STORYMIRROR

Sarmistha Palai

Others

3  

Sarmistha Palai

Others

ମା କାତ୍ୟାୟନୀ

ମା କାତ୍ୟାୟନୀ

1 min
134


କାତ୍ୟାୟିନୀ ନବ ଦୁର୍ଗାଙ୍କର ଷଷ୍ଠ ଅବତାର।ନବ ରାତ୍ରରେ ଶକ୍ତି ହିନ୍ଦୁ ଦେବୀମାତା ପାର୍ବତୀଙ୍କୁ ଆରାଧନା କରାଯାଏ।ମା' କାତ୍ୟାୟନୀ ଙ୍କୁ ଶକ୍ତିମୟୀ ଦେବୀ ରୂପେ ଭଦ୍ରକାଳୀ ଓ ଚନ୍ଦ୍ରିକା ରୂପରେ ଉପାସନା କରାଯାଏ।


ପୌରାଣିକ କିମ୍ବଦନ୍ତୀ ଅଛି ଯେ ମା' କାତ୍ୟାୟନୀ ଦେବତା ମାନଙ୍କ କ୍ରୋଧରୁ ଜନ୍ମ ହୋଇଥିଲେ।ଦେବତା ମାନେ ମସିଷାସୁର କୁ ବଦ୍ଧ କରିବା ପାଇଁ ମାଙ୍କୁ ସୃଷ୍ଟି କରିଥିଲେ।


ଭଗବାନ ବିଷ୍ଣୁ, ବ୍ରହ୍ମା, ଶିବ ତଥା ଅନ୍ୟ ଦେବତା ମାନେ ସମ୍ମିଳତ ଶକ୍ତି ନୟନର ପ୍ରଖର ଜ୍ବଳିତ ଶିଖା ହିସାବରେ ପ୍ରେରଣ କରି କାତ୍ୟାୟନୀ ଙ୍କ ସୃଷ୍ଟି କରିଥିଲେ।ସମସ୍ତ ସୂର୍ଯ୍ୟର ତେଜ ପାଇବା ସହ ୧୮ ଟି ହାତ ମଧ୍ୟ ପାଇଥିଲେ।ଭଗବାନ ବିଷ୍ଣୁ ତାଙ୍କର ସୁଦର୍ଶନ ଚକ୍ର, ଶିବ ତାଙ୍କର ତ୍ରିଶୂଳ, ବରୁଣ ତାଙ୍କର ଶଙ୍ଖ, ବାୟୁ ଦେବତା ତାଙ୍କର ବତାଶ, ଏହି ପରି ସମସ୍ତ ଦେବା ଦେବୀ ତାଙ୍କର ଶକ୍ତି ଓ ଅସ୍ତ୍ର ପ୍ରଦାନ କରିଥିଲେ।ଏହି ସବୁ ଶକ୍ତି ଅସ୍ତ୍ର ପାଇ ମା' ବଳିଆନ ହୋଇ କାତ୍ୟାୟନୀ ରୂପ ହୋଇ ମହିଷାସୁର କୁ ଯୁଦ୍ଧରେ ପରାସ୍ଥ କରି ବଦ୍ଧ କରିଥିଲେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍