ମା ଶୈଳପୁତ୍ରୀ
ମା ଶୈଳପୁତ୍ରୀ
ଶରତ ର ପହିଲି ପାର୍ବଣ ର ଋତୁରେ ମାଆଙ୍କର ଆଗମନୀ ବିଭୋର କରୁଛି ଭକ୍ତ ଜଣଙ୍କୁ।ନମାମି ମା ଶୈଳପୁତ୍ରୀ
ଆଜି ନବ ରାତ୍ରିର ପ୍ରଥମ ଦିବସ।ଆଶ୍ୱିନ ମାସ ଶୁକ୍ଳପକ୍ଷର ପ୍ରଥମ ଦିବସ ରେ ମା ଶୈଳପୁତ୍ରୀ ଙ୍କର ପୂଜା।ଧବଳ ବସ୍ତ୍ର ପରିଧାନ କରନ୍ତି ମା ଯୋଗମାୟା କଲ୍ୟାଣ ମୟୀ ଜନନୀ।ହିମାଳୟଙ୍କର କନ୍ୟା ହୋଇ ଥିବାରୁ ମାଆଙ୍କରଅନ୍ୟ ନାମ ଶୈଳପୁତ୍ରୀ।ଦୁର୍ଗାଙ୍କର ଅନେକ ନାମ ଏବଂ ଅବତାର ରହିଛି ସେଥି ମଧ୍ୟରୁ ଶୈଳପୁତ୍ରୀ ଅନ୍ୟତମ।ଯେତେବେଳେ ପାର୍ବତୀ ସତୀ ହୋଇ ଜନ୍ମ ଗ୍ରହଣ କରିଥିଲେ ପିତା ଦକ୍ଷ ପ୍ରଜାପତି ଙ୍କ ରାଜ ଉଆସରେ ସେତେବେଳର କଥା।ପିତାଙ୍କର ଆଜ୍ଞା ବିରୁଦ୍ଧରେ ଯାଇ ସତୀ ସ୍ମଶାନଚାରି ଶିବ ଶଙ୍କରଙ୍କୁ ବିବାହ କରିଥିଲେ ଦକ୍ଷ ପ୍ରଚଣ୍ଡ ରାଗିଯାଇ ଥିଲେ।
ଦିନକର କଥା ଦକ୍ଷ ଯଜ୍ଞ କରିବେ ବୋଲି ତାଙ୍କର ଅନେଶୋତ କନ୍ୟା ଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ ସତୀ ଏବଂ ଶିବଙ୍କୁ ନିମନ୍ତ୍ରଣ କରି ନଥିଲେ।ସତୀ ଏ କଥା ଜାଣି ପାରି ଶିବଙ୍କୁ କହିଥିଲେ ପିତା ଯଜ୍ଞ କରୁଛନ୍ତି ଆମେ ଯିବା କିନ୍ତୁ ଶିବ ମନା କରିଥିଲେ ବିନା ନିମନ୍ତ୍ରଣ ରେ ଯିବା ଅନୁଚିତ।ତଥାପି ସତୀଙ୍କ ମନରେ ପ୍ରଶ୍ନ ଏବଂ ଦୁଃଖ ଶିବଙ୍କୁ ନ ଡାକି ଦକ୍ଷରାଜା ଅପମାନ ଦେଇଛନ୍ତି କଣ ପାଇଁ ପଚାରିବେ।ଶିବଙ୍କ କଥା କୁ ନ ଶୁଣି ସତୀ ଯାଇ ଯଜ୍ଞ ସ୍ଥଳରେ ପହଞ୍ଚି ପିତାଙ୍କୁ ପଚାରି ସ୍ୱାମୀ ଅପମାନର ପ୍ରତିଷୋଧ ନେବା ପାଇଁ ସତୀ ଜ୍ୱଳନ୍ତ ଅଗ୍ନି କୁଣ୍ଡ ମଧ୍ୟରେ ଲମ୍ପ ପ୍ରଦାନ କରି ଆତ୍ମାହୁତି ଦେଲେ ।ଶିବ ଧ୍ୟାନରେ ବସିଥିଲେ ଯୋଗ ବଳରେ ସବୁ ଜାଣିପାରି ସେଠାରେ ପହଞ୍ଚି ସତୀଙ୍କର ଅର୍ଦ୍ଧ ଦଗ୍ଧ ଶରୀରକୁ ହାତରେ ଧରି ପ୍ରଚଣ୍ଡ କ୍ରୋଧରେ ତାଣ୍ଡବ ନୃତ୍ୟ କରିଥିଲେ ଏବଂ ନୃତ୍ୟ କରିବା ସମୟରେ ମା ସତୀଙ୍କର ଶରୀରର ଅଙ୍ଗ ଖଣ୍ଡ ଖଣ୍ଡ ହୋଇ ଯେଉଁ ଯଉଁ ସ୍ଥାନରେ ପଡିଲା ତାହା କଳି ଯୁଗରେ ଗୋଟେ ଗୋଟେ ଶକ୍ତି ପୀଠ ନାମରେ ନାମିତ।
ନବରାତ୍ରିର ପ୍ରଥମ ଦିନରେ ମା ଶୈଳିପୁତ୍ରୀ ଙ୍କୁ ପୂଜାର୍ଚ୍ଚନା କରି ସାଧକ ମାନେ ସିଦ୍ଧି ପ୍ରାପ୍ତି କରନ୍ତି ଏହି ପୂଜାରେ ମାଙ୍କୁ ପାନପାତ୍ର, ଲବଙ୍ଗ, ମିଶ୍ରି ଭୋଗ ଲଗାଯାଏ।ମା ସମସ୍ତଙ୍କର ଦୁଃଖ ଦୂର କରନ୍ତି।ସୁଖ ଶାନ୍ତି, ପ୍ରଦାନ କରନ୍ତି।
