Participate in 31 Days : 31 Writing Prompts Season 3 contest and win a chance to get your ebook published
Participate in 31 Days : 31 Writing Prompts Season 3 contest and win a chance to get your ebook published

Sunanda Mohanty

Others


3  

Sunanda Mohanty

Others


ସଂସାର

ସଂସାର

4 mins 215 4 mins 215

ବୋଉକୁ ଦୁଇଦିନ ହେଲାଣି ଜ୍ୱର, କରୋନା ସମୟରେ ବୋଉକୁ ଦୁଇଦିନ ହେଲାଣି ଜ୍ୱର ଖବର ବାପାଙ୍କଠୁ ପାଇ ପୁଅ ବୋହୁ ଝିଅ ଜୋଇଁ ବ୍ୟସ୍ତ ବିବ୍ରତ, କିଏ କହିଲା ଆଦିତ୍ୟମାଇସିନ ଆଣି ଦିଅ ତ କିଏ କହିଲା ଭିଟାମିନ ସି ଏବଂ ଡି ଟାବଲେଟ ଦିଅ ତ କିଏ କହିଲା ଜିଙ୍କ୍ ଟାବଲେଟ ପାଖରେ ରଖ, ତ କିଏ କହିଲା ଲୁଣ ପାଣି ଗର୍ଗଲିଙ୍ଗ କରୁଛି କି ନା ତ କିଏ କହିଲା ପାଞ୍ଚ ମିନିଟ୍ ଅନ୍ତରରେ ଉଷୁମ ପାଣି ପିଉଛି ନା ନାହିଁ, ଏସବୁ ବିବ୍ରତପୂର୍ଣ୍ଣ ପ୍ରଶ୍ନ ଉତ୍ତରରେ ବାପାଙ୍କର କେବଳ ଗୋଟିଏ ଉତ୍ତର ନାଇଁମ କରୋନା କାଇଁ ହେବ ମନ ଜର ହେଇଛି ତୁମ ମମୀକୁ, ଭଲ ହେଇଯିବ. 

 ବାପା ସବୁବେଳେ ଏମିତି, ମମୀ ପ୍ରତି ଉଦାସୀନ କହିଲେ ଯାହା ଆଣିବେ ମନ ବୁଝି ଗୋଟେ କିଛି କରି ନାହାନ୍ତି ଏଯାଏଁ, ସବୁବେଳେ ମମି ଖାଲି ତାଙ୍କ ମନ କଥା ବୁଝି ସବୁ କରିଯାଆନ୍ତା, କିଛି କୋଉଥିରେ ପ୍ରତିବାଦ ନଥାନ୍ତା, ରୋଷେଇଘରେ ତା ପରକୁ ପର ଖାଦ୍ୟ ପଦାର୍ଥ ତିଆରି ଚଳିଥାନ୍ତା ତ ସେ ଖୁସି, କଣ ଟେ ଆଣିନ କାହିଁକି ନା କହିଥିଲେ ସିନା ଆଣିଥାନ୍ତି, ଏମିତି ସବୁ ଗୁଣକୁ ନେଇ ମମି ବି କମ ହଇରାଣ ହୁଏ ନା କଣ, ତ ବାପା ମମୀ ଦେହ କଣ କେମିତିର ବାରମ୍ବାର ପ୍ରଶ୍ନରେ ସତ କହିଦେଇଥିଲେ ବାପା . 

 ଘରେ ଥିବା ବିଲେଇଟି ଏଵେ ତିନି ଚାରି ମାସ ହେଲାଣି ସୋଫା, ସୋଫା କଭର, ପ୍ରତିଟି ପାଁପୋଛ, ପ୍ରତି ଘର ଖଟ ତଳ, ଏମିତିକି ଅତିଥି ଆସିଲା ବେଳକୁ ଡାଇନିଂ ଚେୟାର ଉପରେ ଝାଡା ପରିସ୍ରା ଓ ବାନ୍ତି, ଅପ୍ରସ୍ତୁତ, ତଥା ଗନ୍ଧ ଭିତରେ ସଫା ସଫିରେ ବାପା ସହାୟକ ହେଉଥିଲେ ବି ପରବର୍ତ୍ତୀ ପର୍ଯ୍ୟାୟରେ ଝାଡା ସଫା, ଫିନାଇଲ ପକାରେ ଦିକଦାର ମମି ଅନେକ ଥର କହୁଥିଲା ବିଲେଇଟିକୁ ଛାଡିଦିଅ, ହେଲେ ସେଥିପ୍ରତି କେବେ ବି ମୁଣ୍ଡ ପୁରାଉ ନଥିଲେ ବାପା, ବରଂ ପୁଣି ପୁଣି ଥରକୁ ଥର ଝାଡା ପରିସ୍ରାରେ ବ୍ୟତିବ୍ୟସ୍ତ ହୋଇପଡୁଥିଲା ବେଳେ ରସିକତା କରି କହୁଥିଲେ ତ ମତେ ବ୍ୟାଗରେ ଭରି କରି ଦେଇଥିଲେ ମୁଁ କୌଣସି ସାହି ବା ମାଛ ମାର୍କେଟ ଦେଖି ଛାଡିଦେଇଥାନ୍ତି. 

  କଥାଟା ଏତିକିରେ ସରିନଥିଲା . ବଡ଼ଭୁଆର ଆକ୍ରମଣରେ ଲହୁଲୁହାଣ ହୋଇ ଘରକୁ ଫେରୁଥିଲା, ବାପା ସେସବୁ ପ୍ରତି ଦୃଷ୍ଟି ଦେଉନଥିଲା ବେଳେ ସେହି ମମି ମରା ନଡିଆ ତେଲ ସହ ହଳଦୀ କେବେ କେବେ ନେଓସ୍ପିରିନ ମାରିଲେ ବି ପରକୁ ପର କାମୁଡ଼ା ଖାଇ ଘରକୁ ଫେରେ ଆଉ ଶେଷକୁ ମମିର ଖଟ ତଳେ ନୁହେଁ ଉପରେ, ତୁଳା ଶେଜରେ ହିଁ ଝାଡା ପରିଶ୍ରା କରିବାକୁ ଲାଗେ ତ ବାଡେଇବାକୁ ଛକି କି ବି ବାଡେଇ ହୁଏନି . ଖସି ଯାଏ ଗ୍ରିଲ ଫାଙ୍କ ଦେଇ, ପୁଣି କୋଉ ଛଟକରେ ଆସି ପୁଣି ପରିଶ୍ରାରେ ଗନ୍ଧ କରୁଥାଏ ଖଣ୍ଡିଆ ଖାବେରା ପୂଜ ରକ୍ତ ଲାଙ୍ଗୁଡ଼ ଘୋଷାଡ଼ି ତ ମମୀ ଦେଲା ପାହାରେ, ପଛ ଦି ଗୋଡ଼ ଘୋଷାରୀ ଘୋଷାରୀ ଶିଡ଼ି ଦେଇ ପାହାଚରେ ତଳକୁ ଯାଏ ତ ଛକି ଥିବା ବଡ ଭୁଆ ହାବୁଡ଼ରେ ପଡି ହୁଏ ସାଂଘାତିକ ପରିଣାମ, ତା ପରେ ଆଉ ଘୁଷୁଡ଼ି ଚାଲିବା ଅବସ୍ଥାରେ ନଥିବା ବିଲେଇଟା (ଭୁଆ)କୁ . ଦିନେ ହାତ ଲାଗାଇ ନଥିବା ମମି ତମର ଯେତେ ସେବା ଶ୍ରୁଶୁସା କଲେ ବି, ତିନି ଦିନ ପରେ ପଶୁ ଡାକ୍ତର ଆସିବା ବେଳକୁ ଖେଳ ସାରିଥିଲା, ଆଉ ତା ମୃତ୍ୟୁର କାରଣ ବନିଥିବାରୁ ମମିକୁ ଜ୍ୱର, ଦିଅଁ ପୂଜା ବନ୍ଦ. କଥା ବାର୍ତ୍ତା ବି ସୀମିତ. ନିଜକୁ ଦୋଷୀ ଓ ପାପୀ ମନେକରି ନିଜ ପ୍ରତି ଅବହେଳା କରି ଚାଲିଛି ତମ ମମି, ସବୁକଥା ଶୁଣି କିଛି ନଜାଣିଲା ପରି ପହଂଚି ଗଲେ ପୁଅ ବୋହୁ ଝିଅ ଝୋଇଁ. 

  ପିଲାଙ୍କୁ ଏକା ସଙ୍ଗେ ଦେଖି ମାଆଙ୍କ ଖୁସିରେ ଗୋଡ଼ ତଳେ ପଡ଼ୁ ନଥିଲା, ପୁଅ ଖାସି ମାଂସ ଆଣି ରାନ୍ଧିବାକୁ ମମିକୁ କହୁଥିଲା ତ ସେ ନିଜେ ନଖାଇଲେ ବି ପିଲାଙ୍କ ପାଇଁ ଆଗ୍ରହରେ କରୁଥିଲେ ତରକାରୀ ଆଉ ଶୁଣେଇ ଶୁଣେଇ ଭାଇ ଭଉଣୀକୁ କହୁଥିଲା ଜାଣିଲୁ ଝିଅ, ବଢିଆ ମାଂସ, ମୁଁ ନିଜେ ଠିଆ ହୋଇ ଥାଏ କଂସେଇଟା ପରା ପକାଇଲା ବେକକୁ ଚୋଟେ, ପୁରା ଅସଲି, ମୋରି ଆଗରେ ଛାଲିକି ଦେଲା ପର,ମାଆ ଛାତି ଧଡପଡ ହେଉଥିଲା, ଝିଅ ବି କହୁଥିଲା ଭାଇ ଦେଶୀ କୁକୁଡ଼ା କାଲି ଆଣିବା, ପୁଅ ପଚାରୁଥିଲା କିଏ ମାରିବ,ତ ଭଉଣୀ କହୁଥିଲା କାଇଁ ଜୋଇଁ ମୋଡି଼ବେ ତା ବେକ, ମାଆ, ମମି ପାଟିରୁ ବଚନ ବାହାରୁ ନଥିଲା, ଦୁଇ ଚାରିଦିନ ଯାକ ଖାଲି କୁକୁଡ଼ା ମୋଡା ଆଉ ଖାସି ମାଂସ କରୁଥିଲେ ମମି, ଆଉ ଜଗିରଖି ସେଦିନ ବୋହୁ ଯେବେ କହୁଥିଲା କଣ୍ଟା ଗୁଡା ବିଲେଇଟାକୁ ଦେଇଦେବା, ତ ଭାଇ ଭଉଣୀ କହୁଥିଲେ ବିଲେଇଟା କଣ ଏଯାଏଁ ଅଛି ନା କଣ, ବୁଢା ହୋଇଆସିଥିଲା, କୁଆଡେ ଯିବଣି ମରି, ବୁଲା କୁକୁର ଙ୍କୁ ଦେଇଦିଅ ତ ମାଆ ମୁଁହ ଗୁମ ସୁମ ଥିଲା, ତ ଭାଇ ଭଉଣୀ କଥା ହେଉଥିଲେ, ମାଆ ତ ଖାଉନି ଖାସି କି କୁକୁଡ଼ା କାଲି ଆଣିବା ମାଛ, ବାପା ଜୀବନ୍ତ ତଟକା ମାଛ କୋଉଠି ମିଳିବ କୁହତ? ବାପା କହୁଥିଲେ କଣ କାଟିକି ଆଣିବି ନା ଘରେ କରିବ, ତ ଭାଇ ଭଉଣୀ କହୁଥିଲେ କାହିଁ ମାଆ କାଟିବ, ସେତ ସବୁବେଳେ କାଟେ ଆମ ପାଇଁ, ଜୀବନ୍ତ କଉ ରତା, ମାଆ ଭଳି କିଏ କାଟିପାରିବ, ତ ମାଆ କହୁଥିଲେ ନାଇଁ ମୋ ଦେହ ଭାଲନାହିଁ ମୁଁ କାଟିପାରିବିନି କି ଖାଇପାରିବିନି. 

  ଏଁ ତୋ ଦେହ ଭଲ ନାହିଁ? କଣ ହଉଛି ଜ୍ୱର ନୁହେଁ ତ ମମି, ଏଵେ କରୋନା ସମୟ ଜାଣିଛୁ ନା ନାହିଁ,କ୍ଵାରେନଣ୍ଟାଇନରେ ରହ ତେବେ, ଆମେ ଯାଉଛୁ ମେଡିସିନି ଆଣିବୁ, ନାଇଁମ ଜ୍ୱର ନୁହେଁ, ଏମିତି, କହି ମାଆ ଠାକୁର ପୂଜା କରି ଛାତ ଚଢୁଥିଲା ତୁଳସୀ ପାଣିଦେବାକୁ, ବାପା କହୁଥିଲେ ଆଠ କି ନଅ ଦିନ ହେଲାଣି ତୁଳସୀ ପୂଜା କରିନି ମମି, ଭାଇ ଭଉଣୀ ଖୁସି ଥିଲେ, ହେଲେ ତଥାପି ମାଆ ଗୁମସୁମ ଥିଲେ ବି ଅବସ୍ଥା ସୁଧୁରୁଛି ହୃଦୟଙ୍ଗମ କରି ଫେରିଥିଲେ ଭାଇ ଭଉଣୀ ବାପାଙ୍କୁ ତାଗିଦ କରି. 


  ହୁଏତ ଏହି ଉପରୋକ୍ତ ବିଷୟ ବସ୍ତୁଟି ବି ଏମିତି ହୋଇପାରେ ପୁଅ ବୋହୁ ଝିଅ ଜୋଇଁ ଥିଲା ବେଳେ ମାଆ ଯଦି ବିଲେଇକୁ ପିଟିଥାନ୍ତେ ଓ ତା ପରବର୍ତ୍ତୀ ଘଟଣା ସବୁ ହେବା ଯାଏଁ ପୁଅ ପଶୁ ଡାକ୍ତରଖାନା ନେବା ପରିବର୍ତ୍ତେ ନିଜ ଦୁଆର ଆଉଜେଇ ନିଅନ୍ତା କାଳେ ତା ରୁମରେ ପଶିଯିବ, ଝିଅ ମାଆର ମନ ବୁଝିବା ପରିବର୍ତ୍ତେ କଟା ଘାଆରେ ଚୂନ ଦେଇ କହୁଥାନ୍ତା ଏତେ ପଶୁ ଅନୁରକ୍ତି ପୂର୍ଣ୍ଣ କଥା, ଗଳ୍ପ ଗୀତ ଲେଖୁଛୁ ହେଲେ ଏମିତି ନିଷ୍ଠୁର ଆଚରଣ କେମିତି, ବାପା ପୁଅ ଝିଅ ତୁନି ତୁନି କଥା ହେଉଥାନ୍ତେ ଦେଖୁଥା ତୁମ ମାଆ ଙ୍କୁ ମୁଁ କେମିତି ସମ୍ଭାଳିଛି ବାପା କହିଲା ବେଳେ, ପୁଅ ଝିଅ ସନ୍ଦେହ ଦୃଷ୍ଟିରେ ଚାହୁଁଥାନ୍ତେ ମାଆକୁ ଆଉ କହୁଥାଆନ୍ତେ, ଦେଖୁନ ବିଲେଇ ଟାକୁ..... ଆଉ ମାଆଟି ପଶୁଡାକ୍ତର ମାନେ ବିଲେଇ ସ୍ପେସିଆଲିଷ୍ଟକୁ ଡାକି ହସ୍ତାନ୍ତର କରି ଜ୍ୱର ଭୋଗୁଥିଲା ବେଳେ ପିଲାଏ ଯିଏ ଯାହା ବାଟରେ, ଆଉ ଫୋନରେ ମାଆ ଦେହମୁଣ୍ଡ ନ ପଚାରି ବିଲେଇ କଥା ବାରମ୍ବାର ପଚାରୁ ଥିଲା ବେଳେ ତୀର୍ଯ୍ୟକ ହସ ହସୁଥାଆନ୍ତେ ବାପା !

  ଏଇଟା ନା ଉପରଟା କୋଉଟା ଗଳ୍ପ ପାଇଁ ଏ ଯୁଗରେ ଠିକ୍ କେଜାଣି.



Rate this content
Log in