The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

JAMINEE JYOTI JENA

Others

3  

JAMINEE JYOTI JENA

Others

ସେ ଦିନ ର ସକାଳ

ସେ ଦିନ ର ସକାଳ

2 mins
189


ସବୁଦିନ ପରି ସେଦିନ ବି ସକାଳ ହେଇଥିଲା | ସବୁଦିନ ପରି ମୁଁ ସମସ୍ତଙ୍କ ଶେଷରେ ହିଁ ଉଠିଥିଲି | ସବୁଦିନ ଭଳି ସେ ଦିନ କାହିଁକି ନଥିଲା ......

ଏ କଣ? ଆଜି ବାବା ଲେଟ ଉଠିଲେ ଗାଳି ଦେଲେନି ଯେ;


ମାମା କହିଲାନି ଯେ;. "କେଜାଣି କଣ କରିବ ସେ ଶାଶୂଘରେ ଏତେ ବେଳକୁ ଉଠୁଛି ନା ଗାଁ ସବୁ ତଳେ ପଳେଇବ ଅଳସୁଆମୀ ଗଲାନି ଏଯାଏଁ "କାହିଁକି ?


 ଆଜି ର ସକାଳ ଏତେ ଅଲଗା. ସମସ୍ତଙ୍କ ମୁହଁରେ ଖୁସିର ଲହରୀ ହେଲେ ସେ ଖୁସିର ଉହାଡ଼ରେ । ସେ ଦୁଃଖ କେବଳ ମତେ ହିଁ କାହିଁକି ଦେଖା ଯାଉଛି । ନା ସମସ୍ତେ ମୋ ଆଗରେ ନାଟକ କରୁଛନ୍ତି । ମୋରି ଭଳି ସବୁ ଜାଣିଶୁଣି ନା ନା ଯେ ଯାହା କରୁ ମୁଁ କୁଆଡେ ଯିବିନି । ଏଇଠି ରହିବି... କଣ ଭାବିଛନ୍ତି କି ସବୁ "ମାମା ର ବାହାଘର "ବୋଲି ବ୍ୟାନର ବନେଇ ଦେଲ ବୋଲି ମୁଁ ବାହା ହେଇଯିବି ନା କଣ... ଜମା ନାଇଁ.. ନା.. ନା... ନା.... ସତେ ଯେମିତି ଲୁହ ଲୁଚେଇ ବି ଲୁଚେଇ ପାରିଲିନି ଭାବି ଭାବି କି ଯେ ଆଜି ସତରେ ମୋ ବାହାଘର !

କିଛି ସମୟ ପରେ ଡାକରା ଆସିଗଲା ଶଙ୍ଖାରି ଆସିଲାଣି ଚୁଡି ପିନ୍ଧେଇବାକୁ | ସତେ ଯେମିତି ଛାତି ତଳର କୋହ ବାହାରକୁ ଆସିବାକୁ ଉତ୍ପାତ କରୁଛନ୍ତି | ନା ମତେ ସମ୍ଭାଳିବାକୁ ହବ କାରଣ ସେ କୋହ ଥରେ ଉପରକୁ ଆସିଗଲେ ହୁଏତ ତାକୁ ଆୟତ୍ତ କରିବା ମୋ ପକ୍ଷେ କଷ୍ଟକର ହେଇପଡିବ |


ଲାଲ ଶାଢ଼ୀ ପିନ୍ଧି ସଜା ହେଇଗଲି ଆଇ ଘରକୁ ଯିବାକୁ ଏଇ ଦୁଇ ପାଦର ରାସ୍ତା ପହଁଚିଯାଇଥିଲି ମୁଁ ଆଈ ଘରେ ହେଲେ ମୋ ହୃଦୟର କମ୍ପନ ଏତେ ଦ୍ରୁତ ହବାର କାରଣ କଣ? ଆଜିର ସକାଳ କାହିଁକି କଷ୍ଟ ଦଉଚି ମତେ... କଣ ତାର ଉଦେଶ୍ୟ...ବସ ଆଉ ଆୟତ୍ତ ରେ ନଥିଲା ମୋ ଆଖି ସମୁଦ୍ରର ଢେଉ ଠାରୁ ବି ଅଧିକ ଦ୍ରୁତ ଥିଲା ମୋ ଆଖିର ଲୁହ..॥ 


ନିଶ୍ୱାସର କଣ କଣରେ ପିଲାଦିନ ଠାରୁ ଆରମ୍ବ କରି ଆଜି ଦିନର ଛବି ଆଙ୍କି ହେଇଯାଉଥିଲା ହଠାତ ଆଈ କାନ୍ଦି ଉଠିଲା.. ବାହୁନି ବାହୁନି... ସରିଗଲା ସବୁ ଆଜି ଠୁ ପିଲାଦିନ । 


ଏମିତି ବହୁତ କିଛି..ଚୁଡି ପିନ୍ଧା ସରିଯାଇଥିଲା ମୋର ଅଳଙ୍କାର ଆଉ ଚୁଡ଼ିରେ ଦେଖିବା ପାଇଁ ମତେ ବାବା ମାମା ଆଉ କାହା ଘରକୁ ପଠେଇଦେବେ । କେମିତିକା ନିୟମ ୟେ...ଦେଖି ପାରୁନଥିଲି ଆଖି ଉଠେଇ ମାମାକୁ ଉଠି ଛିଡା ହେବ| ପାଇଁ ସାହସ ନଥିଲା ମୋର ଆଖିର ଲୁହକୁ ସତ ଚେଷ୍ଟାକରି ବି ଅଟକାଇ ପାରିନଥିଲି ।


ଆଉ ମୋ ମାମା ର ବାହୁନାର କଷ୍ଟକୁ ସହିବାର ତାକତ ନଥିଲା ମୋ ପାଖରେ ବାକି ଥିଲା କେବଳ ବାହାଘର ପାଟ ପିନ୍ଧିବାର କିଛି ସମୟ ପରେ ସବୁ କିଛି କ୍ଷୀଣ ହେଇ ଆସିଲା କବାଟ ବାଡ଼େଇବାର ଶବ୍ଦ ଶୁଣାଗଲା ବୋଧେ ଉଠି ପଡିଲି ନିଜେ କବାଟ ଖୋଲିବା ଲାଗି......... ତାପରେ....ବାବା... ବସ ଏତିକି ହିଁ ନା ମୋର ସାହସ ଥିଲା ତାଙ୍କ ସାମ୍ନା କରିବାର ନା କିଛି ଶବ୍ଦ । ପାରିଲେନି ସେ ମତେ ଶାଢ଼ୀ ଚୁଡିରେ ଦେଖି..ସେ ସକାଳର ସେ ଲୁହରେ ଏତେ ମାତ୍ରରେ କଷ୍ଟ ଭରା ଥିଲା ।


 ମନେ ହେଉଥୁଲା କି କଣ ସବୁ ଲୁହର ବର୍ଷା ଆମ ଘରେ ହେଇଯିବ । କାହିଁକି ଏ ନୀତି ନିୟମ ଗଢ଼ିଛନ୍ତି ସେ ସୃଷ୍ଟିକର୍ତ୍ତା ବାବାଙ୍କ ଓଠରେ ଭାଷା ନଥିଲା ସେ କଣ ସତରେ ଏତେ କଷ୍ଟ ପାଉଥିଲେ ମତେ ବିଦା କରି.. ତାହେଲେ କାହିଁକି ସେ ଏତେ ସାଜସଜ୍ଜା କରିଥିଲେ ବାହାଘର ପାଇଁ କାହିଁକି ତାଙ୍କ ଆଖିରୁ ଲୁହ ରୋକୁନଥିଲା? କାହଁକି ମୁଁ ତାଙ୍କ ସହ ଘରେ ଜୀବନ ସାରା ରହିପାରିବିନି କାହିଁକି? 


ହଜାର ହଜାର ପ୍ରଶ୍ନ ସବୁ ଝିଅଙ୍କ ଭଳି ମୋ ମନରେ ମଧ୍ୟ ଥିଲା | ବାସ ଉତ୍ତରର ଆଶା ନଥିଲା ଜାଣିଥିଲି ଏହାର ଉତ୍ତର କେବଳ ଗୋଟିଏ "ଝିଅ ଜନ୍ମ ପରା ପର ଘରକୁ " ଆଖିର ଲୁହ ପୋଛି ସବୁ ଝିଅ ଭଳି ବାହାଘର ପାଇଁ ନିଜକୁ ପ୍ରସ୍ତୁତ କରିସାରିଥିଲି | ଆଉ ସେ ସକାଳ ବୋଧେ ମୋ ରାଜକୁମାରୀ ଜୀବନର ଶେଷ ସକାଳ ଥିଲା...ବିବାହର ବନ୍ଧନରେ ବାନ୍ଧି ହବାର ସମୟ ଆସିଯାଇଥିଲା । ସେପଟେ ଶଙ୍ଖ ମହୁରୀ ବାଜି ଉଠୁଥିଲା ।  



Rate this content
Log in