STORYMIRROR

SUKANTA KHANDA

Others

4  

SUKANTA KHANDA

Others

ଶିବରାତ୍ରୀ

ଶିବରାତ୍ରୀ

3 mins
389


ଆଜି ଜୀବନ ଶିବରାତ୍ରୀ ପାଳନ ସକାଶେ ଉପବାସ ରହିଲା। ତାର ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଏହି କି ନିର୍ଜଳା ଉପବାସ ହିଁ ରହିବ। ବିଭିନ୍ନ ଭୋଗ ସରଞ୍ଜାମ ଧରି ସଞ୍ଜବେଳେ ମନ୍ଦିରକୁ ଯାଇ ଦୀପ ଜାଳି ନିଜକୁ ଓ ଭୋଗକୁ ସମର୍ପଣ କରି କୃତାର୍ଥ ମଣିବ। ରାତିରେ ମହାଦୀପ ମନ୍ଦିରର ଚୂଳକୁ ଉଠିଲା ପରେ ହିଁ ସାମାନ୍ଯ ଅଳ୍ପ କିଛି କ୍ଷୀର ପିଇ ରାତ୍ରୀଟି କଟେଇ ଦେବ। ଏ କଥା ମହାଦେବଙ୍କ ପାଖରେ ପହଞ୍ଚିଲା। ମହାଦେବ ପରୀକ୍ଷା ସକାଶେ ଷଣ୍ଢ ରୂପରେ ଆସି ଜୀବନଙ୍କ ଘରେ ପହଞ୍ଚିଲେ। 

      ଜୀବନ ସେତେବେଳକୁ କଦଳୀ ଏକ ଡର୍ଜନ କିଣି ଆଣି ଘରେ ପହଞ୍ଚିଥିଲା। ଦ୍ବାର ସମୁଖରେ ଷଣ୍ଢଟି ବାଟ ଓଗାଳି କଦଳୀ ଏକ ଡର୍ଜନକୁ ଖାଇବାକୁ ଉଦ୍ଯମ କଲା। ଜୀବନ ତ ମହାଦେବଙ୍କୁ ସମର୍ପଣର ମନ ଲଗେଇ ଦେଇଥିଲା। ଏ ବୁଲା ଷଣ୍ଢଟିକୁ ଦେବ ବା କାହିଁକି? ସେ ଦୁଇ ଠେଙ୍ଗା ପିଠିରେ ଲଦି ଦେଇ ଘଉଡା଼ଇ ଦେଲା ବିଚରା ଷଣ୍ଢଟି କରେ କଣ? ପ୍ରାଣ ବିକଳରେ କଦଳୀ ଖାଇବା ମଜା ଛାଡି଼ ଦୌଡି଼କି ପଳେଇଲା। 

      ଏବେ ମହାଦେବଙ୍କ ପିଠିରେ ଯନ୍ତ୍ରଣାର କ୍ଷତ। ମହାଦେବ ରୂପି ଷଣ୍ଢ ନିଜର ଲାଞ୍ଜରେ ପିଠି ଆଉଁସୁ ଆଉଁସୁ ଦୂରକୁ ଚାଲିଗଲେ ଓ ପୁଣି ଏକ ବିଲେଇ ରୂପରେ ସମ୍ମୁଖକୁ ଆସି ମ୍ଯାଉଁ ମ୍ଯାଉଁ କରି କଣ ସବୁ କହି ଚାଲିଲେ ତ ଜୀବନ ଗୋଟିଏ ନକନକିଆ ଛଡି଼ରେ ଲକ୍ଷ୍ଯ କରି ବିଲେଇର ଗୋଡ଼କୁ ପିଟିଦେଲା। ବିଲେଇଟି ଏବେ କରିବ କଣ ଛୋଟେଇ ଛୋଟେଇ ଦୌଡି଼ ପଳେଇବାକୁ ବାଟ ପାଇଲା ନାହିଁ। କିଛି ସମୟ ପରେ ମହାଦେବ ପୁଣି ତୃତୀୟ ଥର ପାଇଁ ଗୋଟିଏ କୁକୁଡା ଗଞ୍ଜା ରୂପରେ ଆସିଗଲେ। କୁକୁଡା଼ ଗଞ୍ଜାଟି ଦୋହଲୁ ଥିଲା କାରଣ ପୂର୍ବ ଦୁଇଟି ରୂପରେ ପିଠିରେ ଠେଙ୍ଗା ଓ ଗୋଡ଼ରେ ଛଡି଼ର ପ୍ରହାର ଖାଇ ଉଭୟ ପିଠି ଓ ଗୋଡ଼ ଛୋଟା ସଦୃଶ ଦରଜ ହୋଇ ଯାଇଛି। 

       କୁକୁଡା଼ ଗଞ୍ଜାଟି ଜୀବନର ସାମ୍ନାକୁ ଆସି ଉଖୁଡା଼ ଭୋଗକୁ ମୁହଁ ମାରୁମାରୁ ଜୀବନ ଧରିଥିବା ସେହି ଛଡି଼ରେ ଶକ୍ତ ପାହାରେ ବଜେଇ ଦେଲା ତ କୁକୁଡା଼ ଗଞ୍ଜାଟି ଦୁଇ ଗଡା଼ ଭୂମିରେ ଗଡି଼ଗଲା। ଏ ଦୃଶ୍ଯ ଦେଖୁଥିଲା ଜୀବନର ପତ୍ନୀ ସଞ୍ଜୁଲତା। ସେ ଘରର କୁକୁଡା଼ ଗଞ୍ଜାକୁ ଏପରି କଷ୍ଟ ଦେବା ଉଚିତ ମଣୁ ନ ଥିଲା। ସେ ଆହୁରି କଣ ସବୁ କହିବାକୁ ଯାଉଥିଲା ହଠାତ୍ ବୁଢା଼ଟିଏ ବେଶରେ ପୁଣି ଶିବ ମହାଦେବ ପହଞ୍ଚି କହିଲେ,"ଜୀବନ ! ତୁମେ ଏତେ ସବୁ ଯେ କଲ ଟିକିଏ ବି ହୃଦୟରେ ଦୟା ଆସିଲା ନାହିଁ। ସେହି ଯେ ଷଣ୍ଢ, ବିଲେଇ ଆଉ ଏ କୁକୁଡା଼ ଗଞ୍ଜାଟି ତୁମର ଭୋଗରୁ କିଛି ଖାଇବାକୁ ଚାହୁଁଥିଲେ। ସେ ହିଁ ତ ଅସଲରେ ଶିବ ମହାଦେବ। ତୁମେ କିଛି ବି ନ ବୁଝିଲ ନାହିଁ। ସେମାନଙ୍କୁ କେବଳ ଯେ ଦୟା କରିବା ପ୍ରତି ବଦଳରେ ଶକ୍ତ ଆଘାତ ଦେଇ ଦେହ ଓ ମନକୁ କଷ୍ଟ ଦେଇ କଣ ଲାଭ ପାଇଲ, ଶୁଣେ?" 

    ବାସ ! ଏତିକି କହି ବୁଢା଼ଟି ଚାଲିଗଲା। ଏଥର ଜୀବନର ଦେହ ଓ ମନ କ୍ଷୀଣ ହୋଇଗଲା। ଅନୁତାପ ଗ୍ଳାନୀରେ ସଢି଼ବାକୁ ଲାଗିଲା। ଆଖିରୁ ଅନନ୍ତ ଲୁହ ଗଡେ଼ଇଲା। ଦୂରରୁ ଶୁଭୁଥିଲା ଶିବ ମନ୍ଦିରରେ ଘଣ୍ଟ,ଘଣ୍ଟା ଓ ମାଦଳ ଯାହା ସାରା ପରିବେଶ ଧର୍ମୀୟ ବାତ୍ତାବରଣ ଉଚ୍ଛୁଳି ଉଠୁଥିଲା।

     ଜୀବନ ସଞ୍ଜବେଳେ ମନ୍ଦିରକୁ ଗଲା। ମନ୍ଦିରରେ ତାକୁ ଭଲ ଲାଗିଲା ନାହିଁ। ଦୃଦୟ କୋଣରେ ଯେମିତି ଶକ୍ତ ଆଘାତ ଲାଗିଲା। ତାର ବିବେକ କୋରି ଖାଉଥିଲା କି ଜୀବେ ଦୟା ପ୍ରତି ବଦଳରେ ଯେଉଁ ନୀଚ୍ଚ ତଥା ଅପକର୍ମ କରିଛନ୍ତି ଅବଶ୍ଯ ଶିବ ମହାଦେବ ସମୁଚିତ ଶିକ୍ଷାଟାଏ ଦେବେ। ଜୀବନକୁ ସର୍ବଦା ସେଇ ଷଣ୍ଢ ,ବିଲେଇ ଓ କୁକୁଡା଼ ଗଞ୍ଜାର ଚିତ୍ର ଯେତିକି ଭାସି ଆସୁଥିଲା ଶିବ ମହାଦେବଙ୍କ ଚିତ୍ର ମଧ୍ଯ ଦୃଷ୍ଟି ଗୋଚର ହେଉଥିଲା। ଜୀବନ ଦଣ୍ଡେ ମନ୍ଦିରରେ ରହି ପାରିଲା ନାହିଁ ନେଇଥିବା ଭୋଗକୁ ଜଣେ ଭକ୍ତଙ୍କୁ ଅର୍ପଣ କରି ଘରକୁ ଫେରି ଆସିଲା। 

     ଜୀବନ ଖଟରେ ଗଡେ଼ଇ ହେଉ ହେଉ ନିଦ ଆସିଗଲା ତ ସ୍ବପ୍ନରେ ଶିବ ମହାଦେବ ସାମ୍ନାକୁ ଆସି ନିଜର ଦୁଃଖ ଜଣେଇ କହିଲେ,"ଜୀବନ ! ତୋର ଭକ୍ତିରେ ତିନି ତିନିଟା ରୂପରେ ଗଲି ଅଥଚ ଭୋଗ ଖାଇବା ପ୍ରତି ବଦଳରେ ଯେଉଁ ମାଡ଼ ଖାଇଲି...। 

    ଶିବ ମହାଦେବ ନିଜର କଥା କହୁଥିବା ବେଳେ ଜୀବନର ନିଦ ଭାଙ୍ଗିଗଲା। ସେ ଅନୁତାପ କରି ସେହି ଦିନଠୁ ଆଗ ସାମ୍ନାକୁ ଯିଏ ଆସୁଥିଲେ ତ ହାତରେ ଧରିଥିବା ଖାଇବା ସମର୍ପଣ କରି ନିଜେ ଖାଇ ସନ୍ତୋଷ ହେଉଥିଲେ।

     ସତରେ ! ପ୍ରତି ଜୀବଙ୍କ ହୃଦୟରେ ଈଶ୍ବର ବିରାଜିତ। ଆମକୁ ଚିହ୍ନିବା ହୋଇ ପାରେନି। ସର୍ବଦା ନିଜେ ଗର୍ବ,ଦମ୍ଭ ଓ ଅଭିମାନରେ ଚୁର ହୋଇ ଅବିବେକୀ କାମ ହାତକୁ ନେଇଥାଉ। ଆଜିର ଏ ଦିନଟି ଯଦିଓ ଜୀବନଙ୍କ ପାଇଁ ଅଭୁଲା ସ୍ମୃତି ହୋଇ ରହିଗଲା ତଥାପି ନିଜ ଜୀବନର ଦୃଷ୍ଟିକୋଣକୁ ବଦଳାଇ ଦେଲା। ଶିବ ସଭିଙ୍କ ହୃଦୟରେ ବିରାଜିତ ଜୀବନ ବୁଝିଲା ଓ ସେଇ ଦିନରୁ ହିଁ ସୁକର୍ମ କରିବାକୁ ଅଣ୍ଟା ଭିଡି଼ଲା।

  


Rate this content
Log in