ପ୍ରତୀକ୍ଷା
ପ୍ରତୀକ୍ଷା
ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଆରମ୍ଭ ପ୍ରେମ କାହାଣୀ।ଝିଅ ଟିର ନାମ ଅସୀମା ..ପୁଅ ଟିର ନାମ ଅମର..।ସେ' ଦୁହେଁ ସାଥି ହୋଇ ୩ ପଢ଼ୁଥିବା ସମୟରେ ଗଢି ଉଠି ଥିଲା ପ୍ରେମ ସମ୍ପର୍କ।ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ।ସାରା ଜୀବନ ସାଥି ହୋଇ ରହିବେ ବୋଲି ପ୍ରତିଜ୍ଞା କରିଥିଲ।
୩ ପରୀକ୍ଷା ସରି ଗଲା ଅସୀମା ଘରେ ରହିଗଲା।ଆଉ ଅମର ତାର ଭବିଷ୍ୟତ ପାଇଁ ବିଦେଶକୁ ଯିବାକୁ ନିଷ୍ପତ୍ତି ନେଲା।ଦିନେ ଅସୀମାକୁ ଡାକି ସବୁ କହିଲା ଆହୁରି ପଢିବି ଚାକିରି କରିବି।ବହୁତ ଟଙ୍କା ରୋଜଗାର କରି ସାରିଲେ ତୁମ ଘରକୁ ଯାଇ ତୁମ ହାତ ମାଗିବି।ହେଲେ ଅସୀମା ଅମରର ବିଦେଶ ଯିବା ପ୍ରସ୍ତାବରେ ସହମତି ପ୍ରକାଶ କଲା ନାହିଁ।କହିଲା ତୁମେ ଗଲେ ବାହାରକୁ ମୁଁ କେମିତି ରହିବି।ଆମ ଘରେ ମୋର ବାହାଘର କରିଦେବେ।ମୁଁ' କଣ କାହିକି ସେମାନଙ୍କୁ ମନା କରିବି।ଏମିତି କହିକି ଅସୀମା କାନ୍ଦିବାକୁ ଲାଗିଲା।
ଅମର ତାକୁ ବୁଝାଇଲା।ଶୁଣୁ ଅସୀମା ପ୍ରେମରେ ପେଟ ପୁରେ ନାହିଁ।ଖାଲି ଆମେ ପ୍ରେମ କରିବା ଖାଇବା କଣ? ବଞ୍ଚିବା କେମିତି।ପ୍ରେମ ପ୍ରେମ ବାଟରେ ଆଉ କାମ କାମ ବାଟରେ।ମୁଁ' ତୋତେ କଥା ଦେଉଛି ପାଠ ପଢି ନିଜ ଗୋଡ଼ରେ ଛିଡା ହୋଇ ଗଲେ ପୁଣି ଫେରି ଆସିବି ତୋରି ପାଖକୁ।ତୁ ମୋର ଆସିବା ଯାଏଁ ଅପେକ୍ଷା କରିବୁ।କିନ୍ତୁ ଅସୀମା କିଛି ବି ବୁଝୁ ନଥାଏ ଖାଲି କାନ୍ଦୁ ଥାଏ ଶେଷରେ ଅମର ତାକୁ ବୁଝାଇ ଚାଲି ଗଲା ସେଠାରୁ।
ଦୁଇ ଦିନ ପରେ ଅମର ଚାଲି ଗଲା ବିଦେଶ।ଆଉ ଏପଟେ କିଛି ଦିନ ପରେ ଅସୀମାର ବାହାଘର କରିଦେଲେ ଘର ଲୋକ।ଅସୀମା ଯେତେ ମନା କଲେବି ତା କଥା ଶୁଣିଲେ ନାହିଁ।ଅମର ପାଖକୁ ଖବର ବି' ଦେଇ ପାରୁ ନ' ଥାଏ ଅସୀମା।ଫୋନ ବି' ଲାଗୁ ନଥାଏ।ଶେଷରେ ଅସୀମାର ବାହା ଘର କରିଦେଲେ।
କିନ୍ତୁ ଅସୀମା ମନରେ ଅସରନ୍ତି ଦୁଃଖ।ଆମର ତା' ଜୀବନ ସାଥି ହୋଇ ପାରିଲା ନାହିଁ।ବହୁତ ଚେଷ୍ଟା କରିଛି ଅମରକୁ ଜଣାଇବାକୁ ହେଲେ ସମ୍ଭବ ହୋଇ ପାରିଲା ନାହିଁ।ଅମର ଫୋନ ରଖିନଥିଲା ତା' କାମରେ ଆଉ ତା' ପଢ଼ାରେ ବାଧା ଆସିବ ବୋଲି।ଆଉ ଯେତେବେଳେ ପାଞ୍ଚ ବର୍ଷ ପରେ ଅସୀମା ପାଖକୁ ଅମର ଫୋନ କଲା ସେତେବେଳେ ଅସୀମାର ନମ୍ବର ବଦଳି ଯାଇଥିଲା।
ଫେରି ଆସିଲା ନିଜ ଜନ୍ମ ସ୍ଥାନକୁ ସଫଳ ହୋଇ ଅମର।ଆଉ ଖୋଜି ବୁଲିଲା ଅସୀମାକୁ ସବୁ ଆଡେ।ସାଙ୍ଗ ସାଥୀଙ୍କୁ ପଚାରି ବୁଝିଲା କେହି ଅସୀମାର ଖବର ଜାଣି ନାହାଁନ୍ତି କହିଲେ।ଶେଷରେ ଅସୀମାର ଅତି ପ୍ରିୟ ବାନ୍ଧବୀ ପାଖକୁ ଫୋନ କରିକି ଅମର ଅସୀମାର ନମ୍ବର ମାଗିଲା।ହେଲେ ତା' ବାନ୍ଧବୀ ଅମରକୁ କହିଲା କଣ ପାଇଁ ତା' ଜୀବନରେ ପୁଣି ଆସିବୁ।ସିର ଯେମିତି ଅଛି ଭଲରେ ଅଛି।ମୁଁ' ତୋତେ ତା' ନମ୍ବର ଦେଇ ପାରିବି ନାହିଁ।
ଅମର ପାଗଳ ହୋଇ ଗଲାଣି ଅସୀମାକୁ ଖୋଜି ଖୋଜି।ଅମରର ଏପରି ଅବସ୍ଥା ଦେଖିକି ତାର ପୁରୁଷ ବନ୍ଧୁ ମାନେ ସହି ପାରିଲେ ନାହିଁ।ଅସୀମାର ବାନ୍ଧବିକୁ ଅନୁରୋଧ କରିକି ଅସୀମା ନମ୍ବର ଆଣିଲେ।
ଅମର ଫୋନ କଲା ଅସୀମାକୁ।ଆଉ ଅସୀମା ବି' ଫୋନ ଉଠେଇଲା।ଏବଂ ଦୁହେଁ ଦୁହିଁଙ୍କ କଣ୍ଠ ସ୍ୱର ଶୁଣିକି କିଛି ସମୟ ନିରବ ରହିଗଲେ।ତାପରେ ଅମର କହିଲା କେମିତି ଅଛୁ ଅସୀମା।ମୁଁ' ଫେରି ଆସିଛି କଥା ଦେଇଥିଲି କଥା ରଖିଲି ଅସୀମା।ତୁ' କୋଉଠି ଅଛୁ ମୋତେ କୋଉଠି ଦେଖା କରିବୁ କହ?।ଅସୀମା ସବୁ ଶୁଣିସାରି ଥର ଥର ସ୍ୱରରେ କହିଲା ମୁଁ' ଆଉ ତୁମର ସେ' ଅସୀମା ହୋଇକି ନାହିଁ।ମୋତେ ଆଉ କେବେ ଫୋନ କରିବନି।ଏତିକି କହିକି ଅସୀମା ଫୋନ କଟିଦେଲା।
ଏମିତି ବିତି ଗଲା ଗୋଟେ ମାସ।ସବୁ ଦିନ ଅମର ଫୋନ କରେ କିନ୍ତୁ ଅସୀମା ଉଠାଏ ନାହିଁ।ଏପର୍ଯ୍ୟନ୍ତ ଅମର ଜାଣି ନାହିଁ ଅସୀମା ସାଥିରେ ଯାହା ସବୁ ଘଟି ଯାଇଛି।ବାରମ୍ବାର ଫୋନ କରିବା ଦ୍ୱାରା ଅସୀମା ରାଗିକି ଉଠେଇ ଦେଲା ଫୋନକୁ।ଅମର କହିଲା କେବଳ ଶେଷ ଥର ପାଇଁ ଦେଖା କର ଅସୀମା।ଅସୀମା ଆଉ ଜମା ସହି ପାରିଲା ନାହିଁ ଅମରର ଦୁଃଖକୁ।ରାଜି ହୋଇ ଗଲା ଅମର କଥାରେ।
ବଗିଚାରେ ବସିଥାଏ ଅମର ଅସୀମାର ଅପେକ୍ଷାରେ।କେତେ ଆଶା କେତେ ସ୍ୱପ୍ନ ନେଇ ହେଲେ ଏ' କଣ? ଅମର ଚମକି ପଡିଲା ଦେଖିକି ଅସୀମା ହାତ ଧରିକି ଗୋଟିଏ ପାଞ୍ଚ ବର୍ଷର ଛୋଟ ପୁଅ ଟିଏ ତା' ସାଥିରେ।ଆଉ ଅସୀମା ଧଳା ଶାଢୀରେ।ଧାର ଧାର ଲୁହ ବୋହି ଗଲା ଅମର ଆଖିରୁ।ନିଜକୁ ସମ୍ଭାଳି ନେଲା ଅମର।
ଅସୀମା ଆସିଲା ଦୁହେଁ ବସିକି କଥା ହେଲେ।ଅମର କହିଲା ଏବେ ମୋ' ପାଖରେ ସବୁ କିଛି ଅଛି ଅସୀମା।ଅସୀମା କହିଲା ଯୋଉ ଦିନ ଛାଡିକି ଯାଇଥିଲ ସେଇ ଦିନୁ ଅସୀମା ମରି ଯାଇଛି।ଅମର କହିଲା ମୁଁ' ତୋରି ପାଇଁ ଯାଇଥିଲି ତୋରି ପାଇଁ ଆସିଛି।
କିନ୍ତୁ ଅସୀମା କହିଲା ମୁଁ' ତ' ଆଉ କାହାର ହୋଇ ସାରିଛି।ଅମର କହିଲା ମୁଁ' ଆଜି ଯାଏଁ ତୁମକୁ ଅପେକ୍ଷା କରିଛି।ଅସୀମା କହିଲା ଶୁଣିବ ତୁମେ ଗଲା ପରେ ମୋ' ସାଥିରେ କଣ ସବୁ ଘଟି ଯାଇଛି।ତେବେ ଶୁଣ।
ଅସୀମା କହିଲା ବହୁତ ଚେଷ୍ଟା କରିଥିଲି ତୁମକୁ ଖବର ଦେବାକୁ କିନ୍ତୁ ହୋଇ ପାରିଲାନି।ମୋର ଯେଉଁ ଦିନ ଚର୍ତୁଥି ଥିଲା ସେଇ ଦିନ ମୋ' ସ୍ୱାମୀଙ୍କର ଦୁର୍ଘଟଣା ରେ ମୃତ୍ୟୁ ଘଟିଲା।ଏହାଠୁ ବଡ଼ ଦୁଃଖ ଆଉ କଣ ହୋଇ ପାରେ।ଶାଶୁ ଘରେ ଅଶୁଭ କହିକି ଘରୁ ବାହାର କରିଦେଲେ।ବାପ ଘରକୁ ଗଲି ନାହିଁ ଗୋଟେ ସ୍କୁଲ ରେ ରହି ପିଲାଙ୍କୁ ପଢେଇ ନିଜକୁ ସମ୍ଭାଳିଲି।କେତେ ଦୁଃଖ କଷ୍ଟରେ ଏହି ପାଞ୍ଚ ବର୍ଷ ବିତାଇଛି ମୁଁ' ଜାଣିଛି।କାହିଁକି ତୁମେ ପୁଣି ଦୁଃଖ ଦେବାକୁ ଆସିଲ।
ଏହି ସମୟରେ ଅମର କହିଲା ତୁମ ସ୍ୱାମୀ ନାହାନ୍ତି କିନ୍ତୁ ତାଙ୍କ ସନ୍ତକ ତ' ତୋ' ପାଖରେ।ଆରେ ନା ନା ନା ତୁ'ତ କହିଲୁ ଚତୁର୍ଥୀ ହୋଇନି ପୁଣି ଏ ପିଲା କେମିତି ଅସୀମା।ଅସୀମା କହିଲା ତୁମେ ବିଦେଶ ଯିବା ବେଳେ ମୁଁ' ଦେଢ଼ ମାସର ଅନ୍ତସତ୍ଵା ଥିଲି ଯାହା ମୁଁ' ପରେ ଜାଣିକି ତୁମକୁ ଜଣେଇ ବାକୁ ବାବୁତ ପ୍ରୟାସ କରିଛି ହେଲେ ବିଫଳ ହେଇଲି।ସେଥିପାଇଁ ବାଧ୍ୟ ହୋଇକି ଘର ଲୋକଙ୍କ କଥାରେ ବିବାହ ପାଇଁ ରାଜି ହୋଇ ଗଲି।କାରଣ ତୁମେ ନ ଥିଲ କୁଆଁରୀ ମା' ହୋଇ ଏ' ସମାଜରେ ରହି ପାରିବିନି।କିନ୍ତୁ ଆମର ପ୍ରେମର ସନ୍ତକକୁ ମୁଁ ହରେଇ ପାରିଲିନି ଆମର ପାରିଲିନି।
ଅମର ବହୁତ ଖୁସି ହୋଇଗଲା ସେ' ପୁଅ ଅମରର ବୋଲି ଜାଣିକି।କୋଳେଇକି ବହୁତ ଗେଲ କଲା ତା' ପୁଅକୁ।କହିଲା ଯାହା ବିତି ଯାଇଛି ସେ' ସବୁକୁ ଭୁଲିକି ପୁଣି ଗଢି ତୋଳିବା ଆମ ପ୍ରେମର ନଅର ଅସୀମା।ତୁ' ବଞ୍ଚିବୁ ତୁ' ହସିବୁ ଏଇ ଅମର ସାଥିରେ।ତୋର ସବୁ ଆଶା ମୁଁ' ପୂରଣ କରିବି।ମୋର ଅପେକ୍ଷା ଆଉ ତୋର ଅପେକ୍ଷାର ଅନ୍ତ ଘଟିଛି ଅସୀମା।ଚାଲେ ହାତରେ ହାତ ଛନ୍ଦି ଗଢିବା ଆମ ନୂଆ ସଂସାର।
ସତରେ ପ୍ରକୃତ ପ୍ରେମ ସବୁବେଳେ ବିଜୟ ଲାଭ କରେ।ପ୍ରତିକ୍ଷାର ଫଳ ବହୁତ ମିଠା ହୁଏ।ସେତିକି ସ୍ନେହଁ, ମମତା, ଆବେଗ ହୃଦୟରେ ଥିଲେ ଆପଣାର ମଣିଷ ନିଶ୍ଚୟ ମିଳି ଯାଏ।ଯାହା ଏହି କାହାଣୀ ଟିରେ ସମ୍ଭବ ହୋଇ ପାରିଛି।
