STORYMIRROR

Sarmistha Palai

Others

3  

Sarmistha Palai

Others

ସ୍କନ୍ଦମାତା

ସ୍କନ୍ଦମାତା

1 min
187


ନବରାତ୍ରିର ପଞ୍ଚମ ଦିନରେ ମା' ସ୍କନ୍ଧମାତାଙ୍କର ପୂଜା କରାଯାଏ।ଏହି ଦିନ ମା' ଙ୍କୁ ପୂଜା କରିବା ଦ୍ୱାରା ଭକ୍ତର ସମସ୍ତ ଇଛା ପୂରଣ ହୋଇଥାଏ।ଜୀବନରେ ସୁଖ, ଶାନ୍ତି ମିଳିଥାଏ।


ଦେବତାରଙ୍କର ପ୍ରାର୍ଥନା ତୃପ୍ତ ହୋଇ ମହାଦେବୀ ଉମା ରୂପେ ହିମାଳୟଙ୍କର ପତ୍ନୀ ମେନକାଙ୍କ ଗର୍ଭରୁ ଉମା ରୂପରେ ଜନ୍ମ ହୋଇଥିଲେ।ଶିବ ଓ ଉମାଙ୍କର ମିଳନ ହେଲେ କାର୍ତ୍ତିକ ଜନ୍ମ ହେବେ ଏବଂ ଦେବ ସେନାପତି ଭାବେ ଅସୁର ସଂହାରିବେ।ଏହା ପରେ ମହାଦେବଙ୍କୁ ପାଇବା ପାଇଁ କଠୋର ତପସ୍ୟା ଆଚରଣ କଲେ ମା' ଉମା।ସେପଟେ ଦେବତା ମାନେ କମଦେବଙ୍କୁ ପ୍ରେରଣ କଲେ ଶିବଙ୍କର ତପସ୍ୟା ଭଙ୍ଗ କରିବା ପାଇଁ।ଶିବଙ୍କୁ କାମଦେବ ପୁଲସର ମାରିବା ଦ୍ୱାରା ଶିବଙ୍କର ଧ୍ୟାନ ଭଗ୍ନ ହୋଇଗଲା ଏବଂ ଶିବ କ୍ରୋଧାନ୍ୱିତ ହୋଇ ତାଙ୍କର ତୃତୀୟ ନେତ୍ର ଖୋଲି ଦେଲେ ଏବଂ ତାଙ୍କ ତୃତୀୟ ନେତ୍ରର ଅଗ୍ନିରେ କାମଦେବ ଭସ୍ମୀଭୂତ ହୋଇଗଲେ।


ଏଥର ମା' ଉମା ବୁଝିପାରିଲେ ଶିବଙ୍କୁ ପାଇବା ପାଇଁ ଆହୁରି କଠିନ ବ୍ରତ କରିବାକୁ ହେବ।ମା ପାର୍ବତୀ ତପସ୍ୟା ପାଇଁ ବାହାରିବା ସମୟରେ ମା' ମେନା ତାଙ୍କୁ ଉ-ମା ଅର୍ଥାତ ଯାଅନା ଯାଅନା କହି ବାରଣ କରିଥିଲେ।ଏହି ତପସ୍ୟା ପାର୍ବତୀ ଗୋଟେ ପତ୍ର ସୁଦ୍ଧା ଭକ୍ଷଣ କରିନଥିଲେ ସେଥିପାଇଁ ତାଙ୍କ ଅନ୍ୟ ନାମ ଅପର୍ଣ୍ଣା।ଧ୍ୟାନ ବଳରେ ଉଭୟଙ୍କର ମିଳନ ହେବାରୁ ଜନ୍ମ ହେଲେ ସ୍କନ୍ଧ କାର୍ତ୍ତିକେୟ।ସ୍କନ୍ଧମାତା ଅଗ୍ନି ମଣ୍ଡଳରେ ଅବସ୍ଥାନ କରନ୍ତି।ତାଙ୍କର ତିନି ଗୋଟି ଭୁଜ।ସେ କୋଳରେ ସ୍କନ୍ଧ ଙ୍କୁ ଧରିଛନ୍ତି।ମାଆଙ୍କର ବାହନ ସିଂହ।


ଏହି ଦିନ ସବୁଜ ବସ୍ତ୍ର ପରିଧାନ କଲେ ଶୁଭ ଅଟେ।ଦେବୀଙ୍କୁ ସବୁଜ ଚୁଡ଼ି, ସବୁଜ ଶାଢ଼ୀ, ମେହେନ୍ଦୀ, ସିନ୍ଦୁର, ଅକ୍ଷତ ଅର୍ପଣ କରାଯାଏ।ମାନ୍ୟତା ରହିଛି ମାଙ୍କୁ ଏହି ଦିନ ହଳଦିଆ ଫୁଲ ଦେଇ ପୂଜା କଲେ ସନ୍ତାନ ପ୍ରାପ୍ତି ହୁଏ।ମା'ଙ୍କ ପାଖରେ ମିଠା ଓ ପାଞ୍ଚ ପ୍ରକାର ପିଠା ଭୋଗ ଲାଗି ହୁଏ।ମା'ଙ୍କର ଅତି ପ୍ରିୟ ହେଉଛି କଦଳୀ ଭୋଗ।



Rate this content
Log in