STORYMIRROR

Sarmistha Palai

Others

4  

Sarmistha Palai

Others

ବୁଦ୍ଧିର ଖେଳ

ବୁଦ୍ଧିର ଖେଳ

3 mins
389

ସ୍କୁଲର ବେଲ୍ ବାଜି ଉଠିଲା।ସବୁ ପିଲା ମାନେ ଦୌଡା ଦୌଡ଼ି ହୋଇ ଶ୍ରେଣୀ ଭିତରୁ ବାହାରି ଆସିଲେ।ଗୋଟେ ଝିଅ ନାମ ତାର ରୀତିକା।ସାଙ୍ଗ ମାନଙ୍କ ସାଥିରେ ନାଲି ଗୋଡି ରାସ୍ତାରେ ଘରକୁ ଫେରୁଥାଏ ସ୍କୁଲରୁ।ସେହି ସମୟରେ ଗୋଟେ ୧୦ ବର୍ଷର ଝିଅ ଟିଏ ଦୌଡ଼ି କି' ଆସିକି ରୀତିକା ହାତରେ କଣ ଗୋଟେ ଦେଇକି ପଳେଇଲା।ରୀତିକା ଆଶ୍ଚର୍ଯ୍ୟ ହୋଇ ଚାହିଁ ଥାଏ କଣ ହେଲା ବୁଝି ପାରିଲାନି।ତା' ହାତକୁ ଖୋଲିକି ଦେଖିଲା ଗୋଟେ କାଗଜ ଭଙ୍ଗା ହୋଇକି ଅଛି।ସାଙ୍ଗ ମାନେ ସାଥିରେ ଅଛନ୍ତି କଣ କରିବ ଭାବି ପାରିଲାନି।ଯାହା ଖୋଲି ଥାନ୍ତା ସେ' ଝିଅ ହାତରେ ଦେଇକି କାନରେ କହିକି ଯାଇଛି କାହାକୁ ଦେଖାଇବ ନାହିଁ।ବଡ଼ ଚିନ୍ତାରେ ପଡିଲା ରୀତିକା। 

ଘରେ ପହଞ୍ଚି ଚିଠି ଟିକୁ ଖୋଲିକି ପଢିବାକୁ ଲାଗିଲା।ପଢି ସାରିଲା ପରେ ତା' ଦେହରେ ପ୍ରବଳ ଜ୍ୱର।ଘରେ ସମସ୍ତେ ବ୍ୟସ୍ତ ଜ୍ୱର କଣ ପାଇଁ ହେଲା।ରୀତିକା କିନ୍ତୁ କାହାକୁ କିଛି କହି ପାରୁ ନଥାଏ କାରଣ ସେ' ଚିଠିରେ ଏମିତି କିଛି ଲେଖା ଥିଲା ଯାହାକି ରୀତିକାର ଜୀବନକୁ ବଦଳେଇ ଦେଇଥିଲା।

 ଚିଠିରେ ଲେଖା ଥିଲା..

   ପ୍ରିୟ ରୀତିକା। ମୁଁ' ତୁମକୁ ବହୁତ ଭଲପାଏ।ଯଦି ତୁମେ ମୋ' କଥାରେ ରାଜି ନହେବ।ତାହାଲେ ମୁଁ' ତୁମକୁ ଉଠେଇ ନେବି।ତୁମ ବାପା, ଭାଇଙ୍କୁ ମାରିଦେବି।

    ଇତି

   ଅମୂଲ୍ୟ।

କୋଉ ଝିଅ ତା' ବାପା ଭାଇଙ୍କ ଜୀବନକୁ ବିପଦରେ ପକେଇବ।ରୀତିକା ସେଇ ଦିନ ନିଜକୁ ଘୃଣା କରିଥିଲା।ଭଗବାନଙ୍କୁ କହିଥିଲା କାହିଁକି ମୋତେ ଏତେ ସୁନ୍ଦର କରିଲ।ମୋ' ପାଇଁ ମୋ' ବାପା, ଭାଇ ହଇରାଣ ହେବେ।ତଥାପି ନିଜ ମନକୁ ଦୃଢ଼ କଲା।ଅମମୂଲ୍ୟର ସବୁ କଥାରେ ହଁ' କହିଦେଲା।ଆଉ ସର୍ତ୍ତ ରଖିଲା ମୋତେ୨୫ ବର୍ଷ ହେବା ଯାଏଁ ଯଦି ତୁମେ ଅପେକ୍ଷା କରିବ ତେବେ ମୁଁ' ତୁମକୁ ବିବାହ କରିବି।କିନ୍ତୁ ସେତେ ଦିନ ଯାଏଁ ତୁମେ ମୋତେ କେବେ ଦେଖା କରିବାକୁ କହିବନି।ଅମୂଲ୍ୟ ରାଜି ହୋଇ ଗଲା।କହିଲା ତୁମ ସାମ୍ନାକୁ ଆସିବିନି କିନ୍ତୁ ମୁଁ ସବୁ ବେଳେ ତୁମ ପାଖା ପାଖିଥିବି।

   ଦୁଈ ବର୍ଷ ବିତି ଗଲା ରୀତିକା ମାଟ୍ରିକ ପାସ୍ କରି ମହା ବିଦ୍ୟାଳୟରେ ନାମ ଲେଖାଇଲା।ତଥାପି ଅମୂଲ୍ୟ ତା' ପିଛା ଛାଡି ନଥାଏ।ରୀତିକା ମନରେ ସବୁ ବେଳେ ଖେଳୁ ଥାଏ ଗୋଟିଏ କଥା କେମିତି କଣ କରିବ।ଘରେ ସତ କଣ କହିପାରୁ ନାହିଁ କାରଣ ଅମୂଲ୍ୟ ଧମକ ଦେଇଛି ଯୋଉ ଦିନ କହିବ ଘରେ ତୁମକୁ ଉଠେଇ ନେବି ବୋଲି।ରୀତିକା ଭିତରେ ଭିତରେ ଜଳୁ ଥାଏ।ଅମୂଲ୍ୟ ସବୁ ଆଡେ କହି ବୁଲୁ ଥାଏ।ମୁଁ' ରିତିକାକୁ ବିବାହ କରିବି।ଏ' କଥା ରୀତିକା ଘରେ ଜାଣିଲେ।ରୀତିକାକୁ ଆକଟ କଲେ ହେଲେ ତା' ପଢା ବନ୍ଦ କଲେନି କାରଣ ତାଙ୍କର ତାଙ୍କ ଝିଅ ଉପରେ ବିଶ୍ୱାସ ଥିଲା।ରୀତିକା ବି' କେବେ ତା' ବାପାଙ୍କ ମୁଣ୍ଡ ତଳକୁ କରିବନି ବୋଲି ଭାବି ନେଇଥିଲା।

   ଏମିତି ବିତି ଗଲା ପାଞ୍ଚ ବର୍ଷ ରୀତିକା ଯୁକ୍ତ ୩ର ତୃତୀୟ ବର୍ଷରେ ପହଞ୍ଚି ଗଲା।ଥରେ ସାହସ କରିକି ଅମୁଲ୍ୟକୁ ଡକେଇଲା ଦେଖା କରିବାକୁ।ଅମୂଲ୍ୟ ଆସିଲା।ରୀତିକା ତାକୁ ସାହସ କରିକି କହିଲା ମୁଁ' ତୁମକୁ ବିବାହ କରିବି ନାହିଁ।ତୁମେ ମୋର କଣ କରିବ କର।ରୀତିକାର ଭାଇ ଏବେ ବଡ଼ ହୋଇ ଯାଇଥିଲେ।ରୀତିକା ଆଉ ଡ଼ରିଲା ନାହିଁ ଅମୁଲ୍ୟକୁ।କାରଣ ଅମୂଲ୍ୟ ଥିଲା ଅଶୃଙ୍ଖଳିତ ପିଲା ଟିଏ।ନା' ଚାକିରୀ କରିଛି ନା' ତାର ସେମିତି କିଛି ଅଛି।ବହୁତ ଦିନର ମନରେ ରଖିଥିବା ରାଗ।ଯେତେ କଷ୍ଟ ସହିଛି ତା ପାଇଁ ।ସବୁର ପ୍ରତିଶୋଧ ଯେମିତି ନେଉ ଥିଲା ରୀତିକା ଅମୂଲ୍ୟକୁ ବହୁତ କିଛି କହିଲା।ଅମୂଲ୍ୟ କିନ୍ତୁ କହିଲା ମୁଁ ତୁମକୁ ହିଁ' ବିବାହ କରିବି ମୋର ପ୍ରତିଜ୍ଞା।ଏତିକି କହିକି ସେଠାରୁ ଚାଲିଗଲା।

  ରୀତିକା ସିନା ସାହସ କରିକି କହିଦେଲା।କିନ୍ତୁ ଭାବିଲା ନା' ଆକୁ ଯୁକ୍ତିରେ ନୁହେଁ ବୁଦ୍ଧିରେ ହରେଇ ବାକୁ ପଡିବ।ନହେଲେ କିଛି କରିଦେବ କ୍ଷତି ମୋର।ରୀତିକା ମନେ ମନେ ଭାବୁଥାଏ ତୁ' ଯେତେ ଯାହାକୁ କହିବୁ କହ।ସେମିତି ସୁନେଲି ସ୍ୱପ୍ନ ଦେଖୁଥା ତୋରି ଆଖି ଆଗରେ ମୁଁ ଆଉ କାହା ବେକରେ ଫୁଲ ମାଳ ପକେଇ ଚାଲିଯିବି।ତୁ' ଯୋଉ ଡେଙ୍ଗୁରା ପିଟୁନୁ ତୁ' ନିଜେହିଁ ବଦନାମ ହେବୁ ମୋର କିଛି ହେବନି।

   କିଛି ଦିନ ପରେ ରୀତିକାର ବିବାହ ଠିକ୍ ହୋଇ ଗଲା ଅନ୍ୟ ଜାଗାରେ।ରୀତିକା ଖୁସିରେ ରାଜି ହୋଇ ଗଲା କାରଣ ସିଏ ଅମୂଲ୍ୟକୁ କେବେ ଭଲପାଇ ନଥିଲା।ସେ' କେବଳ ତା' ବାପା ଭାଇଙ୍କ ଜୀବନ ରକ୍ଷା ପାଇଁ ଅମୂଲ୍ୟକୁ ହଁ' କହିଥିଲା ଡରିକି।କେବଳ ଅପେକ୍ଷା କରିଥିଲା ଠିକ୍ ସମୟକୁ।କିଛି ଦିନ ପରେ ରୀତିକା ବିବାହ କରି ଚାଲି ଗଲା ତା' ଶାଶୁ ଘରକୁ।ଆଉ ବିବାହ ପୂର୍ବରୁ ତାର ଭାବି ସ୍ୱାମୀଙ୍କୁ ରୀତିକା ସବୁ କଥା କହିଦେଇ ଥିଲା ଯୋଉଥି ପାଇଁ ତା' ଘର ଲୋକ ତା' ଉପରେ ରାଗିଲେ।ତୁ' କାହିଁକି ସବୁ କହିଦେଲୁ।ରୀତିକା କହିଲା ମୁଁ' ତ' କିଛି ଭୁଲ କରିନି ଡରିବି କାହିଁକି।ବରଂ କହିଦେଇଛି ମୁଁ' ଠିକ୍ କରିଛି।ରୀତିକାର ସତ୍ୟ ପଣ ଦେଖି ଶାଶୁ ଘରେ ସମସ୍ତେ ଖୁସି।ହେଲେ ଯିଏ ଡେଙ୍ଗୁରା ପିଟୁ ଥିଲା ସିଏ ଶିଶୁପାଳ ହୋଇ ରୀତିକା ବୁଦ୍ଧିର ଚାପୁଡ଼ା ଖାଇକି ରହିଲା।ସେଥିପାଇଁ ମନରେ ଯାହା ଭାବି ଥିବ ତାହା ପୂରଣ ନ' ହେବା ଯାଏଁ କାହା ଆଗରେ କହିବ ନାହିଁ।ନହେଲେ ନିଜେ ଲୋକ ହସା ହେବା ଥୟ।

  ସମାଜ ପାଇଁ ମୋର ବାର୍ତ୍ତା...

  ଯେଉଁ ମାନେ ଭଲ ପାଉଛ।କେବେ ଜୋର ଜବରଦସ୍ତି ଭଲ ପାଅ ନାହିଁ।ଅନ୍ୟର ସରଳତାର ଫାଇଦା ଉଠାଅ ନାହିଁ।କେବେ କାହାକୁ ବଦନାମ କର ନାହିଁ।ଯଦି କିଏ ତୁମକୁ ପସନ୍ଦ କରୁନି ତେବେ ତୁମେ ତା' ଜୀବନରୁ ନିଜେ ଦୂରେଇ ଯାଅ।କାହା ଦୁଃଖର କାରଣ ହୁଅ ନାହିଁ।କାହାକୁ ବାଧ୍ୟ କର ନାହିଁ କି' ଧମକ ଦେଇକି ଭଲ ପାଇବାକୁ କୁହ ନାହିଁ।ଭଲ ପାଇବା ହୃଦୟର ଆଦେଖା ସ୍ପନ୍ଦନ ଯାହା ଆପେ ସୃଷ୍ଟି ହୁଏ ବାଧ୍ୟରେ ନୁହେଁ।କାହାକୁ ବାଧ୍ୟ କରିକି ପ୍ରେମ ପାଇଲେ ଅମୂଲ୍ୟ ଭଳି ଶିଶୁପାଳ ହେବ ଏତିକି ମନେ ରଖ ।


Rate this content
Log in