Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Parameswar Ojha

Others


3  

Parameswar Ojha

Others


ସୁଖାନ୍ତ

ସୁଖାନ୍ତ

8 mins 224 8 mins 224


ପେନ୍ ବଢିଲା ରିଲି ର , ଏଥର ଆଉ ସମ୍ଭାଳି ହେଲାନି । ବୋଉ କହିଲା ଯାଆ ଗାଡ଼ି ଡାକେ ଆଉ ଡେରି କରନି ।

ସାଙ୍ଗେ ସାଙ୍ଗେ ଗୋଟେ ଅଟୋ ଭଡ଼ା କରି ବାପା ବୋଉ ଆଉ ମୋର ରିଲି କୁ ନେଇଗଲୁ କେନ୍ଦ୍ରାପଡ଼ା ( କେନ୍ଦ୍ରାପଡା ସରକାରୀ ଡାକ୍ତରଖାନା ) ।

ମେଡ଼ିକାଲ କର୍ମଚାରୀ କେତେଜଣ ରିଲି କୁ ନେଇ ଶୁଆଇ ଦେଲେ ଗୋଟେ ବେଡ୍ ରେ । ଘରେ ପେନ୍ ପାଇ ଯେତିକି ଅସ୍ତବ୍ୟସ୍ତ ହେଉଥିଲା ଏବେ ଟିକେ ସାମାନ୍ୟ ହେଉଛି ।

ତାପରେ ଯେତେ ଡାକ୍ତର ଆସିଲେ ସମସ୍ତ ଙ୍କୁ ମୁଁ ପଚାରିଲି , ସାର୍ ପେସେଣ୍ଟ ଟିକୁ ଟିକେ ଦେଖନ୍ତୁ ।

ସେ ରିଲି କୁ ଦେଖିଲେ ତାପରେ କହିଲେ ହଁ ଜଳଦି ଭିତରକୁ ଆଣ ସିଜରିଙ୍ଗ କରିଦେବା ନହେଲେ ପରେ ପରିସ୍ଥିତି ବହୁତ  କ୍ରିଟିକାଲ ହୋଇଯିବ ।

ମୁଁ କେବେବି ଚାହିଁଲିନି ମୋର ସ୍ତ୍ରୀ ର ସିଜରିଙ୍ଗ୍ ରେ ପିଲା ହେଉବୋଲି । ମୁଁ ଅନୁନ୍ବୟ ହୋଇ କହିଲି ସାର୍ ଆମେ ମୋଟେ ସିଜରିଙ୍ଗ୍ ଚାହୁଁନୁ ପ୍ଲିଜ୍ କିଛି କରନ୍ତୁ ।

ସେ ରୋକଠୋକ୍ ମନା କରିଦେଲେ , ଏ ଛୁଆ ହେବ ତ ସିଜରିଙ୍ଗ୍ ରେ ହିଁ ହେବ ନର୍ମାଲ ବିଲକୁଲ ହୋଇ ପାରିବନି । ମୁଁ ଅନୁରୋଧ କଲି ସାର୍ ଥରେ ଦେଖନ୍ତୁ ଚେଷ୍ଟା ତ କରନ୍ତୁ । ସେ ଆଉ କିଛି ଶୁଣିବାକୁ ପ୍ରସ୍ତୁତ ନଥିଲେ ଅନ୍ୟ କାମ ଅଛି କହି ପଳେଇଲେ । ମୁଁ ନିରାଶ ହେଲିନି ଯେତେ  ଜଣ ଡକ୍ଟର ଆସୁ ଥାଆନ୍ତି ସମସ୍ତ ଙ୍କୁ ମୁଁ ସେଇ କଥା ପଚାରୁଥାଏ ସମସ୍ତେ ମନା କରୁ ଥାଆନ୍ତି । ପ୍ରାୟ ଚାରି ପାଞ୍ଚ ଜଣ ଡାକ୍ତରଙ୍କ ନାସ୍ତି ବାଣୀ ପରେ ମୋତେ ଯେମିତି ଅଣ ନିଃଶ୍ବାସୀ ପରି ଲାଗୁଥାଏ । ବୋଉ କୁ ରିଲି ପାଖରେ ବସେଇ ଦେଇ ବାହାରକୁ ଆସିଛି ତ ଆବେ ଶଳା ଏ କଣ ?

ତାର ବାପା ବୋଉ ଭାଇ ତ ଆସିଛନ୍ତି ତା ସହିତ ତା'ର ଯେତେ ବନ୍ଧୁ ବାନ୍ଧବ ସବୁ ବୋଧେ ଦୌଡ଼ି ପଳେଇ ଆସିଛନ୍ତି । ତା ମାଉସୀ ମଉସା ନାନୀ ମାମୁ ମାଇଁ ଆହୁରି କେତେଜଣ କିଏ ସବୁ ଆସିଥିଲେ ମୁଁ କାହାକୁ ଚିହ୍ନି ପାରିଲିନି ମନ ନହେଉଥିଲେ ବି ସମସ୍ତ ଙ୍କୁ ଟିକେ ମୁଣ୍ଡ ନୋଇଁ ନମସ୍କାର ହେଲି । ପଚାରିଲେ ନର୍ମାଲ ହେବ ତ ?

ଶଳା ଯୋଉ ପାଇଁ ମୁଣ୍ଡ ବିନ୍ଧା ସେଇ ପ୍ରଶ୍ନ ପୁଣି । ସବୁ ଶୁଣି କହିଲେ ଦେଖେ ଚେଷ୍ଟା କର ଡାକ୍ତର ଙ୍କୁ ଅନୁରୋଧ କର ଯଦି କିଛି ହେଲା ତ ଭଲ କଥା । ମୁଁ ହଁ ହାଁ ମାରି ବାହାରକୁ ଆସିଲି । ସେମାନଙ୍କ ପାଇଁ କିଛି ତେଲଭାଜି ମିଠା ଘୁଘୁନି ଏସବୁ ନେଇ କି ଗଲି । ଇଛା ତ ମୋଟେ ହେଉନଥିଲା କିଛି ନେବାକୁ ଯେତେ ଯାହା ହେଲେ ଜ୍ବାଇଁ ଟା ନାଁ । ନହେଲେ ପରେ ସମ୍ମାନ ଉପରେ ଆଞ୍ଚ୍ ଆସିବ ।

ସେମାନଙ୍କୁ ଗୋଟେ ସାଇଡ କୁ ଡାକି ଜଳଖିଆ ସବୁ ଧରେଇ ଦେଇ ପୁଣି ରିଲି ପାଖରେ ଯାଇ ପହଞ୍ଚିଲି । ବୋଉ ପଦାକୁ ଆସିଲା ରିଲି ପାଖରେ ମୁଁ ବସିଲି । କହିଲି ତାକୁ , ଶଳା ତମ ବନ୍ଧୁ ବାନ୍ଧବ ଏକାଥର ସବୁ ଉଠି ଆସିଛନ୍ତି ନାଁ କଣ ? ରିଲି କହିଲା , ସବୁ କ'ଣ ? କେନ୍ଦ୍ରାପଡ଼ା ରେ ନାନୀ ଘର ଦିଇଟା ମାଉସୀ ଘର ଆଉ କିଏ ସବୁ ଅଛନ୍ତି.. ସେମାନେ ପାଖ ତ ସେଥିପାଇଁ ଆସିଥିବେ ଆଉ.. ।

ରିଲି ମୋତେ ନିରିହ ଚାହାଣୀ ରେ ଚାହିଁ ପଚାରିଲା ,ଡାକ୍ତର କ'ଣ କହୁଛି ନର୍ମାଲ ହେବନି ?

ମୁଁ ପଚାରିଲି , ତୁ କହ ଆଗ.. କଷ୍ଟ ବହୁତ ହେବ ସହି ପାରିବୁ ତ ନର୍ମାଲ ରେ ଛୁଆ ହେଲେ ?

-- ସେମିତି କଣ ପଚାରୁଛ ଛୁଆ ଜନ୍ମ ହେଲେ କଷ୍ଟ ହଅନ୍ତାନି କି ,  ହଁ ହଁ ମୁଁ ପେନ୍ ସହିବି । ତମେ ମୋ ପାଇଁ ବ୍ୟସ୍ତ ହୁଅନି ତମେ ଡାକ୍ତର ଙ୍କୁ ମନେଇବା ପାଇଁ ଚେଷ୍ଟା କର ।

ମୁଁ ଭାବିଲି କଣ ଆଉ କରିବି , ସମସ୍ତ ଙ୍କ ର ତ ଗୋଟେ ଉତ୍ତର ଏ ପେସେଣ୍ଟ ର ନର୍ମାଲ ହୋଇ ପାରିବନି । ଆଉ କ'ଣ କରା ଯାଇ ପାରେ ? ସାଙ୍ଗ ନିରୋଦ କଥା ମନେ ପଡ଼ିଲା ତା ଭାଉଜ ର ଡେଲିଭରି ସମୟ ର କଥା କହିଥିଲା ମୋତେ ଯାହା ମୁଁ ତାକୁ କାର୍ଯ୍ୟ ରେ ପରିଣତ କରିବା ପାଇଁ କଳେ ବଳେ କୈାଶଳେ ଲାଗି ପଡିଲି ।

ଯେତେ ଚେଷ୍ଟା କଲି କୋଉଟି ସେମିତି ସୁବିଧା ସୁଯୋଗ ଜୁଟିଲାନି । ଶେଷରେ କବାଟ ଫାଙ୍କରେ ଚାହିଁଲି ଜଣେ ଡକ୍ଟର କଣ ଖାଉଥିଲେ ରୁମ୍ ଭିତରେ । ଏହା ଅଭଦ୍ରାମୀ ଜାଣି ସୁଧା ତାଙ୍କ ବିନା ଅନୁମତିରେ ଭିତରକୁ ପଶିଗଲି । ମୋତେ ଅଜବ ପରିକା ଚାହିଁ ପଚାରିଲେ କଣ ହେଲା ?

ମୁଁ କହିଲି , ସାର୍ ଆମେ ଛୁଆ ନର୍ମାଲ ରେ କରିବାକୁ ଚାହୁଁଛୁ ।

-" କୋଉ ପେସେଣ୍ଟ ?"

-" ପ୍ରିତିଜ୍ୟୋସ୍ନା ସାମଲ , ସାର୍ "

--" ଆରେ ତମକୁ ପା ମନା କରିଥିଲି , ପୁଣି କ'ଣ ? ନାଇଁ ନାଇଁ ହେଇ ପାରିବନି ନର୍ମାଲ ତାକୁ ଜଲଦି ସିଜରିଙ୍ଗ କରି ପିଲା ଜନ୍ମ କରି ଦିଅ ଉଭୟ ମାଆ ଛୁଆ ପାଇଁ ଭଲ  ।

ମୁଁ କହିଲି , ପ୍ଲିଜ୍ ସାର୍‌ ଥରେ ଚେଷ୍ଟା କରନ୍ତୁ ପେସେଣ୍ଟ କୁ ଭଲକି ଦେଖନ୍ତୁ । ସାର୍ କେତେ ପଇସା ନେବେ କୁହନ୍ତୁ ବରଂ ଦେଉଛି କିନ୍ତୁ ମୋର ଛୁଆ ଟା ନର୍ମାଲ ରେ କରେଇ ଦିଅନ୍ତୁ । ପ୍ଲିଜ୍ ସାର୍ ।

-" ଆରେ ନାଇଁ ନାଇଁ , ପଇସା ପତ୍ର ମୁଁ ରଖେନି ମୁଁ ସେମିତିକା ନୁହେଁ ।

-" ସାର୍ , ପ୍ଲିଜ୍ ଟିକେ ଚେଷ୍ଟା କରନ୍ତୁ ସାର୍ ।

-" ଠିକ୍ ଅଛି ତମେ ଚାଲ ସେପଟ ରୁମ୍ କୁ ମୁଁ ଖାଇକି ଯାଉଛି ।

ମୁଁ ଏପଟ ଫାଙ୍କା ରୁମ୍ ରେ ବସିଲି କିଛି ସମୟ ପରେ ଡାକ୍ତର ଆସିଲେ ।

କହିଲେ , ଦେଖ ପିଲାଟି ପେଟରେ ବଡ଼ ହୋଇ ଯାଇଛି ଟିକେ , ସେଥିପାଇଁ ମନା କରୁଛି ନର୍ମାଲ ପାଇଁ । କଥାଟା ବୁଝ ।

ମୁଁ ଆଉ କିଛି ଅଧିକ ନ ଗପି ଆଗରୁ ଗଣି ରଖିଥିବା ସାତ ହଜାର ଟଙ୍କା ପକେଟରୁ ବାହାର କରି ଡ଼ାକ୍ତର ହାତରେ ଗୁଞ୍ଜି ଦେଇ ହାତ ଯୋଡ଼ି କହିଲି , ସାର୍ ସାତ ହଜାର ଅଛି ,  ମୁଁ ଗରିବ ଲୋକ ସାର୍ ଆପଣ ଚାହିଁଲେ ସବୁ ହେବ ଟିକେ ଦୟାକରି ଚେଷ୍ଟା କରନ୍ତୁ , ସାର୍ ପ୍ଲିଜ୍ । ଏ କଥା ଆପଣ ଆଉ ମୋ ଛଡା ଆଉ କେହି ଜାଣିବେନି ପ୍ଲିଜ୍ ସାର୍ ଥରେ ଦେଖନ୍ତୁ ପେସେଣ୍ଟ କୁ ।

ଡକ୍ଟର କହିଲେ , ହଉ ଚାଲ୍ ମୁଁ ଯାଉଛି ।

ମୁଁ ଆସିଲି ରିଲି ପାଖକୁ । କିଛି ସମୟ ପରେ ଡାକ୍ତର ଆସିଲେ । ରିଲି କୁ ସେପଟ ରୁମ୍ କୁ ନେଇଗଲେ । ମୁଁ ବି ସାଙ୍ଗରେ ଗଲି । ତାକୁ ଢେର୍ ସମୟ ବୁଝାଇଲେ ନର୍ମାଲ କରନି ସିଜରିଙ୍ଗ କରେଇ ଦିଅ । କଷ୍ଟ କମ୍ ମାଆ ଛୁଆ  ଉଭୟ ଙ୍କ ପାଇଁ ଭଲ । ପେନ ରେ ଜନ୍ମ କଲେ ବହୁତ କଷ୍ଟ ହେବ । ରିଲି କିନ୍ତୁ ମନାକରି କହିଲା କଷ୍ଟ ପଛେ ହେଉ ମୋର ନର୍ମାଲ ରେ ଛୁଆ ହେବ କୈାଣସି ମତେ ସିଜରିଙ୍ଗ କରିବାକୁ ମୁଁ ଚାହେଁନା । ରିଲି ର ସାହସ ଦେଖି ମୋତେ ବହୁତ୍ ଖୁସି ଲାଗିଲା । ଡାକ୍ତର ବି ଆଉ କିଛି ଅଧିକ ନ ପଚାରି ସିଜରିଙ୍ଗ ପାଇଁ ତୟାର୍ ରେ ଲାଗି ପଡିଲେ ।

ପ୍ରଥମେ ରିଲି କୁ ଶୁଆଇ ଦେଇ ଦୁଇ ଆଙ୍ଗୁଠି ରେ କଣ ସବୁ ପରୀକ୍ଷା କଲେ । ତାପରେ ମୋ ମୁହଁ କୁ ଚାହିଁ କହିଲେ , ଗୋଟେ ଫିଗର ଖୋଲିଛି ଆଉ ଦୁଇଟା ଖୋଲିବା ଦରକାର । ଆଉ ଗୋଟେ ଖୋଲି ଗଲେ ଆମେ ଆଉ ଗୋଟାକୁ ଖୋଲିଦେବୁ । ଶୁଣୁ ମୁଁ ଲେଖି ଦେଉଛି ବାହାର ମେଡିସିନ ଷ୍ଟୋର୍ ରୁ ଏସବୁ ଚୁପ୍ ତାରେ ଆଣି ମୋତେ ଦେବୁ , ନହେଲେ ତମ ଆଶା ହାତରେ ପଠେଇବୁ , ସିସି କ୍ୟାମେରା ଲାଗିଛି କେହି ଯେମିତି କିଛି ନ ଜାଣନ୍ତି ।

ମୁଁ କହିଲି , ଠିକ୍ ଅଛି ।

ଡାକ୍ତର ଙ୍କ ହାତ ଲେଖା କାଗଜ ନେଇ ବାହାର ମେଡିସିନ ଦୋକାନ କୁ ଗଲି । ପୁଳାଏ ଇଞ୍ଜେକସନ ନେଇକି ଆସିଲି । ପକେଟ ରେ ଲୁଚେଇକି ନେଇ ତାଙ୍କୁ ଧରେଇ ଦେଲି ।

ରିଲି ଠିଁ ପଛକୁ ପଛ କିଛି ସମୟ ବ୍ୟବଧାନରେ ଫୋଡ଼ି ପକାଇଲେ ସେଗୁଡ଼ାକ । ତାପରେ ମୋତେ କହିଲେ ଯେତେ ପାରିବୁ ତାକୁ ଗରମ ଚାହା ଦେ ପିଇବାକୁ ।

ମୁଁ ପନ୍ଦର ମିନିଟ୍ ଅଧଘଣ୍ଟା ବ୍ୟବଧାନରେ ଖାଲି ଗୋଟେ ଦୁଇଟା ତିନିଟା ଚାହା ଆଣି ତାକୁ ଦେଉଥାଏ ପିଇବାକୁ ।

କଣ ହେବ ଦେଖା ଯାଉ ... । ଈଶ୍ୱର ଙ୍କୁ ମନେ ମନେ ଡାକିଲି ଯାହା ହେଉ ଭଲ ହିଁ ହେଉ ।

ରାତି ବାରଟା ବେଳକୁ ପୁଣି ପେନ୍ ଆରମ୍ଭ ହେଲା , ଡାକ୍ତର ଙ୍କୁ ଡାକିଲି । ଡାକ୍ତର ନେଇଗଲେ ଭିତର ରୁମ୍ କୁ । ଆଉ କିଛି ମେଡ଼ିସିନ୍ କହିଲେ ଆଣିକି ଦେଲି । କଷ୍ଟ ପାଇ‌ ରିଲି ବାପାଲୋ ବୋଉଲୋ ହେଉଥାଏ ଛଟପଟ ହୋଇ ବିକଳ ହୋଇ କାନ୍ଦୁଥାଏ । ଆଉ ମୁଁ ତା କାନ୍ଦ ଦେଖି ଆବାଜ ଶୁଣି ସହି ପାରିଲିନି ମୁଁ ବି କବାଟ ଏପଟେ ମୁହଁ ଲୁଚେଇ କାନ୍ଦିବାକୁ ଲାଗିଲି ।

କିଛି ସମୟ ପରେ ଡାକ୍ତର ଆସିଲେ ମୋତେ ପଚାରିଲେ , ତାକୁ ବୟସ କେତେ ?

ମୁଁ କହିଲି , ସତର ପ୍ଲସ ।

ଡାକ୍ତର ର ସେତେବେଳେ ର ମୁହଁ ଭାବଭଙ୍ଗୀ ଦେଖି ମୁଁ ଡରିଗଲି । ଡାକ୍ତର ଠୋ କିନା ମୁଣ୍ଡ ପିଟିଦେଲା କାନ୍ଥରେ।

," ତୁ ମୋତେ ଆଗରୁ କହୁନୁ ଏତେ କମ୍ ବୟସ ପିଲା ଟା ବୋଲି ମୁଁ ଏବେ କ'ଣ କରିବି ? କଣ ମୁଁ କଲି ? କଣ ଏବେ ହେବ ? କେଡେ ବଡ ରିକ୍ସ ନେଲି ମୁଁ  ଚୁଚୁ .. ଚୁଚୁ.. ।  ଦେଖା ଯାଉ କଣ ହେଉଛି ।

ଏତିକି କହି ଡାକ୍ତର ଭିତରକୁ ଚାଲିଗଲେ ମୁଁ ମନେ ମନେ ଈଶ୍ୱର ଙ୍କୁ ପ୍ରାର୍ଥନା କଲି ।

ହେ ପ୍ରଭୁ ଯାହା ହେଉ ସବୁ ଭଲ ହିଁ ହେଉ ।

କିଛି ସମୟ ପରେ ଝରକା ଫାଙ୍କରେ ରିଲି କୁ ଚାହିଁଲି । ତା ବେଡ୍ ସହ ସେ ରକ୍ତରେ ଏକଦମ୍ ଭିଜି ସାରିଲାଣି ସେତେବେଳକୁ ।

ହେ ପ୍ରଭୁ ଡାକ୍ତର ଏମିତି କଣ ବ୍ୟସ୍ତ ହେଉଥିଲେ , ମାଆ ଛୁଆ କାହାର କିଛି କ୍ଷତି ନ ହେଉ । ଭଲରେ ଭଲରେ କାମଟା ହେଇ ଯାଉ ।

ସତରେ କେତେ ଖୁସି ରେ ଥିଲା ରିଲି ଟା । ତା ସ୍କୁଲ ପାଠ ପଢା ବୋଉ ସହ ଘର କାମ ରେ ସାହାଯ୍ୟ ଆଉ ବଡ ଭାଇ ର ନାଲି ଆଖି ତଳେ ତା ଘରେ ବେଶ୍ ହସିଖେଳି ଥିଲା । ହେଲେ ମୁଁ ତା ରୂପ ଗୁଣ ରେ ମୁଗ୍ଧ ହୋଇ ତାକୁ ଭଲପାଇ ବସିଲି । ଢେର୍ ଖୁସି ରେ ରଖିବି ବୋଲି ତାକୁ କଥା ଦେଇ ତା ହାତ ଧରି ଆମ ଘରକୁ ନେଇ ଆସିଲି । ହେଉ ପଛେ ଅନ୍ୟ ଜାତି ହେଲେ ଘରେ ସମସ୍ତେ ବହୁତ ଖୁସି ହେଲେ ରିଲି ପରି ଝିଅ ଟାକୁ ବୋହୂ ଭାବରେ ପାଇ । ସେଥିପାଇଁ ଟିକିଏ ବି କେହି ପ୍ରତିବାଦ କଲେନି ‌। ତା ଯତ୍ନ ଆଦର ଭଲପାଇବା ରେ ସମସ୍ତ ଙ୍କୁ ଗୋଟା ପଣେ ଆଦରି ନେଲା ସେ । ଆଉ ମୋତେ ସେ ପତ୍ନୀ କମ୍ ପ୍ରେମିକା ପ୍ରେମିକା ଅଧିକ ଲାଗିଲା ବିବାହ ପରେ । ସତରେ ଝିଅ ଜନ୍ମ ଭାରି କଷ୍ଟ ସେ ତୁଳନା ରେ ଦେଖିଲେ ପୁଅ ମାନଙ୍କ ର କିଛି ବି ଚିନ୍ତା ନଥାଏ । ବାପ ଘର ସମ୍ଭାଳିବ ତା ପରେ ଶାଶୁ ଘର ତା ପରେ ସବୁ କର୍ତ୍ତବ୍ୟ ସମ୍ପାଦନ କରିବା ପରେ ନିଜକୁ ପୃଥିବୀର କଷ୍ଟ ସହି ଆଉ ଗୋଟେ ଜୀବନ ସଭିଙ୍କୁ ଉପହାର ଦେବ । ସେଥିରେ ପୁଣି ବହୁତ ଅମଣିଷ ସେ ଝିଅଟି ଉପରେ ଅସନ୍ତୋଷ ହୁଅନ୍ତି ବିଭିନ୍ନ କାରଣ ଦର୍ଶେଇ । ସେ କଥା ଭାବିଲେ ସତରେ ବହୁତ ଦୁଃଖ ଲାଗେ । 

ଏବେ ଡାକ୍ତର କଥା ଶୁଣି ମୋତେ ଭାରି ଭୟ ଲାଗୁଛି ସତରେ ମନକୁ କେତେ ପାପ ଛୁଉଁଛି । ଆଜି ଯଦି କିଛି ଅଘଟଣ ହୋଇଯାଏ ହେ ପ୍ରଭୁ ସେମିତି ହେଲେ ମୁଁ ନିଜକୁ କେବେ ବି କ୍ଷମା କରି ପାରିବିନି ‌।

 

ଆଖିରେ ଲୁହ ତଥାପି ଶୁଖି ନଥାଏ ମନରେ କୋହ ବି ଅଶାନ୍ତ ଥାଏ ଠିକ୍ ଏହି ସମୟରେ ଡାକ୍ତର ଆସି କହିଲେ , ତମର ଝିଅ ହେଇଛି ।

ମୋ ଦେହରେ ଜୀବନ ପଶିଲା , ପଚାରିଲି ଦୁହେଁ ଭଲ ଅଛନ୍ତି ତ ?

ଡାକ୍ତର କହିଲେ , ହଁ ଭଲ ଅଛନ୍ତି କିନ୍ତୁ ତମ ମିସେସ୍ ଟିକେ ଉଇକ୍ ହେଇ ଯାଇଛି ତାକୁ ରେଷ୍ଟ ଦରକାର ।

ସମୟ ଦେଖିଲି ଗୋଟେ ପଇଁଚାଳିଶି । ରିଲି ପାଖକୁ ଯାଇ ତାକୁ କହିଲି ଆମ ଝିଅ ହେଇଛି । ତୋ ଝିଅ ହେଇଛି । ତୋ ଝିଅକୁ ଦେଖିବୁନି ?

ରିଲି କିଛି ବୁଝି ପାରିଲାନି ବିଳିବିଳେଇ ହେଲା । ଏକଦମ୍ ଦୁର୍ବଳ ହୋଇଯାଇଥିଲା ସେ । କୈାଣସି କଥା କୁ ଗ୍ରହଣ କରିବା କି ତାର ଉତ୍ତର ଦେବା ସେ କ୍ଷମତା ତାର ନଥିଲା ସେତେବେଳେ ।

ଆଠ ଘଣ୍ଟା ବିଶ୍ରାମ ନେବା ପରେ ଯାଇ ସେ ସ୍ବାଭାବିକ ହେଲା । ନିଜ ଝିଅ କୁ ଦେଖି ବହୁତ‌ ଖୁସି ହୋଇଥିଲା ।

ହେଲେ ନୀୟତି ର ପରିଣାମ ଟା ଏତେ ଯେ ଭୟଙ୍କର ରଖିଥିଲା କିଏ ଜାଣିଥିଲା ସେ କଥା ....।

ପ୍ରଥମ ଝିଅ ଟିଏ ବୋଲି ଏକୋଇସା ବଡ଼ ଧୁମ୍ ଧାମରେ ପାଳିଥିଲି । ଟଙ୍କା ପଚାଶ ହଜାର ଖର୍ଚ୍ଚ କରି ଭୋଜି ଦେଇଥିଲି ଗାଁ ଟା । କେତେ ଖୁସି ଥିଲା ଆମ ଦୁନିଆଁ ଟା କୁନୀ ଝିଅ କୁ ନେଇ । ଜାତକ ଅକ୍ଷର ଅ ରେ ଆସିବାରୁ ନାଁ ଦେଇଥିଲୁ ଆଦ୍ୟାଶ୍ରୀ । ଡାକୁଥିଲୁ ଗୁଲୁରୀ ବାୟାଣୀ କଣ୍ଢେଇ .... ....ସମସ୍ତ ଙ୍କ ର ଗୋଟେ ଗୋଟେ ନାଁ ନିଜ ପସନ୍ଦର ।

ଯେତେ ସୁନ୍ଦର ଦିଶୁଥିଲା ସେତେ ଗୁଲୁଗୁଲିଆ । ମାସକର ଛୁଆ କୁ ଯିଏ ଦେଖୁଥିଲା କହୁଥିଲା କଣ ୟାକୁ ଛଅମାସ ହେଇ ଗଲାଣି ? ରିଲି ଝିଅ ଡ୍ରେସ୍ ରେ ଝାଡୁ ଛିଣ୍ଡେଇ କି ରଖି ଦେଉଥିଲା । ମଥାରେ ଗୋଟେ ବଡ କଳା ଟିପା ଆଉ ଦୁଇ ଗାଲରେ ଦୁଇ ପଟ ଯାକ କାଜଲ ରେ ଅସନା କରି ଦେଉଥିଲା । ଏକା ଛାଡ଼ି ମୁହୁର୍ତ୍ତେ କୁଆଡେ ଯାଉନଥିଲା । ତାକୁ ଗୋଡେ ଗୋଡେ ଜଗିଥିଲା ।

ମଝିରେ କଣ ହେଲା କେଜାଣି , ଏମିତି ଜ୍ବର ହୋଇଗଲା ଯେ ଆଉ ଛାଡି ଲାନି । ମେଡିସିନ ଖାଇଲେ ଛାଡି ଯାଉଥିଲା ପୁଣି ଯୋଉ କଥାକୁ ସେଇ କଥା । ଜ୍ବର ପାଇଁ ଅସ୍ତବ୍ୟସ୍ତ ହେଇ କାନ୍ଦୁଥିଲା , ମେଡିକାଲ କେତେଥର ଦୌଡିଛି ତାର ହିସାବ ନାଇଁ । ଜଣେ ବାବା ଙ୍କ ପାଖରୁ ଡଉଁରିଆ ଆଣି ବି ପିନ୍ଧେଇଥିଲି । ହେଲେ ଶେଷକୁ ଦିନେ ସବୁ ଶେଷ ହୋଇଗଲା । ସକାଳକୁ ଦେଖିବା ବେଳକୁ ଆମ ସଂସାର ଉଚ୍ଛନ୍ନ ହୋଇ ଯାଇଛି । ଆମ ଗୁଲୁଗୁଲିଆ ସୁନ୍ଦରୀଆ କୁନୀ ଝିଅ ଟା ସବୁଦିନ ପାଇଁ ଆଖି ବୁଜି ଦେଇଛି ।

ଆଖି ବୁଜି ଈଶ୍ୱର ଙ୍କୁ ଖାଲି ଏତିକି କହିଲି , ଆଉ କାହାକୁ ବି ଏମିତି କଷ୍ଟ ଦେବନି ପ୍ରଭୁ ।


Rate this content
Log in