Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Jharana Satapathy

Others

4.2  

Dr Jharana Satapathy

Others

ସାଥିଟିଏ ତୁମେ ମୋର ସାତଜନ୍ମର

ସାଥିଟିଏ ତୁମେ ମୋର ସାତଜନ୍ମର

1 min
254



ତୁମ ହାତ ସହ ମୋ ହାତ ଛନ୍ଦି

ବିବାହ ବନ୍ଧନରେ ହୋଇଛେ ବାନ୍ଧି

ସାଥିଟିଏ ତୁମେ ମୋର ସାତଜନ୍ମର

ଲକ୍ଷ୍ମୀ ନାରାୟଣ ପରି ଯୋଡି ଆମର ।


ଵିଵାହ ଅଟେ ଏକ ପବିତ୍ର ବନ୍ଧନ 

ଦୁଇଟି ଆତ୍ମାର ଅପୂର୍ବ ମିଳନ

ଜନ୍ମଜନ୍ମାନ୍ତର ସାଥିର ବନ୍ଧନ

ଯୁଗେ ଯୁଗେ ରହେ ପ୍ରେମ ଚିରନ୍ତନ ।


ମନରେ ସାଇତି ରଖିବାଏହି ସ୍ମୃତିର ଦିନ

ହୃଦୟରେ ନାଚିଉଠେ ସୁନେଲୀ ସପନ

ଦୁଇଟି ମନର ଦୁଇଟି ଆତ୍ମାର ମହାମିଳନ

ମୁଁ ଶରୀର ହେଲେ ତୁମେ ମୋ ଜୀବନ ।


ସାଥିଟିଏ ତୁମେ ମୋର ସୁଖ ଦୁଃଖର

ହସ ଖୁସିରେ ଦୁହେଁ ମିଶି କରିବା ଘର 

ସ୍ନେହ ପ୍ରେମ ଭରା ହେଵ ଆମ ସଂସାର

ହସି ଖେଳି ଉଠିବ ଅଗଣା ଘର ।


ଦଶଦିଗପାଳ ସାକ୍ଷୀ ରଖିବା 

ଏକମନ ଏକ ପ୍ରାଣ ହୋଇ ବଞ୍ଚିବା

ତୁମ ହାତେ ଛନ୍ଦା ମୋ ଜୀବନ ଡୋରି

ଆଜିଠୁ ହେଲି ଅର୍ଦ୍ଧାଙ୍ଗିନୀ ତୁମରି ।


ତୁମେ ମୋ ଦେବତା ମୁଁ ତୁମ ପୂଜା ଫୁଲ

ଭୁଲ କେବେ ବୁଝିବନି ପାଏ ମୁଁ ତୁମକୁ ଭଲ

ଚାହେଁନା ତାଜମହଲ ଅବା ସୁରମ୍ୟ ସମାଧି

ଝଲସିଥାଉ ସର୍ବଦା ମୋର ମଥାର ବିନ୍ଦି ।


ଚାଲିବା ସାଥିଟିଏ ହୋଇ ସାରା ଜୀବନ 

ମନରେ ନରହୁ କିଛି ମାନ ଅଭିମାନ 

ଫଗୁଣର ରଙ୍ଗ ଜୀବନେ ଭରିଲ ହାତ ଧରି ମୋର

ଚଲାପଥର ସାଥୀଟିଏ ହୋଇ ରହିବ ସାତ ଜନମର ।



Rate this content
Log in