puspalata samantary

Others

3  

puspalata samantary

Others

ସମ୍ପର୍କ

ସମ୍ପର୍କ

2 mins
379


ଜୀବନର ଅପରାହ୍ନରେ ବୈରାଗୀ ବାବୁ ପତ୍ନୀଙ୍କ ସହିତ ଏକାକୀ ବାସ କରୁଥିଲେ ।ପତ୍ନୀ କହିଲେ ପିଲାମାନେ ପାଖରେ ଥିଲାବେଳେ, ପିଲାମାନଙ୍କ ଜଞ୍ଜାଳ ଓ ଘରର ଦାୟିତ୍ବ ତୁଲାଇବା କାମରେ ରହି ସମୟ କେତେବେଳେ ଚାଲିଯାଏ ଜାଣି ହୁଏନି, ବର୍ତ୍ତମାନ ବହୁତ ଏକୁଟିଆ ଲାଗୁଛି ।ବୈରାଗୀ ବାବୁ ପତ୍ନୀଙ୍କ କଥାରେ ଯୋଗ ଦେଇ କହିଲେ, ସେଇଥିପାଇଁ ସମାଜରେ ସମ୍ପର୍କର ପାଟଡୋରି ରହିଛି ପରା।ପତ୍ନୀ ପଚାରିଲେ ସେଇଟା କଣ?ବୈରାଗୀ ବାବୁ କହିଲେ ତେବେ ଶୁଣ ।ସେହି ଡୋରିରେ ବନ୍ଧା ହୋଇ ଜୀବନ ମଧୁମୟ ହୋଇଥାଏ ।ଅନ୍ୟ ଅର୍ଥରେ ସମ୍ପର୍କ ହିଁ ଜୀବନ ।ସମ୍ପର୍କ ରୁ ସୃଷ୍ଟି ହୋଇଛି ପରିବାର, ଭାଇ,ବନ୍ଧୁ ,କୁଟୁମ୍ବ, ଜାତି ଓ ନାଗରିକର ପରିଚୟ।ତାକୁଇ କେନ୍ଦ୍ର କରି ଯାବତୀୟ ପରମ୍ପରା, ସଭ୍ୟତା, ନ୍ୟାୟ ନୀତି ର ପରିକଳ୍ପନା ।ସେଇ ଆଧାରରେ ଶତ୍ରୁ ମିତ୍ର ର ବିଚାର । ସମ୍ପର୍କ ସୁନ୍ଦର, ମଧୁର ଓ ସୁଧାମୟ ଭାବରେ ଦୁଇଟି ହୃଦୟକୁ ଏକାତ୍ମ କରିଥାଏ ।ବୁଝାମଣାର ସେତୁଟିଏ ସୁଦୃଢ ଓ ଅନାହତର ସମ୍ପର୍କଟିଏ ଶାଶ୍ଵତ ବନ୍ଧନରେ ବାନ୍ଧି ଦିଏ।ଅନୁଭବର ଅନୁଭୂତି ସମ୍ପର୍କର ଫୁଲ ଫୁଟି ବାସ ହୋଇ ସୁଗନ୍ଧ ବିତରଣ କରେ,ମଧୁକ୍ଷରିତ ହୁଏ ,ଜଗତକୁ ଭାବମୟ କରେ।ସମ୍ପର୍କ ସୁକ୍ଷ୍ମ ତଥା ଅଦୃଶ୍ୟ ଡୋରି ହୋଇ ବାନ୍ଧି ଦିଏ ନିଜରୁ ନିଜର ମାନଙ୍କୁ।ସେଇଥିପାଇଁ ହିଁ ମଣିଷ ସାମାଜିକ ପ୍ରାଣୀ।କେତେବେଳେ ସୃଷ୍ଟି ସହିତ ସ୍ରଷ୍ଟାଙ୍କର,ଭକ୍ତ ସହିତ ଭଗବାନଙ୍କର ,ରାଜା ସହିତ ପ୍ରଜାର,ଶିକ୍ଷକ ସହିତ ଛାତ୍ରର ,ଗୁରୁ ସହିତ ଶିଷ୍ୟର,ସ୍ବାମୀ ସହିତ ସ୍ତ୍ରୀ ର,ପିତାମାତାଙ୍କ ସହିତ ପୁତ୍ରକନ୍ୟାଙ୍କର,ବନ୍ଧୁ ସହିତ ବନ୍ଧୁର,ପ୍ରେମିକ ସହିତ ପ୍ରେମିକାର,ଏମିତି ଯାବତୀୟ ସମ୍ପର୍କରେ ଚିହ୍ନିତ ହୁଏ ସାମାଜିକ ପରିଚିତି।ସେଥିପାଇଁ କବି ଲେଖିଲେ "କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର, ଯାର ପ୍ରାପତ ପାଇଁ ଦେବତା ନର"।


ସବୁ ସମ୍ପର୍କର ମୂଳଭିତ୍ତି ହେଉଛି ବିଶ୍ଵାସ ।ବିଶ୍ବାସ ଭିତରେ ଯଦି ସନ୍ଦେହ ପ୍ରବେଶ କଲା,ସମ୍ପର୍କର ମୂଳଦୁଆ ଭୁଷୁଡ଼ି ପଡେ।ତେଣୁ ସମ୍ପର୍କ ହେଉଛି ସମ୍ପର୍କ ର ମୂଳଶକ୍ତି।ସମ୍ପର୍କ ବିହୀନ ଜୀବନର ପରିକଳ୍ପନା କରାଯାଇପାରେନା, ଏହା ଅସମ୍ଭବ, ଯଦି ସମ୍ଭବ ତେବେ ତାହା କେତେ ପୀଡାଦାୟକ। ନିଃସଙ୍ଗ ମଣିଷଟିର ହା ,ହତାଶା ଓ ନୈରାଶ୍ୟ ବହୁ ଅସହ୍ୟ ବେଦନା ଦେଇଥାଏ ।ପଶୁପକ୍ଷୀ ମାନେ ବି ନିଃସଙ୍ଗ ଜୀବନ ବଞ୍ଚିବାକୁ ଭଲପାଇ ନ ଥାନ୍ତି ,ତେଣୁ ସେମାନେ ଦଳଭୁକ୍ତ ହୋଇ ରହିଥାନ୍ତି ।ସମ୍ପର୍କର ଦ୍ବାହିରେ ତିଆରି ହୋଇଥାଏ ତାଜମହଲ, କେତେ କେତେ ସ୍ମୃତି ତୀର୍ଥ ।ବିଶ୍ବାସ ଟିକିଏ ଦୋହଲି ଗଲେ ସମ୍ପର୍କର ତାଜମହଲ ଧୂଳିସାତ୍ ହୋଇଯାଏ।ସହିଷ୍ଣୁତା ସମ୍ପର୍କ କୁ ସୁଦୃଢ କରେ।ସହିଷ୍ନୁ ବ୍ୟକ୍ତିର ଆକାଶ ପରି ମହାନ ଓ ଉଦାର ହୃଦୟରେ ସମ୍ପର୍କ ଟି ଫୁଲ ପରି ଫୁଟିଥାଏ ।ସେ କ୍ଷମା କରି ଜାଣେ।ବିଷମ ପରିସ୍ଥିତିକୁ ହସିହସି ଆତ୍ମସ୍ଥ କରି ଜାଣେ।ଏତେସବୁ ଶୁଣି ବୈରାଗୀ ବାବୁଙ୍କ ପତ୍ନୀ ତନ୍ମୟ ହୋଇ ତାଙ୍କ ମୁହଁକୁ ଚାହିଁ ରହିଥିଲେ, ସେ ଡାକିବାରେ ସେ ପ୍ରକୃତିସ୍ଥ ହେଲେ।ପତ୍ନୀ ତାଙ୍କର କହିଲେ ତୁମେ ତ ଅବସର ନେଇସାରିଲଣି ,ପ୍ରତିଦିନ ଘରେ ଗୀତା, ଭାଗବତ ପାଠ କରି ତାର ସାରମର୍ମକୁ ବ୍ୟାଖ୍ୟା କରି ସମୟ କାଟିବା ଆମପାଇଁ ସୁଖପ୍ରଦ ଓ ଆନନ୍ଦ ଦାୟକ ହେବ । ବୈରାଗୀ ବାବୁ ଖୁସିରେ ସମର୍ଥନ କରି ହଁ ଭରିଲେ ।


Rate this content
Log in