Nityananda Sahu

Others

3  

Nityananda Sahu

Others

।। ଶତାବ୍ଦୀର ଶେଷ ଲୁହ ।।

।। ଶତାବ୍ଦୀର ଶେଷ ଲୁହ ।।

9 mins
230



ଏଇ ତ ଏବେ ଏବେ ଶ୍ରାବଣ ସରିଛି । ଧରା ପୃଷ୍ଠାରେ ଶରତର ଆଗମନରେ କୁହୁଡି ର ଘନ ଚାଦର ତଳେ ଭିଜିବା ଆଗରୁ ବସୁଧା , ଆଜି କାହିଁକି କାହାର ଧାର ଧାର ଲୁହର ଗଙ୍ଗାରେ ରକ୍ତ ଭିଜା ହୋଇ ପଡୁଛି । ସବୁଠି ପ୍ରତିବାଦ, ସଭା , ରାଲି ଚାଲିଛି, କ ଣ ସେ ନ୍ୟାୟ ପାଇବ । ଅନେକ ଦୁର୍ବଳା ପୀଡିତଙ୍କ ପରି , ତାର କ୍ଷତାକ୍ତ ଶରୀର ସମବେଦନା , ସମର୍ଥନ ମହମ୍ ବତୀ ରାଲି ରେ ସମାପ୍ତ ହୋଇ ଯିବ , ତା ପ୍ରତି ହୋଇଥିବା ଅତ୍ୟାଚାର ର ମୂଲ୍ୟ ।

ଆଜି ସେ ଅସହାୟ । ସମସ୍ତେ ସମବେଦନା ଜଣାଇବା ପାଇଁ ମେଡିକାଲ ରେ ଗହଳି କରୁଛନ୍ତି । ରାଜ ନେତା ମାନେ ରାଜନୀତି ର ପସା ପାଲିରେ , ସମ୍ବିଧାନ ରେ କଡା ନିୟମ ଆଣିବାର ପ୍ରତିଶୃତି ଦୋହରାଇ ଚାଲିଛନ୍ତି । ହେଲେ ଦୋଷୀ ଆଜି ଆମ ଆଇନ କାନୁନ ମାଧ୍ୟମରେ ଜେଲ ର ଚାରି କାନ୍ଥ କଠୋରୀ ରେ ରୁଟି ଡାଲମା ଖାଇ ଆରାମ କରୁଛି ତ , ଆଉ କିଏ ଗୋପନ ରହି ଆଉ କାହାକୁ ଶୀକାର କରିବାକୁ ନଜର ରଖିଛି । ଏମିତି ଆଉ କେତେ ଦିନ ଚାଲିବ । ସତରେ କଣ ନାରୀ ଦୁର୍ବଳା । ନା କେବେ ନୁହେଁ । ନିରଭୟା, ବେବିନା, ଇତିଶ୍ରୀ, ପ୍ରିୟଙ୍କା ଭଳି ଆଉ କେତେ ଯୁବତୀ ମାନେ ବଳି ପଡିବେ , ଏ ଯୌବନ ପିପାସୁ ନର ମାଂସ ଲୋଭୀ କାମନା ର ରାକ୍ଷାସ ମାନଙ୍କ ନଜରରେ । ସତରେ କେତେ ନିଚ୍ଚ ତାଙ୍କର ବିଚାର ଧାରା । କଣ ନିଜର ମା କି ଭଉଣୀ ହୋଇ ଥିଲେ ଏମିତି କରି ପାରି ଥାନ୍ତେ ।

ମୁଁ ତ କଅଁଳ କଢି ଟିଏ ଥିଲି । ଏବେ ଏବେ ସମାଜର ମୁକ୍ତ ଆକାଶରେ ନିଜର ଡେଣା ଝାଡି ଉଡି ବୁଲୁ ଥିଲି । ବାପା ମା ଦୁହେଁ କେତେ ଅଲିଅଳ ରେ ବଢେଇ ଥିଲେ ।

ବାପା ସବୁ ବେଳେ କହୁ ଥିଲେ , ମୋ ଝିଅ ଦିନେ ପୁଅ ମାନଙ୍କ ପରି ବଡ ହୋଇ ସମାଜରେ ନିଜର ନାଁ କରିବ ।

ସେଥିପାଇଁ ଭଲ ସ୍କୁଲ ଠାରୁ ଆରମ୍ଭ କରି କଲେଜ ଯାଏଁ, ସବୁଠି ବାଛି ବାଛି ମୋର ପାଠ ପଢା କରାଇ ଥିଲେ ।

ବି କମ୍ ରେ ମାଷ୍ଟର ଡିଗ୍ରି ହାସଲ କଲା ପରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ରୁ ମତେ ଭଲ ଚାକିରୀ ର ଅଫର ଆସିବାରୁ ମନା କରି ପାରିଲିନି । ବାର୍ଷିକ ଦରମା ଭଲ ଥିଲା । ଘର ଠାରୁ 5 କିଲୋମିଟର ହୋଇଥିବାରୁ ବାପା ଙ୍କ ର ଆପତ୍ତି କିଛି ବି ନ ଥିଲା ।

ସମସ୍ତେ ମୋ ଉପରେ ବହୁତ ଖୁସି ଥିଲେ । ବୟସର ପରିପକ୍ୱ ସମୟ ରେ ଚାକିରି ସହ ନିଜର ଆତ୍ମ ସନ୍ତୋଷ ହୃଦୟ ରେ ଆନେକ ଖୁସିର ଲହରୀ ଭାଙ୍ଗୁ ଥିଲା । ନିଜର ଖିଆଲି ମନ ଭିତରେ ଅନେକ ସପ୍ନ ଭବିଷ୍ୟତ ପାଇଁ ସଜାଡି ରଖୁଥିଲି ।

ପ୍ରେମ ରେ ପଡିବାକୁ କେବେ ମୋ ପରିବାର ବାରଣ କରି ନ ଥିଲେ । କିନ୍ତୁ ଉପଦେଶ ଦେଇଥିଲେ, ମା ରେ ନିଜର ଭବିଷ୍ୟତ ଗଢି ସାରିଲା ପରେ , ତୋର ନିଷ୍ପତି ହେବ ଆମର ଶେଷ ନିଷ୍ପତି ।

କିନ୍ତୁ ତା ପୂର୍ବରୁ ଆମେ ଚାହୁଁ ନା ତୁ ଅବାଟରେ ଯାଇ ତୋର ଭବିଷ୍ୟତ କୁ ନଷ୍ଟ କରିଦେ । ପ୍ରଥମେ ନିଜ ଗୋଡରେ ଠିଆ ହେବାକୁ ଚେଷ୍ଟା କର । ଦେଖି ବୁ ତା ପରେ ସମୟ , ତୁ ଚାହୁଁ ଥିବା ସମସ୍ତ ଜିନିଷ ତୋ ପାଖରେ ଭେଟି ଦେବ । ସେଥିପାଇଁ ଉପଯୁକ୍ତ ସମୟକୁ ଅପେକ୍ଷା କର ।

ମନେ ରଖିବୁ ମା ରେ , ସମାଜ ରେ ବଂଚିବା ପାଇଁ ଆମେ ଚାରିପାଖର ସମାଜ ସହ ଖାପ ଖୁଆଇ ରହିବାକୁ ହୁଏ । ଏ ସମାଜର ଅନ୍ଧତ୍ୱ , ସଫଳତା ଅପେକ୍ଷା ବିଫଳତାର ବଦନାମ କରାଇବାକୁ କେବେ ପଛାଏ ନାହିଁ ।

ସେଥିପାଇଁ କଳଙ୍କ ଠାରୁ ଦୂରେଇ ରହିବୁ ।

ପିତା ମାତା ଙ୍କ ର ଉପଦେଶ ମାନି ଆଜି ଶତାବ୍ଦୀ ଭଲ ଝିଅ ହେବା ସହ ସମାଜରେ ପ୍ରତିଷ୍ଠା ପାଇ ସାରିଛି ।

ଏହା ଭିତରେ ନିତି ଦିନର ଦେଖା ସାକ୍ଷାତ୍ ରେ ବ୍ୟାଙ୍କର ମ୍ୟାନେଜର ଆକାଶ ସହ ଶତାବ୍ଦୀର ପ୍ରେମ ସଂପର୍କ ଗଢି ଉଠି ଥାଏ । ଦୁହେଁ ଗୋଟେ କାଷ୍ଟ ର ଥିଲେ । ପରସ୍ପର ପ୍ରତି ଆକୃଷ୍ଟ ବି ହୋଇ ସାରିଥିଲେ । ଆକାଶ ବହୁତ ସରଳ ଆଉ ସଚୋଟ ହୋଇ ଥିବାରୁ ଶତାବ୍ଦୀର ମନା କରିବାର କାରଣ କିଛି ନ ଥିଲା।

ଅଫିସ ଯିବାର କିଛି ଦିନ ମଧ୍ୟରେ ଆକାଶ ପରିବାର ଲୋକଙ୍କ ସହ ଶତାବ୍ଦୀର ହାତ ମାଗିବା ପାଇଁ ଘର କୁ ଆସି ସୀକୃତି ପାଇ ସାରିଛନ୍ତି ।

ନିର୍ବନ୍ଧ ହେବା ପାଇଁ ଡେଟ ବି ଫାଇନାଲ ହୋଇ ସାରି ଥାଏ । ଶତାବ୍ଦୀର ଖୁସି ଆଜି ତା ପାଦକୁ ମାଟିରେ ଛୁଇଁ ବାକୁ ଦେଉ ନ ଥାଏ ।

ଦେଖୁ ଦେଖୁ ପ୍ରଥମ ମାସର ଦରମା ଆସି ଯାଇଥାଏ ।

ଅଫିସ ରେ କାମ ସରିଲା ପରେ ଆକାଶ କାର ରେ ଆଣି ମତେ ଛାଡି ଦେଇ ଯାଆନ୍ତି । ସେ ଦିନ କିନ୍ତୁ ଆକାଶ ଅଫିସ କାମ ପାଇଁ ଭୁବନେଶ୍ବର ଯିବାର ହଠାତ ଅଡର୍ ଆସେ ।

ବାପା ମା ଙ୍କ ପାଇଁ ପୋଷାକ କିଣି ନେବା ପାଇଁ ଆକାଶ କୁ ଶତାବ୍ଦୀ କହି ଥାଏ । କିନ୍ତୁ ଦାୟିତ୍ୱ ଆଗରେ ସେ ଦିନ ଆକାଶ ଭୂବନେଶ୍ବର ଚାଲିଗଲେ ।

ବାପାଙ୍କୁ ଭାଇରାଲ ଜର ହୋଇ ଥିବାରୁ , ସେ ବି ମତେ ନେବା ପାଇଁ ଆସି ପାରିଲେନି ।

ଶେଷରେ ମାର୍କେଟ ରୁ ପୋଷାକ କିଣି ଘର କୁ ଆଟୋରେ ଚାଲି ଯିବା ପାଇଁ ଶତାବ୍ଦୀ ଯୋଜନା ପ୍ରସ୍ତୁତ କରିଲା ।

କିଣା କିଣି ଭିତରେ ସମୟ କେତେବେଳେ ରାତି ଆଠଟା ହେଲାଣି, ଶତାବ୍ଦୀ ଜାଣି ପାରିଲା ନାହିଁ।

ଘରୁ ତା ଭିତରେ ଫୋନ ପରେ ଫୋନ ଆସିବାରେ ଲାଗୁଛି।

ହଁ ମୁଁ ଆସୁଛି ବାପା ।

ମୁଁ କଣ ଛୋଟ ପିଲା ହୋଇ ଆଉ ଅଛି ।

କଣ ପାଇଁ ଚିନ୍ତା କରୁଛନ୍ତି ।

ମୁଁ ତୁମ ପାଇଁ ମେଡିସିନ୍ ଗଲା ବେଳେ ନେଇ ଯିବି ।

30 ମିନିଟ୍ ଆଟୋରେ ଲାଗିବ , ମୁଁ ଆସୁଛି ।

ଅପେକ୍ଷା କରନ୍ତୁ ।

ସଫିଙ୍ଗ କରିବା ପରେ ଅଟୋ ଷ୍ଟାଣ୍ଡ ପାଖ ମେଡିସିନ୍ ଷ୍ଟୋର ରୁ ବାପା ଙ୍କ ପାଇଁ ଔଷଧ କିଣି ସାରିଲା ପରେ , ଷ୍ଟପେଜ ନିକଟରେ ଅଟୋକୁ ଅପେକ୍ଷା କରିଥାଏ ।

କିଛି ସମୟ ର ଅପେକ୍ଷା ଭିତରେ , କିଛି ଅସାମାଜିକ ଯୁବକଙ୍କ ନଜରରେ ଶତାବ୍ଦୀ ନିଜକୁ ଅସହାୟ ଅନୁଭବ କରୁଥାଏ ।

ସମୟ ବିଳମ୍ବ ହେବା ସହ ଘନ କୁହୁଡି ର ମାତ୍ରା ବହୁତ ସେ ଦିନ ଥିଲା । ଥରି ଥର ଦେହରେ ଶତାବ୍ଦୀ ଭୟରେ କିଛି ସମୟ ଅପେକ୍ଷା କଲା ଭିତରେ ଅନେକ ଅଟୋ ଚାଳକ ଅତିକ୍ରମ କରି ସାରିଲେଣି, ସେମାନଙ୍କୁ ଦେଖି ଶତାବ୍ଦୀ ଉପଯୁକ୍ତ ନ ଭାବିବା ରୁ ଯିବା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥାଏ ।

କିଛି ଦୂରରେ ଜଣେ ବୟସ୍କ ବ୍ୟକ୍ତି ଅଟୋ ଧରି ଦୂରରୁ ଦେଖୁ ଥାନ୍ତି ଝିଅ ଟି ର ହାବଭାବ ।

ଯେହେତୁ ସେପଟ ରୁଟ ତାଙ୍କର ନୁହେଁ, ସେଥିପାଇଁ ଇଛା ଥିଲେ ବି ସାହାଯ୍ୟ କରିପାରୁ ନ ଥାଏ ।

ରାତି ଆସି 9:30 ହବ , ଆକାଶ ମଧ୍ୟ ଅନେକ ଥର କଲ୍ ରେ ଭଲ ମନ୍ଦ ପଚାରି ବୁଝୁଥାନ୍ତି । ଆଉ ବେଶି ଡେରି ନ କରି ବୟସ୍କ ଲୋକଟି ଅଟୋ ଆଣି କୁଆଡେ ଯିବା ପାଇଁ ପଚାରିଲେ ।

ଲୋକଟି ର ଚେହେରା ଦେଖି ଶତାବ୍ଦୀ ବିଶ୍ୱାସ କରିବା ସହ ଅଧିକ ଟଙ୍କା ଦେବା ପାଇଁ କୁହେ ।

ମା" ରେ ଶହେ ଟଙ୍କା ନେବି ରିଜର୍ଭ କରି ଗଲେ । ହଉ ମଉସା ଶିଘ୍ର ଚାଲନ୍ତୁ , ବହୁତ ଲେଟ ହେଲାଣି ।

ଗପ ସପ ଭିତରେ ଶତାବ୍ଦୀ ଅଟୋ ମଉସାଙ୍କ ସହ ମିଶିଯାଏ, କିଛି ବାଟ ଗଲା ପରେ କେନାଲ ବନ୍ଧ ରାସ୍ତା ପଡେ । ଟିକେ ନିଛାଟିଆ ଆଉ ଗଛ ଲତା ର ଭରପୂର ବାଟ କଡରେ ।

ରାତିରେ ଲୋକେ ଯିବା ପାଇଁ ଭୟ କରନ୍ତି । କାହିଁକି ଅସାମାଜିକ ଯୁବକ ଆଉ କିଛି ବଦମାସ ଲୋକଙ୍କର ଖଟି ସେଠି ହୁଏ ।

ସେଥିପାଇଁ ଯେତେ କମ୍ପଲେନ୍ କଲେ ବି , ଭୟ ଆଉ ଇଜ୍ଜତ କୁ ନିଲାମ ନ କରିବା ପାଇଁ କେହି ବି , ସେମାନଙ୍କ ସହ କଥାବାର୍ତ୍ତା କରିବାକୁ ଭଲ ପାଆନ୍ତି ନି ।

ପୂର୍ଣ୍ଣିମା ର ଚାନ୍ଦ ଥିଲା ବହୁତ ଉଜ୍ଜଳ ସେ ଦିନ । ହାଲକା ଶୀତଳ ପବନରେ ଦେହ ହାତ ଥରି ଯାଉଥାଏ । ନିଜକୁ ଅଟୋ ଭିତରେ ଥାଇ ମଉସାଙ୍କ ସହ ଟିକେ ନିରାପଦ ଭାବିଲେ ବି , କେନାଲ ବନ୍ଧ ରାସ୍ତା ପାଇଁ ମନରେ ବି ଭୟ ଆସୁଥାଏ ତାର ମ

ଏହା ଭିତରେ ଗୋଟେ ଦୁଇଟି ମଟର ସାଇକେଲ୍ ଅଟୋ କୁ ଓଭର୍ ଟେକ କରି ଗଲେଣି । ତଥାପି ସେ ଦମ୍ଭ ହୋଇ ହୃଦୟ ରେ ସାହାସ ଭରି ବସିଥାଏ ।

ଏଇ ତ ଗାଁ ଛକ ଆଉ 2 କିଲୋମିଟର, ଘରେ ପହଞ୍ଚି ଗଲେ ଟେନସନ ଯିବ । ହଠାତ୍ ଏକ ବଡ ସାଉଣ୍ଡ ହୁଏ ଆଉ ଅଟୋ ଟି ହଲି ଯାଇ, ରାସ୍ତା କଡ ଗଛ ରେ ପିଟି ହୋଇଯାଏ ।

ହଠାତ୍ କଣ ଘଟିଲା କିଛି ବୁଝି ପାରୁ ନ ଥାଏ ।

ଆଟୋ ରୁ ବାହାରି ଦେଖିଲା ପରେ ଜାଣିବାକୁ ମିଳେ, ଅଟୋ ଟିର ଟାୟାର ଲିକ୍ ହୋଇଯାଇଛି ।

ଆଉ ଅଳ୍ପ ବାଟ ଥିଲା । କଣ କରିବି ଏବେ । ଝିଅ ତୁମେ କିଛି ଚିନ୍ତା କରନି । ମୋ ପାଖରେ ଷ୍ଟେପିନ୍ ଅଛି ,ଲଗେଇ ଦେଉଛି ପନ୍ଦର ମିନିଟ ଭିତରେ ହୋଇଯିବ । ତୁମେ ନିଶ୍ଚିତରେ ବସି ଥାଅ ।

ଆଟୋରେ ବସି ମୋବାଇଲ ରେ କିଛି ଚାଟ କଲା ପରେ ବ୍ୟାଟେରୀ ରେ ପାୱାର କମ୍ ଥିବାରୁ , ମୋବାଇଲ ସୁଇଚ୍ ଅଫ୍ ହୋଇଯାଏ ।

ଏମିତି କିଛି ସମୟ ଗଲା ପରେ , ହଠାତ୍ କିଛି ଲିକୁଇଡ ପଦାର୍ଥ ଯେମିତି ତା ମୁହଁ ପାଖରେ କିଏ ଛିଞ୍ଚୀ ଦେଇ ଗଲା ପରି ଲାଗେ । ତା ପରେ ଶତାବ୍ଦୀ ବେହୋସ ହୋଇଯାଏ ।

ସେହି କେନାଲ ବନ୍ଧ ର ବୃକ୍ଷମାନଙ୍କ ମଧ୍ୟରେ, କିଛି ଅସାମାଜିକ ବିକୃତ ମସ୍ତିସ୍କର ଯୁବକ ମାନେ , କାମନା ର ବାସ୍ନା ରେ ଅନ୍ଧ ହୋଇ ଶୋଷଣ କରି ଚାଲିଥିଲେ ,ନିସ୍ତେଜ ଅବସ୍ଥା ରେ ଥିବା ଶତାବ୍ଦୀର ।

ଆଉ ଶେଷରେ ସମାଜ ପାଇଁ ଛାଡି ଯାଇଥିଲେ ଆଉ ଏକ ଶୋଷଣ ର ଦୃଶ୍ୟ କୁ । ପ୍ରତି ବଦଳରେ ଶରୀର ମଧ୍ୟରେ ଦେଇ ଯାଇଥିଲେ ଅନେକ କ୍ଷତାକ୍ତର ଚିହ୍ନ କୁ । ଯାହା କୁ ନେଇ ଆଜି ମେଡିକାଲ୍ ରେ ଯନ୍ତ୍ରଣା ରେ ଛଟପଟା ହୋଇ ଜୀବନର ଶେଷ ବାଜି ସହ ସଂଘର୍ଷ କରୁଛି ଏକ ସ୍ବପ୍ନିଳ ଯୁବତୀ । ଆଉ ବା କେତେ ଟା ଦିନ ପରେ ସେ ବିବାହ କରି ଖୁସି ରେ ରହିଥାନ୍ତା। କିନ୍ତୁ ବିଧାତା ର ଲେଖନୀ ରେ ବୋଧ ହୁଏ ପିଡିତା ହେବାର ଲେଖା ଥିଲା । ମେଡିକାଲ ବେଡ ଉପରେ ଶୋଇ ରହି ଅହରହ ଲୋତକ ଝରେଇ ଚାଲିଛି । ଯେତିକି କଷ୍ଟ ଲାଗୁଛି ନିର୍ଯାତିତ ହୋଇ , ତା ଠୁ ବେଶି କଷ୍ଟ ଦେଉଛି ସମାଜରେ କଣ ବାପା ମା ମୋ ପାଇଁ ମୁଣ୍ଡ ଟେକି ଆଉ ବାଟ ଚାଲି ପାରିବେ ତ ?

ଏ ସମାଜ ତ ବିନା ଦୋଷରେ ସୀତା ମା ଙ୍କୁ ବି ଅଗ୍ନି ପରୀକ୍ଷା ଦେବା ପାଇଁ ବାଧ୍ୟ କରି ଦେଇଥିଲା । ବୀର ସଭା ଗ୍ରହଣ ରେ ଦୈପଦୀ ର ବସ୍ତର ହରଣ ର ମୁକ ସାଖି ଥିଲା । ସେହି ସଭ୍ୟତା କଣ ଆଜି ମୋ ପରି ପିଡିତା କୁ ବଂଚିବା ର ସୀକୃତି ଦେଇ ପାରିବ ।

ନାରୀ କୁ ଅବଳା ଦୁର୍ବଳା ଭାବି ଦୁଇ ଦୁଇ ଥର ହୋଇଥିବା ଯୁଦ୍ଧ କୁ କିମ୍ବଦନ୍ତୀ ର କାହାଣୀ ରୁ ପଢି ବୁଝି ସାରିଲା ପରେ । ପ୍ରତି ବର୍ଷ ବିଜୟା ଦଶମୀ ରେ ରାବଣ ପୋଡିଲେ ବି, ନାରୀ ମାନଙ୍କୁ ସୁରକ୍ଷା କାହିଁକି ଦେଇ ପାରୁ ନାହାଁନ୍ତି ସରକାର ? ଆଉ କେତେ ଯୁଗରେ ମୋ ପରି କେତେ ଶତାବ୍ଦୀ ମାନେ ଏମିତି ଯୌନ ଶୀକାର ରେ ଶୋଷଣ ହୋଇ ଜୀବନ କୁ ବାଜି ଲଗେଇ ଦେବେ ।

ଧର୍ମ, ନ୍ୟାୟ, ଆଉ ଆଇନ କାହିଁକି ଅନ୍ଧ ହୋଇ ଯାଇଛି । ଏ ଭଳି ବିକୃତ ଯୁବକ ମାନଙ୍କୁ ସର୍ବ ସମୁଖରେ ଫାଶି ଦେଇ ଦେବା ଦରକାର ।

ଯେତିକି ମୋ ଜୀବନ ପାଇଁ ଚିନ୍ତିତ ଏତେ ନାହଁ । ଏ ସମାଜ ମୋ ପରିବାର କୁ କେଉଁ ଦୃଷ୍ଟିରେ ଏବେ ଦେଖୁ ଥିବ , ତା ମୋ ସହିବା ଶକ୍ତି ଠାରୁ ବହୁତ ଦୂର ରେ ।

ଧିରେ ଧିରେ ନିଶ୍ବାସ ର ବେଗ ହୃଦୟ ମଧ୍ୟରେ ବଢି ଚାଲିଛି।

ହଠାତ୍ ଆଇ ସି ୟୁ ଭିତରେ ଡାକ୍ତର ମାନଙ୍କ ର ଗହଳି ଜମି ଗଲାଣି । ଶତାବ୍ଦୀର ଦେହ ଖରାପ ହେବାକୁ ଲାଗିଛି , ବହୁତ ଚେଷ୍ଟା ପରେ କିଛି ସମୟ ପାଇଁ ସମସ୍ତେ ଆସ୍ୱସ୍ତି ହେଲେ । ହେଲଥ୍ ଷ୍ଟେବୁଲ ଥିବା ଜାଣି , କେହି ଜଣେ ପରିବାର ସଦସ୍ୟ ଦେଖା କରିବାକୁ ଅନୁମତି ପ୍ରଦାନ କଲେ ।

ଆକାଶ ଦେଖା କରିବା ପାଇଁ ଶତାବ୍ଦୀର ପିତାଙ୍କ ଠାରୁ ଅନୁମତି ନେଇ ଆଇ ସି ୟୁ ଭିତରକୁ ଗଲେ । ଶତାବ୍ଦୀର ଆଖିର ଅଶ୍ରୁ ଝରି ଚାଲୁ ଥାଏ । ପାଖରେ ବସି ଆକାଶ ଶତାବ୍ଦୀର କେଶ କୁ ନିଜର ହାତରେ ଆଉଁସି ବାକୁ ଲାଗିଲେ । ତୁମେ କିଛି ଚିନ୍ତା କରନି ଶତାବ୍ଦୀ , ତୁମେ ଭଲ ହୋଇଗଲେ , ଆମେ ଆଉ ଥରେ ପୁଣି ଆମ ଜୀବନ ର ନୂଆ ଆରମ୍ଭ କରିବା ।

ମୋ ମନରେ ତୁମ ପ୍ରତି ଆଜି ବି ସେମିତି ଭଲ ପାଇବା ଅଛି। ସମୟ ସହ ଘଟି ଯାଇଥିବା ଘଟଣା ମୋ ପାଇଁ ତୁମ ମନରେ କେବେ ବି ଘୃଣା ସୃଷ୍ଟି କରି ପାରିବନି ।

ଆକାଶର କଥା ଶୁଣି ଶତାବ୍ଦୀ ଭୋ ଭୋ ହୋଇ ମେଡିକାଲ ରେ କାନ୍ଦୁ ଥାଏ । ସତରେ ଆକାଶ , ତୁମେ ବହୁତ ମହାନ୍, କିନ୍ତୁ ମୁଁ ତୁମ ପାଇଁ ଆଉ ପବିତ୍ର ହୋଇ ନାହିଁ । ଏ ଫୁଲ କୁ ଆଉ କେହି ନଷ୍ଟ କରି ଦେଇଛି । ଦୟାକରି ମତେ ଭୂଲି ଯାଅ । ଆଉ କାହାର ହାତ ଧରି ତୁମ ଜୀବନ ଆରମ୍ଭ କର।

ମୁଁ ହୀନି କପାଳି , ତୁମ କୁ ଆଉ କଷ୍ଟ ଦେବାକୁ ଚାହେଁ ନି ।

ଏ କଣ କହୁଛ ଶତାବ୍ଦୀ ,

ତୁମ ବିନା ମୋ ଜୀବନ ର ମୂଲ୍ୟ କିଛି ନାହିଁ ।

ଭାବି ଥିଲି ଆକାଶ ତୁମକୁ ବିବାହ କରି ମୋ ଜୀବନର ପୂର୍ଣ୍ଣତା ମିଳିଯିବ କିନ୍ତୁ ତୁମ କୁ ପାଇବା ପାଇଁ ମତେ ଆଉ ଅନେକ ଜନ୍ମ ଅପେକ୍ଷା କରିବାକୁ ପଡିବ ।

ସେମିତି କୁହନି ଶତାବ୍ଦୀ , ତୁମେ ଅନୁମତି ଦେଲେ ମୁଁ ଏଇଠି ମେଡିକାଲ ମଧ୍ୟରେ, ତୁମକୁ ବିବାହ କରିବା କୁ ପ୍ରସ୍ତୁତ ।

ଏତିକି ଶୁଣିବା ଭିତରେ ଶତାବ୍ଦୀର ନିଶ୍ବାସର ବେଗ ବଢି ବାକୁ ଲାଗେ । ଆକାଶ ହାତରେ ହାତ ରଖି, ଶେଷ ନିଶ୍ବାସ କୁ ଛାଡି ବା ଆଗରୁ ମତେ ବିବାହ କରି ପାରିବ ଆକାଶ କୁହ ! କୁହ...ଆକାଶ ?

ହଁ , ଟିକେ ବି ଡେରି ନ କରି ମନ୍ଦିର ରୁ ଭୋଗ ହୋଇ ଆସିଥିବା ସିନ୍ଦୁର ଲଗା ବେଳପତ୍ର ରୁ ସିନ୍ଦୁର ନେଇ ଶତାବ୍ଦୀର ମଥାରେ ଆକାଶ ଭରି ଦିଏ ।

ଯନ୍ତ୍ରଣା ଭିତରେ ଶତାବ୍ଦୀର ହସ ଥିଲା ଘନ କଳା ଆକାଶ ମଧ୍ୟରେ ଜହ୍ନ ର କିରଣର ଶୀତଳ ଜୋସନା ପରି । ଧିରେ ଧିରେ ଢଳି ପଡିଥିଲା ଶତାବ୍ଦୀ ଆକାଶର ବାହୁ ରେ ।

ନିଜର କୋହ ସମ୍ବରଣ ନ କରି ପାରି ଆକାଶ ବି କାନ୍ଦୁ ଥିଲା ଶତାବ୍ଦୀର ବିୟୋଗରେ । ପରିବାର ଆଉ ଜନ ମାନସରେ ଶୋକର ଛାୟା ଖେଳିଯାଇଥିଲା ।

ଦୋଷୀ ମାନଙ୍କୁ ଫାଷ୍ଟ ଟ୍ରାକ କୋଟରେ ଅଟୋ ମଉସାଙ୍କ ସାକ୍ଷୀ ଅନୁଯାୟୀ ଫାଶୀ ଦଣ୍ଡ ଦିଆଯିବ ସହ ସେହି ଦିନ ଅପରାହ୍ନ ଚାରିଟା ସମୟ ଧାର୍ଯ୍ୟ କରାଯାଇଥାଏ । ଲୋକ ମୁଖରେ ଶତାବ୍ଦୀର ବିୟୋଗର ଦୁଃଖ ଥିଲେ ବି ଦୋଷୀ ଙ୍କୁ ଫାଶୀ ଦେବା ନିର୍ଦ୍ଦେଶ କୁ ସ୍ୱାଗତ କରା ଯାଉଥାଏ ।

ମେଡିକାଲ ରୁ ଶତାବ୍ଦୀ କୁ ଆକାଶ ନବ ବଧୂ ବେଶରେ ସଜେଇ , ରୋଷଣୀ କରି ଅନ୍ତିମ ସଂସ୍କାର କରି ବାକୁ ନେଉଥିଲା । ଏବଂ ଅନ୍ୟ ପଟେ ଫାଶି ପାଇଁ ଚୂଡାନ୍ତ ପ୍ରସ୍ତୁତି ସରି ଯାଇଥିଲା ।

ଅନ୍ତିମ ବିଦାୟ ମୂହୁର୍ତ୍ତ ରେ ଆଖିରେ ଲୋତକ ସମସ୍ତେ ଝରାଉଥିବା ବେଳେ , ଦୋଷୀ ବି ଫାଶୀ ପାଇ ସାରିଥିଲେ ।


Rate this content
Log in