ଶ୍ରବଣ କୁମାର
ଶ୍ରବଣ କୁମାର
ଅଳ୍ପ ବୟସର ପିଲାଟିଏ ନାମ ଶ୍ରବଣ କୁମାର ଯିଏକି ଅନ୍ଧ ବାପା ଓ ମାଆଙ୍କର ଏକଇର ବଳା ବିଶିକେଶନ ଥିଲା। ତାର ହୃଦୟରେ ବାପା ଓ ମାଆଙ୍କର ପ୍ରତି ଆଗାଧ ଭକ୍ତି ଓ ଭାବନା ଭରି ରହିଥିଲା। ସେ ଯୁଆଡେ଼ ଯାଉଥିଲା ନିଜ ବାପା ଓ ମାଆଙ୍କର ଯତ୍ନ ନେଉଥିଲା। ଭାରକରି ବୋହିକି ନେଇ ଯାଉଥିଲେ। ଖାଲି ପାଦରେ କଣ୍ଟା ଫୁଟିଲେ ବି ଚିନ୍ତା ନ ଥିଲା।
ସବୁଦିନ ପରି ସେ ଦିନ ନିଜ ବାପା ଓ ମାଆଙ୍କର ସେବା କରିବାକୁ ପଡି଼ଲା। ରାତ୍ରିର ନିଛାଟିଆ ଶୂନଶାନ ସମୟରେ ବାପା ଓ ମାଆଙ୍କର ଶୋଷ ମେଣ୍ଟାଇବା ପାଇଁ ନଦୀ କୂଳରେ ଯାଇ ମାଠିଆରେ ପାଣି ବୁଡା଼ଉଥିଲା ହେଲେ ରାଜା ଦଶରଥ ନିଜର ଅଜ୍ଞତାରେ ଶଦ୍ଦଭେଦୀ ଶର ଦ୍ବାରା ଶ୍ରବଣ କୁମାରଙ୍କ ଜୀବନ ନେଇଗଲା। ଶ୍ରବଣ ଯେତେବେଳେ ବାପା ଓ ମାଆଙ୍କ ନାମ ଉଚ୍ଚାରଣ କରି ଭୂମିରେ ଟଳି ପଡିଲା ଏ ଶଦ୍ଦ ରାଜା ଦଶରଥଙ୍କ କାନରେ ପଡି଼ଲା। ରାଜା ଆସି ଦେଖନ୍ତି ତ ସବୁ ଶେଷ ହୋଇ ଯାଉଛି କେବଳ ଜୀବନ ଦୀପ ଲିଭିବା ଆଗରୁ ସତ୍ଯତା ଦଶରଥ ପାଇ ନିଜେ ପାଣିଧରି ଅନ୍ଧ ମୁନିଙ୍କ ନିକଟକୁ ଗଲେ ହେଲେ ଅନ୍ଧ ଦମ୍ପତି ସବୁ ଜାଣିବା ପରେ ଅଭିଶାପ ଦେଇ ରାଜା ଦଶରଥଙ୍କ ହୃଦୟକୁ ବିଚଳିତ କରି ପକେଇଲେ। ରାଜା ଦଶରଥ ନିଜେ ଏବେ ଜଣେ ନୁହେଁ ତିନେଟି ଶବକୁ ସଂସ୍କାର କରି ଭଗ୍ନ ମନୋରଥରେ ଉଆସକୁ ଫେରିଲେ।
ଏବେ ରାଜା ଦଶରଥ ନିଜକୁ ହେଜିଲେ କି ତାଙ୍କର ତ ପୁତ୍ର ହିଁ ନାହିଁ ତେବେ ତାଙ୍କ ପରି ପୁତ୍ରପୁତ୍ର କହି ଜୀବନ ହାରିବେ କେମିତି? କିନ୍ତୁ ସତ୍ଯ ସତ୍ଯରେ ହିଁ ପରିଣତ ହେଲା। ରାଜାଙ୍କ ତିନି ରାଣୀଙ୍କର ଚାରିପୁଅ ହେଲେ ହେଲେ ଅନ୍ଧ ମୁନିଙ୍କ ଅଭିଶାପ ସତ୍ଯରେ ହିଁ ପରିଣତ ହେଲା। ରାଜା ଦଶରଥ ପୁତ୍ର ଶୋକରେ ଶେଷ ସମୟରେ ସ୍ମରଣ କରିକରି ଶେଷ ନିଶ୍ବାସ ତ୍ଯାଗ କଲେ।
ସତ କହିବାକୁ ଗଲେ ଏ ସବୁର ମୂଳ କାରଣ ହିଁ ଶ୍ରବଣ କୁମାର ଯିଏ କି ଅଳ୍ପ ସମୟ ଭିତରେ ନିଜର ଜୀବନ ବହୁ ସମ୍ଭାବନାର ନିହିତକୁ ଦର୍ଶାଇ ଦେଲେ। ତାଙ୍କର ଶୁଭ କର୍ମର ଫଳ ହିଁ ରାଜା ଦଶରଥ ଅବଶ୍ଯ ଭୋଗିଲେ। ଆଜି ଶ୍ରବଣ କୁମାରଙ୍କ ପରି ପୁତ୍ର ଯଦିଓ ଦେଖିବାକୁ ମିଳୁ ନାହାନ୍ତି କିନ୍ତୁ ସେ ଯୁଗର ଶ୍ରବଣ କୁମାରଙ୍କୁ ଜଗତ ମନେ ରଖିଛି ଓ ରଖିବ ମଧ୍ଯ।
ଧନ୍ଯବାଦ ଶ୍ରବଣ କୁମାର ତୁମେ ମୋର ପୁତ୍ର ହୋଇ ଜନ୍ମ ହୁଅନ୍ତ ତ କୋଟିଏ ତୁମ ପାଖରେ ଋଣୀ ହୋଇ ନିଜ ଜୀବନକୁ ଅତିବାହିତ କରି ଦିଅନ୍ତି ଆଉ ଗର୍ବରେ ଛାତି ଫୁଲେଇ ଚାଲନ୍ତି।
