ସୁନାବେଶ
ସୁନାବେଶ
ସେ' ଅନନ୍ତ, ଅସୀମ, ଅପାର,
ସେ' ଶୂନ୍ୟ ବ୍ରହ୍ମ ଦାରୁ ବ୍ରହ୍ମ।
କୋଟି ଓଡ଼ିଆଙ୍କ ମଉଡ଼ ମଣି
ଭାବ ବିନୋଦିଆ, ବଡ଼ ଭୋଗ ଖିଆ
ଜଗତର ନାଥ ମୋ ଜଗନ୍ନାଥ।
ବାର ମାସରେ ତାର କେତେ ଯାନୀ, ଯାତରା, ପର୍ବ, ପର୍ବାଣୀ ଆଉ ତାର କେତେ ବେଶ।କିଏ ବା ବର୍ଣ୍ଣନା କରିପାରିବ
ତା ଅରୂପ ଅଲୌକିକ ରୂପ ମାଧୁର୍ଯ୍ୟକୁ।
ଆଷାଢ଼ ଶୁକ୍ଳ ଏକାଦଶୀ ଦିନ ମଧ୍ୟାହ୍ନ ଧୂପ ଶେଷ ପରେ ରଥ ଉପରେ
ଚତୁର୍ଦ୍ଧା ମୂର୍ତ୍ତିଙ୍କର ସୁନାବେଶ ଅନୁଷ୍ଠିତ ହୋଇଥାଏ।ସେଇ ସୁନାବେଶ ପାଇଁ ଭଣ୍ଡାର ଘରୁ ପାଳିଆ, ଖୁଣ୍ଟିଆ ସେବକଙ୍କ ଦ୍ୱାରା ସବୁ ଗହଣା ତିନି ରଥ ଉପରକୁ ଆସିଥାଏ।ଶ୍ରୀଜୀଉ ମାନଙ୍କର ଏହି ସୁନାବେଶ ବର୍ଷକୁ ଚାରି ଥର ହୋଇଥାଏ।ଶ୍ରୀମନ୍ଦିର ଭିତରେ ତିନି ଥର ଏବଂ ବାହାରେ ଥରେ ହୋଇଥାଏ।ବାହୁଡା ଯାତ୍ରାରେ ହେଉଥିବା ସୁନାବେଶ ଦର୍ଶନ କଲେ କୋଟି ପୂର୍ଣ୍ଣ ମିଳିଥାଏ।
ସୁନାବେଶ ରେ ଜଗନ୍ନାଥ ପିନ୍ଧୁଥିବା ଗହଣା
ଶ୍ରୀପୟର, କିରିଟି, ଶ୍ରୀଭୁଜ,(ହାତ ) ସ୍ଵର୍ଣଚକ୍ର, ରୌପ୍ୟଶଙ୍ଖ,ଓଢିଆଣୀ, (କାନଫୁଲ), କମର ପଟି, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ତ୍ରିଖଣ୍ଡିକା, ଝୋବାକଣ୍ଠି, ବାହାଡ଼ା ମାଳି, ତାବିଜ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଏହି ସବୁ ଗହଣାରେ ଜଗନ୍ନାଥ ଙ୍କୁ ସଜା ଯାଇଥାଏ।
ବଳଭଦ୍ରଙ୍କ ଗହଣା
ଶ୍ରୀପୟର, କିରିଟ, ଶ୍ରୀଭୁଜ, ହଳ ଓ ମୁଷଳ, ଓଢିଆଣୀ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ତ୍ରିଖଣ୍ଡିକା, କମର ପଟି, ଆଡ଼କାନି, ଘାଗଡ଼ା ମାଳି, କଦମ୍ବ ମାଳି, ବାହାଡ଼ା, ମାଳି, ବାଘନଖ ମାଳି, ସେବତୀ ମାଳି, ତିଳକ, ଚନ୍ଦ୍ରିକା, ଅଳକା ଝୋବାକଣ୍ଠି,
ମା' ସୁଭଦ୍ରାଙ୍କ ଗହଣା ନାମ
କିରିଟ, ଓଢିଆଣୀ, କାନ, ଚନ୍ଦ୍ରସୂର୍ଯ୍ୟ, ତଗଡ଼ି-୨ଟି, ସେବତୀ ମାଳି, ଘାଗଡ଼ା ମାଳି, କଦମ୍ବ ମାଳି।
ମହଣ ମହଣ ସୁନାରେ ଶ୍ରୀଜୀଉ ଙ୍କୁ ଆଭୂଷଣ କରାଯାଏ।ସିଂହାରୀ ପାଳିଆ, ଖୁଣ୍ଟିଆ, ଭଣ୍ଡାର ମେକାପ, ଚାଙ୍ଗଡ଼ା ମେକାପ, ସେବକ ମାନେ ପ୍ରଭୁଙ୍କୁ ସୁନାବେଶ କରାନ୍ତି।ମହା ପ୍ରଭୁଙ୍କର ଏହି ଦିବ୍ୟ ଦର୍ଶନ ଭାଗ୍ୟରେ ଥିଲେ ମିଳେ। ଜୟ ପ୍ରଭୁ ଜଗନ୍ନାଥ ।
