Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Maheswar sahoo

Others


3  

Maheswar sahoo

Others


ଯାହା ଦେଲେ ଖାଏ ମାଆ

ଯାହା ଦେଲେ ଖାଏ ମାଆ

12 mins 295 12 mins 295

ଅତି ଆପଣାର ପୁଅ ମହେଶ । ଏକୋଇର ବଳା ବିଶିକେସନ । ଖାଇବା ଠାରୁ ଶୋଇବା, ଗାଧୋଇବା, ବସିବା, ପଢିବା ଏମିତି ସମସ୍ତ ଚର୍ଚ୍ଚାରେ ସଦା ସର୍ବଦା ନିଜକୁ ନିୟୋଜିତ କରିଥାନ୍ତି ରମା ଦେବୀ । ରମା ଦେବୀ ଯେତେବେଳେ ପୁଅ ଚାରି ବର୍ଷର ହୋଇଥିଲା ସ୍ୱାମୀଙ୍କୁ ହରେଇ ବସିଥିଲେ ଏକ ଗାଡି ଦୁର୍ଘଟଣାରେ । ସ୍ୱାମୀଙ୍କର ମୃତ୍ୟୁ ପରେ ଭାଙ୍ଗି ପଡି ନଥିଲେ ରମା ଦେବୀ । ନିଜର ଭାଇ ଭଗାରୀମାନଙ୍କୁ ସାଥିରେ ନେଇ ଓ ସେମାନଙ୍କର ମନ ନେଇ ଦିନ କାଟି ନେବାର ନିଷ୍ପତ୍ତି ନେଇଥିଲେ ରମା ଦେବୀ ।

  ରମା ଦେବୀ ବିଧବା ଥିଲେ । ସେ ନିଜ ସ୍ୱାମୀଙ୍କର ମୃତ୍ୟୁ ପରେ ପେନସନ ଆକାରରେ ବିଧବା ଭତ୍ତା ବାବଦକୁ ଦଶ ହଜାର ଭଳି ପାଆନ୍ତି । ଏବେ ତାଙ୍କ ଚଳିବା ଓ ପୁଅର ଖର୍ଚ୍ଚ ପାଇଁ ଏକ ପ୍ରକାର ସାହାରା ଭଳି କାମ କରିଥିଲା । ରମା ଦେବୀ ସ୍ୱାମୀଙ୍କ ଦୁଃଖକୁ ନିଜ ପୁଅ ମହେଶକୁ ଛାତିରେ ଧରି ଭୁଲି ଯାଇଥାନ୍ତି । ଯୌବନ କାଳରେ ସ୍ୱାମୀତ୍ୟକ୍ତ ଯନ୍ତ୍ରଣା ରୂପୀ କୋହକୁ ସେ ନିଜ ଚକ୍ଷୁର ଲୋତକ ରୂପେ ପିଇ ଯାଉଥିଲେ । 

  ପରିବାରର ସମସ୍ତ କାମ ସହିତ ଶାଶୁ ଓ ଶଶୁରଙ୍କ ସେବାରେ ସେ ନିଜକୁ ମ୍ରିୟମାଣ କରି ଦେଇଥାନ୍ତି । ବହୁତ ଖୁସିରେ ନିଜ ନଣନ୍ଦ ଓ ଦେବରମାନଙ୍କୁ ନେଇ ସଂସାରର ଭଲ ମନ୍ଦର ତାଳମେଳ ରଖି ଦିନ କାଟୁ ଥାନ୍ତି । ମହେଶ ଧୀରେ ଧୀରେ ବଢିବାକୁ ଲାଗିଥିଲା । ଏବେ ରମା ଦେବୀ ପୁଅର ପାଠ ପଢା ପାଇଁ ନିଜକୁ ବ୍ୟସ୍ତ କରି ଦେଇଥିଲେ । ଘରର ସବୁ କାମ ତା ସହିତ ପୁଅର ପାଠ ପଢା ମଧ୍ୟ ସେ ନିଜେ ଦେଖୁଥିଲେ । ପୁଅ ମହେଶ ପାଠ ପଢିବାରେ ଲାଗିଲା । ଯେଉଁ ମାଆ ସବୁବେଳେ ପୁଅ ପଢ଼ା ପ୍ରତି ଧ୍ୟାନ ଦିଅନ୍ତି ସେ ପୁଅ କେବେ ପଢ଼ାରେ ନିମ୍ନରେ ରହେ ନାହିଁ । କାରଣ ମାଆ ହେଉଛି ପୁଅର ପ୍ରଥମ ଶିକ୍ଷକ । ତେଣୁ ମାଆ ରମା ଦେବୀ ନିଜକୁ ମିଳୁଥିବା ସମସ୍ତ ସମୟ ପୁଅ ପାଇଁ ଖର୍ଚ୍ଚ କରିଦେଉଥିଲେ । କାରଣ ମୋ ପୁଅ ଭଲ ପାଠ ପଢି ଦିନେ ଭଲ ମଣିଷଟିଏ ହେବ । 

  ନିଜ ପେନସନ ପଇସା ଖର୍ଚ୍ଚ କରି କିଛି ବଳକା ପଇସା ସଞ୍ଚୟ କରୁଥିଲେ ରମା ଦେବୀ କାରଣ ପୁଅର ଭବିଷ୍ୟତ ସହିତ ନଣନ୍ଦର ବାହାଘର । ନଣନ୍ଦ ଠାରୁ ଦେବର ବଡ଼ । ଦେବର ବାହାଘର ପ୍ରଥମେ ହୋଇ ଯାଇଥିଲା । କାରଣ ଦେବର ପ୍ରକାଶ ନିଜ ପ୍ରେମ ସମ୍ପର୍କରେ କୌଣସି ଏକ ଝିଅକୁ ପସନ୍ଦ କରି ମନ୍ଦିରରେ ବାହା ହୋଇ ଯାଇଥିଲା । ଏବେ ଘରକୁ ନୂଆ ବୋହୁ ଆସିଛି । ରମା ଦେବୀଙ୍କର ଖୁସି କହିଲେ ନ ସରେ । କାରଣ ସୁଖରେ ଦୁଃଖରେ ପ୍ରକାଶର ସମସ୍ତ ସାଥି ବନ୍ଧୁ ରମା ଦେବୀ ଥିଲେ । ତେଣୁ ରମା ଦେବୀ ଦେବର ପ୍ରେମ ବିବାହକୁ ଗ୍ରହଣ କରି ନେଇଥିଲେ । ଘରକୁ ମଧ୍ୟ ନୂଆ ବୋହୂକୁ ପାଛୋଟି ଆଣିଥିଲେ । 

  ବାହାଘର କର୍ମ ସରିଯାଇଥିଲା । ପ୍ରକାଶ ପାଠ ପଢି ଥିଲା ହେଲେ ବେକାରୀ ଚାକିରୀ ନାହିଁ । ପଇସା ଦରକାର ହେଲେ ଭାଉଜ କିଛି ପଇସା ଦିଅ କହି ମାଗି ନିଏ । ରମା ଦେବୀ ମଧ୍ୟ ପ୍ରକାଶକୁ ପଇସା ଦେବାରେ କୁଣ୍ଠାବୋଧ କରନ୍ତି ନାହିଁ । ପ୍ରକାଶର ବେରୋଜଗାର ଓ ଭାଉଜଙ୍କୁ ପଇସା ମାଗିବା ଓ ଭାଉଜ ସାଙ୍ଗରେ ସବୁବେଳେ ହେଁ ହେଁ ହେବା ତାର ସ୍ତ୍ରୀ ରୀନାକୁ ଭଲ ଲାଗୁନଥିଲା । ରୀନା ବାଧ୍ୟ ହେଇ କହିଲା ତମେ କିଛି କାମ ଦାମ କରୁନ କାହିଁକି । ସବୁବେଳେ ଭାଉଜ ଭାଉଜ ହେଉଛ କାହିଁକି ଯେ । ମୋତେ କହିଲ ଚାକିରୀ କରିବି ହେଲେ ଚାକିରୀ କାହିଁ ?

ପ୍ରକାଶ: " ରୀନା ତମେ ବୁଝୁନ କାହିଁକି ମୁଁ ତ ଅନେକ ଇଣ୍ଟରଭିଉ ଦେଲିଣି ହେଲେ କେଉଁଠି ବାଜୁ ନାହିଁ । ସମୟକୁ ଅପେକ୍ଷା କର " ।

ରୀନା: " ମୁଁ କଣ ଅପେକ୍ଷା କରିବି ଯେ ?? ତମେ ଶିକ୍ଷିତ ହେଲେ ବେକାର । ସେଇ ବିଧବା ଭାଉଜ ପଛରେ ପଇସା ପଇସା ଦିନ ରାତି । ତମରତ ମୋ ପାଇଁ ଶାଢ଼ୀ ଖଣ୍ଡେ ଦେବାର ଯୋଗ୍ୟତା ନାହିଁ । ସତ କୁହ ମୋତେ କାହିଁକି ମିଥ୍ୟା ପ୍ରତିଶୃତି ଦେଇ ନେଇ ଆସିଲ । ମୁଁ କଣ ଜାଣିଥିଲି ତମେ ଅଟେ ଅଯୋଗ୍ୟ ! ବିଧବା ଭାଉଜ ତମର ସାହା ।

ପ୍ରକାଶ: " ରୀନା ତମେ ସେମିତି କୁହନି । ମୁଁ ନିଶ୍ଚୟ ରୋଜଗାର କରିବି ଏତେ ନ ହେଲେ କୌଣସି ଏକ ବେପାର କରିବି । "

ରୀନା: " ମୋର ଚାକିରୀ ଦରକାର । ନହେଲେ ତମେ ତମ ଭାଉଜଙ୍କ ସହିତ ରୁହ, ମୁଁ ଚାଲିଲି । "

ପ୍ରକାଶ :" ରୀନା ତମେ ଏତେ ଜୋରରେ କୁହ ନାହିଁ । କାଳେ ମୋ ଭାଉଜ ଶୁଣିନେବେ। "

ରୀନା : " ଆରେ ମୁଁ ତ ସେ ଶୁଣିବା ପାଇଁ କହୁଛି ! ସେ ଶୁଣିବା ଦରକାର ମୁଁ ଜଣେ ଝିଅ । ମୋର କୌଣସି ଆବଶ୍ୟକତା ରହିଛି ହେଲେ ମୋ ସ୍ୱାମୀ ଜଣେ ବିଧବାର ଚାକର । ମୁଁ ଏଇଥି ପାଇଁ କହୁଥିଲି ଆଗେ ଚାକିରୀ କର ତା ପରେ ବାହା ଘର । ହେଲେ ତମେ କଣ ଶୁଣିଲ ବାହା ହେବା ନିଶାରେ ମୋ ଜୀବନ ନଷ୍ଟ କରିଦେଲ । 

ପ୍ରକାଶ: " ରୀନା ତମେ କହିବାକୁ କଣ ଚାଁହୁଚ? ମୁଁ କଣ ତମକୁ ବାଧ୍ୟ କରି ନେଇ ଆସିଛି ବାହା ହୋଇ । "

ରୀନା: " ତମେ ପୋଷି ପାରିବ ନାହିଁ । ତମର ମୋତେ ଗଣ୍ଡେ ଦାନା ଦେବାର ଶକ୍ତି ନାହିଁ । ମୋ ବାପା ଜଣେ ସରକାରୀ ଚାକିରୀ କରିଥିବା ଲୋକ । ମୁଁ ଏମିତି ପରିବେଶରେ ରହି ପାରିବିନି । ମୋ ବାପାଙ୍କ ପାଖକୁ ପଳେଇ ଯିବି । ବାହାଘର ତିନି ମାସ ହେଇଗଲା । ସବୁଦିନେ ଭାଉଜ ଭାଉଜ । ଏଇ ଡାକ ଶୁଣି ଶୁଣି ମୋତେ ଚିଡା ଆସିଗଲାଣି । ମୁଁ ଆଉ ଗୋଟେ ମୁହୂର୍ତ୍ତ ଏଠାରେ ରହିବାକୁ ଚାହୁଁନି । ଏଇନେ ପଳେଇବି ଆମ ଘରକୁ । "

ପ୍ରକାଶ: " ନେହୁରା ହେଉଛି ରୀନା । ମୋ କଥା ଟିକେ ଶୁଣ । ତମେ ମୋତେ ଗୋଟେ ମାସ ସମୟ ଦିଅ । ମୁଁ ନିଶ୍ଚୟ ରୋଜଗାର କରିବି । ତମ ମନ ପସନ୍ଦର ଜିନିଷ କିଣି ଦେବୀ ରୀନା । ମୋତେ ଟିକେ ସମୟ ଦିଅ । "

ନା ନା ନାଁ କହି ରୀନା ନିଜ ଜିନିଷ ପତ୍ର ଗୋଟେଇ ବାହାରିବାକୁ ଚାହିଁଲା । ଏଇ ସମୟରେ ରମା ଦେବୀ ଆସି କହିଲେ କଣ ହେଇଛି ରୀନା? କଣ ଜିନିଷ ପତ୍ର ଗୋଟେଇବାରେ ଲାଗିଛୁ କୁଆଡେ ଯିବୁକି ?

ରୀନା ସିଧା ସିଧା କହିଲା ତମ ଦେବରର ନିଜର ଗୋଟେ ଟଙ୍କା ଦେଇ ଜିନିଷ କିଣିବାର କ୍ଷମତା ନାହିଁ । ତମେ କଣ ମୋତେ ଏମିତି ପୋଷୁଥିବ । ମୁଁ ଆଉ ଏଠି ଗୋଟେ ମୁହୂର୍ତ୍ତ ରହିବାକୁ ଚାହେଁନି । ରୀନାର କଥା ଶୁଣି ରମା ଦେବୀଙ୍କର ମୁଣ୍ଡରେ ଚଡକ ପଡି ଯାଇଥିଲା । ରମା ଦେବୀ ବୁଝେଇବାକୁ ଯାଇ କହିଲେ ରୀନା ତମେ ଯିବ କୁଆଡେ । ତମ ସ୍ୱାମୀଙ୍କୁ ଛାଡି ତମେ ରହି ପାରିବତ କୁହ ରୀନା ରହି ପାରିବ । ତମେ ପରା ମୋ ସହିତ ଦୈନିକ କଥା ହୁଅ କେବେ ଆମ ଘରକୁ ବୋହୁ ହୋଇ ଆସିବ । ହେଲେ ତମର ଅସୁବିଧା କଣ ଯେ? ମୁଁ ତ ତମକୁ ସବୁ ଜିନିଷ କିଣି ଦେଉଛି । ତମେ କାହିଁକି ଏମିତି ପଦକ୍ଷେପ ନେଇ ନିଜ ଜୀବନକୁ ନଷ୍ଟ କରିବାକୁ ଚାଁହୁଚ ।

 ରୀନା କହିଲା ମୋ ବାପା ଯଉଁଠି ବାହା ଦେବେ ସେଇଠି ବାହା ହେବି । ମୋ ବାପାଙ୍କ କଥା ନ ମାନି ବେକାରୀକୁ ବାହା ହେଇ ଏବେ ମୋତେ ପାଶ୍ଚାତ୍ତାପ ହେଉଛି । ମୁଁ ଆଉ ଗୋଟେ ମୁହୂର୍ତ୍ତ ଏଠାରେ ରହିବିନି । ଭାଉଜ ତମେ ଗୋଟେ କାମ କର । ତମ ସ୍ବାମୀ ମରିଯାଇଛନ୍ତି ନା । ତେବେ ତମେ ଏବେ ଠାରୁ ଦେବର ଆଉ ଭାଉଜ ସ୍ୱାମୀ ସ୍ତ୍ରୀ ହୋଇ ଚଳି ଯାଅ । ୟେ ବେକାରୀ ଜୀବନ ଟିକେ ତ୍ରାହି ପାଉ । ଏମିତି କହି ରୀନା ନିଜ ଜିନିଷ ପତ୍ର ଧରି ସିଧା ଚାଲିଲା । ରୀନାର କଥା ରମା ଦେବୀଙ୍କର ହୃଦୟରେ ତୀର ବିଦ୍ଧ ହେଲା ଭଳି ଲାଗିଲା । ସେ ଆଉ ରୀନା ସହିତ ଗୋଟେ ପଦ ବି କଥା ନ ହୋଇ ସିଧା ନିଜ ଶୋଇବା ଘରକୁ ପଳେଇ ଯାଇ ବହୁତ ମୁଣ୍ଡ ପିଟି କାନ୍ଦିଥିଲେ ।

  ଏବେ ପ୍ରକାଶ ନିଜେ ଗୋଟେ କିଛି କରିବାର ସିଦ୍ଧାନ୍ତ ନେଇ ବ୍ୟାଙ୍କରୁ ଋଣ ନେଇ କୁକୁଡ଼ା ଓ ମାଛ ଚାଷ କରିବାର ସିଦ୍ଧାନ୍ତ ନେଲା । ପ୍ରକାଶ ବହୁତ ପରିଶ୍ରମ କଲା । ଆଉ ରୀନା ସିନା ଘରକୁ ଚାଲି ଗଲା ହେଲେ ଘରେ ତାକୁ ବହୁତ କଷ୍ଟରେ ଗ୍ରହଣ କଲେ । ବାହାଘର ପ୍ରସ୍ତାବ ପାଇଁ ବାପା ବହୁତ ଚେଷ୍ଟା କଲେ ହେଲେ ସମସ୍ତେ କହିଲେ ତମ ଝିଅ ବାହା ହେଇ ସାରିଛି । ସେ କାହା ପାଖରେ ତିନି ମାସ ରହିଲା ପରେ ଆମେ କେମିତି ଗ୍ରହଣ କରିବୁ । ବାପା ଯେତେ ଟଙ୍କାର ଲାଞ୍ଚ ଦେଲେ ମଧ୍ୟ କେହି ଭଲ ଚାକିରୀ ବାକିରି କରିଥିବା ଲୋକ ରୀନାକୁ ବାହା ହେବା ପାଇଁ ରାଜି ହେଲେ ନାହିଁ । ସେମିତି ରୀନା ବାପାଙ୍କ ଘରେ ରହି ନିଜ ଦୁଃଖ ନିଜ ଛାତିରେ ନେଉ ଥାଏ । ସତରେ କଣ ସେ ଭୁଲ କରିଛି ପ୍ରକାଶକୁ ତ୍ୟାଗ କରି । ସେତେବେଳେ ସିନା ନିଜର ଅହଂକାର ଓ ଗର୍ବ ପାଇଁ ଛାଡି ପଳେଇ ଆସିଲା ହେଲେ ଏବେ ତାକୁ ପ୍ରକାଶର ଭଦ୍ରାମି, ମଣିଷ ପଣିଆ, ଭଲ ପାଇବା, ସ୍ନେହ, ପ୍ରେମ ଓ ତ୍ୟାଗ ପ୍ରତି ଅନୁରାଗଭାବ ଆସିଯାଇଛି । 

  ରମା ଦେବୀ ପ୍ରକାଶକୁ ନିଜ ପୁଅ ଭଳି ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ କରୁଥାନ୍ତି । ପ୍ରକାଶ ସିନା ଚାକିରୀ କରିନି ହେଲେ ତା ପାଇଁ ଏବେ କାମର ଅଭାବ ନାହିଁ । ସେ ଏବେ ସିଦ୍ଧାନ୍ତ କରି ନେଇଛି ଏଇ ସ୍ୱାର୍ଥପର ଦୁନିଆରେ କାହାରିକୁ ବିଶ୍ୱାସ କରିବ ନାହିଁ । ଯେଉଁ ଝିଅକୁ ଏତେ ହୃଦୟ ଦେଇ ଭଲ ପାଇଥିଲା ସେ ଝିଅ ତାର ପରିସ୍ଥିତିକୁ ଠୋକର ଦେଇ ଚାଲିଗଲା । ବାହା ବାହାରେ ଦୁନିଆ । ଏଇ ଝିଅ ମାନେ ଏତେ ସ୍ୱାର୍ଥପର । ଏମିତି ନିଜ ଶରୀର ଓ ହୃଦୟ ଦେଇ ନିଜ ଧନ୍ଦା ଉପରେ ନଜର ରଖିଥାଏ ପ୍ରକାଶ । ଏମିତି କାମ ନିଜେ କରିବା ସହିତ କିଛି ଲୋକଙ୍କୁ ରଖି ମଧ୍ୟ ସେମାନଙ୍କୁ ବେତନ ଦେଇ କାମ କରାଇ ନେଲା । ଆଉ ଭାବିନେଲା କି ମୁଁ ନିଜେ ଜଣେ ମାଲିକ । ଧୀରେ ଧୀରେ ନିଜର ପରିସ୍ଥିତିର ସୁଧାର ହେଲା । ପ୍ରକାଶ ବାବୁ ବୋଲି ଦୁନିଆ ଆଗରେ ନିଜର ପରିଚୟ ହେଲା । ନିଜ ବ୍ୟାଙ୍କରେ ସଞ୍ଚୟ ବଢିବାକୁ ଲାଗିଲା । ଏବେ ନିଜ ପାଖରେ କୋଠା ଘର ଗାଡି ଓ ଅର୍ଥର କୌଣସି ଅଭାବ ନାହିଁ । ତାର ଏକାନ୍ତ ଲକ୍ଷ୍ୟ ସେ ଆଉ ଜୀବନରେ କୌଣସି ଝିଅର ହାତ ଧରିବ ନାହିଁ । ପୁତୁରା ମହେଶକୁ ପୁଅ ଭାବି ପଢ଼ା ଶୁଣା କରେଇବ । ଏବେ ତା ପାଇଁ ମହେଶ ସବୁ କିଛି ।

  ମହେଶ ରମା ଦେବୀଙ୍କର ପ୍ରେରଣା ଓ ସହଯୋଗରେ ଆଗକୁ ଆଗକୁ ବଢ଼ିବାରେ ଲାଗିଲା । ଭଲ ପଢୁଥାଏ । ସବୁ ଶ୍ରେଣୀରେ ଶହେରୁ ଶହେ । 

  ରୀନା ଏବେ ଜାଣିପାରିଲା ମହେଶ ଭଲ ରୋଜଗାର କରୁଛି । ବହୁତ ବଡ଼ ଲୋକିଆ ହେଇ ଗଲାଣି । ସେ ଆସି ମହେଶ ପାଖରେ ପହଞ୍ଚି ନିଜର ଦୋଷ ପାଇଁ କ୍ଷମା ପ୍ରାଥନା କଲା । ହେଲେ ମହେଶ ସେଥି ପ୍ରତି କୌଣସି ଭ୍ରୁକ୍ଷେପ ନ କରି ତାକୁ ଫେରେଇ ଦେଇଥିଲେ । ହେଲେ ରୀନା ତ ବହୁତ ଜିଦ୍ଦିଖୋର ଝିଅ । ସେ ନ୍ୟାୟାଳୟର ସରଣ ନେଇ ପ୍ରକାଶ ଉପରେ କେଶ କଲା । ଆଉ ନିଜର ବିବରଣୀ ଦେଇଥିଲା " ପ୍ରକାଶ ମୋତେ ଭଲ ପାଇ ବିବାହ କରି ଏବେ ନିଜ ବିଧବା ଭାଉଜ ସହିତ କୁସମ୍ପର୍କ ରଖିଛି "

  ରମା ଦେବୀ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ନିଜକୁ ଯେତେ ନିର୍ଦ୍ଦୋଷ କହିଲେ ଶୁଣୁଛି କିଏ । କାରଣ ରମା ଦେବୀ ଏକରେ ବିଧବା ଓ ଦ୍ବିତୀୟରେ ଦେଖିବାକୁ ସୁନ୍ଦରୀ ମଧ୍ୟ । ତେଣୁ ନ୍ୟାୟ ଯାଇଥିଲା ରୀନା ସପକ୍ଷରେ । ଏବେ ପ୍ରକାଶ ଓ ରୀନା ଦୁହେଁ ରୀନା ଠାରୁ ଦୂରରେ ରହିବାକୁ ନ୍ୟାୟାଳୟର ଆଦେଶ ମିଳିଲା । ରମା ଦେବୀ ନିଜ ଭାଗ୍ୟକୁ ଆଦରି ଶେଷରେ ନିଜ ପୁଅକୁ ନେଇ ଭଡା ଘରକୁ ପକେଇ ଯାଇଥିଲେ ।

  ମହେଶ ଭଲ ପାଠ ପଢି ଦଶମରେ ଓଡ଼ିଶାରେ ପ୍ରଥମ ସ୍ଥାନ ପାଇଲା । ତା ପରେ କଲେଜରେ ବିଜ୍ଞାନ ବିଭାଗରେ ମଧ୍ୟ ଭଲ ମାର୍କ ରଖି ଉତ୍ତୀର୍ଣ୍ଣ ହେଲା । ଏବେ ସେ ଡାକ୍ତରୀ ବିଦ୍ୟା ପଢି ଜଣେ ଭଲ ଡାକ୍ତର ଭାବରେ ଓଡ଼ିଶାର ସରକାରୀ ଡାକ୍ତରଖାନାରେ ନିଯୁକ୍ତି ପାଇଲା । ସେଠି ମଧ୍ୟ ରହିବା ପାଇଁ ଘର ସହିତ ଅନ୍ୟନ ସରକାରୀ ବ୍ୟବସ୍ଥା ମିଳିଲା । ଏବେ ମାଆ ପୁଅ ଦୁହେଁ ବହୁତ ଖୁସିରେ ରହିଲେ । 

  ପୁଅର ବିବାହ ବୟସ ହେଇଯାଇଛି ଏବେ ରମା ଦେବୀ ପୁଅକୁ ବାହା ଦେବା ପାଇଁ ବହୁତ ଝିଅ ଦେଖିବାକୁ ଗଲେଣି । ହେଲେ ମହେଶ କହୁଛି ମାଆ ଏବେ ବାହା ହେବିନି । ଆଉ କିଛି ବର୍ଷ ଯାଉ, ତୁ ପରା ମୋ ପାଖରେ ଅଛୁ ! ମାଆ ଦେଖ ଆଜି କାଲି ଝିଅ କହି ହେବନି କେମିତି ଝିଅ ଆସିବେ । ସେମାନେ ତୋତେ ଭଲ ଦେଖିବେନି ଲୋ ମାଆ । ତୁ ମୋ ବାହାଘର ନାଁ ଧରିବୁନି । ଆଉ ଯଦି ପାରୁଛୁ କେଉଁ ଗାଉଁଲି ଝିଅ ଗୋଟେ ଦେଖ । ଯିଏ ତୋ ଦୁଃଖରେ ଆଉ ସୁଖରେ ଦୁଃଖୀ ସୁଖୀ ହୋଇ ଦିନ କାଟିବ । ତୋ ସେବା ଭଲ ଭାବେ କରିବ । ତୋ ପାଦ ଚିପିଦେଵ । ତୋ ବୟସ ସମୟରେ ତୋତେ ଖୁଆଇ ଦେଵ । ଶୁଆଇ ଦେଵ । ବୁଲେଇ ନେବ । ବୁଝିଲୁ ମାଆ ସହରି ଝିଅ ଆଉ ଆଧୁନିକ ଝିଅ କେବେ ଦେଖିବୁ ନାହିଁ । ମୁଁ ଆଦୌ ବାହା ହେବିନି ବୁଝିଲୁ । 

  ରମା ଦେବୀ କହିଲେ ଆରେ ତୋ ପାଇଁ ଗାଉଁଲି ଝିଅ କୋଉଠି ଖୋଜିବି । ଯାହା ଭାଗ୍ୟରେ ଥିବ ତାହା ହେବ । ମୁଁ ଯାହା ଦେଲେ ଖାଇ ନେବି । ତୁ ଦେଖୁନୁ ଯିଏ ବାହାଘର ପାଞ୍ଚ ବର୍ଷ ପରେସ୍ୱାମୀ ହରାଇ ପୁଅ ମୁହଁ ଚାହିଁ ବଞ୍ଚି ରହିଛି ତା ପାଇଁ ୟା ଠାରୁ ବଡ଼ ଦୁଃଖ କିଏ ଅଛି ଯେ ଦେଵ ।

  ହଉ ତୋର ଯାହା ଇଛା କର ବୋଲି ମହେଶ କହିଲା । ରମା ଦେବୀ ଏକ ସୁନ୍ଦରୀ ଝିଅ ସହରରୁ ଖୋଜି ମହେଶକୁ ବିବାହ କରାଇ ଦେଲେ । ମହେଶ ମୋଟା ଅଙ୍କର ଦରମା ପାଉଛି । ଏବେ ମହେଶ ନିଲୁ ବୋଲି ସୁନ୍ଦରୀ ଓ ଶିଳ୍ପପତିର ଝିଅକୁ ବିବାହ କରି ଖୁଶିରେ କିଛି ଦିନ କାଟି ଦେଲା । ତା ପରେ ନିଲୁ ଆରମ୍ଭ କରିଥିଲା ତାର ଅଜଣା ଖେଳ । କହିଲା ଆମେ ମୋ ବାପାଙ୍କର ଘରେ ରହିବା । ଆଉ ମାଆଙ୍କୁ କୌଣସି ଏକ ଆଶ୍ରମରେ ରଖିଦେବା । ହେଲେ ମହେଶ ରାଜି ହେଲା ନାହିଁ । ଦୁହିଁଙ୍କ ଭିତରେ ବହୁତ ଶୀତଳ ଯୁଦ୍ଧ ଚାଲିଲା । 

  ନିଲୁ ନିଜର ଖେଳ ବିଚାରି ରମା ଦେବୀଙ୍କ ଉପରେ ଆରମ୍ଭ କଲା । ଏବେ ସ୍ୱାମୀଙ୍କୁ ହାତରେ ରଖିବାକୁ ଯାଇ କହିଲା ଆରେ ମୁଁ ମଜାକରେ କହୁଥିଲି ମାଆଙ୍କୁ ଆଶ୍ରମରେ ରଖିବା ପାଇଁ । ମାଆ ପରା ମୋର ଶାଶୁ ଦେବୀ । ମୋ ଭଗବାନ । ସେ ଆମ ପାଖରେ ରହିବେ କିଛି ଚିନ୍ତା କରନି । ମୁଁ ତାଙ୍କର ଭଲକରି ସେବା କରିବି । ମୋର କାମ କଣ ଯେ । ଆଉ ଘରେ ଚାକର ବାକର ରହିବା ଦରକାର ନାହିଁ । ମୁଁ ରୋଷେଇ କରିବି ମାଆଙ୍କୁ ଖାଇବାକୁ ଦେବୀ ତମ ପାଇଁ ଖାଇବା କରିବି । ଏମିତି ବ୍ୟବହାର ଦେଖି ମାଆ ଆଉ ପୁଅ ବହୁତ ଖୁସି ହୋଇ ଯାଇଥିଲେ ନିଲୁ ଉପରେ । ଏବେ ମହେଶର ସମସ୍ତ ଦରମା ନିଜ ହାତକୁ ହାତେଇ ନେବାକୁ ଲାଗିଲା । ନିଜେ ରୋଷେଇ କରିଛି କହି ହୋଟେଲରୁ କିଣି ଆଣିଲା ନାନା ବିଧ ବ୍ୟଞ୍ଜନ ଆଉ ରମା ଦେବୀଙ୍କ ପାଇଁ କିଛି ମୁଢି ଆଉ ଚୁଡା ଆଣି ରଖିଦେଲା । ମହେଶ ନିଜ କାମରୁ ଆସେ ଆଉ ପଚାରେ ମାଆ ଖାଇଛୁ । ହଁରେ ଏଇନେ ଖାଇଛି । ଆଉ ମହେଶ ନିଜେ ପୁରୀ, ବରା ଆଦି ନାସ୍ଥା କରି ପଳେଇ ଯାଏ । 

  କିନ୍ତୁ ସବୁବେଳେ ମହେଶ ଆସିଥାଏ ଆଉ ପଚାରି ଥାଏ ମାଆ ଖାଇଛୁ । ଆଉ ରମା ଦେବୀ ଚୁଡା ଓ ଗୂଡ଼ ନ ହେଲେ ମୁଢି ଓ ଗୂଡ଼ ଯାହାକି ସୁଖୀ ରୁଖି ଓ ଗୁମି ରହିଥିବ । ସେଇଥିରୁ ଗଣ୍ଡେ ଖାଇକି ରହିଥାଏ । ଯାହା ହେଲେ ବି ଖାଇଛି ବୋଲି କହିବ କି ନାହିଁ । ପୁଅ ଡାକ୍ତର କେତେ କାମ । ତାକୁ କାହିଁକି ଏତେ ଚିନ୍ତା ଦେଵ । ହେଲେ ସବୁ ବୁଝି ପାରେ ଯାହା ବୋହୁ ତାର ତା ସହିତ କରୁଥାଏ । ସକାଳେ ଯେତେବେଳେ ଗୁମା ଚୁଡା ତାକୁ ଖାଇବାକୁ ମିଳେ ଆଉ ସେପଟରୁ ସୁବାସିତ ହୋଟେଲ ବ୍ୟଞ୍ଜନର ବାସ୍ନା କଣ ସେ ଜାଣି ପାରେନି ? ବୟସ ହେଇ ଗଲାଣି ଆଉ କେତେ ଦିନ ବଞ୍ଚିବି ଯେ ??

  ଆଜି ପୁଅ ଆସିନି କି ପଚାରି ନାହିଁ ଯେ ମାଆ ଖାଇଛୁ କି ନାହିଁ । ହେଲେ ତାକୁ ବୋହୁ ମଧ୍ୟ ଖାଇବାକୁ ଦେଇନି । ଭୋକ ଲାଗିଲାଣି । ମାଆ ନିଲୁ କିଛି ଗଣ୍ଡେ ଦେ ଖାଇବି । ନିଲୁ ସତରେ ଆଜି ଭୁଲି ଯାଇଛି ଶାଶୁମାଙ୍କୁ ଖାଇବାକୁ ଦେବାକୁ । ସଙ୍ଗେ ସଙ୍ଗେ ଗୁମା ଚୂଡ଼ାରୁ ଗଣ୍ଡେ ନେଇ ଅଧୁଆ ପାଣି ଢାଳି ସେଥିରେ ଗୂଡ଼ ମୁଣ୍ଡା ପକେଇ ବସେଇ ଦେଲା । ରୀନା ଦେବୀ ଦେଖିଲେ ପ୍ରବଳ ଭୋକ । ହେଲେ ୟେ କଣ ଏଥିରେ ପିମ୍ପୁଡି ସହିତ ପୋକ ସାଲୁ ବାଲୁ ହେଉଛନ୍ତି । କେମିତି ଖାଇବି । ବହୁତ ବାସ୍ନା ଆସୁଛି । 

  ଏହି ସମୟରେ ମହେଶ ଆସି ପହଞ୍ଚି ଯାଇଥିଲା । ମାଆ ଖାଇଲୁଣି ପଚାରିବାକୁ ଯାଇ ଦେଖେତ ମାଆ କାନ୍ଦି ପକେଇ କିଛି ଲୁଚେଇ ଦେଲା । ଆଉ କହିଲା ପୁଅ ହଁ ଖାଇ ସାରିଛି ତୁ ଯାଆ ଖାଇ ଦେବୁ । ହଁ ଖାଇବି ଯେ ତୁ କଣ ଲୁଚେଇ ଦେଲୁ ମାଆ । ଦେଖା ମୋତେ ସେ କଣ?

ରୀନା ଦେବୀ:" ୟେ କିଛି ନୁହେଁ ପୁଅ । ସେ ମୋ କର୍ମ ଫଳ । ଜଉ ମାଆ ମାନେ ବହୁତ କଷ୍ଟ ସହି ନିଜ ପୁଅକୁ ମଣିଷ କରନ୍ତି ଆଉ ସେଇ ପୁଅଙ୍କ ପାଇଁ ନିଜର ଯୌବନ ଓ ମନ ତ୍ୟାଗ କରିଦିଅନ୍ତି ସେଇ ମାଆଙ୍କ ପାଇଁ ଏଇ ଫଳ ମିଳିବା ଆବଶ୍ୟକ । ତୁ ଖାଇ ସାରି ଆସିବୁ ଯାଆ ଆମେ କଥା ହେବା । ଆଉ ମୋର ଆଜି ମୋ ଗାଁ କଥା ବହୁତ ମନେ ପଡୁଛିରେ ଟିକେ ମୋତେ ମୋ ଗାଁରେ ଛାଡି ଆସନ୍ତୁ ନାହିଁ । 

  ରମା ଦେବୀ ନିଜ କାନୀ ଢାଙ୍କି ଲୁଚେଇ ରଖିଥାନ୍ତି ଚୁଡା ବେଲା ଟିକୁ । ଆଉ ସେଥିରେ ଥିବା ପିମ୍ପୁଡି ଓ ଜନ୍ଦା ରମା ଦେବୀଙ୍କର ହାତକୁ କାମୁଡିବାରେ ଲାଗିଛନ୍ତି । ହେଲେ ସେ ପୁଅକୁ ଏଇ ଦୃଶ୍ୟ ଦେଖିବାରୁ ବଞ୍ଚିତ କରିବ । କାରଣ ତାର ନିଜ ରକ୍ତ ଉପରେ ବିଶ୍ୱାସ ଅଛି । ସେ ଜଣେ ଡାକ୍ତର ଆଉ ଜଣେ ଡାକ୍ତର ହୃଦୟ ଉପରେ କଷ୍ଟ ଆସିଲେ ହଜାର ଜୀବନ ନଷ୍ଟ ହେଇଯିବ । 

  ମହେଶର ଏକାନ୍ତ ଜିଦି ସେ ଦେଖିବ ମାଆ କଣ ଲୁଚେଇ ଦେଲା । ସେ କହିଲା ମାଆ ତୋତେ ମୋ ରାଣ ଦେଖା । ସେ କଣ ? ଏବେ ରମା ଦେବୀ ନିରୁପାୟ ହୋଇ ଦେଖେଇ ଦେଇଥିଲା ଚୁଡା ଯାହାକି ଫୁଲି ଯାଇଛି ଓ ସେଥିରେ ଜନ୍ଦା ପିମ୍ପୁଡି ସାଲୁ ବାଲୁ ହେଉଛନ୍ତି । 

  ଭୋ ଭୋ ହୋଇ ମହେଶ କାନ୍ଦିବାକୁ ଲାଗିଲା । ନିଜ ମୁଣ୍ଡକୁ ଚଟାଣରେ ପିଟି ପିଟି ରକ୍ତାକ୍ତ କରି ପକେଇଲା । ୟେ କଣ ମାଆ ତୁ ମୋତେ ଏଇକଥା ଲୁଚାଉଛୁ । ମୁଁ ପରା ଜଣେ ଡାକ୍ତର । ମୁଁ ନିଜେ ନିଜ ମାଆକୁ ଗଣ୍ଡେ ଖାଇବାକୁ ଦେଇ ପାରୁନି । ଯେଉ ମାଆ ବାହା ଘରର ପାଞ୍ଚ ବର୍ଷ ପରେ ସ୍ୱାମୀଙ୍କୁ ହରାଇ ମୋ ପାଇଁ କେତେ କଷ୍ଟ ସହିଛନ୍ତି । ଖୁଡି କେତେ କଣ କହି ଘରୁ ତଡି ଦେଲେ ହେଲେ ସେ ଜୀବନ ଯୁଦ୍ଧରେ ନ ହାରି ତା ପୁଅକୁ ଡାକ୍ତର କରିଛି । ଜଣେ ଡାକ୍ତର ପୁଅର ମାଆ ଆଜି ଖାଉଛି ଏଇ ଖାଦ୍ୟ । ମାଆ ଲୋ ମାଆ ଜାଣିଛୁ ଆଜି ଜଣେ ବୟସ୍କ ରୋଗୀ ମୋ ପାଖକୁ ଆସିଥିଲା ଆଉ ମୁଁ ତାକୁ କଣ କହିଲି ଜାଣିଛୁ ? କହିଲି ତୋ ପୁଅ କାହିଁ ? ଆଉ ତା ପୁଅ ଆସିଲା ପରେ କହିଲି ତୁ ତୋ ବାପା ମାଆର ଧ୍ୟାନ ନେଇ ପାରୁନୁ । ସେମାନଙ୍କର କଣ ଅବସ୍ଥା ହେଲାଣି ! କେମିତି କୂଳାଙ୍ଗାର ଅପଦାର୍ଥ ପୁଅ ତୁ । ଏମିତି ବହୁତ ଧିକ୍କାର କଲି । ଛି ମୋ ମଣିଷ ପଣିଆ । ମାଆ ତୁ ମୋତେ ଏତେ ଅଭିଶାପ ଦେ ମୁଁ ସାତ ଜନ୍ମ ଯାଏ ଏମିତି ଜନ୍ମ ନ ପାଏ । ତୋ ପରି ସ୍ନେହମୟୀ, ମମତାମୟୀ ମାଆ ମୋ ପରି ପୁଅକୁ କେବେ ନ ମିଳୁ ଲୋ ମାଆ । ମୁଁ ଜଣେ ପୁଅ ରୂପରେ କଳଙ୍କ । ମୋ ପାଇଁ ଦଣ୍ଡ ଦରକାର । ମୁଁ ଶାସ୍ତି ପାଇବା ହକ୍ଦାର । ମାଆ ମୋତେ ଶାସ୍ତି ଦେ ମାଆ । କହି ମାଆ ହାତରୁ ସେଇ ଚୁଡା ତକ ନେଇ ଆସି ଅମୃତ ଭଳି ଖାଇ ପକେଇଲା ।

  ମହେଶର ଆସିବା କଣ ଆଜି ବିଳମ୍ବ । ଫୋନ ଲଗେଇ ଦେଖିଲା ଫୋନ ମାଆଙ୍କର ରୁମ ପାଖରେ ରିଂ ହେଉଛି । ଏଂ ୟେ କଣ ଆସିକି ମାଆ ପାଖକୁ ଯାଇଛନ୍ତିକି । ଆରେ ବୁଢ଼ୀଟା ଖାଇ ସାରିଛି ଯାହା ହେଉ ଭାବି ଉଠି ଚାଲିଗଲା ରମା ଦେବୀଙ୍କ ରୁମ ଆଡ଼କୁ । ଆଉ ସେଠାକାର ଦୃଶ୍ୟ ଦେଖି ପୁରା ବେହୋସ । ଚୁଡା ଗୁଡାକୁ ମହେଶ ଖାଇ ଯାଉଛନ୍ତି । ମହେଶ ମହେଶ ୟେ କଣ କରୁଛ । ମାଆଙ୍କର ପେଟ ଖରାପ କହିଲେ ସେଇଠୁ ତାଙ୍କୁ ଚୁଡା ମଗେଇ ଦେଇଥିଲି । ତମେ କାହିଁକି ସେ ଚୁଡା ଗୁଡାକ ଖାଇ ଯାଉଛ । ଆମ ମାଆ ଯାହା ଦେଲେ ସେ ଖାଇ ଦିଅନ୍ତି । ତମ ପାଇଁ ପନୀର ଆଉ ପୁରୀ ପ୍ରସ୍ତୁତ ଅଛି ତମେ ଖାଇବ ଆସ । ୟେ କଣ ତମ ମୁଣ୍ଡରେ ରକ୍ତ । ମୁଣ୍ଡରେ ରକ୍ତ କଉଠୁ ଆସିଲା । ଆସ ପଟି ବାନ୍ଧି ଦିଏ । ମହେଶ ରାଗରେ ଗର ଗର ହେଇ କହିଲା ଚଣ୍ଡାଳି, ବିଶ୍ୱାସଘାତକ, ମଣିଷ ଖିଆ ବାଘ ତୁ । ତୋ ଭଳି କଳଙ୍କିନୀର ସ୍ଥାନ ଆଉ ମୋ ହୃଦୟରେ ନାହିଁ । ତୋର ଅସଲ ମୁଖା ଖୋଲି ଯାଇଛି । ଆଜି ଜାଣିଗଲି ଏଇ ସହରି ଝିଅଗୁଡାଙ୍କ କାହିଁକି ଜଣେ ମାଆର ମମତା ବୁଝି ପାରନ୍ତି ନାହିଁ । ତୁ ନାରୀ ରୂପରେ ରାକ୍ଷାସୁଣି । ଧିକ୍କାର କରୁଛି ତୋର ବାପା ମାଆ ଆଉ ପରିବାରକୁ ଯଉଁମାନେ ଏମିତି ସଂସ୍କାର ଦେଇଛନ୍ତି । 

  ମହେଶ ସଙ୍ଗେ ସଙ୍ଗେ ନିଜ ମାଆ ପାଇଁ ଭଲ ଖାଦ୍ୟ ମଗେଇ ଖୁଆଇଲା । ଆଉ ନିଜ ମାଆଙ୍କୁ ନେଇ ନିଜ ସରକାରୀ କ୍ୱାଟରକୁ ପଳେଇ ଗଲା । ରୀନା ଯେତେ ଗୋଡ଼ ହାତ ଧରି ନେହୁରା ହେଲେ ମଧ୍ୟ ଶୁଣିଲା ନାହିଁ କି ତା ମୁହଁକୁ ଅନେଇଲା ନାହିଁ ।



Rate this content
Log in