Satyabati Swain

Others

1.1  

Satyabati Swain

Others

ସନ୍ଦର୍ଭ

ସନ୍ଦର୍ଭ

3 mins
3.1K


ପଶ୍ଚିମ ଆକାଶ କୋଳେଇ ନେଉଥିଲା ସୂର୍ଯ୍ୟଙ୍କୁ । ମୁଁ ବସିଥିଲି ସିମେଣ୍ଟ ବେଞ୍ଚର ଗୋଟିଏ ଗଛ ମୂଳେ । ଲକ୍ଷ୍ୟ କରୁଥିଲି ଭାଵ,ଭଙ୍ଗୀ, ପାରିପାର୍ଶ୍ବିକ ପରିବେଶ,କଥାବାର୍ତ୍ତା ଓ ସେଠି ଉପସ୍ଥିତ ଥିବା ପ୍ରେତ୍ୟେକ ପ୍ରାଣୀଙ୍କୁ।

ଲାଗିଲା ସତେ କି ଗୋଟିଏ ବଡ଼ ବିଚିତ୍ର ଚିଡିଆଖାନା। କାହା କୋଳରେ କିଏ ଶୋଇଛି,କେଉଁମାନେ ଦେହରେ ଦେହ ଘଷି କୁରୁଳି ଉଠୁଛନ୍ତି ତ କେଉଁ ମାନେ ଚଞ୍ଚୁରେ ଚଞ୍ଚୁ, ଓଠ ଖିଆ ଖୋଇ ହେବାରେ ଲିପ୍ତ।କେଉଁମାନେ ବି ଗପରେ ମଜଗୁଲ ବା ସେଲ୍ଫି ନେବାରେ ବ୍ୟସ୍ତ।କେଉଁ ଯୋଡି ସମବୟସ୍କ ତ କେଉଁ ଯୋଡି ପାଚିଲା।ଦାଢ଼ିଆକୁ କଅଁଳକଢ଼ି!!!

କେତେ ଜଣ ମୋଟା ମୋଟୀ ବି ଦୌଡୁଥାନ୍ତି କିଛି ମେଦ ତରଳେଇବାକୁ।ପୁଣି କିଛି ବୃଦ୍ଧବ୍ୟକ୍ତିଙ୍କ ପାଉଁଶିଆ ମୁହଁ ମାନେ ବସି ବେଞ୍ଚ ଉପରେ ଗୋଡ଼ ହଲାଉଥାନ୍ତି।ଯୁଗଳ ବନ୍ଦୀ ହଳ ହଳ ଚଢ଼େଇଙ୍କ ଫୁର୍ ଫାର ଉଡାଣକୁ ଦେଖି ଟିକେ ଟିକେ ମୁଚୁକୁନ୍ଦିଆ ହସ ଫିଙ୍ଗୁଥାନ୍ତି।ବୋଧେ ମନେ ପକାଉଥାନ୍ତି ଆଙ୍ଗୁଠି ଫାଙ୍କରେ ଗଳି ପଡିଥିବା ସେମାନଙ୍କ ଅଣଲେଉଟା ସମୟକୁ।

ଝାଲ୍ ମୁଢି ବାଲା ହାତ ଫୁରୁସତ୍ ପାଉନଥାଏ ପୁଡ଼ିଆ ବନେଇଁବାରେ।ଆଇସିକ୍ରିମ୍ ଵାଲା ପେଟି ଖାଲି ହେବ ଉପରେ।ଏଇଟା ସ୍ମାର୍ଟ ସିଟି ଛାତିରେ ମୁକ ବେଲାଳସେନ,ଆମୋଦ ପ୍ରମୋଦ ଉଦ୍ୟାନ, ଗୋଟିଏ ପାର୍କର ସନ୍ଧ୍ୟା କାଳୀନ ଦୃଶ୍ୟ।

ଶ୍ରେଣୀ ଗୃହ ଫାଙ୍କା।ହାତ ଗଣତିକେତୋଟିମେଧା ମାନେ ମୁଣ୍ଡ କସରତ କରୁଥାନ୍ତି ଅଧ୍ୟାପକଙ୍କ ସଂଗେ।ବାକି ଲାଇବ୍ରେରୀ ଆଗ,ଷ୍ଟଡ଼ି ସେଣ୍ଟର ଟେବୁଲ,ବଟାନି କାଲ ଗାର୍ଡେନ ବା କେଉଁ ଗଛତଳେ ହସ ପୌରୁଷରେ ମସ୍ତ।ଏମାନେ କେଉଁ ଅଭାବୀ ବାପାର ଆଶାବାଡ଼ି,ଭବିଷ୍ୟ!!!ପୁଣି ଏମାନେ ଗୋଟିଏ ଦେଶର ବିକାଶ,ପ୍ରଗତି,ମୂଲ୍ୟବାନ ମାନବ ସମ୍ବଳ!!!କାଲିର ଦେଶ ଗଠନ ସ୍ରଷ୍ଟା!!! ଏଇଟି ଗୋଟିଏ ସହରର ସର୍ବଶ୍ରେଷ୍ଟ କଲେଜ ହତା । ଯେଉଁଠି ବୁଣା ହୁଏ ସ୍ବପ୍ନର ମଞ୍ଜି ଛାତ୍ର ହୃଦୟ ମାଟିରେ। ବାତ ମରା ନାଚ, ରୋମାଣ୍ଟିକ ସଙ୍ଗୀତ,ହାଲକା ବ୍ଲୁରଙ୍ଗ ଆଲୋକରେ ଆକାଶୀ ଭ୍ରମ,ବିଦେଶୀ ପାନୀୟ ବୋତଲ ଓ ପେଗ୍ ମାନଙ୍କ ଦାନ୍ତ ନିକୁଟା ହସ,ଓ ହୋସରେ ନଥିବା କେତୋଟି ରାତି ଆକାଶର ଝୁମିଲା ପ୍ରଜାପତିଙ୍କ ଅଦ୍ଭୁତ ଶବ୍ଦରେ କମ୍ପୁଥିବା ନାମୀ ଦାମୀ ହୋଟେଲର ବଢିଲା ରାତିର ଛବି!!

ଘୋ ଘୋ ଗର୍ଜନ।ବାଲି ଆଉ ବାଲିଙ୍କ ଗାଲିଚା।ତା ଉପରେ ବସିଛନ୍ତି ଅଶାଳୀନ ମୁଦ୍ରାର କିଛି ମସଗୁଲ ହୃଦୟ।ସମୁଦ୍ର ପିଉଛି ଉତ୍ତାଲ ଅନ୍ଧ ଯୌବନର ବିଷକଳସୀପାଣି ଅନିଚ୍ଛା ସତ୍ତ୍ୱେ।ବେଳାଭୂମି ଚୁପ୍ ଚାପ ତ୍ରସ୍ତ ବି।ନଈ କୁଳର ସମଦଶା ଭାରି ଭିଡ଼।ବ୍ଲାକ ଟିକେଟ୍।କଣ ଗୋଟେ କେବଳ ଆ ଡ଼ଲଟ୍ଙ୍କ ପାଇଁ ଲେଖା ପୋଷ୍ଟର ସିନେମା ପଡିଛି।ଝୁଙ୍କ୍ ପ୍ରତି ସାନ ବଡଙ୍କର କଣ ଅଛି ବୋଲି ଏମିତି ଲେଖାଯାଇଛି।ଭିତରେ ବସିଥିବା ଦର୍ଶକଙ୍କ ପରଦା ଉପରେ କମ୍ ଆଖି ପରସ୍ପରକୁ ତତାଇବା ଉସ୍କା ପଣ ଅଧିକ। ଅଣନିଃଶ୍ଵାସୀ ଲାଗିଲା। ଦୌଡିଲି ଗାଁ କୁ।ଆଉ ମାତ୍ର ଅଳ୍ପ ଦିନ ରହିଲା ମୋ" ସନ୍ଦର୍ଭ"ଦାଖଲ ଦିନ।ମୁଁ ପ୍ରିୟମ୍ଭା ଜଣେ ଫ୍ୟାସନ ଡିଜାଇନର ଅଧ୍ୟାପିକା।ପି ଏଚ୍ ଡ଼ି କରୁଛି ଫ୍ୟାସନ ଓ ଆଧୁନିକତା ଉପରେ।ଏଥିପାଇଁ ମୋତେ ଅନେକ ସ୍ଥାନ ବୁଲହିବାକୁ ପଢୁଛି।ଦେଖିବାକୁ ପଡୁଛି,ପଢ଼ିବାକୁ ପଡୁଛି ଓ ଉତ୍ତାରି ବାକୁ ପଡୁଛି ଏବେର ଜୀବନ ଚର୍ଯ୍ୟା।

ସହରର କେତୋଟି ମୁଖ୍ୟ ସ୍ଥଳ ଯେପରିକି ବସଷ୍ଟାଣ୍ଡ, ରେଳ ଷ୍ଟେସନ,ବିମାନ ଘାଟି,ସପିଂ ମଲ୍,ହାଟବଜାର,ପ୍ରଦର୍ଶନୀ ପଡିଆ,ପ୍ରାୟୋଜିତ ବିଭିନ୍ନ ମଞ୍ଚକୁ ପଢ଼ିସାରିଲା ପରେ ଧାଇଁଲି ଗାଁକୁ।ସହରୀ ଜୀବନରେ ନିଃଶ୍ୱାସ ନେବାରେ ଭାରି କଷ୍ଟ ଲାଗିଲା।

ଆଖିରେ ମୋ ଖୋଜିଲା ଖୋଜିଲା ଶୋଷ। ମନଟି ଭାରି । ଆରେ ଗାଁ କାଇଁ!!!ପିନ ପିନ ବଡ଼ ଅଜଗର ସାପ ପରି ଗାଁ କଡ଼ ରାସ୍ତା। ଚାଳ ଘର ସ୍ୱପ୍ନ।ଏକ ବା ଦୁଇ କିଲୋମିଟର ଦୁରରରେ ଛୋଡ ବଡ଼ ବଜାର।ଛତୁ ଫୁଟିଲା ପରି ସ୍କୁଲ,କଲେଜ।ନାହିଁ ବୃନ୍ଦାବତୀ ଚଉରା ମୂଳେ ତୁଳସୀ ଗଛର ଶୋଭା।ସିମେଣ୍ଟ ରଙ୍ଗ ବେରଙ୍ଗ ଚଉରା ପରେ ଖିଣାଙ୍ଗୀ ବୃନ୍ଦାବତୀଙ୍କ ଶୁଖିଲା ବେଶ!!

ଛକରେ ସନ୍ଧ୍ୟା ଆକାଶ ବାସେ ଚିଲମ ଧୂଆଁରେ।ପଲିଥିନ ନାଲି ପାଣି ଦେଖାଏ ତା କରାମତି ଢଳିଲା ପାଦ ଓ ଜଳିଲା ପାରିବାରିକ ଶାନ୍ତିକୁ ଗିଳି।ବାଡ଼ିଆ ବାଡ଼ି,ଚୋରାରେ ସ୍ତ୍ରୀ ଅଳଙ୍କାର ବିକା ହୁଏ ନାଲି ପାଣି ପ୍ରେମିକା ପାଇଁ।

ପାଖା ପାଖି ମହିଳା ଓ ସଂଯୁକ୍ତ ମହା ବିଦ୍ୟାଳୟ। ଧାଡି ଧାଡି ଗଛ ଲାଗିଥିବା ଦଣ୍ଡା ମଝିରେ ଯାଇଛି ବାଇ ପାସ୍ ରାସ୍ତା।ପ୍ରତି ଗଛ ମୂଳେ ହଳେ ହଳେ ଗାଉଁଲି ପାରା।ମୁଁ କଲେଜ ଭିତରକୁ ଗଲି,ଶ୍ରେଣୀ ଶୁନ୍ ଶାନ୍।କିନ୍ତୁ ଭଲ ରେଜଲ୍ଟ୍ କରେ ଏ କଲେଜ।ଗତ ପରୀକ୍ଷାରେ ସମସ୍ତେ ପାସ୍।ଫିଜିକ୍ସ୍ ଓ କେମେଷ୍ଟ୍ରିରେ ଷାଠିଏ ରୁ ଅଧିକ ପିଲେ ହାଇଅର୍ ଫାଷ୍ଟ କ୍ଲାସ୍ ପାଇଛନ୍ତି!!!

ଗୋଲ ଗୋଲ ବୁଲିଲା ମୋ ମୁଣ୍ଡ।ଦୌଡିଲି କାର୍ଯ୍ୟ ସ୍ଥଳକୁ।ପନ୍ଦର ଦିନ ଲାଗିଲା କେବଳ ସଜାଡି ଲେଖିବାକୁ ପ୍ୟାସନ ଓ ଆଧୁନିକତା ଜୀବନ ଚର୍ଯ୍ୟା ସନ୍ଦର୍ଭ ଟିକୁ ।ସନ୍ଦର୍ଭ ଲେଖା ଯେ ଏତେ କଷ୍ଟ ମୁଁ ମର୍ମେ ମର୍ମେ ଅନୁଭବ କଲି।ବୋଧ ହୁଏ ସେଇ ପାଇଁ ଅନେକ ଭଲ ପଢୁଆ ଥିଲେ ବି ପି ଏଚ୍ ଡ଼ି ରେ ମନ ବଳାନ୍ତିନି। ପୁଣି ଯଦି ବା କଲେ ପାଇବା ଅନେକ କଷ୍ଟ ହୁଏ।

ସନ୍ଦର୍ଭ ର ସାରାଂଶ ଥିଲା ମୋର ଆଧୁନିକତା ଚୋବେଇ ଖାଇଛି ସାନଠାରୁ ବୟସ୍କଙ୍କ ମୁଣ୍ଡ। ଫ୍ୟାସନର ନଗ୍ନତ ତା ଅଶାଳୀନତା ପ୍ୟାସନ ଅଜଗର ଗିଳି ପକାଇଛି ମାନବ ଚେତନା।ବଢିଛି ବିଶୃଙ୍ଖଳା,ଅଶାନ୍ତି।ଜୀବନ ବିପନ୍ନ।ମାନବିକ ମୂଲ୍ୟବୋଧ ରସାତଳଗାମୀ।କ୍ଷୟବର୍ଦ୍ଧିଷ୍ଣୁ ସଂସ୍କୃତି,ସାମାଜିକତା। ସମ୍ପର୍କ କ୍ଷଣସ୍ଥାୟୀ।ଧ୍ୱଂସ ପଥର ଯାତ୍ରୀ ମଣିଷ। ବୁଲିଥିବା ସ୍ଥାନର ଭଲ ଭଲ ପୋଜ,ଆକୁରେଟ ଡାଇଲଗ୍ ଲେଖିବା କଥାର ପ୍ରମାଣ ଭିଡିଓ ବି ସଂଯୁକ୍ତ କରିଥିଲି ସନ୍ଦର୍ଭ ଟିରେ। କହିବା ବାହୁଲ୍ୟ ମୁଁ ପ୍ରିୟାମ୍ବୁ ସ୍ଵାଇଁ ଉଚ୍ଚକୋଟୀର ପ୍ରଶଂସା ସହ ପି ଏଚ୍ ଡ଼ି ଲାଭ କରିଥିଲି ସଫଳତାର ସହିତ।

Minoo,

ସତ୍ୟବତୀସ୍ବାଇଁ,ବାଲିକୁଦା,

ଜଗତସିଂହପୁର


Rate this content
Log in