ସଂସାର ବନ୍ଧନ
ସଂସାର ବନ୍ଧନ
ଚିକୁ ଦଶ ବର୍ଷର ବାଳକ। ସେ ଘରେ ବାପା,ମାଆ ଓ ଘର ପରିବାରଙ୍କ କଳିକୁ ମର୍ମେମର୍ମେ ଅନୁଭବ କଲା। ହୃଦୟ କୋଣରେ ସୃଷ୍ଟି ହେଲା ସଂସାର ପ୍ରତି ବିତୃଷ୍ଣାର ଭାବ। ସେ ସମସ୍ତ ମାୟା ଓ ବନ୍ଧନରୁ ମୁକ୍ତି ସକାଶେ ଶପଥ ନେଲା ଓ ଘର ଛାଡି଼ ଚାଲିଗଲା ବେଳେ ମାଆ ଡାକ ଛାଡି଼ଲେ,"ଚିକୁ ! ମୁଁ ତୋର ମାଆ ଅନ୍ତ ଫାଡି଼ ଦଶମାସ ଓ ଦଶଦିନ ଗର୍ଭରେ ଧାରଣ କରି ଜନ୍ମ ଦେଇଛି ଅଥଚ ତୁ ମୋତେ କିଏ କହିବା ସହିତ ଚିହ୍ନି ନାହୁଁ ବୋଲି କହି ପାରୁଛୁ କିପରି?" ଏହାର ଉତ୍ତରରେ ଚିକୁ କହିଲା,"ମାଆ ! ତୁମ ପରି ସବୁ ନାରୀ ଜାତି ହିଁ ମୋର ସମ୍ମୁଖରେ ମାଆ ଅଟନ୍ତି କିନ୍ତୁ ଅସଲରେ ତୁମେ ଯେ ମୋର ମାଆ ଏ କଥାକୁ ବିଶ୍ୱାସ ହିଁ କରି ହେଉନି। ସେ ଦିନ ଦେଖି ପାରିଲ ନାହିଁ କି ତୁମେ ନିଜ ଶାଶୂ ଓ ଶ୍ବଶୂରଙ୍କୁ ମୁଠାଏ ଖାଇବା ନ ଦେଇ କେମିତି ଭୋକିଲା ରଖିଥିଲ? କେତେ ଡହଳ ବିକଳ ନ ହେଉଥିଲେ କୁହ?" ପୁଣି ଦେଖ ବାପା ବଜାରରୁ ତୁମ ପାଇଁ ବ୍ଲାଉଜଟିଏ ଆଣିବାକୁ ଭୁଲିଗଲେ ବୋଲି କହିଲେ ବି ତୁମେ ତାଙ୍କର ସାତପର ପରି ଠିଆ ହୋଇଗଲ। ଖାଇବାକୁ ନ ଦେଇ ଦୀର୍ଘ କେଇ ଦିନ କଥା ପଦେ ସୁଦ୍ଧା ହେଲ ନାହିଁ,ନୁହେଁକି? ଆଉ ଦେଖ ତ ନିଜର ଦେବରକୁ ରୋଜଗାର କରୁନାହଁ ବୋଲି କେତେ ଗାଳିମନ୍ଦ ଆହା ଶୁଣିବା ଲୋକ ତୁମକୁ କଣ ଭାବିଥିବ କହିଲ? ଯେଉଁ ଭାଷା ବିଚରା କାକାଟା ଘର ଛାଡି଼କି କୁଆଡେ଼ ପଳେଇ ଗଲା ଯେ ଆଉ ଘରକୁ ଦୁଇ ବର୍ଷ ହେଲାଣି ଫେରୁ ନାହାଁନ୍ତି,ନୁହେଁକି? ଆଉ ଭଲ କି ଶୁଣ ତୁମର ନଣନ୍ଦ ଯେବେ ତା ବାପାଙ୍କ ଘରକୁ ଅର୍ଥାତ୍ ଏଠାକୁ କୁଣିଆଁ ଆସିଲେ ତୁମେ କଣ କରିଲ କୁହ ତ? ଏମିତି ନୀଚ୍ଚ ଭାଷାରେ ଗାଳିମନ୍ଦ କଲ ଯେ ଅପା ଆଉ ଏ ଘରର ଦ୍ୱାରକୁ ଆଉ କେବେ ବି ମାଡୁ ନାହିଁ ଯିଏ ଘର ପରିବାରର କାହାର ନୁହେଁ ସେ ମୋର ଭଲା ହୋଇ ପାରିବ କେମିତି?"
ଟିକିଏ ରହି ପୁଣି କହିଲା,"ମାଆ ! ଏମିତି ଘରେ ରହିବା ଅପେକ୍ଷା ଏ ଘର ଛାଡି଼ ଚାଲିଯିବା ଶ୍ରେୟସ୍କର,ନୁହେଁ?" ଚିକୁ ମାଆଙ୍କର ଗୁଣ କୀର୍ତ୍ତନକୁ ସଭିଙ୍କ ସମ୍ମୁଖରେ ବାନ୍ତି କରି ପକେଇଲା ତ ମାଆ ନିଜକୁ ଅସହାୟ ଅନୁଭବ କଲେ ଲଜ୍ଜା ଓ ଘୃଣାରେ ମୁହଁକୁ ଲୁଚାଇ ଘର ଭିତରକୁ ଚାଲିଗଲେ। ଏହାର ସୁଯୋଗରେ ଚିକୁ ଘରଛାଡି଼ ପୁରୀ ଚାଲିଗଲା। ସେଠାରେ ଜଗନ୍ନାଥଙ୍କ ନାମ କୀର୍ତ୍ତନ କରି ଯାହା ପାଇଲା ଖାଇକି ରହିଲା। ସେ କୌଣସି ହାଲତରେ ନିଜ ଘରକୁ ସୁଦ୍ଧା ଫେରିଲା ନାହିଁ। ଦୀର୍ଘ ଆଠ ବର୍ଷ ସମୟ ପୁରୀରେ ଜଗନ୍ନାଥଙ୍କ ସାହ୍ନିଧ୍ଯ ଲାଭ କରି ସନ୍ତୋଷ ମନରେ ସମୟ କାଟି ଚାଲିଲା। ସମୟ ବଡ଼ ବଳବାନ କେତେବେଳେ ବି ଚକୁଳି ପିଠା ଓଲଟିବ। ଦିନେ ରାତିରେ ସୁନ୍ଦର ଯୁବତୀଟିଏ ଚିକୁର ସାମ୍ନାକୁ ଆସିଗଲା। ସେ ନିଜର ରୂପର ମୋହରେ ଏମିତି ଆକର୍ଷିଣ କଲା ଯେ ଚିକୁ ତା କାମନା ଦୋଳିରେ ବସିଗଲା। ବାସ୍ ! ସେହି ଦିନଠୁ ଚିକୁ ଧର୍ମର ମାର୍ଗ ଭୁଲିଗଲା। ସେଇ ଝିଅଟିକୁ ପାଇବା ପାଇଁ ହିଁ ଦିନରାତି କେବଳ ଖୋଜିବାରେ ଲାଗି ପଡି଼ଲା। ଜଗନ୍ନାଥଙ୍କ ଅପାର ଦାନ କି ଚିକୁ ଝିଅଟି ସହିତ ବିବାହ କରି ନିଜ କରକୁ ଫେରି ଆସିଲା।
ସେ ପ୍ରଥମେ ନିଜ ମାଆଙ୍କୁ ପ୍ରଣାମ କରି ବାପା ଓ ଅନ୍ୟମାନଙ୍କୁ ପ୍ରଣାମ କଲା। ଗୋଟିଏ ବୋଲି ପୁଅ ଚିକୁକୁ ତ ବହୁତ ବୁଝାଇଥିଲେ କି ଗାଁ'କୁ ଫେରିଆସୁ କିନ୍ତୁ ଫେରୁ ନ ଥିବା ଚିକୁ ଏବେ ଗାଁ'କୁ ଫେରିଛି ତ ଘର ପରିବାର ଆନନ୍ଦର ଲହରି ଖେଳି ଯାଇଛି। ସତ୍ୟ ତ ଏଇଆ କି ଆଜି ଯାଏଁ କିଏ ମାଆ ମାଟିର ମୋହକୁ ଭୁଲି ପାରିଛି ନା ପାରିବ? ଚିକୁ ଆଜି ସବୁକୁ ଭୁଲିଛି,ଭୁଲିଛି ବି ଧର୍ମର ମଙ୍ଗକୁ ଯିଏ ସଂସାରର ଶ୍ରେଷ୍ଠ କେବଳ ସଂସାରର ବନ୍ଧନ ଟାଣି ଆଣିଛି ଆଉ କାମନା ବାସନା କୋଳରେ ମଜ୍ଜି ସତ୍ୟ,ଶାନ୍ତି ଓ ପବିତ୍ରତା ରକ୍ଷା କରିବ ବୋଲି ପୁଣି ଅଣ୍ଟା ମଧ୍ୟ ଭିଡି଼ଛି। ଆଜି ଚିକୁର ବାପା ଓ ମାଆଙ୍କର ଆନନ୍ଦ କି ଏ ଘରକୁ ପୁଣି ହସ ଓ ଖୁସି ଫେରି ଆସିଛି।
