Amita Dash

Others

3  

Amita Dash

Others

# SM BOSS କାର୍ଯ୍ୟ ୨ ପୃଥିବୀ ବହିର୍ଭୂତ ଜୀବର କାହାଣୀ

# SM BOSS କାର୍ଯ୍ୟ ୨ ପୃଥିବୀ ବହିର୍ଭୂତ ଜୀବର କାହାଣୀ

3 mins
171


ନାଗ ଦେବତାଙ୍କର ଚତୁର୍ଥୀ ଓଷା ଥାଏ । ପୁଅଟିଏ ପାଇଁ ହେଉ ବା ପିଲାଙ୍କର ବେଳ ଖରାପ ଥାଉ ନାଗ ଚତୁର୍ଥୀ ବ୍ରତ ଘରର ନାରୀମାନେ କରନ୍ତି । ସନ୍ଧ୍ୟାକୁ ମାଟି ହୁଙ୍କା ପାଖେ ପୂଜା କରି ନାଗ ଦେବତା ଙ୍କୁ କ୍ଷୀର ଭୋଗ ଦେବା ପରେ ପାଣି ପିଅନ୍ତି । ଯୋଉ ମାନଙ୍କର ପିଲାଙ୍କର ଆୟୁଷ ଘାଟି ଥାଏ ସେମାନେ ଜଙ୍ଗଲରେ ଥିବା ହୁଙ୍କା ପାଖକୁ ଯାଆନ୍ତି ପୂଜା କରିବାକୁ । ପାଞ୍ଚ, ଦଶ ଖଣ୍ଡି ଗାଆଁର ପୁରୁଷ, ସ୍ତ୍ରୀ ଲୋକ ସମସ୍ତେ ଯାଆନ୍ତି । ସନ୍ଧ୍ୟା ସମୟରେ ରାସ୍ତାରେ ଲୋକଙ୍କର ଧାଡ଼ି ଲାଗିଥାଏ ହୁଙ୍କା ପାଖକୁ । ଅନ୍ଧାରିଆ ପାହାଡି ରାସ୍ତା । ତଳକୁ ବହୁତ ବଡ଼ ବଡ଼ ଖାଇ । ଚାହିଁଲେ ଡର ଲାଗିବ । ଅନ୍ଧାର ରାତିରେ ଫେରିବା ବଡ଼ କଷ୍ଟ । ତଥାପି ଲୋକଙ୍କର ବିଶ୍ୱାସ । 

ରାସ୍ତା ପାଖକୁ ଲାଗି ଛୋଟ କେନାଲ ଭଳିଆ ବହି ଯାଇଛି । ନାଳିରେ ଅଳ୍ପ ପାଣି ଅଛି । ଆମ ପରିବାରର ସମସ୍ତେ ଯାଇଥାଉ । ମୁଁ ଦିନମାନ ଓପାସ ରହିବା ପରେ ମୋତେ ହାଲିଆ ଲାଗୁଥାଏ । ମୁଁ ପଛେ ପଛେ ଚାଲିଥାଏ । ମୋତେ ଅନୁଭବ ହେଉଥାଏ ମୋ ସହ ଆଉ କିଏ ଅଛି । ଯାହାକୁ ମୁଁ ଅନୁଭବ କରୁଚି କିନ୍ତୁ ଦେଖି ପାରୁନି । ମୋତେ ଲାଗୁଥାଏ ଗୋଟେ ବଡ ମୟୂର ଚୂଳ ପାଣିରେ ବୋହି କି ଯାଉଚି । ମୁଁ ତା'କୁ ଧରିବାକୁ ଚେଷ୍ଟା କରୁଚି । ମୁଁ ପଛରେ ଥିଲି । ମୋତେ ଆଗରୁ କାନ୍ଦ ବୋବାଳି ଶୁଭିଲା ଭଳିଆ ଲାଗିଲା । ମୁଁ ଚାଲିବାରେ ଶୀଘ୍ର ତା କଲି । ଦେଖିଲା ବେଳକୁ ଅନ୍ଧାରରେ ଦିଶିନି, ସମସ୍ତେ ଖାଇରେ ଗଳି ପଡିଛନ୍ତି । ଖାଇର ତଳ ପଟେ ରାସ୍ତା ଅଛି ହୁଙ୍କା ପାଖକୁ ଯିବାକୁ । କିନ୍ତୁ ଆଗରେ ଗୋଟେ ବିରାଟ ଅହିରାଜ ରାସ୍ତାରେ ଫଣା ଟେକିଚି । ଡରରେ ସମସ୍ତେ ଖାଇରେ ଫସିଛନ୍ତି । ମୁଁ ଧିରେଧିରେ ରାସ୍ତାରୁ ସାପ ଥିବା ଜାଗାକୁ ଗଲି । ମୁଁ ଦେଖିଲି ଛୋଟ ସରୁ ପାଣି ଧାରରେ ଯୋଉ ମୟୂର ଚୂଳ ଭାସିକି ଆସୁଥିଲା ସେ ହଠାତ୍ ବିରାଟ ଫଣା ଟେକିଲା । ବଡ଼ ଅହିରାଜ ଶରୀରରେ ମିଶି ଯାଇ ବିରାଟ ଭୟଙ୍କର ଜୀବରେ ପରିଣତ ହୋଇଗଲା । ସେମିତିଆ ଜୀବ ଆମ ପୃଥିବୀରେ ଆମେ କେବେ ଦେଖିନୁ । ବିରାଟ ଫଣା । ସହସ୍ର ଫଣା । ସହସ୍ର ଆଖି । ବିରାଟ ବିରାଟ ଦାନ୍ତ । ଶରୀର ବିରାଟ ଲମ୍ବାକୁ କଣ୍ଟକିତ । ପାଟିରୁ ନିଆଁ ବାହାରୁଚି । ହାତ,ଗୋଡ଼ ଲୋମଶ । ମଣିଷ ନୁହେଁ । ସାପ ବି ନୁହେଁ । ଗୋଟେ ଗୋଡ଼,ଗୋଟେ ହାତ । ହାତ ଏତେ ଲମ୍ବା ସାରା ଜଙ୍ଗଲ ତା ହାତ ମୁଠାରେ ଆସିଯିବ । ଯେତେ ଲୋକ ନାଗ ଦେବତାଙ୍କ ପୂଜା ପାଇଁ ଯାଇଥିଲେ ସମସ୍ତେ ଫସି କି ଥିଲେ । କେହି ପୂଜାର୍ଚ୍ଚନା ପାଇଁ ଯାଇ ପାରୁ ନ ଥିଲେ । ହୁଙ୍କା ପାଖକୁ ଯିବାକୁ ଦି,ତିନିଟା ବାଟ ଥିଲା । କିନ୍ତୁ ଜନ୍ତୁ ଏତେ ଭୟଙ୍କର ଥିଲା । ସେ ଏକାଥରେ ସମସ୍ତଙ୍କୁ ଖାଇଦେବ । ସମସ୍ତଙ୍କ ମନା କରିବା ସତ୍ତ୍ୱେ ମୁଁ ପଥୁରିଆ ରାସ୍ତା ଦେଇ ସେ ଜୀବ ପାଖକୁ ଗଲି । ମୋ ପାଖରେ ନାଗ ଦେବତାଙ୍କୁ ଭୋଗ ଦିଆଯିବା ପାଇଁ ଯୋଉ କ୍ଷୀର ଥିଲା ତାକୁ ତା ଉପରକୁ ପକେଇ ଦେଲି । ତା'ର ଆଖିକୁ ତଟସ୍ଥ ହୋଇ ଚାହିଁ ଥାଏ । ଯେମିତି ସିଂହ ଆଗରେ ତା'ର ଆହାର ଛୋଟ ହରିଣ ଛୁଆଟିଏ । ମୋ ଛୁଆର ମଙ୍ଗଳ ମନାସି ଦିନ ମାନ ଓପାସ ରହି ବ୍ରତ ପାଳନ କରିଥିଲି । ନାଗ ଦେବତାଙ୍କର ଭୋଗ ବି ସେ ଅଦ୍ଭୁତ ଜୀବ ଉପରେ ଫୋପାଡି ସାରିଥିଲି । ହାତ ଯୋଡି ତା ଆଖିରେ ଆଖି ମିଶାଇ ଠିଆ ହୋଇଥାଏ । ସମସ୍ତେ ଭୟରେ ଆକୁଳ । ହଠାତ୍ ଜୀବଟି କୁଆଡ଼େ ଚାଲିଗଲା । ଅନ୍ଧାରରେ ମିଶିଗଲା । ସାପ ବି ସେ ଜୀବ ସହ ମିଶି ଯାଇଥିଲା । କ'ଣ ଏ ଘଟଣାର ରହସ୍ୟ ଥିଲା ସେଇ ଭଗବାନଙ୍କୁ ଜଣା । ଏଭଳି ଜୀବ ପୃଥିବୀର ନୁହଁ ଲୋକେ କୁହାକୁହି ହେଉ ଥାଆନ୍ତି । ଖାଇରୁ ଲୋକମାନେ ଆମ ଘର ଲୋକଙ୍କୁ ଉଦ୍ଧାର କଲେ । ସମସ୍ତେ ହୁଙ୍କା ପାଖକୁ ଯାଇ ନାଗ ଦେବତାଙ୍କ ପୂଜା ସାରି ଘରକୁ ଫେରିଲେ । 



Rate this content
Log in