ଶିଶୁ ଶ୍ରମିକ ରାକେଟ୍
ଶିଶୁ ଶ୍ରମିକ ରାକେଟ୍
ନରିଆ ନାମରେ ଟିକି ପିଲାଟିଏ ।
ବାପା ମାଆ ଛେଉଣ୍ତ । ସାତ ‐ଆଠ ବର୍ଷର ହୋଇ ଥିବା ବେଳେ
ବାପା ମାଆ ଦାଦନ ଖଟିବାକୁ ବାଙ୍ଗାଲୋର ଯାଇ ଥିଲେ ! ଫେରିଲେ ନାହିଁ ! ଗାଁରୁ ଅନ୍ଯ ଯେଉଁ ମାନେ ଯାଇ ଥିଲେ ଫେରି
ଆସିଲେ ! ଗାଁରେ କହିଲେ ଯେ , ନରିଆର ବାପା ମାଆ କାମ
କରୁ କରୁ ଦୁର୍ଘଟଣା ଘଟି ଆର ପାରିକୁ ଚାଲି ଗଲେ ।
ବର୍ତ୍ତମାନ ନରିଆର ଦୁଃଖ କହିଲେ ନ ସରେ ।
ତା'ର ମାମୁଁ ଆସି ମାମୁଁ ଘରକୁ ନେଇ ଯାଇ ଥିଲେ । ସେଠାରେ
ରହି ସେ ଗାଁ ସ୍କୁଲ ରେ ଦ୍ବିତୀୟ ଶ୍ରେଣୀରେ ନାମ ଲେଖାଇ
ପଢୁ ଥିଲା । ମାତ୍ର ସେଠାରେ ବି , ତା'ର ଦୁର୍ଦ୍ଧଶାର ଶେଷ ନ
ହୋଇ ବରଂ ଅଧିକରୁ ଅଧିକତର ଭାବେ ଦିନକୁ ଦିନ ବଢୁ
ଥାଏ ।
ଚତୁର୍ଥ ଶ୍ରେଣୀ ଯାଏ ପଢି , ପାଠରେ ଡୋରୀ ବନ୍ଧା ହେଲା ।
ଟିକି ପିଲାଟିଏ ଆଉ ବା କଣ ! କରି ପାରନ୍ତା ?
ମାମୁଁ ଙ୍କର ଗୋଟିଏ ପୁଅ ଓ ଝିଅ ଥାନ୍ତି । ସେମାନେ ନରିଆକୁ
ବେଶ୍ ଆଦର ଓ ସ୍ନେହ କରନ୍ତି । ସଭିଏଁ ତା' ସହିତ ଗାଁ ସ୍କୁଲ
ରେ ଶିଶୁ ଓ ଦିତୀଅ ଶ୍ରେଣୀରେ ପଢୁଥାନ୍ତି । ହସ ଖୁସିରେ ଚଳି
ଯାନ୍ତି । ତା'ର ମାଇଁ କିନ୍ତୁ ନରିଆକୁ ସହି ପାରନ୍ତି ନାହିଁ ।
ସବୁବେଳେ ତା' ଉପରେ ଗରଗର ହୁଅନ୍ତି । ମାତ୍ର ନରିଆ ସବୁ
ସହି ଯାଏ ।
ଦରିଦ୍ର ପରିବାରର ଦାରିଦ୍ର୍ୟ ମଧ୍ଯରେ ପିଲା ମାନଙ୍କୁ ଯେପରି
ହେଲେ ମଣିଷ କରି ଗଢିବାର ଲକ୍ଷ୍ଯ ନେଇ ତା'ର ମାମୁଁ ଆପ୍ରାଣ ଉଦ୍ଯମ ଜାରି ରଖିଥାନ୍ତି ।
ମାତ୍ର ଅଚାନକ ଭାବେ ତାଙ୍କର ସବୁ ଉଦ୍ଯମ ଫସର ଫାଟି
ଯାଇଛି । ନରିଆ ର କାହାଣୀ ଟି ହଠାତ୍ ଏକ ନୂତନ ମୋଡ
ନେଇଛି ।
ସେ ଦିନ ଥାଏ ଶନିବାର । ମାଇଁ ଙ୍କର ଷଡଯନ୍ତ୍ରର ଶିକାର
ହୋଇ ନରିଆ ଅପହୂତ ହୋଇଛି । ସକାଳେ ସକାଳେ ପିଲାଏ ଖେଳୁ ଥିବା ବେଳେ ନରିଆକୁ ଛୁଆ ଧରା ନେଇ ଯାଇ ଛନ୍ତି ।
ମାମୁଁ ଅନ୍ଯ ମାନଙ୍କୁ ପଚାରିଲେ ନରିଆ କାହିଁ ?
ସେମାନେ କହିଲେ , କିଏ ଜଣେ ନରିଆକୁ ନଡିଆ କୁରା
ଖାଇବାକୁ ଦେଇ କେଉଁ ଆଡେ ଡାକି ନେଇ ଯାଇଛି ।
ଆମେ କିଛି ଜାଣି ନାହୁଁ । ଆମେ ଭାବିଲୁ ସେ ପଳାଇ
ଆସିଛି , ନ ଆସିଥିଲେ ପରେ ଆସିବ !
ମାମୁଁ ରାଗରେ ଗର୍ଜନ କରି ପଚାରିଲେ , କେଉଁ ଲୋକଟି
ତାକୁ ଡାକି ନେଲା ? ତୁମେ ମାନେ , ଜାଣିଛ କି ?
‐ ହଁ ଆମେ ଜାଣିଛୁ ।
କିଏ ? କେଉଁଠିକାର ?
‐ ଆମେ କହି ପାରିବୁ ନାହିଁ ! ମାଆ ଜାଣିଛନ୍ତି ।
ସେ ତୁମେ ନ ଥିବା ବେଳେ ଅନେକ ଥର ଆସେ ।
ଆମେ , କିଛି ଜାଣି ନାହୁଁ ?
ଏସବୁ ଶୁଣି ତାର ମାମୁଁ ଖୁବ୍ ଚକିତ ହୋଇ ଉଠିଲେ ।
କ'ଣ କରିବେ କିଛି ଉପାୟ ପାଇଲେ ନାହି ।
ଅଳ୍ପ ସମୟ ପରେ ତା'ର ମାଇଁ ଆସିବାରୁ ତାଙ୍କୁ
ନରିଆକୁ ଦେଖିଛନ୍ତି କି ? ପଚାରିଲେ !
ସେ କହିଲେ , ପିଲା ମାନେ ସକାଳେ ଖେଳିବା ପାଇଁ ଯାଇ
ଥିଲେ ! ସେବେଠୁ ମୁଁ ଆଉ ତା'କୁ ଦେଖିନାହିଁ ।
ନରିଆ କୁଆଡେ ଗଲା ? ଗମ୍ଭୀର ସ୍ବରରେ ପଚାରିଲେ !
ହଠାତ୍ ତା'ର ମାଇଁ ଶଙ୍କିତ ଓ ଥରଥର ହୋଇ ଉଠି
ଉତ୍ତର ଦେଲେ , ମୁଁ ନରିଆ .......
କ'ଣ କହୁଛ ଶିଘ୍ର କୁହ ?
ମୁଁ , ନରିଆକୁ ଦେଖି ନାହିଁ , ଜାଣେ ନାହିଁ ।
ତୁମେ ତୁମର ଛୁଆ ସୁଆଗ ଦେଖାଇ ହେଉଛ ? କାହିଁକି ?
ମୁଁ କ'ଣ ନରିଆ ‐ ହଳିଆ କୁ ବଗାଳ କରୁଛି ଯେ , ମୋତେ
ପଚାରୁଛ ?
ଯାଊନ ତୁମେ ତା'କୁ ଖୋଜିବ ?
ସେ କେଉଁଠି ଥିବ ଖେଳୁ ଥିବ ! ମୋତେ କହିଲେ , ମୁଁ
କ'ଣ କରିବି ? ମୋର କ'ଣ ଦୁଃଖ ନାହିଁ କି ?
ମୋତେ ଖଖାଲି ସବୁବେଳେ ନରିଆ ନରିଆ କହି ବଡ
ଦିଗ୍ ଦାର କରି ପକାଉଛ ?
‐ ମୁଁ ଚାଲିଲି ମୋର ବାପ ଘରକୁ !
ତୁମେ ଯାଅ ନରିଆକୁ ଖୋଜିବ !
ତା'ର ମାମୁଁ ସ୍ତ୍ରୀ ଙ୍କ ମୁଖରୁ ଏ ସବୁ କଥା ଶୁଣି ଖୁବ୍ ହତ
ଚକିତ ହୋଇ ଉଠିଲେ ।
କ'ଣ କରିବେ ଚିନ୍ତା କଲେ !
ସ୍ତ୍ରୀ , ଙ୍କୁ ବୁଝାଇବାକୁ ଚେଷ୍ଟା କଲେ ମାତ୍ର ସେ , ସେପରି
ଶୁଣିବା ବା ବୁଝିବା ଲୋକ ନ ଥିଲେ ।
ଗ୍ରାମର କିଛି ଲୋକ ଙ୍କ ସହିତ ପରାମର୍ଶ କଲେ ।
ଲୋକେ ପରାମର୍ଶ ଦେଲେ ଯେ , ସେ ଯାଇ ଶିଘ୍ର ପୋଲିସ୍ କୁ
ଜଣାନ୍ତୁ । ଲୋକଙ୍କର ସନ୍ଦେହ ହେଉ ଥାଏ ଯେ , ଏଆଡେ
କିଡନୀ ରାକେଟ ମାଡି ଆସିଲାଣି କି ?
ଶୀଘ୍ର ସଚେତନ ନ ହେଲେ ଅନ୍ଯମାନେ ବି ଆଗକୁ ସେଇ
ରାକେଟ ର ଶିକାର ହେବେ ।
ଏହା ଭାବି ସମସ୍ତେ ତାଙ୍କୁ ସାହାର୍ଯ୍ଯ କରିବାର ପ୍ରତିଶ୍ରୁତି
ଦେଲେ ।
ଲୋକେ କହିଲେ ଗାଁ ବା ପାଖ ଥାନା କୁ ଗଲେ ସେମାନେ
ଗୋଇନ୍ଦା ଲଗାଇ ଜାଣି ଯିବେ ।
ଫଳତଃ ପିଲାଟିକୁ ଜୀବନରେ ମାରି ଦେବେ । ଏଣୁ ଆମେ
ଯଥା ଶିଘ୍ର ଯାଇ ଟାଉନ୍ ଥାନାରେ ଜଣାଇଲେ ସେମାନେ
ପୋଲିସ୍ ର ତୀକ୍ଷ୍ଣ ନଜରରୁ ଆଉ ବର୍ତ୍ତି ପାରିବେ ନାହିଁ ।
ଫଳତଃ ପିଲାଟି ଉଦ୍ଧାର ପାଇ ଯାଇ ପାରେ ।
ତା' ପରେ ସିଧା ଯାଇ ପୋଲିସ କୁ ଜଣାଇବା କୁ ଚେଷ୍ଟା
କଲେ ।
ପୋଲିସ ନରିଆକୁ ଖୋଜିବାକୁ ତା' ସଂପର୍କରେ ଟିକି ନିଖି
ସମସ୍ତ ତଥ୍ଯ ସଂଗ୍ରହ କଲା ।
ସଙ୍ଗେ ସଙ୍ଗେ ନରିଆକୁ ଖୋଜିବାରେ ନିଜର ଉଦ୍ଯମ
ଆରମ୍ଭ କରିବା ଲାଗି ଜାଲ ବିଛାଇ ଦେଲା ।
ଖୁବ୍ ଗୋପନୀୟ ଭାବେ ଓ ସତର୍କତାର ସହ ଅନ୍ବେଷଣ
କରିବାରୁ ନରିଆକୁ ଉଦ୍ଧାର କରାଗଲା ।
ଜଙ୍ଗଲ ପାଖରେ ଏକ ପରୀତ୍ଯକ୍ତ କୋଠରୀରେ ଅନେକ
ପିଲାଙ୍କୁ ହାତ ଗୋଡ ବାନ୍ଧି ରଖା ଯାଉ ଥିଲା । ପରେ ସେମାନଙ୍କୁ ନେଇ ଦୂର ଦୂରାନ୍ତର ସହର ଓ ବସ୍ତି ଅଞ୍ଚଳରେ ବିକ୍ରି କରି ଦିଆ ଯାଉ ଥିଲା ।
ଯେଉଁ ସବୁ ଛୋଟ ଛୋଟ ପିଲା ଙ୍କୁ ନେଇ ଲୋକ ମାନ ଙ୍କର ଘର , ଗ୍ଯାରେଜ ଓ ଦୋକାନ ବଜାରରେ ବେଠି ରେ କାମ କରାଉ ଥିଲେ ସେହିମାନେ ସମସ୍ତେ ଏହି ରାକେଟ ର ଅନ୍ତର୍ଭୁକ୍ତ ଥିଲେ ।
ସେଠାରେ ସେମାନଙ୍କୁ ଭୋକ ବା ଶୋଷ ହେଲେ ଭଲରେ ବି
ଖାଇବାକୁ ଦିଆ ଯାଉ ନ ଥିଲା । ଓଲଟା ନିର୍ମମ ଭାବେ ଅତ୍ଯାଚାର କରା ଯାଉଥିଲା । ବଦମାସି କଲେ ବା କୌଣସି
କଥା ଅମାନ୍ଯ କଲେ ମାରି ଦିଆ ଯାଇ , ଆଖି , କିଡନୀ ,
ଇତ୍ଯାଦି ଦୂର ଦୂରାନ୍ତରରେ ନେଇ ବିକ୍ରି କରା ଯାଉଥିଲା ।
ନିତି କୋମଳମତୀ ଟିକି ଟିକି ବାଳକ ବାଳିକା ମାନଙ୍କ ଉପରେ ଘୋରତର ଅତ୍ଯାଚାର କରା ଯାଉଥିଲା । ସ୍ଯାଡିଷ୍ଟ ପ୍ରକୁତିର
ଲୋକେ ଅନ୍ଯର କଷ୍ଟ ଦେଖି ବେଶ ଆନନ୍ଦ ଲାଭ କରୁ
ଥିଲେ ।
କେତେକଙ୍କୁ ସେହି Sadist ଶ୍ରେଣୀୟ ଲୋକଙ୍କୁ ବିକ୍ରି
କରି ଦଲାଲ ମାନେ ଖୁବ୍ ମାଲାମାଲ ହୋଇ ଚାଲି ଥିଲେ ।
ପୋଲିସ କେଶ ହେବାରୁ ନରିଆ ସହିତ ଅନେକ ନୀରିହ ନିଷ୍ପାପ ପିଲା ଉଦ୍ଧାର ପାଇଲେ ।
ଯେଉଁ ମାନଙ୍କୁ କି , ଶିଶୁ ଶ୍ରମିକ ଭାବ ଲଗା ଯାଇ ଥାନ୍ତା ।
ପୁଣି ସେହି ଗ୍ରାମରେ ଏକ ବଡ ଧରଣର ଶିଶୁ ଶ୍ରମିକ ରାକେଟ କାମ କରୁଥିବା ଜଣା ପଡିଲା ।