ସମ୍ପର୍କର ନୂଆ ମୁହଁ
ସମ୍ପର୍କର ନୂଆ ମୁହଁ
ମୁଁ ଜଣେ ସମ୍ପର୍କର ନୂଆ ମୁହଁ। ମୋତେ ଚିହ୍ନିବ କେମିତି? ଏବେ ଏବେ ମୋତେ ନୂଆ ମୁହଁରେ ଦେଖୁଛ। ଏବେ ତ ପାର୍ବଣ ପର୍ବ ଚାଲିବା ଆରମ୍ଭ ହୋଇଛି। ମା ଦୁର୍ଗା ସ୍ୱର୍ଗରୁ ଓହ୍ଲାଇ ଆସିବାକୁ ସଜବାଜ। ମୁଁ ମଧ୍ୟ ଏହି ପାର୍ବଣ ପର୍ବ ଅବସରରେ ଆପଣମାନଙ୍କ ଗହଣକୁ ଆସିଛି ଅବଶ୍ୟ ଚିହ୍ନିବେ ବୋଲି ଆଶା ଓ ବାନ୍ଧିଛି। ଦେଖୁଛି ମୋର ଚାରି କଡ଼ରେ କେତେକେତେ କବି କବୟିତ୍ରୀ ଯେଉଁମାନେ କି ବହୁତ ପୁରୁଣା ସେମାନଙ୍କ ଲେଖନୀ ମଧ୍ୟ ଉଚ୍ଚ କୋଟିର ଯିଏ ପଢି଼ବ ଅବଶ୍ୟ ଦ୍ୱିତୀୟବାର ସେହି ଲେଖନୀକୁ ପଢି଼ବାକୁ ଆଗଭର ହେବ ହେଲେ ମୁଁ ସେମାନଙ୍କ ପରି ନୁହଁ ସମ୍ପୂର୍ଣ୍ଣ ନୂଆ ମୁହଁ। ମୋର ଲେଖନୀ ମଧ୍ୟ ଖାସ୍ ସେମାନଙ୍କ ପରି ଉଚ୍ଚ କୋଟିର ନୁହଁ ତଥାପି ଯୋଡ଼ି ହେବାକୁ ଅଣ୍ଟା ଭିଡି଼ଛି ଆଶା ମୋର ଲେଖନୀ ଓ ମୋତେ ସାଦରେ ଗ୍ରହଣ କରିବେ। ନୂଆ ମୁହଁ ବୋଲି କେବେ ବି ବିମୁଖ ହେବନି।
ହେ ! ମୋର କବି କବୟିତ୍ରୀ ଭାଇ ଓ ଭଉଣୀଗଣ ଆସନ୍ତୁ ଆଜିର ପାର୍ବଣ ପର୍ବ ଅବସରରେ ମାଆ ଦୁର୍ଗାଙ୍କର ମେଢ଼ ଦେଖିବାକୁ ଯିବା ଚଳଚଞ୍ଚଳ ହେବାକୁ ଥିବା କଟକର ଦୁର୍ଗା ମେଢ଼କୁ ଭରପୂର ଉପଭୋଗ କରିବା। ବିଭିନ୍ନ ଦେଖାଦେଖି,ଖିଆପିଆ ଓ କିଣାକିଣି କରି ମନ ଓ ଦେହକୁ ପ୍ରଫୁଲ୍ଲ କରିବା। ମୋର ଆଜିର ଦିନରେ ଆପଣମାନଙ୍କୁ ଆହ୍ୱାନ କି ପାର୍ବଣ ପର୍ବରେ ନୂଆ ମୁହଁ ଓ ପୁରୁଣା ମୁହଁ ମିଳିମିଶି ଯେଉଁ ଶିକ୍ଷା ଗ୍ରହଣ କରିବା ଅବଶ୍ୟ ଯୁଗ ଯୁଗକୁ ଅଭୁଲା ରହିବ। ମୋର କଥା ଶୁଣୁଥିଲେ ଜଣେ ଅଶୀ ବର୍ଷର ବୃଦ୍ଧ ଯିଏକି ଜଣେ ପୁରୁଣା ଚିହ୍ନା ମୁହଁ। ମୋର ଆହ୍ୱାନକୁ ଅସ୍ୱୀକାର କରି ପାରିଲେନି ପାଖକୁ ଆସି ପିଠି ଥାପୁଡେ଼ଇ କହିଲେ,"ବାପା ! ତୁମର ନାମ କ'ଣ? ମୁଁ ଜଣେ ପୁରୁଣା ଚିହ୍ନା ମୁହଁ ଅବଶ୍ୟ ତୁମକୁ ଆଗରୁ କେତେଥର ଦେଖିଛି ପରି ମନେହୁଏ ହେଲେ ଆଜି ତୁମର ଆହ୍ୱାନ ଶୁଣି ରହି ପାରୁନାହିଁ ଚାଲନ୍ତୁ କିଏ ଯାଆନ୍ତୁ କି ନ ଯାଆନ୍ତୁ ଆମେ ଦୁହେଁ ମିଶି କଟକର ପାର୍ବଣ ପର୍ବକୁ ଅବଶ୍ୟ ଯିବା। ମୁଁ ମୋର ପରିଚୟ ଦେଲି ଓ ସେ ଦିନ ବିଦାୟ ନେଇ ଘରକୁ ଫେରିଲି। ଦେଖୁଦେଖୁ ପାର୍ବଣ ପର୍ବ କଳମୁଖରିତ ହେଲା ତ ସେ ସଜବାଜ ହୋଇ ମୋତେ ଫୋନକରି ଡାକିଲେ,"ବାପା ! ମୁଁ ବାହାରି ପଡି଼ଲିଣି ତୁମେ କେଉଁଠି?" ମୋର ଆନନ୍ଦର ସୀମା ରହିଲା ନାହିଁ ଜଣେ ଅଶୀ ବର୍ଷର ବୃଦ୍ଧ କବି,ଲେଖକ,ଗାଳ୍ପିକ ଆଉ ନାଟ୍ୟକାର ଯେ ମୋର ସହ ସାଙ୍ଗ ହେବାକୁ ଆଗଭର ଏ କଥା ଭାବିଲା ବେଳକୁ ଆନନ୍ଦରେ କେଇ ଟୋପା ଲୁହ ଝରି ପଡି଼ଲା। ମୁଁ ଘରୁ ତରତର ହୋଇ ବାହାରି ପଡି଼ଲି। ପତ୍ନୀ ମୋର କେଇଟଙ୍କା ଗୁଞ୍ଜି ଦେଇ କହିଲେ, "ସ୍ୱାମୀ ! ଆସିଲା ବେଳକୁ ପୁଅପାଇଁ କ'ଣ ଦୁଇଟା ଆଣି ଦେବ।" ମୁଁ ବଲବଲ କରି ଅନେଇଲି କେବେ ତ ଆଣିବାକୁ କହନ୍ତିନି ଆଜି ଆଣିବାକୁ କହୁଛନ୍ତି କାହିଁକି ପୁଣି ସ୍ୱତନ୍ତ୍ର ଜିନିଷର ନାମ ନ କହି କ'ଣ ଦୁଇଟା ଆଣିବାକୁ କହୁଛନ୍ତି। ମୋର ଆଉ କୌଣସି କିଛି ପଚାରିବାକୁ ସମୟ ନ ଥିଲା ତରବର ହୋଇ ଗୋଡ଼ କାଢି଼ଲି ବୃଦ୍ଧ ଭାଇ ଜଣଙ୍କ ମୋତେ କେତେବେଳୁ ଅପେକ୍ଷା କରି ବସିଥିଲେ। ଯେମିତି ମୋତେ ଦେଖିନେଲେ ହାତ ହଲେଇ ସ୍ୱାଗତ କଲେ ଆଉ କହିଲେ,"ବାପା ! ଏତେ ଡେରି କରିଦେଲ କାହିଁକି? ଏବେ ତ କଟକ ବଜାର ବଡ଼ ଗହଳି ହୋଇ ସାରିବଣି ଆମକୁ ଠେଲାପେଲା ହୋଇ ପଶିବା ଓ ଦେଖିବାକୁ ମଧ୍ୟ ହେବା। ତାଙ୍କ ପାଖରେ ଆଉ ଚାରି ଛଅ ଜଣ ଲୋକ ଠିଆ ହୋଇଥିଲେ ସେମାନେ ମଧ୍ୟ ମୋର ଅପେକ୍ଷାରେ କାରଣ ଏ ବୃଦ୍ଧ ଜଣଙ୍କ ଯୁଆଡେ଼ ଯିବେ ତ ସେମାନେ ତାଙ୍କ ସହିତ ଯାଇ ଭାଷା ଶିକ୍ଷା ଓ ଲିଖନ ପ୍ରଣାଳୀ ଗ୍ରହଣ କରିବେ ତେଣୁ ପୁରୁଣା ମୁହଁକୁ ଛାଡ଼ି ପାରିବେ କେମିତି? ମୋତେ ଦେଖି ଜଣେ ଜୋରରେ କହି ଉଠିଲେ,"ହୋଇ ହୋ ସୁକାନ୍ତ ଭାଇ ! ଆପଣ ଏତେ ଡେରି କରିଦେଲେ କାହିଁକି? ଆପଣଙ୍କ ପରି ନୂଆ ମୁହଁକୁ ସାଙ୍ଗ କରିବା ଉଚିତ ହିଁ ନୁହଁ।" ଏ କଥା ଶୁଣି ବୃଦ୍ଧ ଜଣଙ୍କ ଜୋରରେ କହିଲେ,"କୁଳମଣି ! ଆପଣ ଜଣେ ପୁରୁଣା ମୁହଁ ହୋଇ ନୁଆ ମୁହଁଙ୍କୁ କିପରି କଥା କୁହାଯାଏ ଏ ଯାଏଁ ଯଦି ଶିକ୍ଷା କରି ପାରିଲ ନାହିଁ ଆମ ସଙ୍ଗେ ନ ଆସିବା ଭଲ।" ଏ କଥାରେ କୁଳମଣି ଭାଇ ନୀରବ ରହିଲେ ମୁଁ ଅନୁତାପ କରୁଥାଏ କି ସେଥିପାଇଁ ବୋଧହୁଏ ସଂସାରରେ ନୂଆ ଓ ପୁରୁଣା ମୁହଁ ରହିଛନ୍ତି। ପୁରୁଣା ମୁହଁଙ୍କର ଗୋଟିଏ ସମୟାନୁବର୍ତ୍ତିତା ଜ୍ଞାନ କୌଶଳ ଅଛି ଆଉ ନୂଆ ମୁହଁଙ୍କର ଏ ସବୁ ନାହିଁ ତ ମିଶିବା ସମ୍ଭବପର ହୋଇ ନ ଥାଏ। ମୁଁ ନିଜର ଭୁଲ ସ୍ୱୀକାର କଲି ଆଉ ଚାଲିଲୁ କଟକ ସହର ଯେଉଁଠି ପାର୍ବଣର ମାହୋଲ ଚାଲିଥିଲା। ବିଭିନ୍ନ ପ୍ରକାରର ମେଢ଼କୁ କେବଳ ସେଇ ବୃଦ୍ଧ ଭାଇ ହିଁ ବୁଝାଇ ଚାଲିଥିଲେ ଧର୍ମର ମାର୍ଗ,ଜ୍ଞାନର ମାର୍ଗ,ସାହିତ୍ୟର ମାର୍ଗ ଆଉ ଦର୍ଶନର ମାର୍ଗ। ହାୟ ! ସମୟ କେତେବେଳେ ଗଡି଼ଯାଇ ଯେ ସଞ୍ଜ ହୋଇଗଲା କାହାକୁ ବି ଜଣା ନାହିଁ। ଖିଆ ନାହିଁ କି ପିଆ ନାହିଁ ବୁଲିବୁଲି ଶେଷରେ ସେଇ ବୃଦ୍ଧ ଭାଇ ଜଣଙ୍କ ଗୋଟିଏ ସାଦାସିଧା ହୋଟେଲକୁ ନେଇଗଲେ ଯେଉଁଠି କେବଳ ଅଳ୍ପ କେଇଟା ଖାଇବା ଦରବ ଥିଲା ଯଥା ଭାତ, ଡାଲି,ତରକାରୀ ଓ ଭଜା। ମୁଁ କିଛି କହିବାକୁ ଯାଉଥିଲି ବୃଦ୍ଧ ଭାଇ ଜଣଙ୍କ ଚୁପ କରାଇ ନୀରବରେ ଖାଇ ନେବାକୁ ନିର୍ଦ୍ଦେଶ ଦେଲେ।
ଆମେ ଫେରିଲୁ ରାତି ଆଠଟାରେ ମୋର ମନେ ହେଉଥିଲା କି ନୂଆ ମୁହଁ ସତରେ ଗୋଟିଏ ବିଶୃଙ୍ଖଳିତ ମନୋଭାବ ଯେଉଁଥିରେ ଆତ୍ମଗର୍ବର ମାହୋଲ କେବଳ ହୃଦୟରେ ଗଚ୍ଛିତ। ଘରେ ପହଞ୍ଚିଲା ବେଳକୁ ପତ୍ନୀ ଦୁଆର ମୁହଁରେ ଥାଇ କହିଲେ,"ସ୍ୱାମୀ ! ମୋର କ'ଣ ଦୁଇଟା କାହିଁ?" ମୁଁ ନିଜର ଭୁଲ ସ୍ୱୀକାର କଲି ତ ସେ କହିଲେ,"ସ୍ୱାମୀ ! ମୁଁ ଜାଣିଥିଲି ଆପଣ ଭୁଲିଯିବେ ଏଣୁ ଏହାକୁ ଆଣିବା ପାଇଁ କେବଳ ମୋର ବାହାନା ଥିଲା। ପୁରୁଣା ମୁହଁଠୁ ଯେଉଁ ଶିକ୍ଷା ଗ୍ରହଣ କଲ ଅବଶ୍ୟ ଏଥର ଏ ଘରେ ପାଳନ ହେବ,ନୁହେଁ?" ମୁଁ ବଡ଼ ଅସହାୟ ମଣୁଥିଲି। ନୂଆ ମୁହଁ ହୋଇ ଅବଶ୍ୟ ଶୃଙ୍ଖଳାଜ୍ଞାନ ଶିକ୍ଷା କଲି ହେଲେ ପତ୍ନୀର ଇଚ୍ଛା ଓ ଆଶାକୁ ଭୁଲି ସ୍ୱାମୀ ଧର୍ମ ପାଳନ କରିବାକୁ ଭୁଲିଗଲି।
ସତରେ ! ମଣିଷ ପୁରୁଣା ମୁହଁଠୁ ଶିକ୍ଷା ଗ୍ରହଣ କରିବାକୁ ହେଲେ ତାଙ୍କର ସହ ସମୟ ବିତାଇବାକୁ ହେବ ଆଉ ନୂଆ ମୁହଁ ତ ଗର୍ବ ଓ ଅହଙ୍କାରରେ ବୁଡି଼ ନିଜକୁ ବଡ଼ ମନେ କରିଥାଏ ଯେମିତି ମୁଁ ଗୋଟେ ବିଶୃଙ୍ଖଳିତ ନୂଆ ମୁହଁ,ନୁହେଁ?