STORYMIRROR

Sunanda Mohanty

Others

3  

Sunanda Mohanty

Others

ସୀମା

ସୀମା

1 min
372

   କବୟିତ୍ରୀ ହେବାର ସ୍ବପ୍ନକୁ ସାକାର କରିବା ପାଇଁ ସବିତା ନିଜର ସବୁ ସୀମା ସରହଦ ଟପିଗଲା ଓ ଭୁଲିଗଲା ସେ ଗୋଟେ ମାଆ । ଭୁଲିଗଲା ସେ ଗୋଟେ ବୋହୁ, ଭୁଲିବି ଗଲା ସ୍ୱାମୀ ପ୍ରତି ତାର ଅନୁରାଗ, ସ୍ନେହ, ସଦିଚ୍ଛା ଓ କର୍ତ୍ତବ୍ୟ ରହିଛି l

   ସ୍କୁଟି ଚଲେଇ ଶିଖିଥିଲା କବିତା, ବୟସ୍କା ଗୁରୁମା ଜଣେ ସାଙ୍ଗ ମିଳିଗଲେ ତ ଯେଉଁଠି କବିତା ଆସର, ସେଠିକୁ ଚଳିଲା ସବିତା, କବିତା ପାଠ କରି ଫେରିଲା ବେଳକୁ କେବେ ପୁଅକୁ ଜ୍ୱର ତ ଝିଅର ଝାଡା, ଶାଶୂଙ୍କର ଶ୍ୱାସ ବଢ଼ିଯାଇଛିତ ଶଶୁରଙ୍କର ଥଣ୍ଡାକାଶ ବଢିଯାଇଛି ଆଉ ସ୍ୱାମୀ ବ୍ୟତିବସ୍ତ ଓ ବିରକ୍ତି ପ୍ରକାଶ କରୁଛନ୍ତି l

  କିଛିଦିନ ଯାଉ ନଯାଉଣୁ ସବିତା ସ୍ବପ୍ନ ଦେଖିବାକୁ ଲାଗିଲା କବିତା ସମ୍ମିଳନୀରେ ସମ୍ମାନିତ ହେବାକୁ । ସେଥିପାଇଁ ସଂସ୍ଥାକୁ ସହଯୋଗ ରାଶି ଦେବାକୁ ପଡିବ ।ଘରେ ନକହି କାନଫୁଲ ବନ୍ଧା ପକାଇ ଟଙ୍କା ଯୋଗାଡ଼ କରି ଦେଇଦେଲା l

   ଯେଉଁଦିନ କବିତା ଆସରରେ ସମ୍ମାନିତ ହେବା କଥା ମନ୍ତ୍ରୀ ମହୋଦୟ ଆସିଥିଲେ, ସ୍ଥାନୀୟ ଲୋକ ପ୍ରତିନିଧି ବି ଉପସ୍ଥିତ ଥିଲେ, ବହୁତ ଗହଳି ଥିଲା । କବିତା ପାଠ ପରେ ଜଣେ ଜଣେ ଯାଇ ସମ୍ମାନିତ ହୋଇ ଉତ୍ତରୀୟ ପକାଇ ସମ୍ମାନ ଫଳକ ନେଇ ଆସୁଥିଲେ। ତା ସ୍ବପ୍ନ ପୂରଣ ହୋଇ ତା ନାମ ବି ଘୋଷଣା କରାଗଲା। ସେ ସମ୍ବର୍ଦ୍ଧିତ ହୋଇ ଫେରିବା ପରେ ଦେଖିଲା ବେକରେ ସୁନା ଚେନ ନାହିଁ । ନିଜ ସ୍ୱପ୍ନକୁ ସାକାର କରିବାକୁ ଯାଇ ହଟହଟା ସାର ହେଲା । ଗୁରୁଜନମାନଙ୍କ କଥା ନଶୁଣିଲେ ବିପଦ କେମିତି ପଡେ ଭାବୁଥିଲା । ତଥାପି ସବୁ ଅବଗତ ହୋଇ ମଧ୍ୟ ପରିବାର ଲୋକ ସାନ୍ତ୍ୱନା ଦେଇ ସମୟ ଆସିଲେ ସ୍ବପ୍ନ ପୂରଣ କରି ଭଲ କବୟିତ୍ରୀଟିଏ ହୋଇ ସଫଳତା ପାଇବାକୁ କହୁଥିଲେ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍