STORYMIRROR

SUKANTA KHANDA

Children Stories Fantasy Others

4  

SUKANTA KHANDA

Children Stories Fantasy Others

ଉତ୍କଳ ଦିବସ

ଉତ୍କଳ ଦିବସ

3 mins
390


ସେ ଦିନ ଥିଲା ଉତ୍କଳ ଦିବସ। ଓଡି଼ଶାର କୋଣେ ଅନୁକୋଣେ ପରି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ କାଳିମାଟିରେ ବି ଉତ୍କଳ ଦିବସ ପାଳନ ପାଇଁ ସଜବାଜ। ଗୁରୁଦେବ ଚୈତନ୍ଯ ଚରଣ ମହାନ୍ତ ମାସକ ଆଗରୁ ଉତ୍କଳ ଦିବସ ପାଇଁ ଗଳ୍ପ,କବିତା ଓ ଭାଷଣ ଶିକ୍ଷା ଦେଉଛନ୍ତି। ପ୍ରତିଦିନ ଶେଷ ପିରିଅଡ଼ରେ ଅଭ୍ଯାସ କାର୍ଯ୍ଯ କରାନ୍ତି। ମାନି,ଅରବିନ୍ଦ ଓ ପ୍ରିୟଂଶା ଆଦି ସୁନ୍ଦର ଦେଶାତ୍ମକ ଭଜନ ମଧୁସୂଦନ ଦାସ,ଫକିର ମୋହନ ସେନାପତି ଓ ରାଧାନାଥ ରାୟଙ୍କ ଜୀବନୀ ଗୀତ ବୋଲିବେ। ପୂଜା,ଦଶରଥ ଓ ବାସୁଦେବ ଆଦି ଗଙ୍ଗାଧର ମେହେର,ମଧୁସୂଦନ ରାଓ ଓ ଗୌରୀ ଶଙ୍କର ରାୟଙ୍କ ବିଷୟରେ ଜୀବନ କାହାଣୀ ବର୍ଣ୍ଣନା କରିବାକୁ ଆଗ୍ରହୀ। ପ୍ରତିଭା,ପ୍ରଦେଶ ଓ ସୁରେନ୍ଦ୍ର ଆଦି ଭାଷଣ ଦେବାକୁ ସ୍ଥିର କରାଯାଇଛି। ଚତୁର୍ଥ ଓ ପଞ୍ଚମ ଶ୍ରେଣୀର ପିଲାମାନଙ୍କ ଦ୍ବାରା ଗୀତିନାଟ୍ଯ "ଉତ୍କଳ ଦିବସ" ବିଷୟଟି ପରିବେଶଣ ହେବାକୁ ସିଦ୍ଧାନ୍ତ ନିଆଯାଇଛି। ସଂଳାପ ସଂଯୋଜନାରେ ଗୁରୁଦେବ ବିଜୟ କୁମାର ସାହୁ ଓ ନୃତ୍ଯ ପରିବେଷଣରେ ଶିକ୍ଷୟିତ୍ରୀ ପ୍ରିୟଙ୍କା ଦାସ ଉତ୍ସାହ ସହ ଲାଗି ପଡି଼ଛନ୍ତି।

     ଦେଖୁଦେଖୁ ସମୟ ହୋଇଗଲା। ସବୁର ଆୟୋଜନ ସୁଚାରୁରୂପେ ସମ୍ପାଦନ ହୋଇଗଲା। ନାଟ୍ଯ ନିର୍ଦ୍ଦେଶନା ଦେଲେ ଆସ୍ପାୟାର ଶିକ୍ଷକ ଶ୍ରବଣ କୁମାର ପଲେଇ। ପରିଚାଳନା ଭୂମିକା ନିର୍ବାହ କଲେ ଆସ୍ପାୟାର ଶିକ୍ଷୟିତ୍ରୀ କ୍ଷୀରାମଣି ସେଠୀ ।

       ସକାଳୁ ସଭିଏଁ ଉପସ୍ଥିତ ରହି ପ୍ରଥମେ ଆସ୍ଥାନ ସଜେଇ ତୁଙ୍ଗ ନେତାଙ୍କ ଉଦ୍ଦେଶ୍ଯରେ ପୁଷ୍ପଗୁଚ୍ଛ, ପୁଷ୍ପହାର, ଚନ୍ଦନ, ଧୂପ,ସିନ୍ଦୂର ଓ ଶଙ୍ଖ ବଜାଇ ପୂଜାପାଠ କରାଗଲା। ମିନତି ପୂଜାର୍ଚ୍ଚନା କରି ସଭିଙ୍କ କପାଳରେ ଚନ୍ଦନ,କାନରେ ଫୁଲଦେଇ ପ୍ରାର୍ଥନା ଓ ପ୍ରଣାମ ପାଇଁ ଆହ୍ବାନ କଲା ତ ସଭିଏଁ ପ୍ରଣାମ ଓ ପ୍ରାର୍ଥନା କରି ଆନନ୍ଦିତ ହୋଇ କୃତାର୍ଥ ହେଲେ।

     କେତେବେଳେ ପଛପଟୁ ଦଶଜଣ ନୂଆ ଶିଶୁ ଆସି ବେଞ୍ଚରେ ବସି ଯାଇଛନ୍ତି କାହାରିକୁ ଜଣା ହିଁ ନାହିଁ। ସେମାନେ ଭାରି ଖୁସି କି ସେମାନଙ୍କ ଉଦ୍ଦେଶ୍ଯରେ ଆଜି ଏ ଉତ୍କଳ ଦିବସ ପାଳନ କରାଯାଉଛି। ସେମାନଙ୍କ ଭିତରୁ ଜଣେ ନାଚି ଉଠିଲା କି ଯାହା ତାରି ନାମରେ ସୁନ୍ଦର ଦେଶାତ୍ମକ ଗୀତଟିଏ ମାନି ପରିବେଷଣ କରୁଥିଲା ପୁଣି ଦଶରଥ ଯେବେ ଜୀବନୀ ଉପରେ ସୁନ୍ଦର କାହାଣୀ କହିବାରେ ମଗ୍ନ ରହିଲା ତ ଉପସ୍ଥିତ ମାନଙ୍କ ଭିତରୁ ଜଣେ ଆନନ୍ଦରେ ଭୂମିରେ ଗଡି଼ବାକୁ ଲାଗିଲା। 

    ଦେଖୁଦେଖୁ ଗୀତ,ଗପ ଓ ଭାଷଣ ପରେ ଗୀତିନାଟ୍ଯ ପରିବେଷଣ ଆରମ୍ଭ ହୋଇଗଲା। ଦର୍ଶନ ଓ ଉପଭୋଗ କରିବାକୁ ଗ୍ରାମରୁ ଶତାଧିକ ଲୋକ ଭିଡ଼ ଜମେଇଲେ। ଗୀତିନାଟ୍ଯ ପରିବେଷଣ ସରି ଯାଆନ୍ତେ ସଭିଏଁ ସୁଖ ଓ ସନ୍ତୋଷ ଅନୁଭବ କରିବା ବେଳକୁ ଉପସ୍ଥିତ ନୂଆ ଶିଶୁଗଣ ଉଠି ଚାଲିଯିବାକୁ ଆରମ୍ଭ କଲେ। ସେମାନେ ସଭିଏଁ ମୁଖରେ ମାକ୍ସ ପରି ମୁଖା ପିନ୍ଧିଥିଲେ। ଯେମିତି କେହି ଚିହ୍ନିବା କାଠିକର ହେବ। ସେମାନେ ତରତର ହେବା ଭିତରେ ଫକିର ମୋହନ ସେନାପତିଙ୍କ ମୁଖରୁ ମୁଖା ଖସି ପଡି଼ଲା ଓ କନକନ ହୋଇ ଯଥାଶୀଘ୍ର ଚାଲିଯିବାକୁ ଉଦ୍ଯମ କରିବା ଭିତରେ ପ୍ରଧାନ ଗୁରୁଦେବ ଚିହ୍ନିଦେଲେ ଓ ଅଟକାଇଲେ। ଏବେ ସେମାନଙ୍କ ଅସଲ ମୁଖା ଖୋଲିଗଲା ତ ଦଶଜଣ ଯାକ ଧାଡି଼ ହୋଇ ଠିଆ କରେଇ ପ୍ରଧାନ ଗୁରୁଦେବ ସହ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଓ ଗ୍ରାମବାସୀବୃନ୍ଦ ପ୍ରଣାମ କରି ଆଶୀର୍ବାଦ ଭିକ୍ଷାକଲେ। ମଧୁସୂଦନ ଦାସ କହିଲେ,"ବାପାମାନେ ! ଏବେ ଯେମିତି ଉତ୍କଳ ନାମରେ ଓଡି଼ଶାକୁ ଭଲ ପାଇବା ଦେଉଛ ବଡ଼ ହେବାଯାଏଁ ଏହିପରି ମନୋଭାବ ହୃଦୟରେ ଥୋଇବ ତ ଭଲ ମଣିଷ ହୋଇ ମରିକି ଅମର ହୋଇଯିବ।

      ହଠାତ୍ ଆକାଶରୁ ପୁଷ୍ପକ ବିମାନଟିଏ ଓହ୍ଲାଇ ଆସିଲା। ସଭିଏଁ ସେହି ବିମାନରେ ବସି ଆକାଶ ମାର୍ଗରେ ଉଡି଼ ଚାଲିଲେ। ଛାତ୍ରଛାତ୍ରୀଙ୍କ ପ୍ରତି ଅହେତୁକ ସ୍ନେହ,ପ୍ରେମ ଓ ଭଲ ପାଇବା ଥିବା ଯୋଗୁଁ ସାକ୍ଷାତ ଶିଶୁ ବେଶ ଧାରଣ କରି ଦୌଡି଼ ଆସିଥିବା ତୁଙ୍ଗ ନେତା ତଥା ମହାପୁରୁଷଗଣ ଆଶୀର୍ବାଦ ଦେବା ସହ ଫୁଲର ବର୍ଷା କରେଇ ସଭିଙ୍କୁ ପୋତି ପକେଇ ଚାଲିଗଲେ। ଉପସ୍ଥିତ ଥିବା ସଭିଏଁ ଆଖିରୁ ଆନନ୍ଦର ଲୁହ ଝରେଇ ଦେଇ ହାତ ଯୋଡି଼ ପ୍ରଣାମ କଲେ। ହୃଦୟ କନ୍ଦରେ ସୃଷ୍ଟି ହେଲା ସ୍ବର୍ଗୀୟ ପ୍ରେମର ବାତ୍ତାବରଣ। ଖେଳିଗଲା ଆନନ୍ଦର ଲହରୀ। ପରିବେଶଟି ଜାଣ ଶାନ୍ତ ଓ ମହମହ ଓ ସୁଗନ୍ଧିତ ଖେଳିଗଲା।

      ସବୁବର୍ଷ ପରି ଏ ବର୍ଷର ଉତ୍କଳ ଦିବସ ପାଳନ କରିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ କାଳିମାଟିର ନିଆରା ଥିଲା। ପ୍ରଧାନ ଶିକ୍ଷକ ଅନ୍ଯ ସମସ୍ତ ଶିକ୍ଷକ ଭାଇଭଉଣୀ ଓ ଛାତ୍ରଛାତ୍ରୀଙ୍କୁ ଅନନ୍ତ କୋଟି ଧନ୍ଯବାଦ ଦେଲେ। ଛାତ୍ରଛାତ୍ରୀମାନେ ମଧ୍ଯ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ପାଦଛୁଇଁ ପ୍ରଣାମ କଲେ ତ ଆଶୀର୍ବାଦ ଗ୍ରହଣ କରି ସନ୍ତୋଷ ମନରେ ବିଦାୟ ନେଲେ।

     ସତରେ ! ଯେଉଁଠି ସ୍ନେହ,ପ୍ରେମ ଓ ଭଲ ପାଇବା ପୂରି ଉଠିଥାଏ ସେଠାରେ ଭଗବାନ ସ୍ବୟଂ ଓହ୍ଲାଇ ଆସି ଉପଭୋଗ କରିବାକୁ ଲାଳାୟୀତ ହୁଅନ୍ତି ଯେମିତି ଆଜିର ଦିନଟିରେ ଦଶଜଣ ତୁଙ୍ଗ ନେତା ତଥା ମହାପୁରୁଷଙ୍କ ଆବିର୍ଭାବ ହୋଇ ମର୍ତ୍ତ୍ଯର ଖେଳାଲୀଳାକୁ ଉପଭୋଗ କଲେ।

          


Rate this content
Log in