ଯମପୁର
ଯମପୁର
ସେଦିନ ଲୁଡୁ ଖେଳୁ ଖେଳୁ ବାଜିର ଗୋଟି ଚଳାଉ ଚଳାଉ ନିଦ ହୋଇଯାଇଥିଲା ପର୍ଶୁରାମ ବାବୁଙ୍କୁ ଆଉ ଆଖି ଖୋଲିଲା ବେଳକୁ ସେ ଯୋଉଠିଥିଲେ ସେଠି ଖୋଦ ଯମରାଜାଙ୍କ ଦରବାର ଚାଲିଥିଲା, ଆଉ ସେ ଶେଷ ଧାଡିରେ ଥାଇ ଜଣଙ୍କ ପରେ ଜଣଙ୍କର ଦୋଷ ତ୍ରୁଟି ବିଚାର ପରେ କାହାକୁ ଫୁଟନ୍ତା ତେଲ କଡେଇରେ ପକେଇବାର ନିର୍ଦ୍ଦେଶ ମିଳୁଥିଲା ତ କାହାକୁ ନିଆଁରେ ଚାଲିବାକୁ, କାହାକୁ କାଚ ଉପରେ ଶୋଇବାକୁ ତ କାହାକୁ ଖଣ୍ଡାଧାରରେ ବସିରହିବାକୁ, ଏସବୁ ଦେଖି ପର୍ଶୁରାମ ବାବୁଙ୍କୁ ଭୀଷଣ ଡର ମାଡୁଥିଲା ବେଳେ, ତାଙ୍କ ପାଳି କେବେ ପଡିବ ଅପେକ୍ଷାରେ ସେ ଥିଲେ l
ଚିତ୍ରଗୁପ୍ତ ତାଙ୍କ ପାଇଁ ଓକିଲାତି କରୁଥିଲେ, ଏ ମହାଶୟ କେବେ କାହାକୁ କୌଣସି ବି ପରିସ୍ଥିତିରେ ଖାଲରେ ପକାଇବା ଦୂରେ ଥାଉ, କାହାର ଅନିଷ୍ଟ ଚିନ୍ତା କରିନାହାନ୍ତି, ବରଂ ସମସ୍ତଙ୍କୁ ସଖ୍ୟ ମତେ ସାହାଯ୍ୟ ସହଯୋଗର ହାତ ବଢ଼େଇ ଦୟା କ୍ଷମା, ଶାନ୍ତି ଓ ସଦ୍ଭାବନା ପାଇଁ ସର୍ବଦା ଚେଷ୍ଟିତ ରହିଆସିଛନ୍ତି l
ତ ତାଙ୍କୁ ଏହି ସ୍ଥାନକୁ କାହିଁକି ଆଣିଲି ପ୍ରଶ୍ନ ରେ ଚିତ୍ରଗୁପ୍ତ କହିଲେ ଭୁଲରେ ମଣିମା, ଆଜି ସେ ନିଜେ ନିଜେ ଲୁଡୁ ଖେଳୁ ଥିବା ବେଳେ ଲୁଡୁ ପାଲିର ବାଜିର ଗୋଟି ମାରି ନିଜକୁ ନିଜେ ବାଦଶାହା ଭାବିନେବା କେବଳ ତାଙ୍କର ଅପରାଧ, ଆଉ ଆମ ଲୋକ ବି ନ ଚିହ୍ନି ପାରି ତାଙ୍କୁ ଉଠେଇ ଆଣିଛନ୍ତି l
ତାଙ୍କ ସ୍ତ୍ରୀ ମଧ୍ୟ ବହୁ ପତିବ୍ରତା ରମଣୀ, ସ୍ୱାମୀଙ୍କ ସୁଖ ଦୁଃଖ ରେ ଭାଗି ହୋଇ ଚାଲିବା, ସତ୍ୟ ଧର୍ମ ନ୍ୟାୟ ରେ ସ୍ୱାମୀଙ୍କ ଅନୁଗାମିନୀ ହେବା ତାଙ୍କର ଏକମାତ୍ର ଲକ୍ଷ୍ୟ, ଏଇ ଦେଖୁନାହାନ୍ତି ଅଜ୍ଞା ସେ ଏଯାଏଁ ପୂଜା ଘରେ ଭାଗବତ ଓ ଗୀତା ପାଠ କରୁଛନ୍ତି, ସ୍ୱାମୀଙ୍କ ଆୟୁଷ ପାଇଁ, ଧ୍ୟାନ ଜପ ତପ ଓ ପୂଜା କରୁଛନ୍ତି, ସେ ଯେବେ ଜାଣିବେ ଆମେ ତାଙ୍କ ଆଗରୁ ତାଙ୍କ ସ୍ୱାମୀଙ୍କୁ ସଶରୀରେ ନେଇଆସିଛୁ, ସେ ହୁଏତ କଳି ଯୁଗର ସାବିତ୍ରୀ ଵନିଯାଇ ଏଠାକୁ ସ୍ଵଦେହରେ ଆସି କଣ ବୋଲି କଣ କହିବେ l
ଯମ ଦେବ ବିଚଳିତ ହୋଇ ଆଦେଶ ଦେଲେ, ସତୀ ନାରୀର ସ୍ୱାମୀଙ୍କୁ ଶୀଘ୍ର ସଶରୀରରେ ଛାଡିକି ଆସ, ହେଲେ ସେ ଆଉ ଲୁଡୁ ଗୋଟି ଚାଳନା ନକରିବାକୁ ତାଙ୍କୁ ନିର୍ଦ୍ଦେଶ ରହିଲା, ପର୍ଶୁରାମବାବୁ ଆଉ ସେଦିନଠୁ ଲୁଡୁ ଗୋଟି ଚାଳନା କରିବା ଭୁଲି ଯାଇଛନ୍ତି l
