Basanti Parida

Others

4  

Basanti Parida

Others

ତିନିଟି ମିନି ଗଳ୍ପ

ତିନିଟି ମିନି ଗଳ୍ପ

1 min
681


କୁଣ୍ଠା..

ଶୀତ ଦିନେ କମ୍ବଳ ବାଣ୍ଟିବା ପୁଣ୍ୟ କାମ।ମନ୍ଦିର ସାମ୍ନାରେ ଦଳେ ଭିକାରୀଙ୍କୁ କମ୍ବଳ ବାଣ୍ଟୁଥିଲି।ଜଣେ ଛୋଟା ଭିକାରୀ ଆଶାବାଡି଼ ଧରି ଛିଡ଼ା ହୋଇଥିଲା।କମ୍ବଳ ପାଇବା ଖୁସିରେ ଆତୁର ହୋଇ, କମ୍ବଳ ଟିକୁ ଧରି ନେବା ବେଳେ ତା ହାତରୁ ଆଶାବାଡି଼ଟି ଖସି ପଡି଼ଲା।ଆଶାବାଡି଼ଟିକୁ ଗୋଟେଇ ଧରେଇ ଦେବାକୁ ଇଚ୍ଛା ହେଉଥିଲେ ମଧ୍ୟ, ମୁଁ ସେପରି କରିବାକୁ କୁଣ୍ଠା କରୁଥିଲି।....(୧)

ଆରାଧନା...

ଦେହ ମନ ଶୁଦ୍ଧପୁତ କରି ଚାଲିଲି ମହାଦେବଙ୍କ ଆରାଧନା କରିବା ପାଇଁ।ଠାକୁରଙ୍କ ଗର୍ଭଗୃହରେ ପ୍ରବେଶ ମାତ୍ରକେ ପାଦତଳେ କଣ ଲାଗିଲା କେଜାଣି ,ଘୃଣାରେ ଦେହମନ ଶୀତେଇ ଗଲା ।ପ୍ରଭୁ ଏବଂ ଭକ୍ତି ଉଭୟେ ଆରାଧନାରୁ ଅନ୍ତର୍ଦ୍ଧ୍ୟାନ ହେଲେ ।....(୨)

ଲୁଟ୍...

ମୁଁ ମହାଦେବଙ୍କ ପୂଜା ସାରି ବାହାରି ଆସିଲି ।ଦେଖିଲି ବହୁତ ମାଙ୍କଡ଼ ବାହାରେ ବୁଲୁଛନ୍ତି ।ଜାଣିଥିଲି ସେମାନେ ଖାଦ୍ୟ ଜିନିଷ ଝାମ୍ପି ନିଅନ୍ତି।ଭାବିଲି କିଛି ଭୋଗ ସେମାନଙ୍କୁ ବାଣ୍ଟି ଦେବି।ବାଣ୍ଟିବା ଆରମ୍ଭ କଲାରୁ ମାଙ୍କଡ଼ ଟିଏ ଅନେଇ ବସି ରହିଲା, ଅପେକ୍ଷା କରିବା ମୁଦ୍ରାରେ...।ନଡ଼ିଆ ,ଖସାଲଡୁ଼ ସମସ୍ତେ ଧିରେ ସୁସ୍ଥେ ନେଇ ଗଲେ।ଫାଳେ ନଡ଼ିଆ ଆଉ ବେଲ ପତ୍ର ରଖିଲି ଘରକୁ ଆଣିବା ପାଇଁ।ପୁଅ ହାତରେ ଧରେଇ ଦେଇ ଗଲି ଚପଲ ପିନ୍ଧିବାକୁ।ଅପେକ୍ଷା ମୁଦ୍ରାରେ ବସିଥିବା ମାଙ୍କଡ଼ଟି, ସେସବୁ ଏମିତି ଝାମ୍ପି ନେଲା ଯେ, ମୋ ପୁଅ ହାତକୁ ରାମ୍ପୁଡି଼ ପକାଇଲା ...(୩)


Rate this content
Log in