PRANATI MAHAPATRA

Children Stories Children

4.2  

PRANATI MAHAPATRA

Children Stories Children

ଶୁଣିବୁ ଆ...ରେ ଲିପୁନ୍

ଶୁଣିବୁ ଆ...ରେ ଲିପୁନ୍

3 mins
364


    

ସବୁବେଳେ କାହାଣୀ, ଗଳ୍ପ, କବିତା ବ୍ୟଙ୍ଗକଥା ଶୁଣିବାକୁ ଭଲ ପାଉଥିଲା ଲିପୁନ୍, ଯେତେବେଳେ ବସେ କି ଶୁଏ, ଖାଇବା ପିଇବା ବେଳେ ତ ବଗିଚାରେ ବୁଲିବା ବେଳେ ।କିଛି ନା କିଛି ଜାଣିବାର ଶୁଣିବାର ଆଗ୍ରହ ସବୁବେଳେ ଲିପୁନ୍ ର । ଆଉ ଏସବୁ ପଛରେ ଲିପୁନ୍ ର ବୁଢୀମା ହିଁ ଦାୟୀ । ସବୁଠାରୁ ମଜା କଥା ହେଲା, ଲିପୁନ୍ କୁ ପାଖକୁ ଡାକି ପଞ୍ଚତନ୍ତ୍ରର ଅନେକ ମଜାଦାର କାହାଣୀ କହନ୍ତି ।କେତେବେଳେ ବୋତଲ ଭୂତ ତ କେତେବେଳେ ଅଦ୍ଭୁତ କୁକୁଡ଼ା, ବତକ ଆଉ ସେହି ସବୁ କଥା ତ ଲିପୁନ୍ ର ଭାରି ପ୍ରିୟ । ଲିପୁନ୍ କୁ ଭାରି ମଜା ଲାଗେ ସୁନା ଅଣ୍ଡା ଦିଆ କୁକୁଡ଼ା କଥା । ବୁଢୀମାକୁ ସବୁବେଳେ କହେ ଏଇ ଗପଟି ଶୁଣେଇବା ପାଇଁ । ବୁଢୀମା ବି ବାରମ୍ବାର କହିଥାନ୍ତି ଶୁଣ୍ ଲିପୁନ୍, ଆରମ୍ଭ କରନ୍ତି। ଗରିବ ଶୁକୁଟା ନିଜ ପରିବାର ଚଳେଇବା ପାଇଁ ଅନେକ କଷ୍ଟ ସ୍ଵୀକାର କରେ । ଏମିତି ସମୟରେ ଦିନେ ଗୋଟିଏ କୁକୁଡ଼ା ଛୁଆ ବିକ୍ରି କରିବାକୁ ଗାଆଁକୁ ଗୋଟିଏ ଲୋକ ଆସିଥିଲା । ଶୁକୁଟା ଅଣ୍ଟାରେ ମାତ୍ର ଦୁଇଟଙ୍କା ଥିଲା ଗୋଟିଏ ଟଙ୍କାରେ ପାଞ୍ଚଟା କୁକୁଡ଼ା ଛୁଆ କିଣି ଆଣିଲା । ଛୁଆମାନଙ୍କୁ ବଡ଼ ସରଧାରେ ଭାତ ଖୁଦ ଦେଇ, ବିଲେଇ କଟାସଙ୍କ କବଳରୁ ରକ୍ଷା କରି ବଡ଼ କଲା । କୁକୁଡ଼ା ଗୁଡିକ ଧୀରେ ଧୀରେ ବଡ଼ ହେଲେ।ତିନୋଟି ଗଞ୍ଜା, ଦୁଇଟି ପେଣ୍ଠି ହେଲେ । ପେଣ୍ଠି ଦୁଇଟିଯାକ ବଡ଼ବଡ଼ ଅଣ୍ଡା ପ୍ରତି ଦିନ ଦେଲେ ଆଉ ଶୁକୁଟା ହାଟରେ ଗଞ୍ଜା ଦୁଇଟି ବିକ୍ରି କରି ଭଲ ଦି ପଇସା ଆଣିଲା। ଏଥର ତା ପାଖରେ ଗୋଟିଏ ଗଞ୍ଜା ଓ ଦୁଇଟି ଅଣ୍ଡା ଦିଆ କୁକୁଡ଼ା ରହିଲେ । ଶୁକୁଟାର ଦୁଇ ପୁଅଝିଅ ସବୁଦିନେ ଅଣ୍ଡା ଝୋଳ ନ ହେଲେ ଅଣ୍ଡା ବରା ଖାଇ ଖୁସି ହୁଅନ୍ତି । ଶୁକୁଟା ସେମାନଙ୍କ ପାଇଁ ଗୋଟିଏ ଭାଡି କରିଦେଇଛି । ସବୁଦିନେ ଶୁକୁଟା ଭାଡିରୁ ଦୁଇଟା ଅଣ୍ଡା ଆଣି ତା ଝିଅ ନକ୍ଷୀକୁ ଦିଏ।ପିଲାମାନେ ବି ଖୁସି ହୋଇ ଯାଆନ୍ତି।


     ଦିନେ ଗୋଟିଏ ଘଟଣା ଘଟିଲା । ସେଦିନ ଶୁକୁଟା ଭାରିଜା କି ପୁଅଝିଅ କେହି ନ ଥାନ୍ତି । ମାମୁଁ ଘରକୁ ବୁଲି ଯାଇଥାନ୍ତି। ଶୁକୁଟା ଭାଡିକୁ ଯାଇ ଦେଖିଲା ଭାଡିରେ ଗୋଟିଏ କୁକୁଡ଼ା ଅଣ୍ଡା ଓ ଆଉ ଗୋଟିଏ ସୁନା ଅଣ୍ଡା । ସୁନା ଅଣ୍ଡାଟିକୁ ଭଲ ଭାବରେ ତଳେ ଘସାଘସି କରି ପରଖି ଜାଣିଲା ଯେ ସେଇଟି ସୁନା ଅଣ୍ଡା । ହେଲେ କେଉଁ କୁକୁଡ଼ା ସୁନା ଅଣ୍ଡା ଦେଇଛି ଜାଣି ପାରିଲା ନାହିଁ ।


      ସେଥିପାଇଁ ସେଦିନ କୁକୁଡ଼ାମାନେ ବାହାରୁ ଚରି ଆସିବା ପରେ ସେମାନଙ୍କୁ ଆଉ ଏକାଠି ନ ରଖି ଅଲଗା ଅଲଗା କରି ରଖିଲା । ତା ପରଦିନ କଳା କୁକୁଡାଟି ସୁନା ଅଣ୍ଡା ଦେଇଥିଲା । ଏହିପରି ଭାବରେ ଶୁକୁଟା ଭାରିଜା ଆସିଲା ବେଳକୁ ୭ ଟି ଅଣ୍ଡା ହୋଇ ଯାଇଥିଲା । ସେମାନେ ଆସିବା ପରେ ସବୁକଥା ଗୋଟି ଗୋଟି କରି ଶୁକୁଟା କହିଲା। ଦୂର ସହରରେ ଯାଇ ସୁନା ଅଣ୍ଡା ଗୁଡିକ ବିକ୍ରି କରି ବେଶ ଭଲ ଟଙ୍କା ପାଇଲା । ତା ଜୀବନର ପ୍ରଥମ ଟଙ୍କା ଦେଖିଛି କହିଲେ ଅତ୍ୟୁକ୍ତି ହେବନାହିଁ । ଏତେ ଟଙ୍କା ସହ ପିଲା ଛୁଆ ଓ ଭାରିଜା ପାଇଁ ବହୁତ ସୁନା ଗହଣା ବି କିଣି ଆଣିଲା ଶୁକୁଟା। କୋଠା ଘର ତିଆରି କରିବାକୁ ଯୋଜନା ପ୍ରସ୍ତୁତ କଲା । ଏମିତି ଏମିତି ୪୩ଦିନ ହେଲା। ୪୩ଟି ସୁନାଅଣ୍ଡା ପାଇଲାଣି ଶୁକୁଟା । ଦିନେ ଶୁକୁଟା ଇଚ୍ଛା କଲା ଗୋଟିଏ ସୁନା ଅଣ୍ଡା କାଳିଆର ହୁଣ୍ଡିରେ ପକେଇବ। ମନରେ ଭାବି ଅଣ୍ଡା ଗୋଟିଏ ପକେଟରେ ରଖି ଚାଲିଲା ଶ୍ରୀକ୍ଷେତ୍ର ।


କାଳିଆ ଦର୍ଶନ କରି, ହୁଣ୍ଡିରେ ସୁନାଅଣ୍ଡା ଦେଇ, ମହାପ୍ରସାଦରୁ ପେଟେ ଖାଇ ଚାରି ଦିନ ପରେ ଘରକୁ ଫେରି ଆସିଲା। ଘରକୁ ଆସି ଯାହା ଦେଖିଲା, ତା ହାଲକ ଶୁଖିଗଲା । ନା ଆଉ କୁକୁଡ଼ା ଅଛି ନା ସୁନାଅଣ୍ଡା। ଲୋଭର ବଶବର୍ତ୍ତୀ ହୋଇ ଶୁକୁଟା ଭାରିଜା ଓ ପୁଅ ମିଶି କୁକୁଡ଼ାକୁ ମାରି, ତା ପେଟଚିରି ସବୁ ସୁନାଅଣ୍ଡା ଏକାଥରକେ ନେଇ ଆସିବେ ବୋଲି ମାରି ଦେଇଥିଲେ କୁକୁଡ଼ାଟିକୁ । ଏହିଭଳି ଗପ ଶୁଣି ଲିପୁନ ଭାରି ଆନନ୍ଦ ହୁଏ । ଲିପୁନ୍ ବଡ଼ ହୋଇ ଗଲାଣି। ତାକୁ ହଷ୍ଟେଲରେ ରଖେଇବାକୁ ଲିପୁନ୍ ମମି ଜିଦ୍ କରି ସହରରେ ରଖିଲେ।ଏପାଖରେ ଲିପୁନ୍ ଆଉ ଗପ ନ ଶୁଣି ମନଦୁଃଖ ରେ ଥାଏ । ବୁଢୀମାକୁ ବି କେଉଁ ବୃଦ୍ଧାଶ୍ରମରେ ରଖି ଲିପୁନ୍ ମମି ବେଶ ହାଲକା ହୋଇ ବୁଲିଲେ ।


     ବୃଦ୍ଧାଶ୍ରମରେ ସବୁବେଳେ ବୁଢୀମା ଲିପୁନ୍, ତା ବାପାଙ୍କୁ ଝୁରି ଝୁରି ଯାହାକୁ ଦେଖନ୍ତି ଲିପୁନ୍ କଥା ପଚାରନ୍ତି। ସେ ପାଗେଳୀ ପ୍ରାୟ ଖୋଜି ବୁଲିଲେ ।ଦଶହରା ଛୁଟିରେ ଘରକୁ ଫେରି ବୁଢୀମାକୁ ନପାଇ ବୃଦ୍ଧାଶ୍ରମରେ ଅଛନ୍ତି ଜାଣିବାକୁ ପାଇଲା, ବୁଢୀମାକୁ ଫେରେଇ ଆଣିବାକୁ ବୃଦ୍ଧାଶ୍ରମରେ ପହଞ୍ଚି ଯାହା ଦେଖିଲା, ତା ଆଖିକୁ ବି ବିଶ୍ଵାସ କରି ପାରିଲା ନାହିଁ । ବୁଢୀମାର ଫଟୋ କାନ୍ଥରେ ଝୁଲୁଥିଲା ।


ହେଲେ ଲିପୁନ୍ ବୁଢୀମାର ଫଟୋକୁ ଧରି ଯେତେ କାନ୍ଦିଲା, ସେଠାରେ ଉପସ୍ଥିତ ସମସ୍ତଙ୍କ ଆଖିରୁ ବି ଲୁହ ବାହାରି ଆସିଲା। ଲିପୁନ୍ ଖାଲି କହୁଥାଏ, ଏ ବୁଢୀମା, ପଞ୍ଚତନ୍ତ୍ରର କାହାଣୀ ମାଳା କଣ ଆଜି ଠାରୁ ବନ୍ଦ ହୋଇଗଲା କି ? କିଏ ମୋତେ ବିକ୍ରମ ବେତାଳ କହିବ, କିଏ ରାଜହଂସୀ, ପରୀକାହାଣୀ ଶୁଣେଇବ ଲୋ ବୁଢୀମା । ତୁ ମୋତେ ଛାଡି କାହିଁକି ପଳେଇଲୁ । ତୋର କଣ ମୋ କଥା ମନେ ପଡିଲା ନାହିଁ ଯେ ତୁ ପଳେଇଲୁ ?


   ଜଣେ ବୃଦ୍ଧା ମା କହିଲେ, ନାତିଆ -ତୋ ବୁଢୀମା ସବୁବେଳେ ଲିପୁନ୍ ଲିପୁନ୍ ବୋଲି ଡାକୁଥିଲେ। ମନକୁ ମନ ବାଉଳି ଚାଉଳି ହୋଇ ଗପ ଶୁଣାଉଥିଲେ । ତୋତେ ଢେର ଖୋଜୁଥିଲେ ତୋ ବୁଢୀମା। ଶେଷ ବେଳରେ ବି କହୁଥିଲେ, ଏ ଲିପୁନ୍ ପଞ୍ଚତନ୍ତ୍ରର କାହାଣୀ ଶୁଣିବୁ ଆ ଆ ଆ ରେ ଧନ... ।


Rate this content
Log in