The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Alhadini Panigrahi dash

Others

5.0  

Alhadini Panigrahi dash

Others

ଉତ୍ସବେ ,ବ୍ୟସନେ ଚୈବ...

ଉତ୍ସବେ ,ବ୍ୟସନେ ଚୈବ...

4 mins
696


ସକାଳୁ ଚା'ପିଉ ପିଉ ଖବର କାଗଜ ପଢିବା ରାମହରି ବାବୁ ଙ୍କ ପୁରୁଣା ଅଭ୍ୟାସ । ନାତି ସ୍ବାଗତକୁ ବି କହନ୍ତି ତାଙ୍କ ପାଖରେ ବସିବା ପାଇଁ । ସ୍ବାଗତ_+୨ ବିଞାନ ର ଛାତ୍ର । ଆଜିକାଲି କଲେଜ ପଢୁଆ ପିଲେ ବି କୋଚିଂ ନହେଲେ ପଢୁ ନାହାନ୍ତି । ସେମାନଙ୍କ ପାଖରେ ସମୟ ର ଘୋର ଅଭାବ, ଅଜା,ଆଇ ଙ୍କ ପାଖରେ ବସି, କଥା ଦି'ପଦ ହେବା ପାଇଁ ।

ଅଥଚ ...ସେମାନେ ନିଶ୍ଚୟ ଯେଉଁଠୁ ହେଲେ ସମ଼ୟ ବାହାର କରିନିଅନ୍ତି , ଫେସ୍ ବୁକ୍,ହ୍ବାଟସ୍ଅପ ର ମୁଖ ଦର୍ଶନ ପାଇଁ ାାରବିବାରିଆ ଛୁଟି ଦିନ ରେ ନାତି କୁ ମୋବାଇଲ ଖେଳୁ ଥିବାର ଦେଖି ରାମହରି ବାବୁ ତାକୁ ଡାକି କହିଲେ ,

=='"କଣ ସେଇ ଫୋନ ରେ ସବୁବେଳେ ଲାଗି ରହୁଛୁ । ବାହାରକୁ ଯା ,ଖେଳା ବୁଲା କର,ସାଙ୍ଗ ମାନଙ୍କ ସହିତ ମିଶ୍ । ନହେଲେ ଭବିଷ୍ୟତରେ ଏ ମୋବାଇଲ ଛଡା ତୋ ପାଖରେ ଆଉ କେହି ସାଙ୍ଗ ରହିବେନି । ସ୍ବାାଗତ ଚଟକରି ଉତ୍ତର ଦେଲା ,

==" ଜେଜେ, ଦେଖୁନ ମୁଁ ବାହାରକୁ ଯାଉନି ସିନା ହେଲେ ଫେସ୍ ବୁକ୍ ରେ ମୋର ଦୁଇ ହଜାର ରୁ ଉର୍ଦ୍ଧ୍ଵ ବନ୍ଧୁ ଅଛନ୍ତି । ସକାଳ ପାହିଲେ ,good morning ଓ ସଂନ୍ଧ୍ୟା ରେ good evening ର ଶୁଭେଚ୍ଛା ଅଜାଡି ହୋଇ ପଡୁଛି । ଓ..ହୋ..ଜେଜେ ତୁମେ ତ ଫେସ୍ ବୁକ୍ ଖୋଲିନ ଜାଣିବ କିପରି । ତୁମର ଗୋଟିଏ ଫେସ୍ ବୁକ ଆକାଉଣ୍ଟ୍ ଖୋଲିଦେବି । ଦେଖିବ , କେତେ ନୁଆଁ ନୁଆଁ ବନ୍ଧୁ ,ବାନ୍ଧବି ତୁମର ସାଙ୍ଗ ହେବାକୁ ଅନୁରୋଧ କରିବେ ।

ରାମହରି ବାବୁ ହସିଲେ ତାଙ୍କ ସ୍ବଭାବ ସୁଲଭ ଅମାୟିକ ହସ । ବିପଦ ଆପଦ ରେ ତୋର ଏଇ ଦୁଇ ହଜାର ସାଙ୍ଗ କେହି ଆସିବେନି ରେ ାାବରଂ ,ଗୋଟିଏ ପଛେ ପ୍ରକ୍ରୁତ ବନ୍ଧୁ ଥାଆନ୍ତୁ ଜୀବନ ରେ ,ଯିଏ କି ନିଜ ଦୁଃଖ ,ସୁଖ,ହସ,ଲୁହ, ବିପଦ,ସଂପଦ ସବୁବେଳେ ସାହା ହେବ ,ପାଖରେ ଛିଡା ହେବ । ବୁଝିଲୁ ସ୍ବାଗତ ,ସେଥିପାଇଁ ପରା ସଂସ୍କୃତ ରେ ଗୋଟିଏ ଶ୍ଲୋକ ଟିଏ ଅଛି "ଉତ୍ସବେ ବ୍ୟସନେ ଚୈବ

. ଦୂର୍ବିକ୍ଷେେ ,ରାଷ୍ଟ୍ର ବିପ୍ଳବେ

. ରାଜଦ୍ବାର,ଶ୍ମଶାନେ ଚ

. ଯ8 ତିଷ୍ଠତି ,ସ8 ବାନ୍ଧବ8 ॥"

ସ୍ବାଗତ ଯେ ଆଜିକାଲିକା ପିଲା ,ସେ କଣ ବୁଝିପାରିବ ପ୍ରକ୍ରୁତ ବନ୍ଧୁ ର ମୂଲ୍ୟ । smart phone ରେ ଆଙ୍ଗୁଠି ଚାଳନା କରୁ କରୁ ମୁଣ୍ଡ ଟୁଙ୍ଗାରୁ ଥିଲା ସ୍ବାଗତ ।

. ରାମହରି ବାବୁ ଙ୍କ ବୟସ ସତୁରି ପାଖାପାଖି । ଉପରକୁ ପୁରାପୁରି ସୁସ୍ଥ ଜଣା ପଡୁଥିଲେ ବି ଏବେ ଏବେ ନିଜକୁ ଦୁର୍ବଳ ଅନୁଭବ କରୁଛନ୍ତି ସେ । ପୁଅ,ବୋହୁ,ନାତି ର ସ୍ନେହ,ଯତ୍ନ ପାାଇ ଆରାମ ରେ ଅଛନ୍ତି ବୋଲି ଦିନ ତାଙ୍କର ଖୁସିରେ ବିତି ଯାଉଛି ।

. 'ଧଡାସ୍ 'ଶବ୍ଦ ଶୁଣି ଦୌଡି ଆସିଲା ବୋହୁ ନିରୁପମା ,ଦେଖିଲା ବାଥରୁମ ସାମ୍ନା ରେ ଶ୍ବଶୁର ପଡି ଯାଇଛନ୍ତି ାାବ୍ୟସ୍ତ ହୋଇ ସ୍ବାମୀ ,ପୁତ୍ରଙ୍କୁ ଫୋନ୍ କଲା ସେ । ହେଲେ କାହାରି ଫୋନ୍ ଲାଗୁନି । ରାମହରି ବାବୁ କହୁଥିଲେ ,""ମୁଁ ପୁରା ଭଲଅଛି "। ମୋତେ ଟିକେ ଧରିଦେଲେ ଉଠି ପଡିବି । ଏଇ ଗୋଡଟା ଯାହା କଷ୍ଟ ହେଉଛି । ମଲମ ଲଗାଇ ଦେଲେ 'ଠିକ୍ ହୋଇଯିବ । ନିରୁପମାର ସବୁ ଚେଷ୍ଟା ବିଫଳ ହେଇଗଲା । ସେ ଯେ ସତୁରି ବର୍ଷ ର ଶଶ୍ବୁର କୁ ତଳୁ ଉଠାଇ ପାରୁନି ।

ପାଖରେ ରହନ୍ତି ରାମହରି ବାବୁ ଙ୍କ ପୁରୁଣା ସାଙ୍ଗ ସନାତନ '। ତାାଙ୍କୁ ଫୋନ୍ ଲଗାଇଲେ ନିରୁପମା । ସନାତନ ବାବୁ ସଙ୍ଗେ ସଙ୍ଗେ ପୁଅ କୁ ଧରି ଘରେ ପହଂଚିଲେ । ରାମହରି ବାବୁଙ୍କୁ ଉଠେଇଲେ ସତ ,କିନ୍ତୁ ନିଜ ଗୋଡ ରେ ଛିଡା ହୋଇ ପାରୁ ନାହାନ୍ତି ,ଗୋଡରେ ଅସହ୍ୟ ଯନ୍ତ୍ରଣା ।

ଡାକ୍ତର ଖାନା ନେଇଗଲେ । ଭାଗ୍ୟ ଭଲ ତାଙ୍କର ବିଶେଷ କିଛି ଅସୁବିଧା ହୋଇନି । ନ ହେଲେ ଏ ବୟସ ରେ କଣ ଆଉ ହାଡ ଯୋଡିଥାନ୍ତା ? ବିଛଣାରେ ପଡି ପଡି କଷ୍ଟ ପାଇଥାନ୍ତେ ଯାହା ମଲା ପର୍ଯ୍ୟନ୍ତ । ଭଗବାନଙ୍କ ଉଦ୍ଦେଶ୍ୟରେ ହାତ ଯୋଡିଲେ ସନାତନ ବାବୁ ବନ୍ଧୁଙ୍କ ଆରୋଗ୍ୟ କାମନା କରି । ଏ ବ଼ୟସରେ ବି ସେ ବନ୍ଧୁଙ୍କ ପାଖେ ପାଖେ ଛାଇ ପରି ରହିଛନ୍ତି ନିଜ ସ୍ବାସ୍ଥ୍ୟ କୁ ଭ୍ରୁକ୍ଷେପ ନକରି । ଖାଇବା ,ପିଇବା ପ୍ରତି ଧ୍ୟାନ ନାହିଁ । ପୁଅ ଯାଇ ଦି'ବନ୍ଧୁ ଆଉ ନିରୁପମାଙ୍କ ପାଇଁ ଖାଇବା ନେଇ ଆସିଲା ତାଙ୍କ ଘରୁ । ସଂନ୍ଧ୍ୟାରେ ଆସିଗଲେ ରାମହରି ବାବୁ ଙ୍କ ପୁଅ ,ନାତି । ସନାତନ ବାବୁ ତଥାପି ବନ୍ଧୁ ଙ୍କୁ ଛାଡି ଘର କୁ ଯିବାପାଇଁ ନାରାଜ । ସତରେ କି ବନ୍ଧୁତ୍ବ ଉଭୟଙ୍କ ଭିତରେ । ନିରୁପମାଙ୍କ ମୁଣ୍ଡ ନୋଇଗଲା ।

ପୁଅ ଅନିରୁଦ୍ଧ ଓ ନାତି ସ୍ବାଗତ ଡାକ୍ତର ଙ୍କ ସାଙ୍ଗରେ ପରାମର୍ଶ କରିବାରୁ ଡାକ୍ତର ବାବୁ କହିଲେ "ରାମହରି ବାବୁଙ୍କ କିଛି ହୋଇନି ,ବୟସାଧିକ୍ୟ ଯୋଗୁଁ ଟିକିଏ ସମୟ ଲାଗିବ ସଂପୁର୍ଣ୍ଣ ସୁସ୍ଥ ହେବାପାଇଁ । ଘରକୁ ନେଇ ଯାଆନ୍ତୁ "।

ସମସ୍ତଙ୍କୁ ତାଙ୍କ ଘରେ ଛାଡିଦେଇ ନିଜ ଘରକୁ ଚାଲିଗଲେ ସନାତନ ବାବୁ ଓ ତାଙ୍କ ପୁଅ ାାଟିକିଏ ପରେ ସ୍ବାଗତ ଜେଜେ ଙ୍କୁ କହିଲା "--ଦେଖ ,ଜେଜେ ତୁମେ ହସପିଟାଲ ବେଡ୍ ରେ ଥିବା ବେଳେ ତୁମ ଫଟୋ ଉଠାଇ ଫେସ୍ ବୁକ୍ ରେ ପୋଷ୍ଟ କରିଥିଲି ,ଦେଖ ,୧୦୦ଟି ଲାଇକ୍ ଆଉ ୭୫ ଟି କମେଣ୍ଟ ଆସି ସାରିଲାଣି । ସମସ୍ତେ ତୁମର ଆରୋଗ୍ୟ କାମନା କରିଛନ୍ତି ।

ଏଇ ଆମ ଗଳିର ସେ ମୁଣ୍ଡ ରେ ଥିବା ମୋ ସାଙ୍ଗ ତ ସମସ୍ତ ଙ୍କ ଠାରୁ ପ୍ରଥମେ କମେଣ୍ଟ କରିଛି ।" ଖୁସିରେ ଉଛୁଳି ଉଠି କହୁଥିଲା ତା ଫେସ୍ ବୁକ୍ ସାଙ୍ଗଙ୍କ ମହାନତା ।

. ଦେହ ପୀଡା ସତ୍ତ୍ଵେ ହସିଲେ ଜେଜେ । ମୋ କଷ୍ଟକୁ ବି ତୋ ସାଙ୍ଗ ମାନେ ପସନ୍ଦ କରୁଛନ୍ତି ତାହେଲେ । ଆଉ ଆମ ଗଳିର ତୋ ସାଙ୍ଗ କମେଣ୍ଟ ଦେଇ ସାରିବା ପରେ,ସାହାଯ୍ୟ ନକଲେ ନାହିଁ ଅନ୍ତତଃ ଥରେ ଦେଖି ତ ଆସି ପାରିଥାନ୍ତା ।

. ମୋ ୨୦୦୦ ସାଙ୍ଗ ନଥାନ୍ତୁ ପଛକେ ,ସେଇ ଜଣେ ସାଙ୍ଗ ସନାତନ ମୋ କଥା ଜାଣିବା ସଙ୍ଗେ ସଙ୍ଗେ କିପରି ଦୌଡି ଆସିଲା । କେବଳ ସେ ଏକା ନୁହେଁ ତା ପୁଅ ବି ଆସି ଦିନସାରା ମୋ ସେବାରେ ଲାଗି ରହିଲେ । ୟାକୁ ହିଁ କୁହନ୍ତି ପ୍ରକ୍ରୁତ ବନ୍ଧୁ,, ବୁଝିଲୁ । ନହେଲେ ଭାବି ଦେଖ ତ ତୋ ମାଆ ବିଚାରି କଣ କରି ପାରିଥାନ୍ତା ଏକାକିନୀ ।

. ସ୍ବାଗତ ଚୁପଚାପ ଶୁଣୁଥିଲା । ବୋଧହୁଏ, ମନେ ମନେ ହୃଦୟଙ୍ଗମ କରୁଥିଲା ପ୍ରକ୍ରୁତ ବନ୍ଧୁର ସଂଜ୍ଞା । ମନେ ପଡୁଥିଲା ସେ ଦିନ ଜେଜେ କହିଥିବା ଉକ୍ତିଟି " ଉତ୍ସବେ ବ୍ୟସନେ ଚୈବ.......॥



Rate this content
Log in