ୟୁ ଟର୍ଣ୍ଣ ରୁ ରଙ୍ଗ ଟର୍ଣ୍ଣ
ୟୁ ଟର୍ଣ୍ଣ ରୁ ରଙ୍ଗ ଟର୍ଣ୍ଣ
ତୁମେ ଛତା ନେଇକି ଯାଅ ନହେଲେ ନାଇଁ ବର୍ଷାତି ମତେ ମିଳୁନି. ଆଉ ଟିକେ ଖୋଜି ଦେଖ ନା, ଏ ପୁରୁଣା ଛତା ଟାଙ୍ଗି ଧରି ବାଇକରେ ଯାଇହେବ କି କୁହ!କଲେଜରେ ପଢିଲା ବେଳେ ତ ଏଇ ଛତା ଟାଣି ମୁଁ ପଛରେ ବସୁଥିଲି ତୁମେ ବାଇକ ଚଲାଉ ଥିଲ ଆଜି କାହିଁକି ନୁହେଁ!ସେତେବେଳେ ବର୍ଷା ପଡିଲା ମାତ୍ରେ ମତେ ଅନୁରୋଧ କରୁଥିଲ ଛତା ଧରି ପଛରେ ବସିଲେ ତୁମ ସହ ମୋ ମୁଣ୍ଡ ମଧ୍ୟ ଓଦା ହେବାରୁ ରକ୍ଷା ପାଇଯାଆନ୍ତା କହୁଥିଲ. ଆଜି ବାହାଘର ପରି ୟୁ ଟର୍ଣ୍ଣରେ ସବୁ ଭୁଲିଗଲ. ସେଦିନ ଅଧିକାର ପାଇବାକୁ ଅନୁରୋଧ କରୁଥିଲ ଆଜି ମତେ ଟିକେ ମାର୍କେଟ କମ୍ପ୍ଲେକ୍ସରେ ଛାଡ଼ିଦେବାକୁ ସେଦିନର ସ୍ମୃତି ବହନ କରୁଥିବା ଛତା ତୁମର ପୁରୁଣା ହୋଇଗଲା ନା ଆମ ବିବାହ ପରେ ମୁଁ ପୁରୁଣା ହୋଇଗଲି କହି ଉଷୁନା ହାଣ୍ଡି ପରି କରିଥିବା ଘରଣୀ ଲିସା ମୁଁହଁ ଦେଖି ଖାଲି ଚମକି ପଡ଼ିନଥିଲେ ସ୍ୱାମୀ ବରଂ ଭାବୁଥିଲେ ସେଦିନର କଥା ସବୁ.ଲିସାକୁ ପାଇବା ପାଇଁ ଏଇ ଛତାକୁ ଛାତ କରି ପାଖାପାଖି ବସିବା ସୁଯୋଗରେ ଲିସାର ସାନିଧ୍ୟ ଟିକେ ପାଇବାକୁ ସେ କେତେ ବ୍ୟାକୁଳ ଥିଲେ. ହଉ ହଉ ଆସ ଛତା ଧରି ପଛରେ ବସ କହି ଅତନୁ ଗାଡି ଷ୍ଟାର୍ଟ କଲାବେଳେ ଭାବୁଥିଲେ ସତରେ ପିଲାଦିନେ ଏଇ ଛତା ତଳେ ଦୁଇ ତିନିଜଣ ସାଙ୍ଗ ମିଶି ଚାଲିବାରେ କେତେ ଆତ୍ମୀୟତା ଥିଲା.ଆଜି କିନ୍ତୁ ବର୍ଷାତି ପିନ୍ଧି ବାପାଙ୍କ ପଛରେ ପୁଅ ହେଉ ଅବା ଝିଅ ବାଇକ ଉପରେ ପାଖାପାଖି ନିକଟରେ ବସି ମଧ୍ୟ ପରସ୍ପର ଠାରୁ କେତେ ଦୂରରେ!ପଛରେ ସ୍ତ୍ରୀ ଲିସା ମଧ୍ୟ ଦେଖୁଥିଲେ ବାଇକରେ ବର୍ଷାତି ପିନ୍ଧି ବାପା ବା ଜେଜେବାପାଙ୍କ ପାଖରେ ପୁଅ, ଝିଅ, ନାତି କି ନାତୁଣୀ ବର୍ଷାତି ପିନ୍ଧି ସ୍କୁଲ ଯାଉଛନ୍ତି ସେପଟୁ ମୁଁହଁ ଫେରାଇ ଲିସା ଦେଖୁଥିଲେ ଏପଟେ ଶ୍ରମିକମାନେ ଯୋଡି ଯୋଡି ବଣି ପରି ବନ୍ଧୁ ବା ଦମ୍ପତ୍ତି ଚାଲିଛନ୍ତି ବର୍ଷାରେ ଏକାଠି ଗୋଟିଏ ଛତା ତଳେ. କେତେ ନିକଟତର ଏଇ ଛତାରେ ସେମାନେ ସତରେ!
ମାର୍କେଟ କମ୍ପ୍ଲେକ୍ସ ଆସିଯାଇଥିଲା. ବାଇକରୁ ଓଲ୍ହେଇ ଅତନୁ ଚାଲିଯାଇଥିଲେ ବର୍ଷାତି ପିନ୍ଧି ଅଫିସ ଅଭିମୁଖେ ଆଉ ଛତା କଥା ଭାବୁ ଭାବୁ ଲିସାଙ୍କର ପୁଅ କଥା ମନେ ପଡୁଥିଲା.ସେଦିନ ଛତାଟି ଖୋଜି ଖୋଜି ନାକେଦମ ହେଲେଣି ସୁମି. କୋଉଠି ପାଉ ନାହାଁନ୍ତି. ବାସନ୍ତୀ କାମ ସାରି ଫେରିଲା ବେଳକୁ କୋଉଠି ଥିଲା ଏ ଅଦିନିଆ ବର୍ଷା,କଚାଡିଲାଣି. ସେ ଘରକୁ ଗଲେ ତାକୁ ତା ଝିଅ ପାଇଁ ଖୁଦୁରୁକୁଣୀ ଭୋଗ ସଜାଡିବାର ଅଛି ଯେ. ବାସନ୍ତୀ କହୁଥିଲା ଥାଉ ମାଆ ମୁଁ ଜରି ଘୋଡେଇ ହୋଇ ଚାଲିଯିବି. ଅନ୍ଧାର ହେଲାଣି ଝିଅ ଡରୁଥିବ. ମୁଁ ଗଲେ ସେ ଓଷା କରିବାକୁ ସାଙ୍ଗ ମାନଙ୍କ ସଙ୍ଗେ ମିଶିକି ଯିବ ପରା ମାଆ ମୁଁ ଯାଉଛି. ରହ ରହ ଓଦା ହେଲେ ଥଣ୍ଡା ଜ୍ୱର ଛାଡିବ ନାହିଁ. କାମକୁ ଆସିପାରିବୁ ନାହିଁ. ଏତିକି କହିଛନ୍ତି କି ନାହିଁ ସୁମି, ପୁଅ ଦଉଡି ଦଉଡି ଆସିଲା. ହାତରେ କଣ ଗୋଟେ ଲେଖା ଧରିଥାଏ.
ସୁମି ପଚାରିଲେ, ଛତାଟା ଦେଖିଛୁ କି ବାବୁ? ହଁ ମାଆ, ଖାଲି ଦେଖିଛି ନୁହେଁ ନେଇଛି. କୁଆଡେ? କାହିଁକି?? ବାସନ୍ତୀ ମାଉସୀ ଓଦା ହୋଇକି ଘରକୁ ଗଲେ ତା ଦେହ ଖାରାପ ହେବନି. ଆଣିଲୁ ଆଣିଲୁ ଛତା. ମୁଁ ସେଇଟା ଟମି ଓ ତା ଛୁଆଙ୍କ ମୁଣ୍ଡ ଉପରେ ଘୋଡେଇ ପୋତି ଦେଇ ଆସିଛି. ବାସନ୍ତୀ ମାଉସୀଙ୍କୁ ତୁମେ ତୁମ ରେନ କୋର୍ଟ ଦେଇଦିଅ. ସେ ଭଲରେ ଘରେ ପହଞ୍ଚିଯାଇ ପାରିବେ. ହେଲେ ମାଆ ସେ କାଲିଆ କୁକୁରଟା ତା ଛୁଆ ସହ ରାତି ସାରା ଓଦା ହେଲେ ତା କଥା କିଏ ବୁଝିବ କହିଲ?ଉପର ବର୍ଷାକୁ ତଳ ଓଦା.ମୁଁ ଅଖା ପାରି ଅଖା ଉପରେ ସେମାନଙ୍କୁ ରଖି ଛତା ପୋତି ଦେଇଛି. ଆଉ କଣ ଲେଖିଛୁ ସେଥିରେ?? ସେଇକଥା,ଯାହା ଟିକେ ଆଗରୁ ତୁମେ ବାସନ୍ତୀ ମାଉସୀଙ୍କୁ କହୁଥିଲ. ସମସ୍ତେ ନିଜ ନିଜ ଚାରିପାଖରେ ଥିବା ପଶୁଜନ୍ତୁଙ୍କୁ,ବର୍ଷା ଦାଉରୁ ରକ୍ଷା କରନ୍ତୁ. ନହେଲେ ସେମାନଙ୍କ ଦେହ ଖରାପ ହେବ. ତୁମେ ଖାଲି ତାଙ୍କୁ ଖାଇବାକୁ ଦେଲେ କଣ ହେବ ମା, ତାଙ୍କର ବି ଆଶ୍ରୟ ଦରକାର ନା ମା. ତାଙ୍କର ଦେହ ଖାରାପ ହେଲେ ସେ ପ୍ରଥମତଃ କଥା କହିପାରନ୍ତି ନାହିଁ ଦ୍ୱିତୀୟତଃ କହିବେ କାହାକୁ, କିଏ ଶୁଣିବ ତାଙ୍କ ଦୁଃଖ. ମାଆ କାନ୍ଦିପକେଇଥିଲେ. ବାସନ୍ତୀ ମାଉସୀ ମାଆଙ୍କ ରେନ କୋର୍ଟ ପିନ୍ଧି ଚାଲି ଯାଉ ଯାଉ କହୁଥିଲା, ଛୋଟ ବାବୁଙ୍କୁ ମାଆ ମଙ୍ଗଳା ଏମିତି ସଦବୁଦ୍ଧି ଦେଉଥାଆନ୍ତୁ.
ଭାବୁ ଭାବୁ ଦୁଆରେ ଲାଗିଲା ରିକ୍ସା. ଗୋଟିଏ ଛତାକୁ ଛାତ କରି ଶ୍ରମିକ ଦମ୍ପତ୍ତି ପହଁଞ୍ଚି ସାରିଥିଲେ. ସେମାନଙ୍କୁ କାମ ଦେଖାଇ ଲିସା ତିନିକପ ଚା ନେଇ ଆସି ପହଁଞ୍ଚି ଗପ ଯୋଡି ଦେଇଥିଲେ. ଅଳ୍ପ ଭାଙ୍ଗି ପଡ଼ିଥିବା ଉପର ଛାତରୁ ତଳକୁ ପାଣି ଯାଉଥିବାରୁ କିଛି ଇଟା ସହ ସିମେଣ୍ଟ ଓ ଗୋଡି ଯୋଡି ଚାଲିଥାନ୍ତି ସ୍ୱାମୀ ଓ ସ୍ତ୍ରୀ ଦୁହେଁ. ସ୍ତ୍ରୀ କହୁଥାଏ ତୁମ ଘରେ କାମ କରୁଥିବା ବାସନ୍ତୀ କଥା ଶୁଣିଲଣି ମାଆ. ନା ତ, ଏବେ ଆମ ଘରେ ରମା ରହିବା ପରଠାରୁ ବାସନ୍ତୀ ଖବର ଜାଣିପାରିନି. କଣ ହେଲା ତାର!ଏକମାତ୍ର ଝିଅକୁ ମଣିଷ କରିବାକୁ ଯାଇ ହାରିଯାଇଛି ମାଆ ବାସନ୍ତୀ.କଣ ହେଲା ଫିଟେଇ କୁହମତେ କହି ଲିସା ଶୁଣୁଥିଲେକାହାଣୀ ପରି ଲାଗୁଥିବା ସତ କଥାଟି. କାମକୁ ଆସିଥିବା ସ୍ତ୍ରୀ ଲୋକଟି ସ୍ୱାମୀ ପାଖକୁ ସିମେଣ୍ଟ ମସଲା ବଢ଼େଇ ଦେଇ କହୁଥିଲା ବାସନ୍ତୀ ଝିଅକୁ କଲେଜରେ କିଏ ଫେବର ମାଗିବାରୁ ସେ ଦୋକାନ ରେ ନିଦ ବଟିକା କିଣିବା ଦେଖି ଆମ ପୁଅ ବାସନ୍ତୀ ମାଉସୀଙ୍କୁ ସବୁକଥା କହିଦେଇଥିବାରୁ ଝିଅଟା ବଞ୍ଚିଗଲା ମାଆ. ନହେଲେ ତ କଥା ସରିଥିଲା ଜାଣ ମାଆ. ଆମେ ମୂର୍ଖ ଲୋକ ସେ ଫେବର କଥା କଣ ଜାଣୁ!ପୁଅ ଆମର କହୁଥିଲା ସେଇଟା ସେମିତି କିଛି ବଡ଼ କଥା ନହେଲେ ମଧ୍ୟ ଛୋଟ କଥା ନୁହେଁ. ଯିଏ ଦେକୁ ନେଇ ସାହାସ ହରାଇବ ସେ ଖାଲି ପସ୍ତେଇବ. ବାସନ୍ତୀ କହୁଛି ତା ଝିଅ ଖୁଦୁରୁକୁଣୀ କରେ ବୋଲି ତାକୁ ମାଆ ମଙ୍ଗଳା ବଞ୍ଚେଇଦେଲେ କିନ୍ତୁ ଆମ ପୁଅ ବାସନ୍ତୀ ଝିଅକୁ ବାହା ହେବାକୁ ଜିଦ କରୁଛି. କଣ କରିବୁ ବୁଝିପାରୁନୁ. ଯୋଉ ଝିଅକୁ କେହି ଫେବର ମାଗେ ତାକୁ ବୋହୁ କରିବା କେତେ ଦୂର ଠିକ ବୁଝିପାରୁନଥିବା ବେଳେ ଆମ ପୁଅ କହୁଛି ତୁମେ ଦୁହେଁ ରାଜି ହେଲେ ମୁଁ କାଉଡ଼ିଆ ସାଜି ଶିଙ୍କ ଶୀରରେ ଜଳଶାୟୀ କରିବି. କୋଉ କୂଳକୁ ହେବୁ ବୁଝିପାରୁନୁ. ପୁଅ ବୁଝେଇ କହୁଛି ଫେବର ମାନେ ଶିବଙ୍କ ଶୀରରେ ଜଲଲାଗି କଲେ ଯାହା ମିଳେ ସେଇଟା ଫେବର. ଜଳ ଲାଗି କଲେ କରୁଣା, କୃପା, ଦୟା ମିଳେ. ସେଇଟା କଣ ମାଗିବା ଜିନିଷ ଯେ ବାସନ୍ତୀ ଝିଅକୁ କେହି ମାଗିଲା, ଯଦି ମାଗିଲା ଏଥିରେ ନିଦ ବଟିକା ଖାଇ ଜୀଵନ ହାରିବା କଣ ଦରକାର ବୁଝି ହେଉନି.ଲିସା ବୁଝିପାରୁନଥିଲେ ରଙ୍ଗ ଟର୍ଣ୍ଣ କଥାଟାକୁ କେମିତି ବୁଝେଇବେ!
ଲିସା ବୁଝେଇ ଦେଲେ ଆମ ଭାଷା ଭାରି ମଧୁର. ସେଥିରେ ଇଂରାଜୀ ଶବ୍ଦ ପଶି ଆସିଲେ ବୁଝିବା ଅସୁବିଧା ହୁଏ. ବାସନ୍ତୀ ଝିଅର ଏତିକିରେ ଭାଙ୍ଗି ପଡ଼ିବାର ନଥିଲା ବରଂ କିଏ କାହିଁକି ତାକୁ ଫବର ମାଗିଲା ବୁଝିବାର କହିବାର ଥିଲା. ଝିଅ ଯଦି ପାଠ ପଢି ସାହାସୀ ଓ ଧର୍ଯ୍ୟ ରକ୍ଷିଣାପାରିଲା ତେବେ ପାଠ ର ମୂଲ୍ୟ କଣ? ଆଛା ତୁମ ପୁଅ ବାସନ୍ତିର ଝିଅକୁ ବାହାହେବ କହୁଛି ଯେ ବାସନ୍ତୀ ଝିଅ ଏକଥାକୁ ଦିହକୁ ନେଇ ଫେବର ବୋଲି ଭାବୁନିତ? ନାଇଁ ମାଆ ଆମ ପୁଅ ଓ ବାସନ୍ତୀ ଝିଅ ପରା ପିଲାଦିନୁ ଗୋଟିଏ ଛତା ତଳେ ଖରା ବର୍ଷାରେ ଯାଇ, ଗୋଟିଏ ଥାଳିରେ ଖାଇ ତାଙ୍କ ଭିତରେ ଭାବ. ଲିସା ଏଥର ଚୁପ ରହିଥିଲେ. ସେଦିନ ସନ୍ଧ୍ୟାରେ ସ୍ୱାମୀ ଆଣିଥିବା ନୂଆ ଛତାଟି ଦେଖି ଲିସା ଭାବୁଥିଲେ ବାସନ୍ତୀ ଝିଅକୁ ଦେଇ କହିବେ କଥାର ରଙ୍ଗ ଟର୍ଣ୍ରେ ନପଡ଼ି ଏଇ ଛତା ପରି ଛାତ ଵନିଯିବା ଉଚିତ.ପୁଅ କହୁଥିଲା ତୁ ଜାଣିଛୁ ମାଆ ଗୋଟେ ଝିଅକୁ ଛତଟିଏ ମାଗିବାକୁ ଯାଇ ମୋ ସାଙ୍ଗ ସେହି ଝିଅକୁ ଟିକେ ଫେବର କର କହିବାରୁ ସେ ଝିଅ କଥାରୁ ନଥା ବାହାର କରି ୟୁ ଟର୍ଣ୍ଣ ରୁ ରଙ୍ଗ ଟର୍ଣ୍ଣ କରି ଅବୁଝାମଣା ହୋଇ ଜୀଵନ ହାରିବାକୁ ବସିଥିଲା. ଆଜି ମୋ ସାଙ୍ଗର କେଶ ରଫା ଦଫା ହୋଇଛି. ଦେଲୁ ଦେଲୁ ନୂଆ ଛତଟା ମୁଁ ଯାଏ ଟିକେ ବୁଲି ଆସେ ବଜାର ଆଡ଼େ. ଲିସା ବଡ଼ ବଡ଼ ଆଖି କରି ପୁଅକୁ କହିଲେ କୋଉ ଝିଅକୁ ଫେବର କର ବୋଲି ଯେମିତି ନକହୁ ଆଜିଠୁ.

