ସଞ୍ଜବତୀ
ସଞ୍ଜବତୀ
ସଞ୍ଜ ନଇଁ ଆସୁଥାଏ। ପଶ୍ଚିମ ଦିଗରେ ଲାଲ ଟକଟକ ସୂର୍ଯ୍ଯ ପାହାଡ଼ର ଉହାଡ଼ରେ ଲୁଚି ଯାଉଥାନ୍ତି। ମନ୍ଦମନ୍ଦ ସମୀରଣ ବୋହି ଯାଉଥାଏ। ପକ୍ଷୀଙ୍କର ନୀଡ଼ ବାହୁଡା଼ ଦୃଶ୍ଯ କି ମନୋରମ ଆହା। କୁମୁଟିଆ ନଦୀ କୂଳରେ ଠିଆ ହୋଇ ଅପଲକ ନୟନରେ ସଂଯୁକ୍ତା ନିରେଖିବା ବେଳେ ଦୁଷ୍ମନ୍ତ ହଠାତ୍ ତାକୁ ବୋହି ନେଇ ନିଜର କ୍ଷୁଧା ମେଣ୍ଟାଇଲା ସଂଯୁକ୍ତା ଅନେକ ଥର ଗୁହାରି କରିଛି କି ତାର ଦେହ ଅସୁସ୍ଥ କିନ୍ତୁ ଦୁଷ୍ମନ୍ତ ଛାଡୁଛି କେଉଁଠି? ଭୋକିଲା ଶୋଷିଲା ପଥର ପଥିକ ହୋଇ ସେ ନିଜକୁ ଗୌରବ ଅନୁଭବ କରୁଛି କି ତା ଜୀବନରେ ଏ ସ୍ବାଦ ପ୍ରଥମ କରି ପାଇଲା।
ସଞ୍ଜଦେବୀ ପୂରା ନିଠେଇ ଦେଖିଛନ୍ତି। ସେ ହିଁ ଜଣେ ମୁକସାକ୍ଷୀ ଯିଏକି ଆରମ୍ଭରୁ ଚୂଳ ଧର୍ଷଣରେ ଶୀକାର ସଂଯୁକ୍ତା କିପରି ଓ କେତେବେଳେ ହେଲା ନିଜର ମନ ଓ ହୃଦୟରେ ସବୁକୁ ଟିପି ରଖିଛନ୍ତି। ଆଜି ସଂଯୁକ୍ତା ଅନ୍ତଃସତ୍ତ୍ବା। ସେ ଅନେକବାର ଦୁଷ୍ମନ୍ତକୁ କହି ସାରିଲାଣି କି ତା ପେଟରେ ତୁମର ସନ୍ତକ ବଢୁଛି। ତୁମେ ମୋତେ ଯଥାଶୀଘ୍ର ଗ୍ରହଣ କରିନେଲେ ଭଲ ଅନ୍ଯଥା ମୁଁ କଳଙ୍କିନୀର ବୋଝ ମୁଣ୍ଡରେ ବୋହିବି ଆଉ ତୁମେ ଦହଗଞ୍ଜ ହୋଇ ଜେଲ କି ଜୋରିମନା ଦେଇ ଅନୁତାପରେ ସଢି଼ପାର। ସଂଯୁକ୍ତାର କଥାକୁ ଦୁଷ୍ମନ୍ତ ହସରେ ଉଡେ଼ଇ ଦେଲା। ସେ ଯେ ସତ୍ଯରେ ଧର୍ଷଣ କରିଛି ଆଉ ତୋର ପେଟରେ ମୋ ସନ୍ତକ ବଢୁଛି ଏହାର ପ୍ରମାଣ କିଏ ଦେବ?
ସଂଯୁକ୍ତା ଏ କଥାକୁ ଶୁଣି ଢେର କାନ୍ଦିଲା। ଏ କଳଙ୍କିନୀର ମୁଖ ସମାଜ ଆଗରେ ନ ଦେଖେଇବାକୁ ସଙ୍କଳ୍ପ ନେଲା। ସଞ୍ଜବେଳେ ଯେଉଁଠି ସେ ଧର୍ଷିତା ହୋଇଥିଲା ସେଇଠି ନିଜର ଓଢ଼ଣୀ ସାହାଯ୍ଯରେ ସଞ୍ଜଦେବୀଙ୍କୁ ପ୍ରଣାମ ଓ ପ୍ରାର୍ଥନା କରି ଆତ୍ମହତ୍ଯା କରିବାକୁ ଯାଉଥିଲା। ହଠାତ୍ ପଛପଟୁ କାହାର ପାଟିଶଦ୍ଦ ଶୁଣି ସଂଯୁକ୍ତା ଅଟକି ଗଲା। ଦେଖିଲା ଜଣେ ନାରୀ ଯାହାର ମୁଖ ମଣ୍ଡଳରୁ ବାରି ହେଉଥିଲା କି ମଣିଷ ନୁହେଁ ଦେବୀ। ସଞ୍ଜଦେବୀ ସଂଯୁକ୍ତାକୁ ଏ କର୍ମରୁ ନିବୃତ୍ତି କରି ଘରକୁ ପଠେଇ ଦେଲା ଆଉ ଆସନ୍ତା କାଲି ଏହି ସମୟରେ ଏଠାକୁ ଆସିବାକୁ ଆହ୍ବାନ କଲା।ସଂଯୁକ୍ତା ନିଜ ଘରକୁ ଫେରିଗଲା ସଞ୍ଜଦେବୀ କିନ୍ତୁ ଦୁଷ୍ମନ୍ତ ସମ୍ମୁଖରେ ଠିଆ ହୋଇ ସଂଯୁକ୍ତାର ଧର୍ଷଣ ବିଷୟରେ ବଖାଣିଲା। ଦୁଷ୍ମନ୍ତ ମୋଟେ ଗ୍ରହଣ କରିବାକୁ ନାରାଜ ହେଲା ତ ସଞ୍ଜଦେବୀଙ୍କ ଆଦେଶରେ ଅଦୃଶ୍ଯ ମାଡ଼ ବର୍ଷିଗଲା। ବିଧା,ଗୋଇଁଠା,ଚାପୁଡା଼,ରାମ୍ପୁଡା଼ ଓ ଠେଙ୍ଗାମାଡ଼ର ଭୟରେ ଦୁଷ୍ମନ୍ତ ରାଜି ହୋଇଗଲା।
ସଞ୍ଜଦେବୀ ଏବେ କହିଲେ କି ଆସନ୍ତା କାଲି ସେଇ କୁମୁଟିଆ ନଦୀ କୂଳକୁ ଯିବୁ ଯେଉଁଠି ସଂଯୁକ୍ତାକୁ ମନ ଭରି ଚିପୁଡି଼ ରକ୍ତ ପିଇ ଯାଇଥିଲୁ ଓ ଉଲ୍ଲସିତ ହୋଇ ଆନନ୍ଦ ଲାଭ କରିଥିଲୁ। ସଞ୍ଜଦେବୀ ଅନ୍ତର୍ଦ୍ଧାନ ହୋଇଗଲେ। ଦୁଷ୍ମନ୍ତ ବହୁତ ସେହିଠାରେ ସେ ନାରୀଙ୍କୁ ଖୋଜିଲେ ହେଲେ ନ ପାଇ ନିଜର ଘରକୁ ଯାଇ ଚୁପଚାପ ଶୋଇବାକୁ ବାଧ୍ଯ ହେଲେ। କାଳେ କିଏ ଜାଣିଦେବ କି କ'ଣ? ଏହି ଭୟରେ କାହାକୁ ସୁଦ୍ଧା କହିଲା ନାହିଁ।
ପରଦିନ ଠିକଣା ସମୟରେ ସଭିଏଁ ଉପସ୍ଥିତ ହେଲେ। ଦୁଷ୍ମନ୍ତକୁ କିଛି କହିବା ଆଗରୁ ଦୁଷ୍ମନ୍ତ ସଂଯୁକ୍ତାକୁ କୋଳେଇ ନେଲା। ସଞ୍ଜଦେବୀଙ୍କ ଇସାରାରେ ବିବାହର ଆୟୋଜନ ହେଲା। ଗାଁ'ର କିସମ କିସମ ଲୋକାରଣ୍ଯରେ କୁମୁଟିଆ ନଦୀକୁଳ କଳମୁଖରିତ ହେଲା। ସଭିଙ୍କ ସମ୍ମୁଖରେ ଦୁଷ୍ମନ୍ତ ଓ ସଂଯୁକ୍ତାର ପାଣି ଗ୍ରହଣ ହେଲା। ଗାଁ'ଲୋକେ ଭୁରି ଭୋଜନ ଖାଇଲେ। ଏ ଆୟୋଜନ କିଏ ଓ କିପରି ହେଲା କାହାକୁ ସୁଦ୍ଧା ଜଣା ନ ଥିଲା। କେବଳ ଏତିକି ଦୁଷ୍ମନ୍ତ ଜାଣିଥିଲା କି କେହି ଜଣେ ନାରୀଙ୍କ ଦ୍ବାରା ହିଁ ଏତେସବୁ ହୋଇଗଲା। ସଂଯୁକ୍ତା ଓ ଦୁଷ୍ମନ୍ତଙ୍କ ଘର ପରିବାର ଖୁସି। ଦୁଷ୍ମନ୍ତ ବି ଭରପୂର ଯାନି ଯୌତୁକ ଓ ଆସବାସ ଜିନିଷ ପାଇଲା। ଯଦି ଆଉ କାହାକୁ ବିବାହ କରିଥାନ୍ତା ତେବେ ଏତେ ଜିନିଷ ପାଇବାକୁ ଅଯୋଗ୍ଯ ହୋଇଥାନ୍ତା। ସତରେ ! ସେ ଦିନ ସଞ୍ଜଦେବୀଙ୍କ ଆଶୀର୍ବାଦରୁ ଦୁଇଟି ଜୀବନ ରକ୍ଷା ହୋଇଗଲା ନ ହେଲେ କିଏ ଜାଣେ ଦୁଷ୍ମନ୍ତ ଜେଲ ଆଉ ସଂଯୁକ୍ତା ଆତ୍ମହତ୍ଯା କରି ଆର ପାରିକୁ ଯାଇ ନ ଥାନ୍ତା କି?
ଧନ୍ଯ ହେ ସଞ୍ଜଦେବୀ ଆପଣଙ୍କ ଅପାର କରୁଣାରୁ ଦୁଇଟି ଜୀବନ ଆଜି ସନ୍ତୋଷରେ କାଳଯାପନ କରି ଆପଣଙ୍କ ପାଖରେ କୃତ୍ଯକୃତ୍ଯ ହେଉଛନ୍ତି।
