ଗୁରୁ ସର୍ବୋପରି
ଗୁରୁ ସର୍ବୋପରି
ନାହିଁ ମୂଲ୍ୟ କିଛି ମନୁଷ୍ୟ ଜୀବନ
ନାହିଁ ଗୁରୁ ଭକ୍ତି ହୃଦେ
ଶିକ୍ଷା ଦେଇଥାଏ ଗୁରୁ ଅତି ଯତ୍ନେ
ଶ୍ରେଷ୍ଠ ସ୍ଥାନ ରହୁ ହୃଦେ।
ତାଙ୍କ ଶିକ୍ଷା ବଳୁ ଶିକ୍ଷିତ ତୁ ହେଲୁ
ପାଇଲୁରେ କର୍ମ ଜ୍ଞାନ
ଅନ୍ଧକାରୁ ତୁହି ଦେଖିଲୁ ଆଲୁଅ
ଗୁରୁ ହିଁ ଜ୍ଞାନ ରତନ।
ନିଃସ୍ୱାର୍ଥର ଭାବ ଜାଗ୍ରତ କରିଲେ
ସତ୍ୟ ଅହିଂସାକୁ ଦେଲେ
ସମଭାବ ମନ୍ତ୍ର ତହିଁରେ ଦେଲେ ଟି
କର୍ତ୍ତବ୍ୟ ମନ୍ତ୍ରକୁ ଦେଲେ।
ତ୍ୟାଗ ଭକ୍ତି ଧର୍ମ ଶିକ୍ଷାକୁ ସେ ଦେଲେ
ଶିକ୍ଷାରେ ଦେଲେ ବିଜ୍ଞାନ
ବିଶ୍ୱାସ ଜାଗ୍ରତ କରିଲେ ତାହାରେ
ଶିକ୍ଷାରେ ନିର୍ଭର ଜ୍ଞାନ।
ଆତ୍ମନିର୍ଭରଟି ହୋଇ ଅଛୁ ତୁହି
ସବୁ ତ ଗୁରୁଙ୍କ ଶିକ୍ଷା
ଯେତେ ଭକ୍ତି କଲେ ଅପୂର୍ଣ୍ଣ ରହିବ
ସବୁତ ତାଙ୍କରି ଦୀକ୍ଷା।
ହେଲୁ ରାଜନେତା କରୁ ଧର୍ମେ ସେବା
ସଂସ୍କାର ଗୁରୁ ଶିକ୍ଷାରୁ
ସମଭାବ ପ୍ରୀତି ଶିକ୍ଷାକୁ ସେ ଦେଲେ
ରାଜ ଧର୍ମଟି ଶିକ୍ଷାରୁ।
ବୈଜ୍ଞାନିକ ହେଲୁ ଗୁରୁ ଶିକ୍ଷା ବଳୁ
ଆବିଷ୍କାର କରୁ ନୂଆ
ନିର୍ମାଣ ରାଷ୍ଟ୍ରର କରୁ କର୍ତ୍ତବ୍ୟରୁ
ଭାରତ ଆଜିରେ ନୂଆ।
ଜ୍ଞାନ ବଳୁ କରୁ ଭ୍ରଷ୍ଟାଚାର ଦୂର
ଡିଜିଟଲ୍ ଶିକ୍ଷା ବଳୁ
ମସ୍ତିଷ୍କ ବିକାଶ କରିଲେଟି ଗୁରୁ
ତାଙ୍କ ଶିକ୍ଷାଦାନ ବଳୁ।
ସମ୍ମାନ ଗୌରବ ପାଉଛୁ ଯାହାରେ
ଗୁରୁ ଶିକ୍ଷା ବଳୁ ତୁହି
ପ୍ରେମ ଶ୍ରଦ୍ଧା ଜ୍ଞାନ ଅଙ୍କୁରିତ କରୁ
ଗୁରୁ ପ୍ରତାପରୁ ତୁହି।
ଏକଲବ୍ୟ ପରି ଗୁରୁ ପଦେ ଭକ୍ତି
ରହି ଥାଉ ଚିର ଦିନ
କର୍ଣ୍ଣ ବୀର ପରି ଭକ୍ତି ରହୁ ହୃଦେ
ହେଉଟି ଯେତେ କଠିନ।
ଶୋଇ ଥିଲେ ଗୁରୁ ପ୍ରଭୁ ପର୍ଶୁରାମ
ଶିଷ୍ୟ କର୍ଣ୍ଣଙ୍କର କଳେ
ବିଷାକ୍ତ କୀଟ ଟି ଜଙ୍ଘ କାମୁଡିଲା
ସହୁ ଥିଲେ ଶିଷ୍ୟ ବଳେ।
ରକ୍ତ ବହୁଥିଲା ଧାର ଧାର ହୋଇ
ସତେ କି ଧାରା ଶ୍ରବଣ
ନିଦ୍ରା ଗୁରୁଙ୍କର ନଭାଙ୍ଗୁ ତହିଁରେ
ଭକ୍ତିର ଥିଲା କାରଣ।
କର୍ଣ୍ଣ ଏକଲବ୍ୟ ପରି ଭକ୍ତି ରହୁ
ସର୍ବଦା ଗରୁ ଚରଣ
ସର୍ବୋତ୍ତମ ସ୍ଥାନ ଗୁରୁଙ୍କ ଚରଣ
ଭକ୍ତି ରହୁ ଅନୁକ୍ଷଣ।
ଗୁରୁ ପରା ବ୍ରହ୍ମା ଗୁରୁ ପରା ବିଷ୍ଣୁ
ଗୁରୁ ଦେବ ମହେସର
ସାକ୍ଷାତରେ ଗୁରୁ ପରମ ବ୍ରହ୍ମଟି
ଭକ୍ତି ରହୁ ନିରନ୍ତର।
