ଯୌଥ ପରିବାର
ଯୌଥ ପରିବାର
ଅଜାଙ୍କର ତିନି ପୁଅ ଥିଲେ। ଭାରି ଖୁସିରେ ସମୟ କଟି ଯାଉଥିଲା। ଏକତା ରକ୍ଷା କରି ଘର ମନ୍ଦିରର ସୌନ୍ଦର୍ଯ୍ଯ ବଢା଼ଉଥିଲେ। ଗାଁ'କି ପଡୋ଼ଶୀ ଲୋକମାନେ ଏମାନଙ୍କର ଐକତା ଉପରେ କେବେ ବି ବିଶୃଙ୍ଖଳ ମନୋଭାବ ଜାହିର କରିବାକୁ ଆଗେଇ ଆସି ପାରୁ ନ ଥିଲେ। ଅଜା ନିଜର ପୁଅ ମାନଙ୍କୁ ନେଇ ଗର୍ବ ଓ ଗୌରବର ଚିହ୍ନ ହୃଦୟରେ ବସା ବାନ୍ଧି ରଖିଥିଲେ।
ସମୟକ୍ରମେ ଅଜାଙ୍କର ପୁଅମାନେ ପାଠ ପଢି଼ ବଡ଼ ହେଲେ। ବଡ଼ ରୋଜଗାର କରି ଧନର ପାହାଡ଼ ଠିଆ କରେଇଲେ। ଅଜାଙ୍କର ମନ କୁଣ୍ଢେ ମୋଟା ହୋଇ ଯାଉଥିଲା ଯେବେ ପୁଅମାନେ ସତ୍ଯ,ଶାନ୍ତି,ପବିତ୍ରତା ଓ ପରସ୍ପର ପ୍ରତି ମମତା ରଖି କାଳାତିପାତ କରୁଥିଲେ। ଚାକିରି କରିବାରୁ ପୁଅମାନେ ବାହାରେ ରହିଲେ କିଏ କଲିକତା ତ କିଏ ବାଙ୍ଗାଲୋର ପୁଣି କିଏ ମହାରାଷ୍ଟ୍ର। ଆଜି ଅଜାଙ୍କର ମନ ଓ ହୃଦୟ କୌଣସି ସନ୍ତୋଷ ହିଁ ନାହିଁ ଅର୍ଥ ସିନା ଆସି ଠିଆ ହେଊଛି ହେଲେ ପରସ୍ପର ପ୍ରତି ଯେଉଁ ଭାବ ବିନିମୟ ସ୍ନେହ,ପ୍ରେମ ଓ ଭଲ ପାଇବା ଚୁଲିକୁ ଗଲାଣି। ନିଜ ପରିବାର ପ୍ରତି ସନ୍ଦେହର ପାଚେରି ମଧ୍ଯ ଠିଆ ହେଲାଣି। କ'ଣ କରିବାକୁ ହେବ ବୁଦ୍ଧି ବାଟ ବି କୌଣସି ହେଉ ନାହିଁ। ନିଜେ ପଛେ ଦୁଃଖ ଓ କଷ୍ଟରେ ରହିବେ ହେଲେ ପୁଅଙ୍କର ଦୀର୍ଘ ଭବିଷ୍ଯତ କାମନା କରିବା ବ୍ଯତୀତ ଅନ୍ଯ ପଥ ହିଁ ନାହିଁ। ଏହି ମର୍ମରେ ନିଜ ଲୁହ ନିଜେ ପିଉଥିଲେ ଅଜା ଆଉ ଜାକିଜୁକି ଯେମିତି ରହୁଥିଲେ ଘରର କୋଣରେ।
ଆଜି ଘରଟି ଶୂନଶାନ ଲାଗୁଛି। ବୁଢା଼ବୁଢୀ଼ ଦୁଇଜଣ କ'ଣ କିଛି ଖାଇବାକୁ ଚାହିଁଲେ ବି ମନ ବଳୁ ନାହିଁ। ପୁଅତିନି ଜଣଙ୍କ କଥା ଭାବିଭାବି ଆଖିରୁ ପାଣି ମରୁନାହିଁ। ପୁଅମାନେ ବାହାରେ ରହି ନିଜ ବାପା ଓ ମାଆଙ୍କର ଆଜ୍ଞତାରେ କେବଳ ବିବାହ ନୁହେଁ ପୁତ୍ର କନ୍ଯା ସନ୍ତାନର ଜନକ ହୋଇ ସାରିଲେଣି। ଘରର ମୁରବୀ ବୋଲି ଯେଉଁ ଶଦ୍ଦଟି ଥିଲା କେଉଁ ଅଳିଆ ଗଦାକୁ ଯୋଗ୍ଯ ହୋଇ ଗଲାଣି। ସେ ଦିନ ବଡ଼ ପୁଅର ପୁଅ ସୌମ୍ଯ ରଜ୍ଞନ ଅଜାଙ୍କ ପାଖକୁ ଆସି ପ୍ରଣାମ ସହ ନିଜର ପରିଚୟ ଦେଲା ଆଉ ଆଖିରେ ପାଣି ବହିବାର କାରଣ ପଚାରିଲା। ଅଜା ଯେବେ ଜାଣିଲେ ସୌମ୍ଯ ରଞ୍ଜନ ତାଙ୍କର ନାତି ତ କୋଳେଇ ନେଇ ଭଲକି ଖୁଆଇ ପାଖରେ ବସେଇଲେ। ବିଶ୍ରାମ ବେଳେ ଘଟି ଯାଇଥିବା ସବୁ କଥାକୁ ଫିଟାଇ କହିଲେ। ଏ କଥା ଶୁଣି ସୌମ୍ଯ ରଞ୍ଜନ କହିଲା,"ଅଜା ! ଏ ଘର ଦିନେ ଶାନ୍ତି ଓ ସୌନ୍ଦର୍ଯ୍ଯ ସ୍ବରୂପ ଥିଲା ହେଲେ ବାପା ଓ କାକାଦ୍ବୟ ଅମଣିଷ ହୋଇ ଆପଣଙ୍କୁ ଯେଉଁ କଷ୍ଟ ଦେଲେ ମୁଁ ଅବଶ୍ଯ ସେମାନଙ୍କୁ ସମୁଚିତ ଶିକ୍ଷା ଦେବି। ଏବେ ଏହିକ୍ଷଣି ବାପା ଓ ମାଆଙ୍କର ଅଜ୍ଞତାରେ ଝିଅଟିଏ ନେଇଆସି ତାଙ୍କ ସମ୍ମୁଖକୁ ଯିବି ଦେଖିବି ତାଙ୍କର ମନ ଓ ହୃଦୟ ବିଦାରି ଉଠୁଛି କି ନାହିଁ।?" ଏ କଥା ଶୁଣି ଅଜା କହିଲେ,"ସୌମ୍ଯ ରଞ୍ଜନ ! ତୁ ସେ ଭୁଲ କାମ କର ନାହିଁ ଯାହା ହୋଇ ଯାଇଛି ଭାବିନେବୁ କି ଏହା ଏକ ଦୁର୍ଘଟଣା ଥିଲା।" ଅଜା ଲୁହ ପୋଛୁ ପୋଛୁ ପୁଣି କହିଲେ,"ସୌମ୍ଯ ରଞ୍ଜନ ଏ ଘର ଯୌଥ ପରିବାରୁ ଯେଉଁଦିନ ଏକକ ପରିବାରରେ ଗଣା ହେଲା। ଏ ଗାଁ'ର ଲୋକେ ଓ ପଡୋ଼ଶୀ ଲୋକେ ଆଜିକାଲି ଆଙ୍ଗୁଳି ଗେଞ୍ଜି କହୁଛନ୍ତି କି ରଙ୍ଗ ଛାଡି଼ ଗଲାକି ପ୍ରତାପ ବାବୁ?"
ସତରେ ! ମୋର ଘର ପରିବାରର ରଙ୍ଗ ଛାଡି଼ ଗଲାଣି। ଯେଉଁ ରଙ୍ଗ ପାଇଁ ଦିନେ ମୁଁ ଗର୍ବ ଓ ଗୌରବର ପାତ୍ରଥିଲି। ଲୋକଙ୍କୁ ଏହାରି ବଳରେ ଯୌଥ ପରିବାରର ଗୁଣ ଓ ଧର୍ମକୁ ପ୍ରଚାର ଓ ପ୍ରସାର କରୁଥିଲି ସବୁ ପାଣି ଫୋଟକା ପରି ମିଳେଇ ଗଲାରେ ସୌମ୍ଯ ରଞ୍ଜନ।"
ସୌମ୍ଯ ରଞ୍ଜନ ଅଜାଙ୍କର ଆକୁଳତା ବୁଝିଲା ଓ ନିଜେ ଅଣ୍ଟା ଭିଡି଼ଲା କି ସେ କୌଣସି ଚାକିରି କରିବ ନାହିଁ କି ବାହାରେ ରହିବ ନାହିଁ ଘର ପରିବାର ସହ ମିଶି ଶାନ୍ତିରେ ସମୟ କଟେଇବ। ଏ କଥା ଯଦିଓ ଅଜାଙ୍କ ସମ୍ମୁଖରେ ବଖାଣିଲା ନାହିଁ ତଥାପି ଯେଉଁ ଦୃଢ଼ ସଙ୍କଳ୍ପ ନେଲା ଅଜା ସୌମ୍ଯ ରଞ୍ଜନର ମୁହଁକୁ ବୁଝି ଠଉରେଇ ନେଲେ କି ସୌମ୍ଯ ଭବିଷ୍ଯତରେ ତାର ପରିବାରକୁ ସଜାଡି଼ ଯୌଥ ପରିବାରରେ ରଖିବ ଅବଶ୍ଯ। ଅଜା ସୌମ୍ଯ ରଞ୍ଜନକୁ କୁଣ୍ଢାଇ ଆନନ୍ଦର ଲୁହ ବୁହାଇ ଚାଲିଲେ।
ସୌମ୍ଯ ରଞ୍ଜନର ବାପା ବହୁତ ପାଖକୁ ଡାକିଲେ ନିଜର ଭବିଷ୍ଯତ ଗଠନ କରିବାକୁ ଆହ୍ବାନ କଲେ କିନ୍ତୁ ସୌମ୍ଯ ରଞ୍ଜନ ବାପାଙ୍କ ଆହ୍ବାନକୁ ଅଣଦେଖା କରି ଅଜାଙ୍କ ପାଖରେ ରହି ଶେଷ ଜୀବନକୁ କଟେଇ ଚାଲିଲେ।
