ସହରୀ ଗଛର ଜୀବନ
ସହରୀ ଗଛର ଜୀବନ
ରମେଶ ନୂଆ ନୂଆ ସହରକୁ ଆସିଥାଏ । ଚାରିଆଡେ ଗାଡ଼ି ମଟର । ତାଙ୍କ କୋଠା ଆଗରେ ଲମ୍ବି ଯାଇଛି ଦୀର୍ଘ ରାସ୍ତାଟିଏ । ସବୁବେଳେ ଗାଡ଼ିମଟର ପେଁ ପାଁ ।ବୁଲାଣି ପାଖରେ ଏକ ବଡ ନିମ୍ବଗଛ ତଳେ ମଦନ ସାହୁର ଜଳଖିଆ ଦୋକାନ । କେତେ ରିକ୍ସାବାଲା, ଟଲିବାଲା, ଝୁମ୍ପୁଡ଼ିବାଲା, ଆଉ ମଜୁରିଆ ସେଠାରେ ଖାଆନ୍ତି । ସେଦିନ କ’ଣ ହେଲା କେଜାଣି ରମେଶ ବାପାଙ୍କୁ ପଚାରିଲା ।
ବାପା କହିଲେ ଚାରିଟିକିଆ ରାସ୍ତା ହେବ ତ ତେଣୁ ରାସ୍ତାକଡରେ ଗଛସବୁ ହଣା ହେବ । ଲୋକମାନେ ଏହାର ବିରୋଧ କରୁଛନ୍ତି। ରମେଶ ମନକୁ କଥାଟା ପାଇଲା । ସତରେ ତ ଗଛ ଥିବାରୁ ଏ ଲୋକେ ଖରାରୁ ଟିକେ ରକ୍ଷା ପାଉଥିଲେ । ଲୋକମାନେ ଏମାନଙ୍କ ଗଛ ଛାଇରେ ଗଡିଯାଆନ୍ତି । ଖରାଦିନେ ତ ଖରାବେଳେ ବସିବାକୁ ଜାଗା ନ ଥାଏ ।
ଗାଡ଼ି ମଟରରୁ ବାହାରୁଥିବା ଧୂଆଁ ଅପେକ୍ଷା ଏ ସ୍ଥାନଟି ଖୁବ୍ ଥଣ୍ଡା । ଅବସ୍ଥା ହେବ କ’ଣ ? କିଏ ଏମାନଙ୍କୁ ରକ୍ଷା କରିବ? କେତେ ଗାଈଗୋରୁ ମଣିଷ ଟିକେ ବସିଯାଉଥିଲେ । କ’ଣ ନା ରାସ୍ତା ଚଉଡା ହେବ । ବିଜୁଳିବତୀ କେବୁଲ ଯିବ । ରମେଶକୁ ଲାଗିଲା ତା’ ଗାଁ ଜୀବନ ବହୁତ ଭଲ ।
ସେ ଭିଡ ଠେଲି ଚାଲିଲା ଆଗକୁ ଆଗକୁ । ଠିଆ ହୋଇଥିବା ଅଫିସରଙ୍କୁ କହିଲା –“ ଆପଣମାନେ କ’ଣ ଏ ଗଛଠାରୁ କିଛି ଉପକାର ପାଇନାହାଁନ୍ତି ।
ଅଫିସରମାନେ ବିସ୍ମିତ ହୋଇ କହିଲେ, ‘ହଁ ତ’ । ତେବେ ଏ ଗଛ କାଟୁଛ କାହିଁକି ? ଅଫିସରମାନେ କହିଲେ – “ଜନସଂଖ୍ୟା ବଢିଲା, ଯାନବାହାନ ବଢିଲା, ତେଣୁ ରାସ୍ତା ଚଉଡା ହେବା ପାଇଁ ଗଛ ସଂଖ୍ୟା ବଢାଉ ନାହାନ୍ତି କାହିଁକି ? ଆପଣମାନେ ଜାଣନ୍ତି ଯେଉଁଗଛ କାଟୁଛନ୍ତି ତାହା ଶହଶହ ବର୍ଷର । ଆମ ଶିକ୍ଷକ କହୁଥିଲେ ଏ ଗଛଗୁଡିକର ଉପକାରିତା । ଆପଣମାନେ କ’ଣ ପାଠରେ ପଢିନାହାନ୍ତି ?”
ଅଫିସରମାନେ ରମେଶର ମନକଥା ଜାଣି ପାରିଲେ ଏବଂ ତାକୁ ବୁଝାଇବାକୁ ଚେଷ୍ଟା କଲେ । ସେମାନେ କହିଲେ – “ରାସ୍ତା ମଝିରେ ଗଛମାନ ଲାଗିବ । ସରକାରଙ୍କ ତରଫରୁ ଖୁବ୍ କମ୍ ଦିନରେ ଝଙ୍କାଳିଆ ହୋଇ ବଢିପାରୁଥିବା ଗଛମାନ ଲଗାଯିବ। ଖରାଦିନେ ବାଟୋଇମାନେ କ୍ଳାନ୍ତ ଅନୁଭବ କରିବେ ନାହିଁ ।ଏହାଦ୍ଵାରା ଯାନବାହାନର ଧୂଆଁରେ ବାୟୁ ମଧ୍ୟ ପ୍ରଦୂଷିତ ହେବ ନାହିଁ ।“
ରମେଶ ଆଜି ସେସବୁ କଥା ଦେଖୁଛି । ବାପାଙ୍କ ସାଥୀରେ ଗଲାବେଳେ ରାସ୍ତାର ମଝିରେ ଗଛମାନ ପୋତା ହୋଇ ପାଣି ଦିଆଚାଲିଛି । ଗଛ ବଡ ହୋଇ ଝଙ୍କାଳିଆ ହେଲାଣି ।
ଆଜି ରମେଶ ସମସ୍ତଙ୍କୁ କହୁଛି –“ଗୋଟିଏ ଗଛ କାଟିଲେ ଦଶଟି ଗଛ ପୋତି, ତାକୁ ବଢାଅ, ସମାଜକୁ ସବୁଜ କର ।“
