Disambar Meher

Others

4.0  

Disambar Meher

Others

ସଲାମ୍ ଇଣ୍ତିଆ ସଲାମ୍

ସଲାମ୍ ଇଣ୍ତିଆ ସଲାମ୍

3 mins
211



ରୋହିତ୍ ଆର୍ ରିତା ବିହା ହେଲାଟା ତିନ୍ ମାସ୍ ହେଇଛେ ଘରକେ ଦୁଇଟା ଖୁସ୍ ଖୁବେର୍ ସକାଲ୍ ସକାଲ୍ ଆଏଲା ।ଗୁଟେ ହେଲା ରିତା ମାଆ ହେବାର୍ ଖୁବେର୍ ଆର୍ ଗୁଟେ ରୋହିତ୍ ଆର୍ମୀ ଚାକ୍ରି ପାଏବାର୍ ଚିଠି ।ରୋହିତ୍ ର କନିଆଁ ଜେତକି ଖୁସ୍ ସେତକି ଦୁଖ୍ ଭି ତାର୍ ମନେ ଥେ ।କାଏଁକରି କି ମୁନୁସ୍ ଆର୍ମୀ ଚାକ୍ରି କରି ଜିବା ।ଗୁଲି ବନ୍ଧୁକର କଥା ବଲି ଖୁବ୍ ଡରେ ମାତର୍ ଆଏ ନିକି ଉପେ ନେଇ ।ଜେନୁ ହେଲେ ଦୁଇ ପାଏସା କମାଲେ ଘର୍ ପରିବାର୍ ଚଲବା ଭାବ୍ଲା ଆର୍ ହଁ କଲା ।ରୋହିତ୍ ଭି ହାଟାକାଟା ଲୋକ୍ । ସଭେଁ ତାଖେ ଗାଁର୍ ପହିଲମାନ୍ ବୋଲି ଡାକସନ୍ । ରୋହିତ ର୍ ପୋଷ୍ଟିଙ୍ଗ ଅଡର଼ ନେ ଆଏଲା ଜାମ୍ମୁକାଶ୍ମୀର ଏରିଆ। ରୋହିତ୍ ବେଡିଙ୍ଗ ବିସ୍ତର ଧର୍ଲା ଆର୍ କରମ୍ ଭୁଇଁ ବାହାର୍ଲା । ଆର୍ମୀ ଚାକ୍ରି ଖୁବ୍ ବିପଦ୍, ମେହେନତ୍ ପୁରସତ୍ ଖଣେକ ଭି ନାଇଁ ।କାଏଁ ରାଏତ୍ କାଏଁ ଦିନ୍ ,ଭୋକ୍ ଶୋଷ୍ ,ନିଦ୍ ସବୁକେ ପାସ୍ରି ଦେଇକରି ଦେଶ଼ ଲାଗି ହର୍ ଦିନ୍ ସେବାନେ ଲାଗିଥେ ରୋହିତ୍ ।ଛନେକ୍ ସମିଆଁ ପାଏଲେ ଘରକେ ଫୁନ଼ କରେ ଆର୍ ରିତା ସନେ ଦୁଖ୍ ସୁଖ୍ ହେ । ରିତାକେ କୁଲେ ବାବୁ ଗୁଟେ ହେଲା ମାତର୍ ତାର୍ ବୁଆ ଆସି ନି ପାର୍ଲା, ରିତା ଖୁବ୍ ଦୁଖ୍ ମନା ହେଲା ।ଛୁଆ ଜନମ୍ ହେବାର୍ କୁଡେ ଦିନ଼ ଗଲାକେ ଘରକେ ଆସ୍ଲା ଆର୍ ତାର଼ ସତନାରେନ଼ ପୁଜା ନାମକରଣ କରିକରି ପୋର଼ ନାଁ ଶୁଭମ୍ ରଖ୍ଲା ।ଦିନେ ଦୁଇ ଦିନ୍ ଘରେ ଥିଲା ପୋ କେ ଛୁମା ଲାଡ୍ କଲା ଫେର଼ କରମ୍ ଭୁଇଁ କେ ପଲାଲା ।ବରସ୍ ମୁଡେ ଥରେ ଘରକେ ଆସେ ।


ଶୁଭମ୍ ଭି ବଡ୍ ହେଇତେଲ୍ ଗଲା । ସବୁ ବଛର୍ ଶୁଭମ୍ ର ଜନମ୍ ଦିନ୍ ମନାବାର୍ ସମିଆଁନେ ରିତା ରୋହିତ କେ ଫୁନ଼ କରେ ମାତର୍ ପେଟ୍ରୋଲିଙ୍ଗ ଲାଗି ସେ ଆସି ନାଇଁ ପାରେ ।ଶୁଭମ୍ ଭି ବାପା ନାଇଁ ଆସବାର଼ ବଲି କେତେ ଗୁଲୁଗୁଲା ହେଇକରି କାନ୍ଦୁଥାଏ ।ଗୁଟେ ବଛରର୍ କଥା ହେନ୍ତା ଶୁଭମ୍ ର ଜନମ୍ ଦିନ଼ ସମିଆଁ ଥି ଶୁଭମ୍ ତାର଼ ମାଁ କେ କହେଲା ବାପାକେ ଫୋନ୍ କର ମୁଇଁ କଥା ହେମି । ଫୋନ୍ ଲଗେଇକରି କହେଲା "ବାପା ଇ ଥର ଆଏବ ତ" । ମୁଇଁ ମୋର୍ ସାଙ୍ଗ ମାନକେ ସବକେ ଡାକମିକେ ଆର୍ ମୋର୍ ଲାଗି ଛୋଟ୍ ସାଇକେଲ୍ ଗୁଟେ ଆନିଦେବ ।ସବୁକଥା ସୁନଲା ରୋହିତ ଆର୍ ଖୁସ୍ ହେଇକରି ଠିକ୍ ଅଛେ ବାବୁ ସବୁ ନେଇ ଦେମି ।ତୋର୍ ଜନମ୍ ଦିନ୍ ସକାଲ ସକାଲ୍ ଏକା ଘରକେ ପହଁଚି ଜିମି। ଶୁଭମ୍ ଉସତେ ଇସକୁଲର୍ ସବୁ ସାଙ୍ଗ ମନକେ କହେଲା ମାତର଼ ଆଗର୍ ଥର୍ ବାଗିର୍ ଇଥର୍ ଭି ହେନ୍ତା ହେଲା ରୋହିତର୍ ହେ ଦିନ୍ ପେଟ୍ରୋଲିଙ୍ଗ ଡିଉଟି ପଡିଗଲା ଆସି ନାଇଁ ପାରି ।ଶୁଭମ୍ କାନ୍ଦିକାନ୍ଦି କେକ୍ କାଟ୍ଲା । ତାର୍ ମାଁ ମନା ବୁଝାସୁଝା କଲାକେ ତୁମ୍ ପର୍ଲା ଫେର୍ ରୋହିତ୍ ଭି ବେଲବୁଡା ଫୁନ୍ କରିକରି ଖୁବ୍ ବୁଝାଲା ।


ହେନ୍ତା ଦେଖୁନ୍ ଦେଖୁନ୍ ଶୁଭମ୍ କେ ଦସ୍ ବଛର୍ ହେଇଗଲା ।ଘରେ ଧୁମ ଧାମ୍ ଥି ଇ ଥର ତାର଼ ଜନମ୍ ଦିନ୍ ମନାବାକେ ତିଆରି କରୁଥାଅନ୍ ।ଲୋକ୍ ବାକ,ବନ୍ଧୁକୁଟୁମ୍ ,ପରାପାଟିର୍ ଲୋକ୍ କେ ଘର୍ ଘର୍ ବୁଲି କରି ରିତା କହି ବୁଲିଥିଲା ।ଶୁଭମ୍ ଭି ସାଙ୍ଗ ମାନକେ କହେଲା ବାପା ଇ ଥର୍ ମୋର୍ ଜନମ୍ ଦିନେ ମୋବାଇଲ ଘଡ଼ି ଗୁଟେ ଆନି ଦେବେ ସଭେଁ ପିଲା ହସ୍ଲେ ଆର୍ କହେଲେ ତୋର୍ ବାପା ତ ସବୁ ଥର ଠକସି ଇ ଥର କେନ୍ତା କରୁଛେ ଜେ ।ଶୁଭମ୍ ମୁହୁଁ ଶୁଖେଇ ଦେଲା ଆର୍ ଘରକେ ପଲାଇ ଆସ୍ଲା ।

ଘରକେ ଆସିକରି ତାର୍ ବାପାକେ ଫୋନ୍ କଲା ଆର୍ ସବୁ କଥା କହେଲା ।ରୋହିତ଼ ଇ ଥର୍ ସିଓର୍ ଜିମି ବେଟା ଆଗରୁ ଛୁଟି କାଟିଥିମି ବେଲା ।ଜନମ୍ ଦିନ଼ନୁ ଗୁଟେ ଦିନ୍ ଆଗର୍ ନୁ ଘରକେ ସଜା ପିଟା ଚାଲିଥାଏ ।ଶୁଭମ୍ ଇସକୁଲ୍ ଗଲା ତାର଼ ସବୁ ସାଙ୍ଗ ମାନକେ ନିଉତା ଦେଲା ।

ଇସକୁଲ୍ ନୁ ଫେରଲାକେ ଦେଖ୍ଲା ତାକର୍ ଘର ପାସେ କେତନି କେତେ ଲୋକ୍ ।ସଭେଁ କାନ୍ଦୁଛନ୍ ଆର୍ ତାର୍ ମାଁ ମାରି ଠେସି ହେଇ କରି ତାର୍ ବୁଆର୍ ଫଟୁକେ ଛାତିନେ ଚେପେଇ କରି କାନ୍ଦୁଛେ ।ଶୁଭମ୍ ଦେଖିକରି କପସି ଗଲା ଆର୍ ବୁଆର୍ ଫଟୁ ପାସକେ ଗଲା ସେଲୁଟ୍ ମାରିକରି କହେଲା "ବାପା ଇ ଥର ଭି ଠକି ଦେଲ "ନାଇଁ ଆସତ ଜନମ୍ ଦିନେ ଆର୍ ମୁର୍ଚ୍ଛା ହେଇକରି ତଲେ ଉନ୍ଲିଗଲା ।



రచనకు రేటింగ్ ఇవ్వండి
లాగిన్