STORYMIRROR

Dipti lekha Mishra

Others

5.0  

Dipti lekha Mishra

Others

ସୁନା ଝିଅ ସୁନି‐୧

ସୁନା ଝିଅ ସୁନି‐୧

1 min
862


ଗୋଟିଏ ଗାଁ ରେ ଏକ ଦମ୍ପତି ଅତି ଆନନ୍ଦରେ ରହୁଥିଲେ ।ତାଙ୍କର ନାମ ହେଲା ଭରତ ମିଶ୍ର ଓ ପ୍ରଫୁଲ୍ଲି ମିଶ୍ର ।କିଛି ଦିନାନ୍ତେ ପ୍ରଫୁଲ୍ଲି ଗର୍ଭବତୀ ହେଲେ ।ଦଶମାସ ଦଶ ଦିନ ର ଗର୍ଭସଂଚାର ପରେ ଏକ କନ୍ୟା ସନ୍ତାନ ଟିଏ ଜନ୍ମ ନେଲା ।ଦେଖିବାକୁ ବହୁତ ସୁନ୍ଦର ଓ ଡଉଲଡାଉଲ ହୋଇଥାଏ ।ମାଁ ମାନେ ପ୍ରଫୁଲ୍ଲି ମିଶ୍ରଙ୍କ ଖୁସି କହିଲେ ନ ସରେ।ବାପା କିନ୍ତୁ ଝିଅଟି ବୋଲି ଭାରୀ ମନଦୁଃଖ କଲେ । ଘରେ ପିଲାଟିର ଜେଜେ ଠାରୁ ସମସ୍ତେ କିନ୍ତୁ ପ୍ରସନ୍ନ ଥିଲେ ।ଏଣୁ ସମସ୍ତଙ୍କ ଖୁସି ଦେଖି ବାପା ବି ଝିଅକୁ ଦେଖି ଖୁବ୍ ଖୁସି ହେଲେ ।

ବାରଦିନ ସରିବାପରେ ଝିଅଟିର ନାମକରଣ ପାଇଁ ଯୋଜନା କଲେ ।ଝିଅଟିର ନାମ ରଖିଲେ ସୁନି ।ସୁନିର ଭଲମନ୍ଦ ବୁଝିବା ଲାଗି ବାପା ପାଖରେ କିନ୍ତୁ ସମୟ ନଥିଲା ।ସେ ନିଜ ଚାଷକାମରେ ଖୁବ୍ ମନ ଲଗାଉଥିଲେ ।ଭଲ ଭାବେ ମାଆକୁ ଖାଦ୍ୟ ମିଳିଲେ ସୁନାଝିଅ ସୁନି ବି ସୁସ୍ଥ ରହିପାରିବ ।

ଝିଅଟି କାହାକୁ ଅନ୍ୟ ଛୁଆଙ୍କ ଭଳି ହଈରାଣ ହରକତ କରିନି ।ହସହସ ମୁଖମଣ୍ଡଳ ।ଅତ୍ୟନ୍ତ ଗୋରା ଦେହ ଯେମିତି କ୍ଷୀର ରଙ୍ଗ ।ଓଠ ପୁରା ଲାଲ୍ ।ଯିଏ ଦେଖୁଥିଲେ ଆତ୍ମହରା ହୋଈପଡୁଥାନ୍ତି ।

ପ୍ରସବ ପରେ ସୁନା ଝିଅ ସୁନି କେବେ ତା ଆଈଘର ଛାଡି ଜେଜେ ଘର ଆସିବ ସବୁ ଚାହିଁ ରହିଥାନ୍ତି ।ଏକ ବର୍ଷ ପରେ ସୁନାଝିଅର ଆଗମନ ସମୟ ଆସିଲା ।ସେ ଘରେ ପହଂଚି କି ନାହିଁ ବାପା ଠାରୁ ଆରମ୍ଭ କରି ସବୁ ସଦସ୍ୟ ଗଣ୍ଡାଏ ଖେଳନା ଗଦା କରିଦେଲେ ।

ସୁନା ଝିଅ ସୁନିକୁ ଧରିବା ପାଈଁ ଏଥର ଘରେ ପ୍ରତିଯୋଗିତା ଆରମ୍ଭ ହୋଇଗଲା ।କିଏ କହୁଥିଲା ମୁଁ ଆଗ ଧରିବି ତ ଆଉ କିଏ କହୁଥିଲା ଧରିବା ଆସୁନି ମୋତେ ଦିଅ ଏମିତି ।


Rate this content
Log in