STORYMIRROR

SUKANTA KHANDA

Others

3  

SUKANTA KHANDA

Others

ଶ୍ରୀରାମ

ଶ୍ରୀରାମ

1 min
175

ଜଗତ ଯେତେବେଳେ ଅରାଜକତା ଆଡ଼କୁ ଗତି କରିବାରେ ଲାଗିଲା ସେହି ମୁହୂର୍ତ୍ତରେ ମହାପ୍ରଭୁ ଶ୍ରୀରାମଙ୍କର ଜନ୍ମଲାଭ ହେଲା। ଧରିତ୍ରୀ ଶ୍ରୀରାମଙ୍କୁ ପାଇ ଅପାର କୃତାର୍ଥ ମଣିଲେ। ପବନ,ପାଣି ଓ ଆଲୋକ ଶ୍ରୀରାମଙ୍କ ପାଦ ବନ୍ଦନା କରିବାକୁ ଆଗେଇ ଆସିଲେ। ସକଳ ଦେବ ଓ ଦେବୀଙ୍କର ନୃତ୍ୟ ଓ ଗୀତରେ ଉଚ୍ଛୁଳି ଉଠିଲା ପରିବେଶ। ସବୁଠୁ ବେଶୀ ଆନନ୍ଦିତ ଅଯୋଧ୍ୟାର ରାଜା ଦଶରଥ ଯିଏକି ବିବାହର ଅନେକ ବର୍ଷ ହୋଇ ଯାଇଥିଲେ ସୁଦ୍ଧା ଅପୁତ୍ରିକ ଥିଲେ। ଏବେ ଶ୍ରୀରାମଙ୍କର ଜନ୍ମ ହେବାକ୍ଷଣି ତାଙ୍କର ହୃଦୟ କନ୍ଦର ନାଚି ଉଠିଲା।

  ମହାରାଣୀ କୌଶଲ୍ୟା ସ୍ୱାମୀଙ୍କ କୋଳକୁ ଶିଶୁପୁତ୍ରକୁ ଅର୍ପଣ କରି କହିଲେ,"ସ୍ୱାମୀ ! ମନ ଓ ହୃଦୟରେ ଭରି ରହିଥିବା ନିନ୍ଦା ଓ ଅପବାଦ ଏବେ ଦୂରହେଲା। ଆପଣ ଆପଣଙ୍କ ଏ ଶିଶୁପୁତ୍ରଙ୍କୁ ଗ୍ରହଣ କରନ୍ତୁ ଓ ମୋତେ ସଂସାର ଜାଲରୁ ମୁକ୍ତ କରନ୍ତୁ।"

  ଏ କଥା ଶୁଣି ରାଜା ଦଶରଥ ପତ୍ନୀଙ୍କ ମୁଣ୍ଡ ଆଉଁସି କହିଲେ,"ପ୍ରିୟେ ! ତୁମେ ତ ଖୁସି ହେବାର କଥା ହେଲେ ଏପରି ତୁଣ୍ଡରୁ ବାହାରୁଛି କାହିଁକି?" ପତ୍ନୀ କହିଲେ,"ସ୍ୱାମୀ ! ଯାହାକୁ ପାଇବା ପାଇଁ ଏ ଜୀବନ ଆକୁଳ ଓ ବ୍ୟାକୁଳ ହୋଇ କେତେ ବ୍ରତ ଓ ଉପବାସ କରିଥିଲା ଆଜି ସଫଳ ହୋଇଛି ତ ଦେହ ଓ ମନଟି ସ୍ୱର୍ଗରେ ଯାଇ ଉଡୁଛି। ଏବେ ତ ମୋର ଆଉ ଏ ସଂସାରରେ ରହିବାର ମୋହ ହିଁ ନାହିଁ। ପତ୍ନୀର କଥାରେ ରାଜା ଦଶରଥ ଉତ୍ତର ଦେବେ କ'ଣ? ମଉନ ହୋଇ ରହୁରହୁ କଳମୁଖରିତ ପରିବେଶ ଆଡ଼କୁ ତନ୍ମୟ ହୋଇ କାନେଇଲେ। ସାରା ଅଯୋଧ୍ୟାବାସୀ ଅଭିନନ୍ଦନ ଓ ଶୁଭେଚ୍ଛାର ସୁଅରେ ରାଜା ଦଶରଥ ଓ ରାଣୀ କୌଶଲ୍ୟା ଯେମିତି ଭାସିଲେ। କେତେ ଆଦର ଓ ଯତ୍ନରେ ଅଯୋଧ୍ୟାବାସୀ ମିଠା ବଣ୍ଠନ ପୂର୍ବକ ସନ୍ତୋଷ ମନରେ ଈଶ୍ୱରଙ୍କୁ ଶତକୋଟି ପ୍ରଣାମ ଓ ଧନ୍ୟବାଦ ଦେଇ ଆଖିରୁ ଆନନ୍ଦର ଝର ବୁହାଇ ଚାଲିଲେ

   ସ୍ୱର୍ଗରେ ସବୁଦେବ ଓ ଦେବୀଗଣ ଅଯୋଧ୍ୟାବାସୀଙ୍କର ଆନନ୍ଦରେ ଫୁଲର ବର୍ଷା କରିଲେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍