ଉଡାଣ
ଉଡାଣ
( କାହାଣୀଟି ୨୦୨୩ରେ +୨ ଫାଇନାଲ ଦେବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ମନ ଭାବକୁ ନେଇ ହୋଇଛି )
ସୁଧା : ଚିକୁ ଏ ଚିକୁ କୁଆଡେ ଗଲୁ ? ଏ ଛୁଆଟିକୁ କଣ ଯେ କରିବି ?
ନିଲୁ : ମାଆ ମାଆ ...... ଭାଇ ତା ରୁମରେ ମୁହଁ ଶୁଖାଇ ବସି କି କାନ୍ଦୁଛି।
ସୁଧା : ଓହଃ କଣ ଯେ କହିବି ତାକୁ!
ସୁଧା ଚିକୁର ରୁମକୁ ଯାଇ ଦେଖିଲେ ଚିକୁ ପଢା ଟେବୁଲ ଉପରେ ଥିବା ବହି ଉପରେ ହାତ ଜାକି ବସିଛି। ଆଖି ଛଳଛଳ।
ସୁଧା : ଏଇ ଚିକୁ। କଣ ହେଲା ତର ?
ଚିକୁ : କିଛି ନାଇଁ ମାଆ।
ସୁଧା : ଓହଃ ବୁଝି ଗଲି। ତାହା ହେଲେ ତୁ ତୋ +୨ ଫାଇନାଲ ପରୀକ୍ଷାର ସମୟ ତାଲିକା ପାଇ ଗଲୁ। ସେଇଥି ପାଇଁ ମୁହଁ ଶୁଖାଇ ବସିଛୁ।
( ଚିକୁ +୨ ଫାଇନାଲ ପରୀକ୍ଷା +୨0+୨3ରେ ଦେବ। )
ଚିକୁ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା ଆଉ କହିଲା ମାଆ ମୁଁ କଣ କରିବି। ମୁଁ ପରା କରୋନା ବ୍ୟାଚର ପିଲା। ଦଶମ ବୋର୍ଡ ପରୀକ୍ଷା ଦେଇ ନାହିଁ। ଆଉ ଏବେ ୨ ବୋର୍ଡ ପରୀକ୍ଷା ଦେବା ପାଇଁ ମନ ଭୟ ଭୀତ ହେଉଛି।
ସୁଧା : ତୁ ଡରୁଛୁ କଣ ପାଇଁ। ଜୀବନରେ କେତେବେଳେ କଣ ସମୟ ଆସିବ କାହାକୁ ବା ଜଣା। କରୋନା ପରି ମହାମାରୀ ବିଷୟରେ କେହି ବା ଆଗରୁ ଆକଳନ ବି କରି ନ ଥିଲେ। ତଥାପି ସମସ୍ତେ ଧୈର୍ଯ୍ୟ ର ସହ ମୁକାବିଲା ତ କଲେ।
ତୁ ଜାଣୁ ଜୀବନର ପ୍ରତ୍ୟେକ ଉଡାଣ ପୂର୍ବରୁ ଆମେ ନିଜକୁ ପ୍ରସ୍ତୁତ କରୁ ..... ମାନସିକ ସ୍ତରରେ ଆଉ ଆର୍ଥିକ ସ୍ତରରେ। ସେହି ଲୋକମାନେ ଉଡାଣ ରେ ଆଗକୁ ବଢି ପାରିବେ ଯେଉଁ ମାନେ ମାନସିକ ସ୍ତରରେ ଦୃଢ ଥାଆନ୍ତି।
ଚିକୁ : ହଁ ଯେ ମାଆ..... ଉଡାଣ ଅଲଗା ଆଉ ପରୀକ୍ଷା ଅଲଗା ।
ସୁଧା : କିଛି ଅଲଗା ନୁହେଁ। ପରୀକ୍ଷା ତୋର ଭବିଷ୍ୟତ ସ୍ଵପ୍ନର ଉଡାଣ। ଆଛା ତୁ କହିଲୁ ଆମେ ତୋର ନବମ ଶ୍ରେଣୀରେ ଦିଲ୍ଲୀ ବୁଲିବା ପାଇଁ ଯାଇଥିଲୁ। ପ୍ରଥମ ଥର ପାଇଁ ତୁ ଆଉ ନିଲୁ ଉଡାଜାହାଜ ରେ ବସିଲ।ମନରେ କେତେ ଉତ୍ସାହିତ ଥିଲା ଦୁହିଁଙ୍କର। ପୋଷାକ ଠାରୁ ଆରମ୍ଭ କରି ଚଷମା, ବ୍ୟାଗ ସବୁକୁ ଉଡାଣ ପୂର୍ବରୁ ନିଜକୁ ସଜେଇ ହୋଇ ବୁଲିଲ।
ଚିକୁର ସେ କଥା ମନେ ପଡି ଗଲା।ଆଉ ମୁହଁ ରେ ଟିକିଏ ହସ ଫୁଟି ଉଠିଲା। ହଁ ମାଆ କେତେ ମଜା ହୋଇ ଥିଲା। ଆଉ ଉଡାଣ ପୂର୍ବରୁ ଏୟାରହଷ୍ଟେଜ ମାନେ କେତେ ସୁନ୍ଦରଭାବରେ ସବୁ ଅଭିନୟ କରି ବୁଝାଉ ଥିଲେ। କେମିତି ସିଟ ବେଲ୍ଟ ପିନ୍ଧିବା, ଆପତ୍ତକାଲୀନ ଦ୍ବାର, ଏୟାର ଜାକେଟ ସବୁ ବିଷୟରେ ଅଭିନୟ କରି ବୁଝାଇ ଦେଲେ। ଆଉ ସେମାନଙ୍କୁ ଦେଖି ନିଲୁ ବି କହିଲା ମାଆ ମୁଁ ଏୟାରହଷ୍ଟେଜ ହେବି।ଆଉ ମୁଁ କହିଲି ମାଆ ଆଷ୍ଟୋନୋଟ ହେବି। ଆଉ ବିଭିନ୍ନ ଗ୍ରହକୁ ଯାଇ ଏଲିଅନ ଦେଖିବି।
ଏତିକି କହି ଚିକୁ ହା ହା ମାରି ହସିବାକୁ ଲାଗିଲା।
ସୁଧା : ହଁ ଉଡାଣ ପୂର୍ବରୁ ସେମାନେ ବୁଝାଇ ଦିଅନ୍ତି। ଆଗରୁ ହିଁ ସେମାନେ ଆମକୁ ଯାତ୍ରା ପାଇଁ ପ୍ରସ୍ତୁତ କରନ୍ତି। ଯେମିତି କିଛି ବି ଯଦି ଅସୁବିଧା ହୁଏ ଆମେ ନିଜକୁ ରକ୍ଷା କରି ପାରିବୁ।
ଚିକୁ : ହେଲେ ମାଆ ଏ ସବୁ ମୋ ପରୀକ୍ଷା ସହ କଣ ସମ୍ପର୍କ ଅଛି।
ସୁଧା : ଶୁଣୁ ଚିକୁ। ଜୀବନର ସବୁ ଯାତ୍ରା ଗୋଟିଏ ଗୋଟିଏ ଉଡାଣ। ଆମେ ପ୍ରତ୍ୟେକ ଯାତ୍ରାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଚେଷ୍ଟା କରି ଯାଉ ଚାହେ ସେଇଟା ପରୀକ୍ଷା ହେଉ କି ଚାକିରୀ ହେଉ କି ପରିବାର ଓ ନିଜର ଖୁସି ହେଉ। କିଛି ଉଡାଣ ପାଇଁ ଆମେ ଆଗରୁ ପ୍ରସ୍ତୁତ ଥାଉ ଆଉ କିଛି ଆକ୍ସମିକ ଭାବରେ ଆସେ। ଯେମିତି ପରୀକ୍ଷା ଓ ଚିକିରୀ ପାଇଁ ଆମେ ଆଗରୁ ପ୍ରସ୍ତୁତ ହେଉ। ହେଲେ କରୋନା ସମୟର ଯାତ୍ରା ପାଇଁ ଆମେ ପ୍ରସ୍ତୁତ ନ ଥିଲୁ ତଥାପି ନିଜ ପାଇଁ ଓ ପରିବାର ପାଇଁ ଧୈର୍ଯ୍ୟର ସହ ସେ ସମୟର ଉଡାଣ ଯାତ୍ରା କଲୁ। ତୁ କେବେ ଅନଲାଇନ ପାଠ ପଢି ଥିଲୁ..... ନା କେବେ ବିନା ପରୀକ୍ଷାରେ ପାସ କରି ଥିଲୁ କି ?
ଚିକୁ : ନା ମାଆ।
ସୁଧା : ହେଲେ ଏ କରୋନା ଉଡାଣରେ ତୁ ଘରେ ରହି ପାଠ ପଢିଲୁ।ଏମିତି ଅନଲାଇନ ମାଧ୍ୟମରେ ଭଲ ଭଲ ଶିକ୍ଷକଙ୍କ ଠାରୁ ବହୁତ କଥା ଶିଖିଲୁ। କମ୍ପ୍ୟୁଟର ଓ ମୋବାଇଲ ଉପରେ ଜ୍ଞାନ ପାଇଲୁ।
ଚିକୁ ହସି ଦେଇ ହଁ କହିଲା।
ପୁଣି ଚିକୁର ମୁହଁ ଶୁଖି ଗଲା।
ସୁଧା : ପୁଣି କଣ ହେଲା ତୋର।
ଚିକୁ : ମାଆ ମୁଁ ଶୁଣିଛି ବୋର୍ଡ ପରୀକ୍ଷାରେ ବହୁତ ଗୁରୁତ୍ବପୁର୍ଣ। ମୋର ଯଦି ପରୀକ୍ଷା ଖରାପ ହୁଏ ତ ..... ମୁଁ କଣ ଲ କଲେଜରେ ଡିଗ୍ରୀ କରି ପାରିବି।
ସୁଧା : ଆଛା କହିଲୁ ତୋ ଶ୍ରେଣୀରେ ସବୁ ପରୀକ୍ଷାରେ ପ୍ରଥମ ସ୍ଥାନରେ କିଏ ରହୁ ଥିଲା।
ଚିକୁ : ମୁଁ ରଖୁ ଥିଲି ପରା ମାଆ। ତୁମେ ଭୁଲି ଗଲ କେମିତି ଯେ ?
ସୁଧା : ମୁଁ ଭୁଲି ନାହିଁ। ତୁ ଭୁଲି ଯାଇଛୁ ଯେ ତୁ ଗୋଟିଏ ମେଧାବୀ ଛାତ୍ର। ତୋତେ ତୋ ବିଦ୍ୟାଳୟରେ ସବୁ ଶିକ୍ଷକ ଶିକ୍ଷୟିତ୍ରୀ କେତେ ଭଲ ପାଉ ଥିଲେ।
ଚିକୁ : ହେଲେ ମାଆ ।
ସୁଧା : ପୁଣି କଣ ହେଲେ ?
ଚିକୁ : ଆମର ତ ୨ ପ୍ରଥମ ବର୍ଷ ବି ଠିକରେ ପାଠ ପଢା ହୋଇ ନାହିଁ। ମୁଁ ତ ସବୁ ବିଷୟରେ ଠିକ କି ଭଲ ଭାବରେ ବୁଝି ପାରିନି। ତାହେଲେ କୁହ ମାଆ ମୁଁ କେମିତି ପରୀକ୍ଷା ଭଲରେ କରିବି।
ସୁଧା : ତୋର ଅଧ୍ୟାପକ ଙ୍କ ସହ କାଲି ତୋ ବାପାଙ୍କ ଦେଖା ହୋଇ ଥିଲା । ସେ କହୁ ଥିଲେ ତୁ ପରା ଅନ୍ୟମାନଙ୍କ ଅପେକ୍ଷା ଭଲ ପଢୁଛୁ। ସେମାନେ ଆଶା କରୁଛନ୍ତି ତୁ ଏ ବର୍ଷ ପରୀକ୍ଷାରେ ସମଗ୍ର ଓଡ଼ିଶାରେ ପ୍ରଥମ ହେବୁ ବୋଲି।
ଚିକୁ : ସେଇଟା ତ ଡର । ମୋର ୨ ପ୍ରଥମ ବର୍ଷ ଭଲ ହୋଇ ନାହିଁ।
ସୁଧା : ତୋର କଣ ଏକୁଟିଆ ଭଲ ହୋଇ ନାହିଁ। ତୁମ ବ୍ୟାଚର ସବୁ ପିଲାଙ୍କ ଅବସ୍ଥା ସମାନ। ତଥାପି ତୁ ତୋ ୨ ପ୍ରଥମ ବର୍ଷ ପରୀକ୍ଷାରେ ତୁମ କଲେଜରେ ପ୍ରଥମ ହୋଇଥିଲୁ ସେ ବି ୯୫% ନମ୍ବର ରଖି।
ଚିକୁ : ହଁ ମାଆ।
ସୁଧା : ମୋତେ ତୁ ଗୋଟିଏ କଥା କହ ଯଦି ତୁ ଗଣିତରେ ଯୋଗ ବିୟୋଗ ଠିକରେ ଜାଣି ନାହୁଁ ତାହା ହେଲେ ହରଣ ବିୟୋଗ କରି ପାରିବୁ କି ?
ଚିକୁ ମୁଣ୍ଡ ହଲେଇ ନା କହିଲା।
ସୁଧା : ବାସ ସେମିତି ତୁ ଯଦି ୨ ପ୍ରଥମ ବର୍ଷ ରେ ଭଲ ଭାବରେ ପଢି ନାହୁଁ ତେବେ ଏତେ ମାର୍କ ରଖିଲୁ କେମିତି ? କଣ କୋପି କରି ଥିଲୁ ନା ତୋତେ ସାର ଓ ମ୍ୟାଡମମାନେ ବେଶୀ ବେଶୀ ନମ୍ବର ଦେଇ ଦେଲେ।
ଚିକୁ : ଏ କଣ କହୁଛ ମାଆ ! ତୁମେ କଣ ଜାଣି ନାହଁ ମୁଁ ରାତି ଦିନ ଏକ କରି ପାଠ ପଢେ ବୋଲି। କେତେ ପରିଶ୍ରମ କରେ ବୋଲି। ଆଉ ଆମ କଲେଜର ସାର ଓ ମ୍ୟାଡମମାନେ କେତେ ଭଲ ପାଠ ପଢାନ୍ତି। ତା ସହ ଟିଉସନ ସାର ବି ଭଲ ପଢାନ୍ତି। ରାତିରେ କେତେବେଳେ ତୁମେ ଆଉ ବାପା ବି ମୋର ଡାଉଟ ଥିଲେ ବୁଝାଇ ଦିଅ।
ସୁଧା : ବାସ୍ ତୋର ପ୍ରଶ୍ନୋତ୍ତର ତୋ ପାଖରେ।
ଚିକୁ : ମାନେ ମୁଁ ବୁଝି ପାରିଲି ନାହିଁ।
ସୁଧା : ତୁ ୨ ପ୍ରଥମ ବର୍ଷ ଭଲ ନମ୍ବର ରଖି ପାସ କରିଛୁ ତାର କାରଣ ହେଉଛି ତୋର ପରିଶ୍ରମ, ତୋର ଅଧ୍ୟାପକମାନଙ୍କର ପଢ଼ାଇବା ଷ୍ଟାଇଲ, ତୋ ବାପା ଓ ମୋର ଉପଦେଶ..... ହଁ କି ନାହିଁ।
ଚିକୁ ମୁଣ୍ଡ ହଲେଇ ହଁ କହିଲା।
ସୁଧା : ତାମାନେ ତୁ ୨ ପ୍ରଥମ ବର୍ଷରୁ ହିଁ ଭଲ ଭାବରେ ପଢିଛୁ। ସମ୍ପୁର୍ଣ୍ଣ ଜ୍ଞାନ ପାଇଛୁ। କଠିନ ପରିଶ୍ରମ କରିଛୁ କି ନାହିଁ ?
ଚିକୁ : ହଁ ମାଆ।
ସୁଧା : ଏ ସବୁ କଣ ପାଇଁ କରିଥିଲୁ ?
ଚିକୁ : ପ୍ରତ୍ୟେକ ବିଷୟରେ ଭଲ ଜ୍ଞାନ ପାଇବି ଓ ୨ ବୋର୍ଡ ପରୀକ୍ଷରେ ଭଲ ନମ୍ବର ରଖିବି।
ସୁଧା : ତା ମାନେ ତୁ ୨ ପ୍ରଥମ ବର୍ଷରୁ ହିଁ ୨ ଫାଇନାଲ ପରୀକ୍ଷାର ଉଡାଣ ପାଇଁ ନିଜକୁ ପ୍ରସ୍ତୁତ କରୁଥିଲୁ ।
ଚିକୁ ମୁହଁ ରେ ଖୁସିର ଲହରୀ ଖେଳି ଉଠିଲା ଏବଂ କହିଲା ହଁ ମାଆ ମୁଁ ବୁଝି ଗଲି।
ସୁଧା : ଏବେ ତୁ ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତ ତ ?
ଚିକୁ : ହଁ ମାଆ।
ସୁଧା : ସୁନା ପୁଅ ମୋର।
ଏତିକି ବେଳେ ଫୋନ ବାଜି ଉଠିଲା। ସୁଧା କହିଲେ ତୋ ଟ୍ୟୁସନ ସାର ଙ୍କ ଫୋନ ଆସିଛି।
ସୁଧା ସ୍ପିକର ଦେଇ କଥା ହେଲେ। ସାର କହିଲେ ସେ ଗତ କାଲି ପରୀକ୍ଷା କରି ଥିଲେ ଆଉ ଚିକୁ ୯୭ % ନମ୍ବର ରଖିଛି।
ଏ କଥା ଶୁଣି ଘରେ ଖୁସିର ଲହରୀ ଖେଳି ଗଲା।ଫୋନ ରଖି ସୁଧା ଘୁରି ପଡ଼ିଲା ବେଳକୁ ଚିକୁର ବାପା ଓ ନିଲୁ ଛିଡ଼ା ହୋଇ ହସୁଛନ୍ତି।
ଚିକୁର ବାପା କହିଲେ ପ୍ରକୃତରେ ସୁଧା ତୁମେ ଚିକୁକୁ ବହୁତ ଭଲ ଭାବରେ ବୁଝାଇଲ।
ଏତିକି ବେଳେ ଡୋର ବେଲ୍ ବାଜିଲା। ଚିକୁର ବାପା କହିଲେ ମୁଁ ଆମ ସମସ୍ତଙ୍କ ପାଇଁ ଆଇସକ୍ରିମ ଯାଇଛି।ଚିକୁ ଆଉ ନିଲୁର ପସନ୍ଦ ବହୁତ ନା।
ପୁରା ପରିବାର ଖୁସିରେ ଆଇସକ୍ରିମ ଖାଇଲେ।
ତାପରେ ଚିକୁ ଆହୁରି ମନ ଧ୍ୟାନ ଦେଇ ପରୀକ୍ଷା ର ଉଡାଣ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ସହ ନିଜ ସାଙ୍ଗସାଥୀ ମାନଙ୍କୁ ସାହସ ଦେଲା। ପରୀକ୍ଷା ବି ଭଲରେ ହେଲା ଏବଂ ଚିକୁ ପରୀକ୍ଷାରେ ୯୮.୫% ନମ୍ବର ରଖି ସମଗ୍ର ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କଲା ।
ପ୍ରକୃତରେ ସୁଧାଙ୍କର ସେଦିନର ବୁଝାଇବା ଶୈଳୀ ଉଡାଣ ପୂର୍ବରୁ ଇନ୍ଧନର କାମ କଲା।
