STORYMIRROR

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

4  

Biswabandhu Mohapatra(ବିଶ୍ୱବନ୍ଧୁ ମହାପାତ୍ର)

Others

ସଙ୍ଗରୋଧର ସମୟ-୧୧

ସଙ୍ଗରୋଧର ସମୟ-୧୧

2 mins
125


ପ୍ରିୟ ଡାଏରୀ,

ସଙ୍ଗରୋଧର ଏଇ ଘଡ଼ି ସନ୍ଧି ସମୟରେ ଯେତେବେଳେ ଲୋକମାନେ ଏକ ପ୍ରକାର ଗୃହବନ୍ଦୀ, ଏତେବେଳେ କେମିତି ଲାଗେ ବାହାରର ପୃଥିବୀ?ଶୁନଶାନ ରାସ୍ତା ସବୁ ବିପଦ ସଂକୁଳ ମନେହୁଏ ନା ନିରାପଦ?


ରାତି ପ୍ରାୟ ଦଶଟା ବେଳକୁ ଯେବେ ହସ୍ପିଟାଲ ଡ୍ୟୁଟି ସାରି ଘରକୁ ବାହାରିଲା ଅନୁପମା, ରାସ୍ତା ସବୁ ଲାଗୁଥିଲା ଶୁନଶାନ । ଆକାଶରେ ଅଜଣା ତିଥିର ଜହ୍ନ । ମୃଦୁ ମୃଦୁ ପଵନ ବହୁଥିଲା । ମନେ ହେଉଥିଲା ଅନେକ ଦିନ ପରେ ଗୋଟିଏ ସୁନ୍ଦର ରାତି ଓହ୍ଲେଇ ଆସିଚି ସହରକୁ ।

ଦିବସ ବ୍ୟାପି ପରିଶ୍ରମ ପରେ ଯଦିଓ ଥକି ପଡ଼ି ଥିଲା ଅନୁପମା, ରାତିର ସହରକୁ ଉପଭୋଗ କରିବାକୁ ତାର ଖୁବ ଇଚ୍ଛା ହେଉଥିଲା ଏବେ । କାଁ ଭାଁ ପୋଲିସ ଗାଡ଼ିଟିଏ ଚାଲି ଯାଉଚି । ସେ ସ୍କୁଟିର ବେଗ କମେଇ ଦେଇ ଦେଖୁଥିଲା ଜ୍ୟୋସ୍ନା ପ୍ଳାବିତ ସହର ।


କରୋନାର ଆତଙ୍କରେ ଥରହର ମାନବ ସମାଜ । ଦେଶ ତମାମ ଲକଡାଉନ । ସମସ୍ତେ ରହିଛନ୍ତି ଘରେ । ଏଇ ସମୟରେ ଯେ ଏତେ ସୁନ୍ଦର ଦିଶୁଚି ସହର, ଏହାକୁ ପ୍ରତ୍ୟକ୍ଷ କରିବାର ସୌଭାଗ୍ୟ ସେମାନଙ୍କର ନାହିଁ । ଲକଡାଉନ ପୂର୍ବର ସହର କଣ ଏତେ ସୁନ୍ଦର ଲାଗୁଥିଲା?

ଧୂଳି ଓ ଧୂଆଁରେ ସହରର ବାତାବରଣ ବେଶ ପ୍ରଦୂଷିତ ହୋଇ ଯାଇଥିଲା । ତା ସାଙ୍ଗକୁ ଗାଡ଼ି ମଟରର ଭିଡ଼ । ସବୁ ଛକରେ ଟ୍ରାଫିକ ଜାମ । ବିନା କାରଣରେ ଲୋକେ ବୁଲୁଥିଲେ ଏଣେତେଣେ । ଖଟି କରୁଥିଲେ ଚା ଦୋକାନରେ । ମଦ ଦୋକାନ ଆଗରେ ତ ବେଶୀ ଭିଡ଼ ଲାଗି ରହୁଥିଲା । ଏତେ ଭିଡ଼ ଭିତରେ ବି ଏକାକିନୀ ଝିଅଟିଏ ନିରାପଦ ବୋଧ କରୁ ନ ଥିଲା ।


ଅଥଚ ଆଜି!ନିର୍ଜନ ସହର । ଲୋକ ବାକ ଦିଶୁ ନାହାନ୍ତି କେଉଁଠି । ଅନୁପମାର ମନେ ହେଲା, ଏଇ ସମୟର ସହର ହିଁ ବେଶୀ ନିରାପଦ । ମଣିଷମାନେ ହିଁ ବିପନ୍ନ କରି ଆସିଛନ୍ତି ପୃଥିବୀକୁ ।

ଘର ଆଗରେ ସ୍କୁଟି ରଖି ଆଉ ଥରେ ବାହାରର ସୁନ୍ଦର ଜହ୍ନ ରାତିକୁ ଦେଖି ନେଲା ସେ ।



Rate this content
Log in