ଋତୁପର୍ଣ୍ଣା
ଋତୁପର୍ଣ୍ଣା
ଦିଲ୍ଲାବୁ ଦିଲ୍ଲାବୁ ବୋଲି ସବୁବେଳେ ହୁରି ପକାଏ ମୋ ସ୍ତ୍ରୀ । ମୁଁ ଦିଲ୍ଲାବୁ ଓରଫ ଦିଲ୍ଲୀପ ବରାଳ । ବୋଉ ବାପା ଡାକନ୍ତି ଦିଲା କେତେବେଳେ ଦିଲୁ । କିନ୍ତୁ ବଡ଼ ହେଲା ପରେ କେହି କେହି ବରାଳ ବାବୁ,ବରାଳେ ବା ଦିଲ୍ଲାବୁ ଡାକନ୍ତି । ଏଇ ଦିଲ୍ଲାବୁ ଡାକ ଟା ବେଶୀ ପ୍ରସିଦ୍ଧି ପାଇଛି । ମୁଁ ବି ଖୁସି ହୁଏ କେହି ଦିଲ୍ଲା ବୁ ଡାକିଲେ । କାହିଁକି ନା ମୋ ସ୍ତ୍ରୀ ମୋତେ ଏଇ ନାଁରେ ଭାରି ଗେହ୍ଲେଇ କି ଡାକନ୍ତି । ମୋ ସ୍ତ୍ରୀ ମୋ ଜୀବନର ସପ୍ତମ ଋତୁଟିଏ ।
ନାଁ ତାର ଋତୁପର୍ଣ୍ଣା,ଋତୁ । ଆମର ପ୍ରେମ ବିବାହ । ବାପା ବୋଉ ପ୍ରଥମେ ଟିକେ ଅରାଜି ହେଉଥିଲେ । ବୋଉ କହିଲା ନଅଟା ନାହିଁ କି ଛଅଟା ନାହିଁ । ଗୋଟିଏ ବୋଲି ଛୁଆ,ଆମ ଆଖି । ତା ଖୁସିରେ ଆମେ ଖୁସି । ସେ ଯଦି କହୁଛି କେଉଁଠି ଭଲ ପାଇଛି ସେଇଠି ବିବାହ କରିଦେବା । ନଲେ ଆଜିକାଲି ଯୁଗ ଦେଖୁଛଟି କେମିତି କଞ୍ଚା ଛୁଆ ଗୁଡାକ ବାଇଆ ହୋଇ ଆତ୍ମ ହତ୍ୟା କରୁଛନ୍ତି!!!କି ଅବୋଧ ମୂର୍ଖ ବାପା ମା ଗୁଡା କେଜାଣି ------ଏଇ ସାନ କଥାଟି ବୁଝି ପାରୁନାହାନ୍ତି କେମିତି ।
ଆରେ ବାବା ! ତାଙ୍କ ଜୀବନ,ସେମାନେ ଜୀଇଁ ବେ । ଜନ୍ମ କରିଛ ବୋଲି ସେମାନଙ୍କ ଇଚ୍ଛାର ଗଳା ଟିପି ତାଙ୍କୁ ଜୀଅନ୍ତା ଶବ କରିବ,ନତୁବା ବାଧ୍ୟ କରିବ ଆତ୍ମହତ୍ୟା କରିବାକୁ !
ଯୁଗ ବଦଳୁଛି ଘାଉଁ ଘାଉଁ । ବାପାମା ବଦଳିବା, ପିଲାଙ୍କୁ ବୁଝିବା ଦରକାର ।
ଅଛି କଣ ସେଇ ଯୁଗ ! ବାଧ୍ୟ ସନ୍ତାନ ଏବେ ତ ଅବୁଝା,ଅବାଧ୍ୟ----
ସବୁଠୁ ନିର୍ବୋଧ,ଏଇ ଟି ନ ଏଜ୍ର ପୁଅ ଝିଅ ଗୁଡା । ଆରେ ବାବୁ ଦୁର୍ଲ୍ଲଭ ମଣିଷ ଜନ୍ମ ଟିଏ ଈଶ୍ୱର ଦେଇଛନ୍ତି । ସେଇଟିକୁ ନ ଜୀଇଁ କି ଜୀବନ ଦେବ!!!/
ନିଶ୍ଚିନ୍ତ ପିଲାମାନଙ୍କର ଏଇ ବୟସ ଟି ଅତି ସ୍ପର୍ଶ କାତର ସମୟ । ଅତି ସାବଧାନତା ସହ ହ୍ୟାଣ୍ଡେଲ ନ କଲେ ଏମିତି ଘଟିବ । ବାପାମା ପତିଆରା ଛାଡି ସେମାନଙ୍କ ବନ୍ଧୁ ହୁଅ,ତାଙ୍କ ମନକୁ ବୁଝ,ତେବେ ଯାଇ ସିନା ପିଲାମାନେ ଖୁସ୍ ।
ଆଜିକାଲିକା ପିଲା ଗୁଡା ଭଲ ପାଇବା ଅର୍ଥ ହିଁ ଭୁଲ ବୁଝନ୍ତି । ସେମାନଙ୍କ ପାଇଁ,ଦେହ,ଦାହ,ସମ୍ଭୋଗ ସର୍ବସ୍ୱ ପ୍ରେମର ନାମ । ଗୋଟିଏ ପାଶବିକ ମୂହୁର୍ତ୍ତର ଆବେଗ ସେମାନଙ୍କ ଜୀବନ ନେଉଛି । ଅନ୍ତତଃ ପକ୍ଷେ ପିଲା ମାନେ ଯଦି ନିଜକୁ ଭଲ ପାଇବା ଶିଖି ଯାଆନ୍ତେ ତାହେଲେ ଅବା କେଉଁ ମା ର କୋଳ ଶୁନ୍ୟ ହୁଅନ୍ତା ନାହିଁ ।
ଆରେ ଅବୋଧ ମଣିଷପିଲା!!ମଣିଷ ହୁଅ । ନିଜକୁ ପ୍ରଥମେ ପ୍ରେମ କର । ନିଜଠୁ ପ୍ରେତ୍ୟେକ କାମ ଆରମ୍ଭ କର । ଦେଖିବ ଆପେ ଆପେ ଅନ୍ୟକୁ ଭଲ ପାଇହେବ । କିଏ ଜାଣେ-------ଆଉ ଗୋଟେ ଜନ୍ମ ସତ ସତିକା ଅଛି କି ନାହିଁ । ଏଣୁ ବାଟ ନ ଭୁଲି ଏଇ ଜୀବନଟାକୁ ବଞ୍ଚ । ଭାଵ ପ୍ରବଣତା ଦରକାର ପ୍ରତି କାର୍ଯ୍ୟରେ । କିନ୍ତୁ ସେ କି ଭାଵ,ପ୍ରେମ, ଯାହା ତୁମ ଜୀବନ ନେବ?
ଆତ୍ମାକୁ ପ୍ରେମ କର,ହୃଦୟକୁ ପ୍ରେମ କର,ଜୀବନକୁ ପ୍ରେମ କର,ଜୀଇଁବାକୁ ପ୍ରେମ କର । ଏତକ ବୁଝ କି ସୁନ୍ଦର ମଣିଷ ଜନ୍ମଓ ଦାନ । ଏହାକୁ ତା ବାଟରେ ବଞ୍ଚିବାକୁ ଦିଅ । ଆତ୍ମହତ୍ୟା ବିକଳ୍ପ ନୁହେଁ । କଦାପି ନୁହେଁ ।
ମାବାପାଙ୍କ ଭୂମିକା ଏପରି ଘଡିସନ୍ଧି କ୍ଷଣରେ ଅତି ଗୁରୁତ୍ୱପୂର୍ଣ୍ଣ । ସେମାନେ ସେମାନଙ୍କ ଜିଦ୍ ଛାଡ଼ନ୍ତୁ । ପିଲା ଖୁସିରେ ଖୁସି ହୁଅନ୍ତୁ । ଅବା ଅକାଳ କଅଁଳ ପ୍ରାଣ କିଛି ପରିମାଣରେ ବଞ୍ଚିଯିବେ.ସମସ୍ତେ ବଦଳିଲେ ।
ମୋ ବୋଉ କିନ୍ତୁ ବୁଝିଥିଲା ଏତକ ଭଲ କରି । ଏଣୁ ଋତୁ ସହ ମୋର ବିବାହ ଜଟିଳତା ଆଡକୁ ଯାଇନଥିଲା । ବାପା ମଙ୍ଗ ମୋଡୁଥିଲେ । ବୋଉ ବୁଝାଇବା ପରେ ସବୁ ଠିକ୍ ଠାକ ହୋଇ ଯାଇଥିଲା । ଚିରାଚରିତ ବିବାହ ପ୍ରଥାନୁସାରେ ଆମ ବିବାହ ହେଲା ।
ଆଉ ବାପାବୋଉ ଋତୁକୁ ପାଇ ଏମିତି ବଦଳି ଗଲେଯେ ଆଗ ଋତୁ ପଛ ମୁଁ ହୋଇଗଲି । ଋତୁଟି ମୋର ଭାରି ସେହ୍ନି । ତା ହୃଦୟ ଅତ୍ୟନ୍ତ ବିଶାଳ । କହିବା ଶୈଳୀ ଏତେ ଚମତ୍କାର ଯେ ପଶୁଟିଏ ବି ବୋଲ ମାନିଯିବ । ଋତୁର ତୁଳନା ଅନ୍ୟ କାହା ସଙ୍ଗେ କରିବା ଅସମ୍ଭବ । ସେ ଭଗବାନଙ୍କ ସୃଷ୍ଟିରେ ବୋଧେ ଗୋଟିଏ ବିରଳ ସୃଷ୍ଟି ।
ଭାରି ଖୁସି ଲାଗିଲା ବାପାବୋଉ ଓ ଋତୁ ଭିତରେ ଅନାବିଳ ଅତ୍ମୀୟତା ଦେଖି । ଆତ୍ମ ସନ୍ତୋଷ ବି । ମୁଁ ଏକରକମ ନିଶ୍ଚିନ୍ତ ହୋଇଗଲି ଗୋଟେ ଅଶାନ୍ତିମୟ ଜୀବନକୁ ବାଇ ବାଇ କରି ।
ଏମିତି ନ ହୋଇଥିଲେ ଜୀବନଟା ବୋଝ,ଅଭିଶାପ ବନିଯାଇଥାନ୍ତା । ମୋ ଋତୁ ଟା ହିଁ ଏମିତି-----ମନ ନେବାରେ,ସେବା ଯତ୍ନ କରିବାରେ ଏକ୍ସପର୍ଟ ଥିଲା ।
ଅଗାଧ ବିଶ୍ୱାସ ଋତୁର ମୋ ଉପରେ ଥିଲା । ତାକୁ ପ୍ରାୟତଃ ଥଣ୍ଡା ଲାଗିରହୁଥିଲା । ପ୍ରେତ୍ୟେକ କଥାରେ ସେ ମୋ ମତା ମତ ଲୋଡ଼େ । ମୁଁ ଯଦି ହଁ କହିଦେଲି ସ୍ୱୟଂ ଭଗବାନ ଆସି ସେ କାର୍ଯ୍ୟ ନ କରିବାକୁ ବାରଣ କଲେ ବି ଋତୁ ମାନିବନି । କହିବ ଦିଲ୍ଲାବୁ କହିଛନ୍ତି ମାନେ ଏଇଟା ଠିକ୍ ନିଶ୍ଚିନ୍ତ । କାରଣ ସେ ଜାଣିଛି ମୁଁ ମିଛ କହେ ନାହିଁ ।
ମାତ୍ର ଗୋଟିଏ କଥାରେ,ଜୀବନରେ ତାକୁ ଅହରହ ମିଛ କହିଲି.......
କ୍ରମଶଃ.....
Minoo,
ସତ୍ୟବତୀସ୍ବାଇଁ,ବାଲିକୁଦା,
ଜଗତସିଂହପୁର