ଉତ୍କଳ ଦିବସ
ଉତ୍କଳ ଦିବସ
ସୂର୍ଯ୍ଯ ଅସ୍ତ ହୋଇ ଯାଉଥିଲେ। ପକ୍ଷୀଗଣ ନୀଡ଼ ବାହୁଡା଼ ହେଉଥିଲେ। ଅଶୀ ବର୍ଷର ବୁଢୀ଼ ସାବି ପାଣି ପାଇଁ ନଦୀକୁ ଯାଉଥିଲା। ଲୋକଙ୍କ ଅପର୍ଯ୍ଯାପ୍ତ ପାଣିର ବ୍ଯବହାର ଯୋଗୁଁ ସବୁଆଡେ଼ ପାଣିର ହାହାକାର,ଚିତ୍କାର। ପଥର କୂଅ,ନନ୍ଦକୂଅ ଓ ନଳକୂଅ ଶୁଖିଯିବା ଫଳରେ ନଦୀର ବଢି଼ ପାଣି ହିଁ ସାହାରା।
ସାବି ଯାଉଯାଉ ମନେ ପଡି଼ଗଲା କି ଆଜି ଉତ୍କଳ ଦିବସ। କେତେକେତେ ତୁଙ୍ଗ ନେତାଙ୍କ ବଳିଷ୍ଟ ପଦକ୍ଷେପ ଯୋଗୁଁ ଓଡି଼ଆ ଭାଷା ଓ ଓଡି଼ଆ ଜାତି ବଞ୍ଚି ଯାଇଛି। ସେ ସେହିଠାରେ ଧରିଥିବା ମାଠିଆକୁ ତଳେ ରଖିଦେଇ ଆଣ୍ଠୁମାଡି଼ ପ୍ରଣାମ କଲା। ଯେଉଁମାନେ ଓଡିଆ ଓ ଓଡି଼ଶା ପାଇଁ ଗର୍ବ ଓ ଗୌରବ ହୋଇ ରହି ଯାଇଛନ୍ତି।
ସାବିର କୌଣସି ମହାପୁରୁଷଙ୍କର ମନେ ପଡୁନାହିଁ। ମୁର୍ଖ ଲୋକ ପୁଣି ବୁଢୀ଼ ତ ସ୍ମରଣ ଶକ୍ତି ହ୍ରାସ ପାଇଯିବା ଫଳରେ ଆଖିରୁ ଲୋତକ ଖସି ପଡି଼ଲା। ସେ ସେହିକ୍ଷଣି ପ୍ରାର୍ଥନା କଲା ଯଦି ମୁଁ ସେହି ସମୟରେ ଜନ୍ମ ନେଇଥାନ୍ତି ଅବଶ୍ଯ ଓଡି଼ଆ ଓ ଓଡି଼ଶା ପାଇଁ କିଛି କରିଥାନ୍ତି। ମୁଁ ଯେବେ ଜନ୍ମନେଲି ଗରିବ ଘରେ ପୁଣି ବାପାଙ୍କର ସ୍ବଳ୍ପ ମଜୁରୀରେ ଚଳିବା କାଠିକର ପାଠ। ପାଠ କଥା ଚୁଲିକୁ ଯାଉ ବଞ୍ଚିବାକୁ ସଂଗ୍ରାମ କରୁକରୁ ବିବାହର ଫାଶରେ ପଡି଼ଗଲି ହେଲେ ହତଭାଗିନୀ ଏହି କି ବିବାହର ଚତୁର୍ଥୀ ରାତି ପରେ ହିଁ ବିଧବା ହୋଇଗଲି। ଆଜି ମୁଁ ଏକାକି ମୋର ନିଜର ବୋଲି କେହି ହିଁ ନାହାନ୍ତି।
ଆଖିରୁ ଲୁହ ଗଡ଼ଉ ଗଡ଼ଉ ହଠାତ୍ ତାର ମନେ ପଡି଼ଗଲା ସେହି ମହାପୁରୁଷଙ୍କ ନାମ। ସେ ସ୍ମରଣ କଲା ମଧୁସୂଦନ ଦାସ,ଫକିର ମୋହନ ସେନାପତି,ରାଧାନାଥ ରାୟ,ଗଙ୍ଗାଧର ମେହେର ଓ ଗୌରୀ ଶଙ୍କର ରାୟ। ସାବିର ସ୍ମରଣ ମାତ୍ରକେ ସଭିଏଁ ସମ୍ମୁଖକୁ ଆସିଗଲେ ଓ ସାବିକୁ ଏକାବେଳକେ କହିଲେ,"ମାଆ ! ପ୍ରଣାମ ।" ସାବି ଭଲକି ନିରୀକ୍ଷଣ କଲା। ସଞ୍ଜର ସୌନ୍ଦର୍ଯ୍ଯ ଯଦିଓ ଦେହ ଓ ମନକୁ ଆନନ୍ଦ ଲାଗୁଥିଲା ହେଲେ ଉପସ୍ଥିତ ଲୋକମାନଙ୍କୁ ଚିହ୍ନିବାରେ କଷ୍ଟ ଦାୟକ ହେଲା। ସାବି କହିଲା,"ବାପାମାନେ ! ମୁଁ ବୁଢୀ଼ଲୋକ କୁହନ୍ତୁ ତ ତୁମେମାନେ ସବୁ କିଏ?" ବଡ଼ ଆଗ୍ରହରେ,ବଡ଼ ଆନନ୍ଦରେ ଓ ବଡ଼ ସନ୍ତୋଷ ହୃଦୟରେ ମଧୁସୂଦନ ଦାସ କହିଲେ,"ମାଆ ! ମୁଁ ମଧୁସୂଦନ,ସେ ଫକିର,ସେ ରାଧାନାଥ ଓ ସେ ?" ହଠାତ ସାବିର ହୋସ୍ ଆସିଗଲା। ଯାହାଙ୍କୁ ଏବେଏବେ ସେ ସ୍ମରଣ କରିଥିଲା ସେହି ଦେବତାଗଣ ଆସିଛନ୍ତି ଭାବି ଦୁଇ ହାତ ଯୋଡି଼ ଦେଲା ତ ସଭିଏଁ ଦୌଡି଼ଆସି ସାବିକୁ କୁଣ୍ଢାଇ ଆନନ୍ଦରେ କାନ୍ଦି ଉଠିଲେ। ସାବି କହିଲା,"ଦେବତାମାନେ ! ତୁମେ ସବୁ କାନ୍ଦୁଛ କାହିଁକି?" ଫକିର କହିଲା,"ମାଆ ! ଯେଉଁ ରାଜ୍ଯ ପାଇଁ ଲଢି଼କି ଆମେ ଓଡି଼ଶା ଓ ଓଡି଼ଆ ଭାଷାକୁ ସୁରକ୍ଷା କଲୁ ଆଜି ବିପଦରେ ପଡି଼ବାକୁ ଯାଉଛି। ବିଦେଶୀ ସଂସ୍କୃତିରେ ମସଗୁଲ ହୋଇ ଇଂରାଜୀ ଭାଷାକୁ ବେଶୀ ଗୁରୁତ୍ବ ଦିଆ ଯାଉଛି।" ଏ କଥା ଶୁଣି ସାବି କହିଲା,"ଦେବତାମାନେ ! ହଁ'ରେ ତୁମେସବୁ ଠିକ୍ କହୁଛ। ଏବେ ତ ସଭିଏଁ ଇଂରାଜୀ ପଢି଼ବାକୁ ଲାଗି ପଡି଼ଛନ୍ତି। ପ୍ରତି ବ୍ଲକରେ ଇଂରାଜୀ ବିଦ୍ଯାଳୟ ଖୋଲା ଯାଇଛି।" ସାବିର କଥା ତୁଣ୍ଡରୁ ନ ସରୁଣୁ ଆକାଶରୁ ପୁଷ୍କକ ବିମାନଟିଏ ଓହ୍ଲାଇ ଆସିଲା ସଭିଏଁ ସାବିର ପାଦଧରି ପ୍ରଣାମ କରି ପୁଷ୍ପକ ବିମାନରେ ଚଢି଼ଲେ ତ ସାବି ବି ସାଙ୍ଗରେ ଯିବାକୁ ଅନୁନ୍ନୟ କଲା। ସଭିଏଁ ସାବିକୁ ସାଙ୍ଗରେ ନେଇ ଯିବାକୁ ହାତ ବଢେ଼ଇଲେ। ସାବି ପୁଷ୍ପକ ବିମାନରେ ବଡ଼ ଆନନ୍ଦରେ ଚଢି଼ଲା।
ରାତିର ସୌନ୍ଦର୍ଯ୍ଯ ବଢି଼ ଯାଇଥିଲା। ଆକାଶରେ ଚାନ୍ଦର ହସ। ପବନର ଗୁଣୁଗୁଣୁ ସ୍ବାଗତ ସଙ୍ଗୀତ। ଦୂର ଦିଗବଳୟ ନାଚୁଥିଲା। ସାବି ତାର ଦେବତା ମାନଙ୍କ ସହ ସ୍ବର୍ଗକୁ ଯାଇ କୃତାର୍ଥ ମଣିଲା। ମର୍ତ୍ତ୍ଯରେ ପଡି଼ ରହିଲା କେବଳ ସାବିର ମାଠିଆ ଯିଏ ମୁକସାକ୍ଷୀ ହୋଇ ଠିଆ ହେଲା ଯୁଗ ଯୁଗକୁ।
ସାବିର ସ୍ବର୍ଗକୁ ଯିବା ବୋଧହୁଏ କପାଳରେ ଲେଖାଥିଲା। ଧନ୍ଯ ସାବି ଦେବୀ,ଧନ୍ଯ ତୁମର କର୍ମର ଫଳ। ଆଜି ମହାପୁରୁଷଙ୍କ ସାହ୍ନିଧ୍ଯ ଲାଭ କରି ସ୍ବର୍ଗକୁ ଗମନ କଲ। ମୋ ତରଫରୁ କୋଟିଏ ପ୍ରଣାମ ଓ ଧନ୍ଯବାଦ।
