The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Lipsa Acharya

Others

4.0  

Lipsa Acharya

Others

ସେଣ୍ଟପିଟର୍ସ ଚର୍ଚ୍ଚର ସନ୍ଧ୍ୟା

ସେଣ୍ଟପିଟର୍ସ ଚର୍ଚ୍ଚର ସନ୍ଧ୍ୟା

4 mins
7


ଆସନ୍ନ ସନ୍ଧ୍ୟା । ରୋମର ସେଣ୍ଟପିଟର୍ସ କ୍ଯାଥିଡ୍ରାଲ୍ ଚର୍ଚ୍ଚର ଏକ ସ୍ତମ୍ଭକୁ ଆଉଜି ସମ୍ରାଟ ବାରମ୍ବାର ନିଜ ହାତଘଡ଼ିରେ ସମୟ ଦେଖୁଥାନ୍ତି। ଖାସ୍! ଅପେକ୍ଷାକୁ ତଉଲିବା ପାଇଁ ମାପ ଯନ୍ତ୍ର ଥାନ୍ତା କି?? ଆପେକ୍ଷିକ ବ୍ୟକ୍ତିକୁ ଅପେକ୍ଷାର ଉଷ୍ମତାକୁ କହି ହୁଅନ୍ତା। ଅନ୍ୟ କୌଣସି ଦିନ ହେଇଥିଲେ ସମ୍ରାଟ କାଳଜୟୀ ଭାସ୍କର ମାଇକେଲ ଏଞ୍ଜେଲୋ କୃତିତ୍ୱ ସେଣ୍ଟପିଟର୍ସ ଚର୍ଚ୍ଚକୁ ଦେଖି ଆନନ୍ଦ ଉଠାଇ ଥାନ୍ତେ। ପୂର୍ବଥର ପରି ଏହିଥର ବି ଇଚ୍ଛାଟା ଭାବନାରେ ଜନ୍ମହୋଇ ମରିଯିବ ଲାଗୁଛି। ଲୁଇଙ୍କ କଣ ସମୟ ଜ୍ଞାନ ଟିକିଏ ନାହିଁ? ଲୁଇ ଓ ଏଲିଜା ଏହି ଭାଇଭଉଣୀ ଦୁଇଜଣଙ୍କ ସମୟାନୁବର୍ତ୍ତିତା ଠିକ୍ ଭାରତର ରେଳ ପରି।  

    ପାଞ୍ଚବର୍ଷ ପୂର୍ବେ ସମ୍ରାଟ ଯେତେବେଳେ ଏଲିଜାଙ୍କୁ ପ୍ରଥମଥର ଦେଖା କରିବାକୁ ଆସିଥିଲେ, ଭାଇ ଭଉଣୀ ଦୁଇଜଣ ତାଙ୍କୁ ଏମିତି ଅପେକ୍ଷା କରାଇଥିଲେ। ଅବଶ୍ୟ ସେ ଅପେକ୍ଷା ଆଜି ପରି ବିରକ୍ତି ଜନକ ନ ଥିଲା। ଏକ ଉତ୍ସାହ ଥିଲା। ଏଲିଜାଙ୍କୁ ସାକ୍ଷାତ କରିବା ସକାଶେ। ଏଲିଜା ସମ୍ରାଟଙ୍କ ଫେସବୁକ ବାନ୍ଧବୀ। ସତରେ ଆଜିର ଇଣ୍ଟରନେଟ ଦୁନିଆ ଅଜଣା ଲୋକଙ୍କୁ ନିଜର ଆଉ ନିଜର ଲୋକଙ୍କୁ ଅଜଣା କରି ଦିଏ। ଏଲିଜାଙ୍କ ସବୁଠାରୁ ଭଲଗୁଣ ହେଲା;" ନୂତନ ବିଷୟବସ୍ତୁକୁ ଶିଖିବାର ଆଗ୍ରହ। " ଏହି ନିଦ୍ଧିଷ୍ଟ ଗୁଣଟି ସମ୍ରାଟକୁ ଅଧିକ ଭଲ ଲାଗେ। ଫେସବୁକର ମେସେଜ୍ ଚାର୍ଟ ଧିରେ ଧିରେ ଫୋନ ମୁହାଁ ହେଲା। ଏହା କୌଣସି ପ୍ରେମ ଗାଲୁ ଗଳ୍ପ ନ ଥିଲା। ଭାରତୀୟ ସନାତନ ଧର୍ମ ଓ ତାର ଇତିହାସ ବିସ୍ତୁତ ଆଲୋଚନା ଗୋଟିଏ ରୀତିମତ ଚାଲୁଥିଲା। ଏଲିଜାଙ୍କୁ ବୁଝେଇବାକୁ ଯାଇ ସମ୍ରାଟ ଅନେକ ପୋଥି ପୁରାଣ ପଢିଥିଲେ। ସେସମୟରେ ଭାବୁଥାନ୍ତି ଏଲିଜା ଭାରତୀୟ ଦର୍ଶନ ଶାସ୍ତ୍ର ଜାଣି କରିବେ କଣ?? ତାଙ୍କର ବା କେଉଁ କାମରେ ଆସିବ ଏସବୁ?? ଯାହା ଦର୍ଶନ ଶାସ୍ତ୍ରର ଛାତ୍ରୀ ହିସାବରେ ଜାଣିବାର ଆଗ୍ରହ। ଏଲିଜା ଭାରତୀୟ ନୀତିଶାସ୍ତ୍ରକୁ ନିଜ ଜୀବନରେ ସୁନ୍ଦର ପ୍ରତିଫଳ ବି କରିଛନ୍ତି। ଆଜି ତାଙ୍କୁ ଦେଖିଲେ ମନେ ହୁଏ ନାହିଁ; ସେ ଜଣେ ଭାରତୀୟ ସୁଗୃହିଣୀ ନୁହେଁ ବରଂ ଜଣେ ବିଦେଶୀନି।  

    ଅବଶ୍ୟ ସମ୍ରାଟ ଚାହଁଲେ ଲୁଇଙ୍କ ଘରକୁ ଯାଇ ତାଙ୍କ ସହିତ ସାକ୍ଷାତ କରି ପାରିବେ। ମାତ୍ର ଲୁଇ ତାଗିଦ୍ କରି କହିଛନ୍ତି ;" ସେ ଯେପରି ତାଙ୍କର ଘରକୁ ନ ଯାଆନ୍ତି! "। ସେଥିପାଇଁ ଠିକଣା ଜାଣିବି ଅବାଧ୍ଯ ଶିଶୁ ପରି ଅପେକ୍ଷା କରି ରହିଛନ୍ତି ସେଣ୍ଟପିଟର୍ସ ଚର୍ଚ୍ଚ ପ୍ରାଙ୍ଗଣରେ। ଆଉ ଅତୀତର ସ୍ମୃତି ସବୁ ରୋମ ମନ୍ଥନ କରୁଛନ୍ତି। 

   " ତୁମ ଜୀବନର ଗୋଟିଏ ଦିନ ମୋତେ ଦେଇ ପାରିବ ନାହିଁ ସମ୍ରାଟ। " କିଛି ଏପରି ଅଭିନବ ଯୁକ୍ତି ନେଇ ଏଲିଜା ନିମନ୍ତ୍ରଣ କରିଥିଲା ତା' ଦେଶକୁ। ନ ହେଲେ ସମ୍ରାଟ କିଏ ଆଉ ଏ ରୋମ ସହର କିଏ! ଖ୍ରୀଷ୍ଟିୟାନ ଧର୍ମର ପ୍ରଥମ ପ୍ରସାର ଓ ୟୁରୋପୀୟ ଗଣତନ୍ତ୍ରର ଜନ୍ମ ସ୍ଥାନ ରୋମ। ଏକ ଐତିହାସିକ ସହରକୁ ଦେଖିବା ଓ ଏଲିଜାଙ୍କୁ ସାକ୍ଷାତ ଲୋଭରେ ସମ୍ରାଟ ସୁଦୂର ଭାରତରୁ ଦୌଡ଼ି ଆସିଥିଲେ ଏଠାକୁ। ଆଜି ପରି ସେଦିନ ଚର୍ଚ୍ଚ ଭିତରକୁ ନ ଯାଇ ବାହାରେ ଅପେକ୍ଷା କରିଥିଲେ। ସମ୍ରାଟ ଖ୍ରୀଷ୍ଟିୟାନ ଧର୍ମର ନୁହଁନ୍ତି। ଖ୍ରୀଷ୍ଟ ଧର୍ମର ପ୍ରଥମ ପୂଜକଙ୍କ ନାମରେ ତିଆରି ଏହି ଚର୍ଚ୍ଚ ଏକ ତୀର୍ଥସ୍ଥଳୀ ଅଟେ। ଜୀବନରେ ଏଠାକୁ ଥରେ ଆସିବା ବଡ ସୌଭାଗ୍ୟର କଥା। ଏଲିଜା ସେ ଦିନ ବଡଭାଇ ଲୁଇଙ୍କୁ ସାଙ୍ଗରେ ଥରି ତାଙ୍କୁ ଦେଖା କରିବାକୁ ଆସିଥିଲେ। ନାରୀ ସବୁବେଳେ ସୁରକ୍ଷା ଚାହେଁ। ଏଲିଜା ଲୁଇଙ୍କୁ କେବଳ ସମ୍ରାଟ ବିଷୟରେ ନୁହେଁ ସେ ଆଲୋଚନା କରିଥିବା ଦର୍ଶନ ଶାସ୍ତ୍ର ବି କହିଛନ୍ତି। ମାତ୍ର ଲୁଇ ଦର୍ଶନ ନୁହେଁ ବିଜ୍ଞାନର ଛାତ୍ର। 

    କଥା ଛଳରେ ଲୁଇ ଏକ ଅସମ୍ଭବ ପ୍ରସ୍ତାବଟିଏ ରଖିଲେ ସମ୍ରାଟ ଆଗରେ। ଯଦି ଆପତ୍ତି ନ ଥାଏ ତୁମେ ବର୍ତ୍ତମାନ ଏହି ଚର୍ଚ୍ଚରେ ଏଲିଜାକୁ ବିବାହ କର। କିଛି ସମୟ ପାଇଁ ସ୍ତବ୍ଧ ହେଇଗଲେ ସମ୍ରାଟ। ଏଲିଜା ତାଙ୍କୁ ଜୀବନର ଗୋଟିଏ ଦିନ ମାଗିଥିଲେ,ଲୁଇ ଜୀବନର ସବୁଦିନ ଏଲିଜା ନାମରେ କରିବାକୁ କହୁଛନ୍ତି। ଲୁଇ ସମ୍ରାଟ ଆଗରେ କହି ଚାଲିଲେ ;" କିପରି ତାଙ୍କ ବାପା ଘର ଲୋକଙ୍କ ଅଜାଣତରେ ଉଧାର ଆଣିଥିଲେ। ବାପାଙ୍କ ପରଲୋକ ଗମନ ପରେ ବ୍ୟକ୍ତି ଜଣଙ୍କ ଲୁଇଙ୍କୁ ଉଧାର ଫେରାଇ ବାକୁ କହୁଛନ୍ତି। ନ ହେଲେ ତାଙ୍କ ମଦ୍ୟପ ପୁଅକୁ ଏଲିଜାକୁ ବିବାହ କରିବାକୁ ପଡିବ। "

ଲୁଇ ତୁମେ ମୋତେ ଆଗରୁ କେବେ ଦେଖିନ? ମୋ ବିଷୟରେ କିଛି ଜାଣିନ। ଏକ ଅଜଣା ଲୋକଙ୍କୁ ତୁମ ଭଉଣୀକୁ ବିବାହ କରିବାକୁ କହୁଛ। 

ସମ୍ରାଟ! ମୁଁ ଆଜି ତୁମ ସହିତ ସାକ୍ଷାତ କଲି। ଏଲିଜା ଠାରୁ ତୁମ ବିଷୟରେ ଅନେକ କିଛି ଶୁଣିଛି। ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର। ଆଇନ୍ ଅନୁସାରେ ତୁମେ ଏଲିଜାକୁ ବିବାହ କରି ପାରିବ। ସନାତନ ଧର୍ମରେ ବିବାହ ଗୋଟିଏ ପବିତ୍ର ବନ୍ଧନ। ଥରେ ଏଲିଜାକୁ ବିବାହ କଲେ ତୁମେ ସାରା ଜୀବନ ତାହା ସହିତ ରହିବ। ତାକୁ କେବେ କଷ୍ଟ ଦବନି। ଏ ବିଶ୍ବାସ ମୋର ଅଛି।  

   କଥା ଗୁଡ଼ିକ ଛୁଞ୍ଚି ପୋଡିଲା ପରି ଲାଗୁଥାଏ ସମ୍ରାଟ କୁ। ଧର୍ମ ନିରପେକ୍ଷ ରାଷ୍ଟ୍ରରେ ଅନ୍ୟ ଧର୍ମରେ ବିବାହ କଲେ ପ୍ରାଣ ବି ଦେବାକୁ ପଡେ। କାହା କଥା ପଛରେ ଥାଉ। ତାଙ୍କର ନିଜ ମା' ଏଲିଜାକୁ ଗ୍ରହଣ କରିବେ ନାହିଁ। ଏହି ସବୁକଥା କହି ଭାରତ ବିଶ୍ବାସୀ ବିଦେଶୀ ମନେ ଭାରତୀୟ ଛବିକୁ ଖରାପ କରିବାକୁ ଚାହୁଁ ନଥିଲା ସମ୍ରାଟ। ଶେଷରେ ରାଜି ହେଇ ସେଣ୍ଟପିଟର୍ସ ଚର୍ଚ୍ଚରେ ବିବାହ କଲେ। ମାତ୍ର ଚର୍ଚ୍ଚ ଟିକୁ ଆଜି ଯାଏଁ ସପୂର୍ଣ୍ଣ ଦେଖି ନାହାଁନ୍ତି। ଏଲିଜାଙ୍କ ବ୍ୟକ୍ତିତ୍ବରେ ପ୍ରଭାବିତ ହେଇ ସମ୍ରାଟଙ୍କ ବାପାମାଆ ତାଙ୍କୁ ଗ୍ରହଣ କରି ନେଲେ।  

  ଶୀତିଳ ହସ୍ତ ସ୍ପର୍ଶରେ ଚମକି ପଡିଲେ ସମ୍ରାଟ। ପଛକୁ ବୁଲି ଦେଖିଲେ ଲୁଇ। ହସ ହସ ମୁହଁ ଦେଖି ତାଙ୍କର ରାଗ କେଉଁଠି ଉଭେଇଗଲା। ଲୁଇ ଗୋଟିଏ ଉପହାର ବାକ୍ସ ବଡାଈ ଦେଲେ ସମ୍ରାଟ ହାତକୁ। ଏଇଟା ଏଲିଜାକୁ ଦେଇଦବ। ଏଇଟା ତାର ରାକ୍ଷୀ ଉପହାର।  

ଆରେ, ଭାଇ ସେ ରାକ୍ଷୀ ପର୍ବ ଦୁଇମାସ ତଳୁ ଚାଲିଗଲାଣି। ଏଇଥିପାଇଁ ଜରୁରୀ କହି ଡାକିଥିଲ।  

ମୁଁ ଜାଣି ନ ଥିଲି ଉପହାର ଦେବାକୁ ପଡେ ବୋଲି। ଦୁଇ ଦିନ ତଳେ ଗୋଟିଏ ସିନେମା ଦେଖି ଜାଣିଲି।  

କଣ ଅଛି ଏଥିରେ??  

ଏଲିଜାଙ୍କ ପିଲାଦିନ ଚିତ୍ର ଖାତା, ପୋଷାକ, ଖେଳନା। ଭାବିଥିଲି ଦିନେ ଏସବୁ ତା' ଜନ୍ମଦିନରେ ଉପହାର ଦେବି। ରାକ୍ଷୀ ପାଉଣା ରୂପରେ ଦେଲେ ଠିକ୍ ହବ କହି ଦଉଛି। ପ୍ରଥମେ ପାର୍ସଲ୍ କରିବି ବୋଲି ଭାବିଲି ହେଲେ.. ତୁମକୁ ସାକ୍ଷାତ କରିବା ଆଶାରେ ଡାକିଲି.. 

ଲୁଇ ତୁମେ ନିଜେ ଭାରତ ଆସି ଦେଇଥିଲେ ଏଲିଜା ବହୁତ ଖୁସି ହେଇଥାନ୍ତା

   ସେଣ୍ଟପିଟର୍ସ ଚର୍ଚ୍ଚର ଉପରି ଭାଗରେ ସୂର୍ଯ୍ୟ ନିଜର ଅନ୍ତିମ ଆଭା ପ୍ରଦର୍ଶନ କରୁଥାନ୍ତି। 



Rate this content
Log in