STORYMIRROR

Namita Pal

Others

3  

Namita Pal

Others

ସୌଭାଗ୍ଯବତୀ

ସୌଭାଗ୍ଯବତୀ

3 mins
207


ଦାମ ଓ ଜହ୍ନ ଆଜିକୁ ଠିକ୍ ଏକ ବର୍ଷ ଆଗରୁ ଗୋଟିଏ ସୂତ୍ରରେ ବାନ୍ଧି ହୋଇଥିଲେ। ବୋହୁ ବେଶ ସାଜି ମୁଣ୍ଡରେ ସିନ୍ଦୁର, ହାତରେ ଶଙ୍ଖା ଆଉ ପାଦରେ ଅଳତା ନାଇ ଆଜିର ଦିନରେ ଜହ୍ନ ଦାମର ହାତ ଧରି ତା ଘରକୁ ଆସିଥିଲା। ସବୁ ନବ ବଧୂ ପରି ତା ଆଖିରେ ବି ଥିଲା ସୁଖ ଓ ସ୍ନେହ ସୋହାଗରେ ପରିପୂର୍ଣ୍ଣ ଏକ ସୁନ୍ଦର ସଂସାରର ସ୍ବପ୍ନ। ଦାମ ବି ଖୁବ୍ ସ୍ନେହ କରେ ଜହ୍ନକୁ। ବିବାହର ଚଉଠି ରାତିରେ ଦୁହେଁ ଦୁହିଁଙ୍କୁ ସାରା ଜୀବନ ସ୍ନେହ ଓ ପ୍ରେମର ଡୋରିରେ ବାନ୍ଧି ରଖିବାର ପ୍ରତିଶୃତି ଦେଇଥିଲେ। ଦାମର ଜହ୍ନକୁ ଛାଡିଦେଲେ ଆଗକୁ ପଛକୁ କେହି ନାହାନ୍ତି। ବାପା, ମା କେବେଠୁ ଆର ପାରିକୁ ଗଲେଣି। ସମ୍ପର୍କରେ ଜଣେ ଦଦେଇଙ୍କ ପାଖରେ ରହି ବଡ଼ ହୋଇଛି। ଅଷ୍ଟମ ଯାଏଁ ପାଠ ପଢ଼ିଛି। ଆଗକୁ ଇଚ୍ଛା ଥିଲେ ବି ଆଉ ପଢ଼ି ପାରିଲାନି। ଦଦେଇଙ୍କର ଅବସ୍ଥା ସେତେ ସ୍ବଚ୍ଛଳ ନୁହେଁ। ତାଙ୍କର ବି ପୁଅ,ଝିଅ କରି ତିନଟି। କେତେ ଦିନ ଆଉ ସେମାନଙ୍କ ଉପରେ ବୋଝ ହୋଇ ରହିବ। ସେଥିପାଇଁ ବାହାଘର ପରେ କିଛି ରୋଜଗାର ଆଶାରେ ଦୁହେଁ ପାଖ ସହରକୁ ପଳେଇ ଆସିଲେ। କିନ୍ତୁ ଚାକିରୀ କ'ଣ ଗଛରେ ଫଳିଛି ଯେ ତୋଳି ଆଣିବ। କେତେ ପାଠ ପଢ଼ୁଆ ବେକାର ହୋଇ ବୁଲୁଛନ୍ତି ତାକୁ କିଏ ପଚାରେ। ଯା ହେଉ ବହୁତ ଚେଷ୍ଟା ପରେ ସେଇ ସହରରେ ଥିବା ତାଙ୍କ ଗାଁର ଜଣେ ପିଲା ତାକୁ ଗୋଟିଏ ଛୋଟ କାରଖାନାରେ ଚୌକିଦାର ପଦରେ ରଖେଇ ଦେଲା। ତା ପୁଣି ସେଠାକାର ପିଅନକୁ କିଛି ପଇସା ଲାଞ୍ଚ ଦେଲାରୁ। ଚାକିରୀ ପାଇ ବହୁତ ଖୁସୀ ହୋଇଗଲା ଦାମ। ଜହ୍ନ ବି ଶୁଣି ବହୁତ ଖୁସୀ ହେଲା।ମାସକୁ ଦରମା ଦୁଇହଜାର। ପାଆଁସ ଟଙ୍କା ଘର ଭଡା ବାବଦକୁ ଗଲାପରେ ଆହୁରି ଦେଢ଼ହଜାର ବଞ୍ଚି ଯିବ। ଜହ୍ନ ବି ପାଖରେ ଜଣେ ବାବୁଘରେ କାମ କରି ମାସକୁ ପାଅଁଶ ଟଙ୍କା ଆଣୁଥିଲା। ଦୁହେଁ ମିଶି ଏକ ସୁନେଲି ଭବିଷ୍ଯତର ସ୍ବପ୍ନ ଦେଖିବାକୁ ଲାଗିଲେ। ଦାମ କାମ କରୁଥିବା କାରଖାନାଟି ସେ ରହୁଥିବା ସହରଠୁ କୋଡ଼ିଏ କିଲୋମିଟର ଦୂର ପାଖ ସହରରେ। ବସ୍ ରେ କିମ୍ବା ଆଉ କୋଉଥିରେ ଗଲେ ପଇସା ଖର୍ଚ୍ଚ ହେବ। ତେଣୁ ସେ ସବୁଦିନ ଷ୍ଟେସନ୍ ରୁ ସେପଟେ ଯାଉଥିବା ଟ୍ରେନରେ ବିନା ଟିକଟରେ ଠିଆ ହୋଇ ଯା ଆସ କରେ। କାରଖାନାରେ ପହଞ୍ଚିବାକୁ ଟ୍ରେନରେ ଅଧଘଣ୍ଟାଏ ଲାଗେ । ଆଜି ଦାମ ଓ ଜହ୍ନର ପ୍ରଥମ ବିବାହ ବାର୍ଷିକ। ସେଥିପାଇଁ ଦାମ ମାଲିକକୁ କହି ଜଲଦି ଘରକୁ ଆସିଛି। ସାଙ୍ଗରେ ଗୋଟିଏ ମିଠା ପକେଟ ଓ ଗୋଟିଏ ମଲ୍ଲୀ ଫୁଲର ଗଜରା ଆଣିଛି। କେତେ ସୁନ୍ଦର ଦିଶିବ ଜହ୍ନ ଏଇ ଗଜରା ଲଗେଇଲେ। ଏପଟେ ଜହ୍ନ ଦାମର ଆସିବା ବାଟକୁ ଚାହିଁ ଚାହିଁ ମନରେ କେତେ ସ୍ବପନ ବୁଣିଚାଲିଛି। ହଠାତ୍ କବାଟରେ ଠକଠକ୍ ଆବାଜରେ ଦୌଡିଯାଇ କବାଟ ଖୋଲିଲା,କିନ୍ତୁ ଦାମ ଆସିନଥିଲା। ପାଖ ପଡୋଶୀରେ ପିଲାଟି ଆସି କହିଲା ଷ୍ଟେସନ୍ ରୁ କିଛି ଦୂରରେ ଥିବା ଫାଟକ ପାଖରେ ଦାମର ଆକସିଡେନ୍ଟ ହୋଇଯାଇଛି। ଜହ୍ନ କିଛି ବୁଝି ପାରିଲାନି ଦାମ ଫାଟକ ପାଖରେ କ'ଣ କରୁଥିଲା। ସେ ଏକ ନିଶ୍ବାସରେ ଦୌଡିଲା ସେଠାକୁ। ଦୂରରୁ ଦେଖିଲା ଟ୍ରେନ୍ ଆସୁଛି। ଗାଡ଼ି ଯିବା ପରେ ଲୋକେ ରୁଣ୍ଡ ହୋଇଥିବା ଥାନକୁ ଜହ୍ନ ଚାଲି ଚାଲି ଗଲା। ଟାଙ୍ଗର ଉପରେ ଦାମର କଞ୍ଚା ଲହୁ

ମନ୍ଦା ମନ୍ଦା ହୋଇପଡ଼ିଛି। ଏକା ନଜରରେ ସେ ସେଇ ରକ୍ତ ଓଦା ଭୂଇଁ ଖଣ୍ଡକ କାବା ହୋଇ ଚାହିଁ ରହିଲା। କେହି ଜଣେ କହୁଥିଲା ଆକସିଡେନ୍ଟ ବହୁତ ଭୟାନକ ଥିଲା। ଚିହ୍ନିବା କଷ୍ଟ। ବଡିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଜହ୍ନ ଦେଖିଲା ପାଖରେ ଦାମର କୋର୍ଟ ଯେଉଟା ସେ ସକାଳେ ଜବରଦସ୍ତି ଦାମକୁ ପିନ୍ଧାଇ ଦେଇଥିଲା ଆଉ କିଛି ମିଠା ଓ ଗୋଟିଏ ମଲ୍ଲୀ ଗଜରା ବିଛାଡ଼ି ହୋଇ ଏଣେ ତେଣେ ପଡ଼ିଛି। ଜହ୍ନ ବେହୋସ ହୋଇ ପଡ଼ି ଯାଉଥିଲା ବେଳେ କିଛି ଲୋକ ଧରାଧରି କରି ଘର ପାଖରେ ଛାଡ଼ିଦେଇଗଲେ। ଟଳମଳ ପାଦରେ ଘର ଭିତରକୁ ପଶୁ ପଶୁ ସେ ହଠାତ୍ ସ୍ତବ୍ଧ ହୋଇଗଲା। ଏ କ'ଣ ଦାମ। ଦୌଡିଯାଇ ଦାମକୁ କୁଣ୍ଢାଇ ଭୋ ଭୋ କରି କାନ୍ଦିଲା। ଦାମ ଜହ୍ନକୁ ବୋଧ ଦେଉ ଦେଉ କହିଲା 'ମୁଁ ଯେତେବେଳେ ଷ୍ଟେସନ୍ ଆସୁଥିଲି। ଗଳି ଭିତରେ ଆସିଲା ବେଳେ ହଠାତ୍ ପଛପଟୁ ମୋ ମୁଣ୍ଡରେ ଗୋଟିଏ ଜୋରରେ ଆଘାତ ଲାଗିଲା ଆଉ ମୁଁ ବେହୋସ ହୋଇଗଲି। ହୋସ ଆସିଲା ପରେ ମୁଁ ଦେଖିଲି ମୋ ପାଖରେ ଯାହାଥିଲା ସବୁ ଚୋରି ହୋଇଯାଇଛି। ଜହ୍ନ ସବୁ ବୁଝିପାରିଲା କହିଲା ତୁମେ ଠିକ୍ ଅଛ।ଏତିକି ଯଥେଷ୍ଟ। ମୋର ଆଉ କିଛି ଦରକାର ନାହିଁ। ତୁମର ଭଲ ପାଇବା ମୋ ପାଇଁ ସବୁ କିଛି। ଏତିକି କହି ସେ ଦାମର ଛାତିରେ ପରମ ତୃପ୍ତିରେ ଆଉଜିଗଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Namita Pal

ଖେଳ

ଖେଳ

1 min ପଢ଼ନ୍ତୁ

ଯାତ୍ରା

ଯାତ୍ରା

2 mins ପଢ଼ନ୍ତୁ

ଯାଦୁ

ଯାଦୁ

2 mins ପଢ଼ନ୍ତୁ

ଭୟ

ଭୟ

2 mins ପଢ଼ନ୍ତୁ

ହିରୋ

ହିରୋ

2 mins ପଢ଼ନ୍ତୁ

ଟଙ୍କା

ଟଙ୍କା

1 min ପଢ଼ନ୍ତୁ

ପରିବାର

ପରିବାର

2 mins ପଢ଼ନ୍ତୁ