ 

ଶାନ୍ତି ଓ ଶୃଙ୍ଖଳା ଯେମିତି ରୁହେ l 


ପଶୁ ଓ ପକ୍ଷୀ କୁ ଦେଲେ ଆଦେଶ 

କେହି ଦେବ ନାହିଁ କାହାକୁ ଲେଶ l 


 କେହି ଆକ୍ରମଣ କାହାକୁ ନାହିଁ 

 ରାଜା ମୁଁ ଆଦେଶ ଦେଉଛି ମୁହିଁ l 


 ଯଦି କିଏ ଏହା କରେ ଅମାନ୍ୟ 

 ନିଶ୍ଚେ ହରାଇବ ତାହାର ପ୍ରାଣ l 


 ବିବାହ ସରିଲା ପର୍ଯ୍ୟନ୍ତ ଜାଣ

 ବାଘ ରାଜା ଦେବ ଭୁରି ଭୋଜନ l


 ତେଣୁ ଖାଦ୍ୟ ଚିନ୍ତା ମନରୁ ତେଜ 

 ନାଚି ଗୀତ ଗାଇ କର ମଉଜ l 


 ରାଜାଙ୍କର ଶୁଣି ଏମିତି କଥା 

 ଖୁସି ରେ ସମସ୍ତେ ଟେକିଣ ମଥା l 


 କହନ୍ତି ରାଜାଙ୍କୁ ମଣିମା ହେଉ 

  ଆପଣଙ୍କ କୃପା ଏମିତି ଥାଉ l 


 ଶୁଣି ବାଘ ରାଜା ହୋଇଲେ ଖୁସି 

 ଗଲେ ରାଜା ନିଜ ନଗରେ ପଶି l 


  ଖାଦ୍ୟ ତିଆରି ହେଉଛି ଯହିଁ 

  ରାଜା ପହଞ୍ଚିଲେ ସେଇଠି ଯାଇ l 


  ଜଙ୍ଗଲ ଦେବତା ସରିଲେ ପୂଜା 

  ଖାଇଣ କରିବେ ସମସ୍ତେ ମଜା l 


   ବାଘ ର ବିଶ୍ୱସ୍ତ ଥିଲା କୁକୁର 

   ମାନୁଥିଲେ କଥା ରାଜା ତାହାର l 


   ଖାଦ୍ୟ ରଖାଥିବା କୋଠରୀ ଯାଅ

   ଫେରି ଆସି ସବୁ ମୋ ପାଖେ କୁହ l 

    

   ଭଣ୍ଡାର ଗୃହରେ ଖାଦ୍ୟ ରହିଛି

   ଅବ୍ୟବସ୍ଥା ଅବା କେଉଁଠି ଅଛି ?

  

   ସେଠୁ ଖାଦ୍ୟ ଆଣି ଦେବା ଭୋଜନ 

   ଭୋଜି ଖାଇ ଯିବେ ନିଜ ଭବନ l 

   

  ଶୁଣି ରାଜା କଥା କୁକୁର ଗଲା

  ଭଣ୍ଡାର ଘର ରେ ପ୍ରବେଶ କଲା l


  ସୁସ୍ୱାଦୁ ଖାଦ୍ୟ କୁ ଦେଖିଲା ଶ୍ଵାନ 

  ଲୋଭ ଗ୍ରାସିଗଲା ତାହାର ମନ l 


  ଭିତରୁ କବାଟ କିଳି କୁକୁର

  ମନ ଇଚ୍ଛା କରୁଅଛି ଆହାର l 


  ବହୁତ ସମୟ ବିତିଯେ ଗଲା

  ରାଜାଙ୍କ ମନ ରେ ସନ୍ଦେହ ହେଲା l 


  ନିଜେ ଆସି ପହଞ୍ଚିଲେ ସେଇଠି 

  ଦେଖିବେ ଭିତରେ କଣ ହୋଇଛି ?


  ଭିତରୁ କବାଟ ବନ୍ଦ ହୋଇଛି 

  ରାଜା କହୁଛନ୍ତି କିଏ ସେ ଅଛି ?


   ଭିତରୁ ଶୀଘ୍ର ତୁ ହୁଅ ବାହାର 

   ଯଦି ପ୍ରାଣେ ଆଶା ଅଛି ତୋହର

   

   ଭିତରେ କୁକୁର ଖାଦ୍ୟ ଖାଉଛି 

   ତାକୁ ଶୁଭୁନାହିଁ କଥା ବି କିଛି l 

  

   ରାଜା ଆଦେଶିଲେ ଭାଙ୍ଗ କବାଟ

    ଭିତରେ କେ ମୂର୍ଖ କରୁଛି ନାଟ l 

 

    ରାଜାଙ୍କ ଆଦେଶ ପାଇବା କ୍ଷଣି 

    କବାଟ ଭାଙ୍ଗିଲେ ସୈନ୍ୟ ତକ୍ଷଣି l 

   

    ବାଘରାଜା ଦେଖି ହୋଇଲେ ରାଗ 

    କୁକୁର ଖାଉଛି ସମସ୍ତ ଆଗ l 


   କହିଲେ ଏହାକୁ ଯେ ଶୀଘ୍ର ଧର

   କାରାଗାରେ ନେଇ ନିକ୍ଷେପ କର l


    କାରାଦଣ୍ଡ ବାର ବରଷ ହେବ

   ଲାଞ୍ଜ ରେ ପଥର ବାନ୍ଧିବ ଆଗ l


   କୁକୁରକୁ କାରାଗାରରେ ନେଇ 

   ପକେଇ ଆସିଲେ ସମସ୍ତେ ଯାଇ l

  

  ବାରବରଷ ଯେ ଦଣ୍ଡ ପାଇଲା 

   ତାହାପରେ ତାର ମୁକତି ହେଲା l 

 

   ଲାଞ୍ଜ ସେ ଦିନୁ ତା ହୋଇଲା ବଙ୍କା  

   ମନ ରେ ପିଲା ଏ ନ କର ଶଙ୍କା l 

  

   ଲୋଭ ଯେ ହେଉଛି ପରମ ଅରି

   ବୁଦ୍ଧିନାଶ କରିଥାଏ ତୁମରି l 

  

   କୁକୁର ଛାଡ଼ିଲା ଲାଜରେ ବଣ

    କିନ୍ତୁ ଛାଡ଼ିଲାନି ଲୋଭର ଗୁଣ l


    ତେଣୁ ଯେ କହନ୍ତି ଚତୁର ଲୋକ 

    ଗୋଟିଏ କଥା କୁ ସର୍ବଦା ଦେଖ l

  

    କୁକୁର ଲାଞ୍ଜକୁ ବାରବରଷ

    ନଳା ରେ ବି ଯଦି ଭର ଅବଶ୍ୟ l


    ସିଧା କେବେ ହେବ ନାହିଁ ତାହାଟି

    ବଙ୍କା ରହିଯିବ ଯୁଗଯୁଗ ଟି l 

   

    କୁକୁର ପ୍ରକୃତି ଲୋଭଟି ଜାଣ

     କେବେ ରଖିବନି ସେପରି ମନ l 


    ଆସ ପିଲେ ସର୍ବେ ଶପଥ ନେବା

    ଲୋଭ ଗୁଣ ଟିକୁ ଦୁରେଇ ଦେବା l 


   ପାଠପଢ଼ି ଭଲ ମଣିଷ ହେବା 

   ଦେଶ ଜାତି ପାଇଁ କାମ କରିବା l




Rate this content
Log in