Kanan Bala Nayak

Others

3  

Kanan Bala Nayak

Others

ସ୍ବାଦ

ସ୍ବାଦ

3 mins
12.1K



    ମମ୍ମି ତୁମେ ସବୁଦିନ ଆମକୁ ଏମିତି ଟେଷ୍ଟି ଖାଇବା ବନାଇ ଦିଅନ୍ତ ନି। ତୁମ ହାତ ତିଆରି ଖାଇବା ରେ ଯେଉଁ ଟେଷ୍ଟ ଅଛି,ସେ ସ୍ବାଦ ଅନି ଆଣ୍ଟି ଙ୍କ ତିଆରି ଖାଇବା ରେ କାହିଁ? ତୁମ ହାତ ତିଆରି ଖାଦ୍ୟ ପୁରା ହୋଟେଲ୍ ଖାଦ୍ୟ ଭଳି ଲାଗୁଛି। ତୁମେ ହାତ ରେ ତ ଯାଦୁ ଅଛି। ତୁମେ ନିଜେ ରୋଷେଇ ନକରି ଅନି ଆଣ୍ଟି ଙ୍କୁ ରୋଷେଇ କରିବା ପାଇଁ କାହିଁକି କହୁଛ କହିଲ?ସେ ଯେଉଁ ଖାଦ୍ୟ ତିଆରି କରନ୍ତି କେଉଁ ଟା ଲୁଣିଆ ତ କେଉଁଟା ଅଲଣା। ଆମେ ଖାଲି ବାଧ୍ୟ ହୋଇ ପେଟ ପୁରାଉଛୁ ଯାହା।


   ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ପୁଅ ଆୟୁଷ ର କଥା ଶୁଣି ଅନନ୍ଯା କହିଲେ କଣ କରିବି କହ? ମୋର କଣ ଇଚ୍ଛା ହୁଏନି ତୁମ ମାନଙ୍କ ପାଇଁ ନିଜ ହାତରେ ରୋଷେଇ କରିବା ପାଇଁ। ହେଲେ କଲେଜ କାମ ଓ ଅନ୍ୟାନ୍ୟ ବାହାର କାମରୁ ଫୁରୁସତ୍ ମିଳିଲେ ତ?ଅନନ୍ୟା ଜଣେ ଅଧ୍ୟାପିକା। ଗୋଟେ ସରକାରୀ କଲେଜ ରେ ଅଧ୍ୟାପନା କରନ୍ତି। ତାଙ୍କ ସ୍ବାମୀ ବାଙ୍ଗାଲୋରରେ ସଫ୍ଟଓୟାର ଇଞ୍ଜିନିୟର ଅଛନ୍ତି। କମ୍ପାନୀ ଚାକିରୀ। ଛୁଟି ବହୁତ କମ୍। ବର୍ଷ ରେ ଥରେ କିମ୍ବା ଦୁଇଥର ଜମା ଘରକୁ ଆସିପାରନ୍ତି। ତେଣୁ ପରିବାର ର ସମସ୍ତ ଦାୟିତ୍ବ ଅନନ୍ୟା ଙ୍କ ଉପରେ। 


   ଶାଶୁ, ଶ୍ବଶୁର, ଗୋଟେ ଝିଅ ଓ ଗୋଟିଏ ପୁଅ କୁ ନେଇ ତାଙ୍କ ପରିବାର। ଶାଶୁ ଶ୍ୱଶୁର ବୃଦ୍ଧ ହେଲେଣି। ତାଙ୍କର ସମସ୍ତ କଥା ଅନନ୍ୟା ନିଜେ‌ ବୁଝନ୍ତି।ଘର,ବାହାର‌,ପିଲା ଙ୍କ ପାଠ ପଢ଼ା ଓ କଲେଜରେ ‌ପିଲା ଙ୍କୁ ପଢ଼ାଇବା ପାଇଁ ବିଭିନ୍ନ ପ୍ରକାର ପ୍ରେଜେଣ୍ଟେସନ୍ ତିଆରି କରିବା ରେ ତାଙ୍କର ସବୁ ସମୟ ଯାଏ। ତେଣୁ ତାଙ୍କୁ ଘର କାମ ତଥା ରୋଷେଇ ‌କାମରେ ସାହାଯ୍ୟ କରିବା ପାଇଁ ସେ ଜଣେ ଘରୋଇ ସହାୟିକା ରଖିଛନ୍ତି ଅନି।ଅନି, ଅନନ୍ୟା ଙ୍କ ସହ ଅନ୍ୟ ଚାରି ପାଞ୍ଚ ଘରେ ମଧ୍ୟ କାମ କରେ।ସବୁବେଳେ ଖାଲି ତରତର। 


  କେମିତି ଶୀଘ୍ର କାମ ସାରି ଅନ୍ୟ ଜଣଙ୍କ ଘର କୁ ଯିବ। ଶୀଘ୍ର ରୋଷେଇ ଶେଷ କରିବା ପାଇଁ ସେ କେଉଁ ଦିନ ତରକାରୀ ରେ ବେଶୀ ଲୁଣ ପକାଇ ଦିଏ ତ କେଉଁଦିନ ଅଲଣା। କେଉଁ ଦିନ ବେଶୀ ରାଗ ତ କେଉଁ ଦିନ କଞ୍ଚା ମସଲା। ତେଣୁ ଅନନ୍ୟା ସବୁ ଦିନ କଲେଜ ରୁ ଫେରିବା ପରେ ତାଙ୍କ ପୁଅ ଝିଅଙ୍କର ଅଭିଯୋଗ।ମାମା ତୁମେ ଅନି ଆଣ୍ଟି ଙ୍କୁ ବଦଳାଇ ଦିଅ।ସେ ଜମାରୁ ଭଲ ଖାଇବା ବନାଉ ନାହାଁନ୍ତି। ଅନନ୍ୟା ମଧ୍ୟ ଅନେକ ଥର ଚେଷ୍ଟା କରିଛନ୍ତି ଅନି କୁ ବଦଳାଇ ଦେବାପାଇଁ। ହେଲେ ଆଜି କାଲି ଲୋକ ମିଳିବାରେ ଯେଉଁ ସମସ୍ୟା। ଭଲ ଲୋକଟେ ମିଳିଲେ ତ?


    ଏଇ କିଛି ଦିନ ହେଲା ଅନନ୍ୟା ଙ୍କ ଦୁଇ ପିଲା ଭାରି ଖୁସି‌ ଅଛନ୍ତି। କାରଣ ଲକ୍ ଡାଉନ୍ ଯୋଗୁଁ ଅନନ୍ୟା ଙ୍କ କଲେଜ୍ ଏଥର ଗ୍ରୀଷ୍ମ ଅବକାଶ ର ବହୁତ ପୂର୍ବରୁ ବନ୍ଦ ହୋଇଯାଇଛି। ତେଣୁ ସେ ପ୍ରତ୍ୟେକ ଦିନ ନିଜ ସମସ୍ତ ଙ୍କ ପାଇଁ କିଛି ନା କିଛି ନୂଆ ଖାଦ୍ୟ ତିଆରି କରୁଛନ୍ତି। ସେଥିପାଇଁ ପିଲା ଙ୍କ ମନ ଭାରୀ ଖୁସି। ତେଣୁ ସେମାନେ ଅନନ୍ୟା ଙ୍କୁ ସବୁବେଳେ ଲଗାଇଛନ୍ତି ମାମା ତୁମେ ଏଥର ନିଜେ ରୋଷେଇ କର,ନ ହେଲେ କେଉଁ ମସଲା ପକାଇ ତୁମେ ତରକାରୀ କୁ ସ୍ବାଦିଷ୍ଟ ବନାଉଛ ତାହା ଅନି ଆଣ୍ଟି ଙ୍କୁ ବତାଇ ଦିଅ। 


   ସେମାନଙ୍କ ର ଏଇ କଥା ଦିନେ ଅନନ୍ୟା ଙ୍କ ଶ୍ବଶୁରଙ୍କ କାନରେ ପଡ଼ିଲା।ସେ ପିଲା ଦୁଇଜଣଙ୍କୁ ଡାକି କହିଲେ ବୁଝିଲ ପିଲେ ତୁମ ମମ୍ମି ତରକାରୀ ରେ ଯେଉଁ ମସଲା ପକାଉଛି ଅନି ଆଣ୍ଟି ମଧ୍ୟ ତରକାରୀ ରେ ଠିକ୍ ସେଇ ମସଲା ପକାଉଛି। ହେଲେ ଦୁଇଜଣଙ୍କ ତରକାରୀର ସ୍ବାଦ ଅଲଗା କାହିଁକି ହେଉଛି କହିଲ? ପିଲା ଦୁଇ ଜଣ ଜେଜେ ଙ୍କ ମୁହଁ କୁ ଅନାଇ ଏକସ୍ବର ରେ କହି ଉଠିଲେ କାହିଁକି? ଜେଜେ କହିଲେ ଅନି ଆଣ୍ଟି ଟଙ୍କା ପାଇଁ ଆମ ଘରେ ରୋଷେଇ କରୁଛି।ଆଉ ତୁମ ମମ୍ମି ତା ପରିବାର ଲୋକଙ୍କ ପାଇଁ ରୋଷେଇ କରୁଛି। ଦୁଇଜଣଙ୍କ ରୋଷେଇରେ କେବଳ ଏତିକି ପାର୍ଥକ୍ୟ।


   ତୋ ମମ୍ମି ତିଆରି କରୁଥିବା ଖାଦ୍ୟ ରେ ତା ସ୍ନେହ ମମତା ର ମସଲା ମିଶି ତିଆରି ହେଉଛି।ଯାହା ଅନି ଆଣ୍ଟି ର ଖାଦ୍ୟ ରେ ନାହିଁ। କୌଣସି ମସଲା ନୁହଁ ତୋ ମମ୍ମି ର ସ୍ନେହ ମମତା ହିଁ ତା ଖାଦ୍ୟ କୁ ଅନି ଆଣ୍ଟି ର ଖାଦ୍ୟ ଠାରୁ ସ୍ବାଦିଷ୍ଟ କରୁଛି। ଏଥର ବୁଝିଲ ସ୍ବାଦ କେଉଁଥିରେ ଥାଏ?ପିଲା ଦୁଇ ଜଣ କହି ଉଠିଲେ "ହଁ "ସ୍ବାଦ ମସଲା ରେ ନଥାଏ ଥାଏ ସ୍ନେହ ମମତା ରେ।


Rate this content
Log in