Parameswar Ojha

Others

3  

Parameswar Ojha

Others

ରେଖା

ରେଖା

4 mins
502



ଖରାବେଳ ଟାରେ ଖାଇ ସାରି ଖଟ ଉପରେ ଗଡି ଫେସବୁକ ରେ ସମୟ ଅତିବାହିତ କରୁ କରୁ ହଠାତ୍ ଆଖିରେ ପଡିଲା ବହୁ ଦିନରୁ ଆଖି ସାମ୍ନାରୁ ଝାପ୍ସା ହୋଇ ଯାଇଥିବା ମୁହଁ ଟିଏ । ଆଖି ବଡ ବଡ କରି ଫଟୋ ବଡ କରି ଦେଖିଲି ପରିଶେଷରେ ନିଃସନ୍ଦେହ ହେଲି । ହଁ ଇଏ ହିଁ ରେଖା ଆଉ କେହି ନୁହେଁ । ଆଇଡି ରେ ଲେଖା ଅଛି ରେଖାସ୍ମିତା ସମ୍ପତ୍ ତ୍ରିପାଠୀ ।ନିଜକୁ ଅଟକେଇ ପାରିଲିନି ବନ୍ଧୁତା ଅନୁରୋଧ ପଠେଇ ଦେଲି ସାଙ୍ଗେ ସାଙ୍ଗେ । ମନ ଫେରି ଗଲା ସେଇ ବିଦ୍ୟାଳୟ ବେଳର ସମୟକୁ ।


ହଁ ସେ ଥିଲା ସେମିତି ମନେ ରଖିବା ଭଳି ପିଲା ଟିଏ । ନାଁ ଟା ରେଖା । ଯେତେବେଳେ ହସି ଦିଏ ତା ଦାନ୍ତୁରା ମୁହଁ ରେ ସମସ୍ତ ଙ୍କ ଠୁ ସେ ଅଲଗା ଲାଗେ । ସତରେ ଅନ୍ୟମାନଙ୍କ ଠାରୁ ସେ ଭିନ୍ନ ଥିଲା । ପୁଅ ଝିଅ ବାଛ ବିଚାର ସେମିତି କିଛି ନଥିଲା ସମସ୍ତ ଙ୍କ ସହ ସେ ଖୁବ୍ ସହଜରେ ମିଶି ଯାଉଥିଲା ।ମନ ଖୋଲି କଥା ହେଉଥିଲା ବଡ ବଡ ପାଟିରେ ହସୁଥିଲା । କେବଳ ପଛ ବେଞ୍ଚ ରେ ବସୁଥିବା ହାତ ଗଣତି କେଇଟାଙ୍କ ସହ ଭଲକି ମିଶୁ ନଥିଲା ଯାହା ।


ସାର୍ ନଥିବା ବେଳେ ଆମ ପାଖରେ ବେଞ୍ଚ ରେ ଆସି ବସି ଯାଉଥିଲା । ପାଠ ସହିତ ଥଟ୍ଟା ମଜା ଗେଲ ତାମସା ଚାଲୁଥିଲା ସବୁବେଳେ । 


ସେ ଥିବାବେଳେ କ୍ଲାସ୍ ଭିତରେ ମୁଁ ଜମା ବି ବୋର୍ ହୁଏନି ,  ମୋତେ କିଛି କ୍ଲାନ୍ତି ଜଣା ପଡେନି । ଦୈତାରି ସାର୍ ଙ୍କ ବେତ ପାହାର ବି ତା ଥଟ୍ଟା ମଜା ରେ ଭୁଲି ହୋଇଯାଏ । ଘରେ ଅଧା ପେଟ ଖାଇ ଆସିଥିଲେ ବି ସେ ଆଣିଥିବା ମଟର ଭଜା ଆଉ ଚେନାଚୁର ରୁ ସ୍ନେହ ରେ ବଢେଇ ଦେଉଥିବା କେଇଟା ଦାନାରେ ବି ମୋ ପେଟ ପୁରି ଯାଏ । 


ତାର ପ୍ରତିଦିନ କ୍ଲାସ୍ ପରେ ଛୁଟି ସମୟରେ । ଗୋଟେ ଭଲ କୁନି ଭୋଜି ର ଆୟୋଜନ କରିଥାଏ ତା ତରଫରୁ । ସମସ୍ତେ ଆଣିଥାନ୍ତି ଜିନିଷ କିଛି କିଛି ନିଜ ଘରୁ , କିଏ କହି କି ଆଉ କେ ଲୁଚେଇ କି ସବୁ ତାରି ନିର୍ଦ୍ଦେଶରେ ।


କିଏ ଆଣିଥାଏ ଲଙ୍କା କିଏ ପିଆଜ ରସୁଣ ଆଉ କେ ବିଲାତି ଆଉ ସବୁଠୁ ମୁଖ୍ୟ ଜିନିଷ ତେନ୍ତୁଳି ଖଟା ରେଖା ଅଧିକ କରି ଆଣିଥାଏ ଆଉ ଆମେ ମାନେ ବି କିଛି କିଛି ଆଣିଥାଉ । ତାପରେ ସେଇ ପୁରୁଣା କାଠ ଆଲମିରା ରେ ଲୁଚେଇ ରଖିଥିବା ଷ୍ଟିଲ୍ ବାସନରେ  ଶେଷରେ ରେଖା ତାର ମୁଖ୍ୟ କାର୍ଯ୍ୟ ଆରମ୍ଭ କରେ । ସମସ୍ତେ ଆଣିଥିବା ଜିନିଷ କୁ ଏକଜୁଟ କରି ବାସନରେ ଭର୍ତ୍ତି କରି ଅଳ୍ପ ପାଣି ଦେଇ ଚକଟା ଯାଏ ଅତି ଯତ୍ନରେ । ଆଉ ସେ ତେନ୍ତୁଳି ଖଟା ଚକଟା ବାସ୍ନା ରେ ଆମ ପାଟିରେ କେତେ ଲାଳ ଆସୁଥାଏ ଆଉ ଆମେ ତାକୁ ପୁଣି ଭିତରକୁ ଢ଼ୋକି ଚାଲିଥାଉ ।


ଅପର୍ଣ୍ଣା , ମହେଶ୍ବତା , ମାମା , ଲକ୍ଷ୍ମୀ ଏମାନେ ସମସ୍ତେ ତେନ୍ତୁଳି ଚକଟା ଖାଆନ୍ତି ହେଲେ ରେଖା ସମସ୍ତଙ୍କଠୁ ଯଥେଷ୍ଟ ଅଧିକ ଖାଏ ରାକ୍ଷାସୁଣୀ ପରି , ରାଗରେ ଉଃ ଆହ୍ ହେଉଥାଏ ପୁଣି ତା ଉପରେ ଉପରେ ଖାଉଥାଏ । ମୁଁ ବି ବାଦ୍ ପଡେନି ସେଥିରୁ ମୋତେ ଡାକି ଡ଼ାକି ଖୁଆଏ ।

କ୍ଲାସ୍ ରେ ଆମେ ପୁଅ ପିଲା ଅନେକ ଥିଲୁ ହେଲେ ସେ ଆମ ଦୁହିଁଙ୍କ ସହିତ ଅଧିକ ମିଶେ ମୁଁ ଆଉ ଆମ ସାଙ୍ଗ ଜଗନ ।

ଠିକ୍ କରି କହିଲେ ପୁଅ ମାନଙ୍କ ଭିତରେ ଆମେ ଦୁହେଁ ରେଖାର ପ୍ରିୟ ସାଙ୍ଗ ଥିଲୁ । ସବୁ ପୁଅଙ୍କୁ ସେ ଯାହା ନକହେ ସେ ଆମ ସହିତ ସେଇ କଥା ବାଣ୍ଟେ । 


ବେଳେ ବେଳେ ଆମ ଦୁହିଁଙ୍କ ବେଞ୍ଚ୍ ମଝି ରେ ଆସି ବସିଯାଏ ଥଟ୍ଟା ମଜା କରେ ଆଉ ତା ଦାନ୍ତୁରା ମୁହଁ ରେ ମନ ଖୋଲା ହସ ହସୁଥାଏ ଠୋ ଠୋ କଥା ମଝିରେ ।

ହସୁଥାଏ ଆଉ ହସାଉଥାଏ ବି ସଭିଙ୍କୁ । 

 ମୁଁ ରେଖାକୁ ଯେତିକି ଜାଣିଛି ସେ ଏମିତି ତାକୁ ବହୁତ ନାପସନ୍ଦ କରୁଥିବା ପିଲା ଥିଲେ କିନ୍ତୁ ସେ କାହାକୁ ବି କେବେ ଘୃଣା କରିବା ମୁଁ ଜାଣିନି ବହୁତ ମେଳାପି ସ୍ନେହୀ ଆଉ ହସକୁରା ଝିଅ ଟିଏ ଥିଲା ସେ ।


  କିନ୍ତୁ ମୁଁ ଜାଣି ନଥିଲି ଏଇ ସପ୍ତମ ପରୀକ୍ଷା ପରେ ସେ ଆମକୁ ଛାଡି ପଳେଇଯିବ ବୋଲି । ହଁ ପରୀକ୍ଷା ଫଳ ବାହାରିଲା ମୁଁ ବହୁତ ଖୁସି ଥିଲି । ରେଖା ର ଫାସକ୍ଲାସ୍ ଜଗନର ବି ଆଉ ମୋର ସେକେଣ୍ଡ ହୋଇଥିଲା । ସେମିତି ହସି ହସି କଥାବାର୍ତ୍ତା ମିଶିବା ଭିତରେ କେତେବେଳେ ଯେ ସେ ତା ମାମୁ ଘରେ ଯାଇ ପଢିଲା ତାର ଟିକିଏ ବି ଆଭାସ ଆମକୁ ସେ ଦେଲାନି ।

 

 ହଁ ସୁଣିଥିଲି ମନସ୍ବିନୀ କହୁଥିଲା ରେଖା ମାମୁ ଘର ଚାଲିଯିବା ପରେ । ସେ କାଳେ ଲୁଚି ଲୁଚି କାଳେ ବହୁତ କାନ୍ଦିଥିଲା ଆମ ଠୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଦୂରେଇ ରହିବ ବୋଲି । କିନ୍ତୁ ମୁଁ ଗୋଟେ କଥା ବୁଝି ପାରୁନି ସପ୍ତମ ବେଳର ଉଃ ଆହ୍ ହୋଇ ଖଟା ଚକଟି ଖାଉଥିବା ଝିଅଟି ମୁଣ୍ଡରେ ଏତେ ବୁଦ୍ଧି ଯେ କୋଉଠୁ ଆସିଲା କେଜାଣି , କାଇଁ ମୋର ତ ଏମିତି ଟିକେ ବୁଦ୍ଧି ନଥିଲା ସେତେବେଳେ ।

 କିନ୍ତୁ ରେଖା ଥିଲା ସେମିତି ପିଲାଟିଏ , ଆମ ଆଖିରେ ଲୁହ ଦେଖିଲେ ସହି ପାରିବନି ସେ ଯମା ସେଥିପାଇଁ ବୋଧେ ତା ଯିବା ଖବର ଆମକୁ ଜଣେଇନଥିଲା ।


 ସତରେ କେଡେ ଭଲ ଥିଲା ସେ ଆଉ କେଡେ ସୁନ୍ଦର ଥିଲା ସେ ସମୟ ଗୁଡା ।


ଆଉ ଆଜି ହଠାତ୍ ଫେସବୁକରେ । ସ୍ବାମୀ ତା କୁନି ଝିଅ ସହିତ ସୁନ୍ଦର ଫଟୋ ଦେଖି ମନ ମୁଗ୍ଧ ହୋଇଗଲା ।


ମୁଁ ଭାବିଲି ଏତେ ଦିନର କଥା ଆଉ କ'ଣ ତାର ମନେ ଥିବ । ତା ଛଡା କିଏବା ମନେ ରଖୁଛି କାହାକୁ ଏ ବ୍ୟସ୍ତ ବହୁଳ ଦୁନିଆଁ ରେ ଆଉ ଏ ତ ପୁଣି ଛାଡ... ପନ୍ଦର ବର୍ଷର ବ୍ୟବଧାନ ।


   କିନ୍ତୁ ମୋତେ ଆଶ୍ଚର୍ଯ୍ୟ କରି ମୋ ଭାବନାକୁ ସେ ବଦଳେଇ ଦେଲା । ପ୍ରଥମେ ଚିହ୍ନି ପାରିଲାନି ହଠାତ୍ କିନ୍ତୁ ସବୁ ଖୋଲି କହିବା ପରେ ସେ ଖାଲି ଚିହ୍ନିଲାନି ତ କୋଳେଇ ନେଲା ଯେମିତି ଲେଖାରେ । ସାଙ୍ଗେ ସାଙ୍ଗେ ଫୋନ୍ ନମ୍ବର ମାଗି କଥା ହେଲା । ସେ ପ୍ରେମ ବିବାହ କରିଛି , ସେ ଶିକ୍ଷୟିତ୍ରୀ ତା ସ୍ବାମୀ ବି ଶିକ୍ଷକ ଆଉ କୁନି ଝିଅ ବର୍ଷା ପଢୁଛି ଦ୍ବିତୀୟ ରେ । ଆଉ ବାପା ବୋଉ ପରି ଶାଶୁ ଶ୍ୱଶୁର ପାଇଛି । ବାସ୍ ଛୋଟ ପରିବାର ଖୁସି ର ପରିବେଶ ଟିଏ ତାର ।



ସତରେ ରେଖା ଖାଲି ସାଙ୍ଗ ଟିଏ ନଥିଲା , ସେ ମା ପରି ଅନ୍ୟର ମନକୁ ବୁଝି ପାରୁଥିବା ପିଲାଟେ ଥିଲା । ସତରେ ରେଖା ସେବେ ଯାହା ଥିଲା ଏବେବି ସେମିତି ଅଛି ଟିକିଏ ବି ବଦଳିନି ଖାଲି ଯାହା ବୟସ ତାକୁ କିଛି ବାଟ ଆଗକୁ ନେଇ ଯାଇଛି ।





Rate this content
Log in