STORYMIRROR

Sunanda Mohanty

Others

3  

Sunanda Mohanty

Others

ସ୍ୱପ୍ନ

ସ୍ୱପ୍ନ

1 min
407

  କାର୍ତ୍ତିକ ପୂର୍ଣ୍ଣମୀରେ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷ ସ୍ପୁର୍ତ୍ତି ଓ ଶ୍ରୀ ଅରବିନ୍ଦଙ୍କର ଶହେ ପଚାଶତ୍ତମ ଜୟନ୍ତୀ ତଥା ସୁଲେଖର ଏକଚାଳିଶତମ ରାଜ୍ୟସ୍ତରୀୟ ସମାବେଶ ପାଇଁ ଯାଇଥାଏ ଅନ୍ନପୁର୍ଣ୍ଣା ରଙ୍ଗମଞ୍ଚ. ରାଜ୍ୟର ବିଭିର୍ଣ୍ଣ ପ୍ରାନ୍ତରୁ ଆସିଥିବା କବି କବୟିତ୍ରୀଙ୍କ ସମାଗମ ଭିତରେ ବିଶିଷ୍ଟ ଶିକ୍ଷାବିତ ଦ୍ୱିବେଦୀ ବାବୁଙ୍କଠୁ ଅରବିନ୍ଦଙ୍କ ବିଷୟରେ ଆଉ ପରିଡା ମହୋଦୟଙ୍କ ଠାରୁ ଗାନ୍ଧୀଙ୍କ ବିଷୟରେ ବହୁ ତଥ୍ୟ ଭିତ୍ତିକ ଉପାଖ୍ୟାନ ଶ୍ରବଣସହ ଦିବ୍ୟାଶୀ, ନାମ୍ନୀ ଝିଅଟିର ଜଗନ୍ନାଥ.... ଜଗନ୍ନାଥ ଜଣାଣଟି ମନକୁ ସତେଜ କରିଥିଲା ସତ ହେଲେ ଯାତ୍ରାର ବାଧାରେ ଶୋଇଗଲି ଘରେ ପହଞ୍ଚୁ ପହଞ୍ଚୁ, ମୁଣ୍ଡ ବି ବିନ୍ଧୁଥିଲା ବହୁତ l

  ରାତି ତିନିଟା ହେବ କିଏ ମତେ ଜଣେ ଡାକି କହିଲେ ଖାଲି ସଂସ୍କୃତି ସମ୍ପନ୍ନ କବିତା ବୋଲିଦେଲେ ହେବନି, ତାକୁ କାର୍ଯ୍ୟରେ ପରିଣତ କରିବାକୁ ହେବ, କିଏ କଣ କହୁଛନ୍ତି ବୋଲି ଏପଟେ ଥିଲେ ଶ୍ରୀ ଅରବିନ୍ଦ, ଯିଏ ଯେତେବେଳେ ଯାହା ଦରକାର ତାହା ହିଂସା ହେଲେ ବି କରଣୀୟ ବୋଲି ବିଚାରଧାରରେ ସମୃଦ୍ଧ, ଅନ୍ୟ ପଟେ ଥିଲେ ଗାନ୍ଧୀ, ଯିଏ ଯୋଉ ପରିସ୍ଥିତି ରେ ବି ଅହିଂସା କରଣୀୟ ବିଚାରଧାରାପୂର୍ଣ୍ଣ, କିନ୍ତୁ ଦୁହେଁ ସଂସ୍କୃତି ଓ ପରମ୍ପରାର ରକ୍ଷକ ନିଶ୍ଚୟ l

 ସ୍ୱପ୍ନ ଭାଙ୍ଗିଗଲା ପରେ ଡ଼ଙ୍ଗା ଭସାଇବାକୁ ପ୍ରସ୍ତୁତ ହେଉଥିଲି କାରଣ ଆଗ ଆମେ ଆମ ସଂସ୍କୃତିର ରକ୍ଷକ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍