STORYMIRROR

Sarmistha Palai

Others

3  

Sarmistha Palai

Others

ମା ବ୍ରହ୍ମ ଚାରିଣୀ

ମା ବ୍ରହ୍ମ ଚାରିଣୀ

1 min
189


ନବ ରାତ୍ରିର ଦ୍ୱିତୀୟ ଦିନରେ ମା' ଦୁର୍ଗାଙ୍କର ବ୍ରହ୍ମ ଚାରିଣୀ ରୂପର ଆରାଧନା କରା ଯାଇଥାଏ।ମା' ବ୍ରହ୍ମ ଚାରିଣୀ ଭକ୍ତଙ୍କର ସବୁ ମନ ବାଞ୍ଛା ପୂରଣ କରିଥାନ୍ତି।


ମା' ବ୍ରହ୍ମ ଚାରିଣୀ ନାମର ଅର୍ଥ--ବ୍ରହ୍ମ ଅର୍ଥ ତପସ୍ୟା ଏବଂ ଚାରିଣୀ ଅର୍ଥ ଆଚରଣ।ଅର୍ଥାତ ଦେବୀ ତପ ଆଚରଣ କରିଥାନ୍ତି।ମା' ଙ୍କ ଦକ୍ଷିଣ ହସ୍ତରେ ଜପା ମାଳା ଓ ବାମ ହସ୍ତରେ କମଣ୍ଡଳ ଥାଏ।ଧାର୍ମିକ ମାନ୍ୟତାନୁଯାୟୀ ମା' ବ୍ରହ୍ମ ଚାରିଣୀକୁ ପୂଜା କଲେ ତପ, ତ୍ୟାଗ, ବୈରାଗ୍ୟ, ସଦାଚାର, ଓ ସଂଯମ ବୃଦ୍ଧି ପାଏ।ଦେବୀଙ୍କୁ ଆରାଧନା କଲେ ଆତ୍ମବଳ ବୃଦ୍ଧି ପାଏ।ଯାହା ଦ୍ୱାରାକି ଜୀବନର ସବୁ ବିପଦକୁ ସାମ୍ନା କରିହୁଏ।


ମା' ଙ୍କ ପୂଜା ବିଧି-- ମା'ଙ୍କୁ ଚାଉଳ, ଫୁଲ, ନାଲି ସୁତା, ଚନ୍ଦନ ଆଦି ଅର୍ପଣ କରାଯାଏ।ମା'ଙ୍କୁ ଦହି, କ୍ଷୀର, ମହୁ, ଘିଅରେ ସ୍ନାନ କରାଯାଏ।ମା'ଙ୍କୁ ବାଦମରେ ପ୍ରସ୍ତୁତ ମିଠା ବହୁତ ପସନ୍ଦ।ମିଠା, ସୁପାରୀ, ଲବଙ୍ଗ, ପାନ ଅର୍ପଣ କରାଯାଏ।


ମା' ବ୍ରହ୍ମ ଚାରିଣୀଙ୍କର ପୌରାଣିକ କଥା---

ପୌରାଣିକ କଥା ଅନୁସାରେ ପୂର୍ବ ଜନ୍ମରେ ମା'ବ୍ରହ୍ମ ଚାରିଣୀ ହିମାଳୟ ଙ୍କ ଘରେ ପୁତ୍ରୀ ହୋଇ ଜନ୍ମ ହୋଇଥିଲେ।ମା' ଶିବଙ୍କୁ ପତି ରୂପରେ ପାଇବା ପାଇଁ ବହୁତ କଠିନ ତପସ୍ୟା କରିଥିଲେ।ସେଥିପାଇଁ ତାଙ୍କୁ ବ୍ରହ୍ମ ଚାରିଣୀ କୁହାଯାଏ।ମା' ହଜାରେ ବର୍ଷ ଯାଏଁ କେବଳ ଫଳ, ମୂଳ ଖାଇ ଜୀବନ ବିତାଇ ଥିଲେ।ଖୋଲା ଆକାଶ ତଳେ ଖରା, ବର୍ଷା, ରେ ତପସ୍ୟା କରୁଥିଲେ।ଖଣ୍ଡିଏ ବେଲପତ୍ର ଖାଇ ତପସ୍ୟା କରୁଥିଲେ ଏତେ ସବୁ କରିବା ପରେ ମଧ୍ୟ ଶିବ ପ୍ରସନ୍ନ ହେଲେ ନାହିଁ ଶେଷରେ ମା' ବେଲପତ୍ର ବି' ଖାଇବା ଛାଡି ଦେଲେ ନିର୍ଜଳା ଓ ନିରାହାରରେ ତପସ୍ୟା କଲେ ଯାହା ଦ୍ୱାରା ମା' ଅତି ଦୁର୍ବଳ ହୋଇ ପଡିଲେ।ମା' ଙ୍କର ଏପରି ଅବସ୍ଥା ଦେଖି ସ୍ୱର୍ଗର ସମସ୍ତ ଦେବତା, ଋଷି ମା'ଙ୍କୁ ତାଙ୍କ ମନସ୍କାମନା ପୂରଣ ହେବାର ଆଶୀର୍ବାଦ ଦେଇଥିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍